"ଜଗନ୍ନାଥଙ୍କ ଧୂପ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେ
ବଦଳ ସାରକଥା ଲୁଚାଇଦିଅନ୍ତୁ
ଟିକେ
{{Main|ଜଗନ୍ନାଥଙ୍କ ଦେବନୀତି}}
'''ଜଗନ୍ନାଥଙ୍କ ଧୂପ''' [[ଜଗନ୍ନାଥ ମନ୍ଦିର]]ରେ ନୀତି ନିୟମ ଭିତରେ ଗୋଟିଏ ଯାହା [[ମାଦଳା ପାଞ୍ଜି]]ରେ ଲେଖା ନୀତି ଅନୁସାରେ ପାଳିତ ହୋଇଥାଏ । [[ପୁରୀ]] [[ଜଗନ୍ନାଥ ମନ୍ଦିର|ଶ୍ରୀମନ୍ଦିର]]ରେ [[ଜଗନ୍ନାଥ]]ଙ୍କର ପ୍ରତିଦିନ ୩ ଧୂପ, ୩ ଭୋଗ, ୫ ଅବକାଶ ଓ ୨ ପହଡ଼ ହୁଏ | ଦେବତାଙ୍କୁ ନୈବେଦ୍ୟ ସମର୍ପିତ ହେବା ପରେ ନିବେଦିତ ବସ୍ତୁକୁ 'ଭୋଗ' ବୋଲାଯାଏ ଓ ଭୋଗ ହେବା ପୂର୍ବରୁ ତାକୁ 'ଅମୁଣିଆ' ବୋଲାଯାଏ ୤
[[File:Luni khuruma chapana bhoga Odia mitha.jpg|thumb|[[ଲୁଣି ଖୁରୁମା]]]]
==ଧୂପ==
ଯେତେବେଳେ ଅମୁଣିଆ ଷୋଡ଼ଶୋପଚାର (ଆସନ, ସ୍ବାଗତସ୍ଵାଗତ, ପାଦ୍ୟ, ଅର୍ଘ୍ୟ, ଆଚମନୀୟ, ମଧୁପର୍କ, ପୁନରାଚମନୀୟ, ସ୍ନାନ, ବସନ, ଆଭରଣ, ଗନ୍ଧ, ପୁଷ୍ପ, ଧୂପ, ଦୀପ, ନୈବେଦ୍ୟ ଓ ମୁଖବାସ) ବିଧିରେ ଅର୍ପଣ କରାଯାଏ ୤
 
===ସକାଳ ଧୂପ (ପ୍ରଥମ ଧୂପ)===
*ସାନ ଓଳି ମରିଚି ପାଣି: ୪ଓଳି
*ବଡ଼ ଓଳି ମରିଚି ପାଣି: ୪ଓଳି
*ସାନ କଦମ୍ବମ୍ବ: ୫ ଓଳି
*[[ବଡ଼ ଖିରିସା]]: ୧ ଓଳି
*[[ବଡ଼ ଖିରିସା|ଓଳି ବଡ଼ ଖିରିସା]]: ୪ଓଳି
ଯେତେବେଳେ ଅମୁଣିଆ ପଞ୍ଚୋପଚାର (ଗନ୍ଧ, ପୁଷ୍ପ, ଧୂପ, ଦୀପ ଓ ନୈବେଦ୍ୟ) ବିଧିରେ ଅର୍ପଣ କରାଯାଏ ୤
===ଗୋପାଳବଲ୍ଲଭ ଭୋଗ (ପ୍ରଥମ ଭୋଗ)===
(ସକାଳ ୮.୩୦): ଦିନର ପ୍ରଥମ ଭୋଗ ଅନବସର ପିଣ୍ଡି ବା ବଳ୍ଳଭ ପିଣ୍ଡି ରେ ପଞ୍ଚୋପଚାର ବିଧିରେ ସେବାୟତ ମାନେ ଏହି ନୈବେଦ୍ୟ ଅର୍ପଣ କରନ୍ତି ୤ ଅନବସର ସମୟରେ ଏହା ଜୟ ବିଜୟ ଦ୍ବାରଦ୍ଵାର ନିକଟରେ ସର୍ପମଣୋହି ଭାବେ ଅର୍ପଣ କରାଯାଏ୤ ଧନୁ ସଂକ୍ରାନ୍ତି ସମୟରେ ଏହି ଭୋଗ ପହଲି ଭୋଗ ସହ ଅର୍ପଣ କରାଯାଏ ୤ ଦୋଳ ପୂର୍ଣ୍ଣିମା ଓ [[ଦେବ ସ୍ନାନ ପୂର୍ଣ୍ଣିମା|ସ୍ନାନ ପୂର୍ଣ୍ଣିମା]] ଦିନ ସକାଳ ଧୂପ ସହ ଅର୍ପଣ କରାଯାଏ୤
*[[ଖଇ#ପ୍ରକାର|ବଲ୍ଲଭ ଖଇ]]: ୪୪ ଓଳି,
*ପାଚିଲା [[କଦଳିକଦଳୀ]]: ୭ଟି,
*[[ନଡ଼ିଆ ଖୁଡ଼ି]]: ୩ଶରା,
*[[କୋରା ]](ବଡ଼): ୨୯ ଟି,
 
===ଭୋଗ ମଣ୍ଡପ ଭୋଗ ବା ବଡ଼ସଙ୍ଖୁଡ଼ି ଭୋଗ (ଦ୍ଵିତୀୟ ଭୋଗ)===
(ସକାଳ ୧୧.୦୦) : ''ବଡ଼ସଙ୍ଖୁଡ଼ି ଭୋଗ'' ବା ''ଛତ୍ର ଭୋଗ'' ଭାବେ ପରିଚିତ ଏହି ଭୋଗ ଆଦି ଶଙ୍କରାଚାର୍ଯ୍ୟଙ୍କ ଦ୍ବାରାଦ୍ଵାରା ଅଷ୍ଟମ ଶତାବ୍ଦିରେ ଆରମ୍ଭ କରା ଯାଇଥିଲା ୤
 
[[ଶ୍ରୀମନ୍ଦିର]] ପ୍ରଶାସନ ଏହି ଭୋଗର କୌଣସି ଖର୍ଚ୍ଚଭାର ବହନ କରନ୍ତି ନାହିଁ୤ ବିଭିନ୍ନ ମଠ ତଥା ତୀର୍ଥଯାତ୍ରୀମାନଙ୍କୁ ଯଥେଷ୍ଟ ପରିମାଣର ଭୋଗ ଯୋଗାଇବା ଉଦ୍ଦେଶ୍ୟରେ ଏହା ସୁଆର ମାନଙ୍କ ଦ୍ଵାରା ମନ୍ଦିର ରୋଷଶାଳାରେ ବ୍ୟବସାୟିକ ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇଥାଏ ୤ ଏହା ସାଧାରଣତଃ ପ୍ରତିଦିନ ଥରେ ହୋଇଥାଏ କିନ୍ତୁ ବିଶେଷ ଦିନମାନଙ୍କରେ ଭୋଗର ଚାହିଦା ମୁତାବକ ଏକାଧିକ ଥର ହୋଇଥାଏ ୤
===ବଡ଼ସିଂହାର ଭୋଗ (ତୃତୀୟ ଭୋଗ)===
(ରାତ୍ର ୧୧.୧୫): ସର୍ବ ଶେଷ ଭୋଗ ରାତିରେ ଦେବତାଙ୍କର ପହଡ଼ ହେବା ପୂର୍ବରୁ ପଞ୍ଚୋପଚାର ବିଧିରେ ରତ୍ନବେଦୀରେ ଅର୍ପଣ କରାଯାଏ ୤
*[[ଖୁଆ]], [[ଲହୁଣି]], [[ନଡ଼ିଆ ପାତି]], [[ଖଇ]], [[ଦହି]], [[କଦଳିକଦଳୀ]]
*[[ସୁଆର ପିଠା]]: ୧ଶରା
*[[ରୋସ ପାଇକ]]: ୧ଶରା
*[[ସରପୁଳି ପିଠା]]: ୫ଶରା
*[[ବିରି ବୁହା ପିଠା]]: ୧ଶରା
*ବଡ଼ [[କଦଳିକଦଳୀ]]: ୧୫
*କ୍ଷିରି/ପାୟସ: ୬ଓଳି
 
[ଓଳି= ଛୋଟ ମାଟି କୁଡ଼ୁଆ, ଶରା: ମାଟିର ଛୋଟ ଥାଳିଆ, ଅମାଲୁ =ମାଲପୁଆ, ଓରିଆ= ଦେବତାଙ୍କ ଅନ୍ନ]
<!--==ବାଳଭୋଗ==
[[କାର୍ତ୍ତିକ]] ମାସରେ ବାଳଭୋଗ କରାଯାଏ ୤ କ୍ରମ ଅନୁସାରେ ଯେଉଁ ଧୂପ [[କାର୍ତ୍ତିକ]] ମାସରେ ହୁଏ ସେହି ଧୂପର ନାମ ହେଲା: ଗୋପାଳ ବଲ୍ଲଭ ଭୋଗ, ସକାଳ ଧୂପ, ବାଳ ଭୋଗ, ଛତ୍ରଭୋଗ, ଦ୍ୱିପ୍ରହର ଧୂପ, ସନ୍ଧ୍ୟା ଧୂପ ଓ ବଡ଼ସିଂହାର ଭୋଗ ୤-->
 
==ଅବକାଶ==
ଅବକାଶ: [[ପୁରୀ]] ଶ୍ରୀ[[ଜଗନ୍ନାଥ]] ଓ ଅନ୍ୟାନ୍ୟ ଦେବତାଙ୍କ ଦିବସର ଯେଉଁ ନିର୍ଦ୍ଧିଷ୍ଟ ସମୟରେ ନୀତି (ଯଥା-ବେଶଲାଗି, ସ୍ନାନ) ବଢ଼ୁଥିବାରୁ ତାଙ୍କୁ ଯାତ୍ରୀମାନେ ଦର୍ଶନ କରି ପାରନ୍ତି ନାହିଁ ୤
*ପ୍ରଥମ ଅବକାଶ- ଅତି ପ୍ରତ୍ୟୁଷରେ ମଙ୍ଗଳ ଆଳତି ହେବା ପରେ ପ୍ରଭାତ ଅବକାଶ; (ଏ ସମୟରେ ଦିଅଁଙ୍କର ଦାନ୍ତଘସା, ସ୍ନାନ ଓ ବେଶଲାଗି ନୀତିମାନ ବଢ଼ୁଥାଏ)
*ଦ୍ବିତୀୟଦ୍ଵିତୀୟ ଅବକାଶ- ସକାଳ ଧୂପ ପରେ ବେଶ ଉଲାଗି ହୋଇ ନୂଆ ବେଶ ପରିବର୍ତ୍ତନ ବେଳେ ଦ୍ବିତୀୟଦ୍ଵିତୀୟ ଅବକାଶ- ତତ୍ପରେ ‘ବୀର କେଶରୀ ବଲ୍ଲଭ’ ବା ‘ଭୋଗମଣ୍ଡପ ଭୋଗ’ ନୈବେଦ୍ୟ ଅର୍ପଣ ୤
*ତୃତୀୟ ଅବକାଶ- ‘ବୀର କେଶରୀ ବଲ୍ଲଭ’ ବା ‘ଭୋଗମଣ୍ଡପ ଭୋଗ’ ପରେ ବେଶ ଉଲାଗି ହୋଇ ନୂଆ ବେଶ ପରିବର୍ତ୍ତନବେଳେ ତୃତୀୟ ଅବକାଶ ୤
*ଚତୁର୍ଥ ଅବକାଶ- ସନ୍ଧ୍ୟା ଆଳତି ପରେ ବେଶ ପରିବର୍ତ୍ତନ ସମୟରେ ଚତୁର୍ଥ ଅବକାଶ ୤
*ପଞ୍ଚମ ଅବକାଶ- ସଞ୍ଜଧୂପ ପରେ ବେଶ ପରିବର୍ତ୍ତନ ବା ବଡ଼ସିଂହାର ବେଶ ହେବା ସମୟରେ ପଞ୍ଚମ ଅବକାଶ, ତତ୍ପରେ ‘ବଡ଼ ସିଂହାର ଭୋଗ’ ନୈବେଦ୍ୟ ଅର୍ପଣ | ତାପରେ ରାତି-ପହଡ଼;
 
ଅବକାଶ ସମୟରେ କେବଳ ଶ୍ରୀ[[ଜଗନ୍ନାଥ]]ଙ୍କ ଶ୍ରୀଅଙ୍ଗ ସେବକଙ୍କ ଛଡ଼ା ଅନ୍ୟ କେହି [[ଜଗନ୍ନାଥ]]ଙ୍କ ଛାମୁଙ୍କୁ ଯାଇ ପାରନ୍ତି ନାହିଁ ଓ ଏ ସମୟରେ ଦେଉଳର ଭିତର ଦ୍ବାରଦ୍ଵାର ବନ୍ଦ ରହେ ୤
 
==ପହଡ଼==
ଦିନରେ ଦ୍ବିତୀୟଦ୍ଵିତୀୟ ଧୂପ ପରେ ଓ ରାତିରେ ବଡ଼ସିଂହାର ଭୋଗ ପରେ ଦେବଙ୍କର ପହଡ଼ ବା ନିଦ୍ରା ହୁଏ ୤ ସେହି ସମୟରେ ଯାତ୍ରୀମାନେ ଦେବଙ୍କୁ ଦର୍ଶନ କରିପାରନ୍ତି ନାହିଁ; କିନ୍ତୁ ଏ ଦୁଇ ସମୟକୁ ‘ଅବକାଶ’ ବୋଲା ନ ଯାଇ ‘ପହଡ଼’ ବୋଲାଯାଏ ୤
 
କେହି କେହି ଉପବର୍ଣ୍ଣିତ ତିନି ଧୂପ (ସକାଳଧୂପ, ଦିପହର ଧୂପ ଓ ସଞ୍ଜଧୂପ) ସଙ୍ଗେ ଦ୍ବିତୀୟଦ୍ଵିତୀୟ ଅବକାଶର ପରବର୍ତ୍ତୀ ‘ବୀରକେଶରୀବଲ୍ଲଭ’ ବା ‘ଭୋଗମଣ୍ଡପ ଭୋଗ’ କୁ ଗୋଟିଏ ଧୂପ ଏବଂ ପଞ୍ଚମ ଅବକାଶର ପରବର୍ତ୍ତି ‘ବଡ଼ସିଂହାର ଭୋଗ’ କୁ ଗୋଟିଏ ଧୂପ ରୂପେ ଗଣି ୫ ଧୂପ ଏବଂ ଦିନ ଓ ରାତିର ଦୁଇ ପହଡ଼କୁ ଅବକାଶ ରୂପେ ଗଣି ୭ ଅବକାଶ ହିସାବରେ ମୋଟ ‘୫ଧୂପ ଓ ୭ଅବକାଶ’ ବୋଲି କହନ୍ତି ୤
 
==ସାହାଣ ମେଲା==
ପ୍ରତ୍ୟେକ ଧୂପ ପରେ ଥରେ ଲେଖାଏଁ ସାହାଣ ମେଲା ହୁଏ; ଅର୍ଥାତ୍ ସେ ସମୟରେ ସାଧାରଣ ଯାତ୍ରୀମାନେ ଜଗନ୍ନାଥଙ୍କ[[ଜଗନ୍ନାଥ]]ଙ୍କ ଛାମୁକୁ ଯାଇ ଅବାଧରେ ଦର୍ଶନ କରନ୍ତି ୤
 
==ପାକ==
==ଆହୁରି ଦେଖନ୍ତୁ==
*[[ଜଗନ୍ନାଥ|ଶ୍ରୀଜଗନ୍ନାଥ]]
*[[ଜଗନ୍ନାଥ ମନ୍ଦିର|ଶ୍ରୀମନ୍ଦିର]]
*[[ଛପନ ଭୋଗ]]
*[[ଜଗନ୍ନାଥଙ୍କ ବେଶ]]
*[[ଜଗନ୍ନାଥଙ୍କ ସେବକ]]
*[[ଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣୀ‎‎]]
*[[ରଥଯାତ୍ରା]]
*[[ନବକଳେବର]]
*[[ଅଣସର]]
୬୮୦

ଗୋଟି ସମ୍ପାଦନା