"ବିରଜୁ ମହାରାଜ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ବିରଜୁ ମହାରାଜ ଆରମ୍ଭ କରାଗଲା
(କିଛି ବଦଳିନାହିଁ)

୧୧:୩୨, ୧୭ ଜାନୁଆରୀ ୨୦୨୨ ଅନୁସାରେ କରାଯାଇଥିବା ବଦଳ

ବ୍ରିଜମୋହନ ନାଥ ମିଶ୍ର (୪ ଫେବୃଆରୀ ୧୯୩୮-୧୭ ଜାନୁଆରୀ ୨୦୨୨) କଥକ ନର୍ତ୍ତକ ଓ ଗୁରୁ ଥିଲେ । ପଣ୍ଡିତ ବିରଜୁ ମହାରାଜ ନାମରେ ସେ ପରିଚିତ ଥିଲେ । ସେ ଲକ୍ଷ୍ନୌର କାଳିକା-ବିନ୍ଦାଦିନ ଘରାନାରୁ ଥିଲେ । ତାଙ୍କ ପରିବାର କଥକର ମହାରାଜ ପରିବାର ଭାବରେ ପରିଚିତ ଥିଲେ । ତାଙ୍କ ପିତା ଅଚ୍ଚନ ମହାରାଜ ଜଣେ ବିଶିଷ୍ଟ କଥକ ଗୁରୁ ଥିଲେ । ତାଙ୍କ ପରିବାରରୁ ଶମ୍ଭୁ ମହାରାଜଲଚ୍ଛୁ ମହାରାଜ ବିଶିଷ୍ଟ କଥକ ନୃତ୍ୟଶିଳ୍ପୀ ଥିଲେ । ସେ ଜଣେ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତଜ୍ଞ ଥିଲେ ଓ ସେହି ସଙ୍ଗୀତ ପରିବେଷଣ ମଧ୍ୟ କରୁଥିଲେ ।[୧]

ବିରଜୁ ମହାରାଜ
Background information
ଜନ୍ମ(1938-02-04)୪ ଫେବୃଆରୀ ୧୯୩୮
ହାନ୍ଦିଆ,
ମୃତ୍ୟୁ୧୭ ଜାନୁଆରୀ ୨୦୨୨(୨୦୨୨-୦୧-୧୭) (aged 83)
[ଦିଲ୍ଲୀ]]
ଶୈଳୀହିନ୍ଦୁସ୍ତାନୀ ଶାସ୍ତ୍ରୀୟ
ପେଷାନର୍ତ୍ତକ, ଗାୟକ, ନୃତ୍ୟ ସଂଯୋଜକ
କାର୍ଯ୍ୟକାଳ୧୯୫୧-୨୦୧୬
ୱେବସାଇଟbirjumaharaj-kalashram.com

ଶମ୍ଭୁ ମହାରାଜଙ୍କ ଅଧିନରେ ଦିଲ୍ଲୀର ଭାରତୀୟ କଳା କେନ୍ଦ୍ରରେ ସେ କାମ କରୁଥିଲେ ଓ ପରେ ସେହି କେନ୍ଦ୍ରର ମୁଖ୍ୟ ଭାବରେ ଅବସ୍ଥାପିତ ହୋଇଥିଲେ । ୧୯୯୮ ମସିହାରେ ଦିଲ୍ଲୀରେ ସେ ନିଜର ନୃତ୍ୟ ଅନୁଷ୍ଠାନ କଳାଶ୍ରମ ପ୍ରତିଷ୍ଠା କରିଥିଲେ ।[୨]

ପ୍ରାରମ୍ଭିକ ଜୀବନ

ବିରଜୁ ମହାରାଜ, କଥକର ବିଶିଷ୍ଟ ନର୍ତ୍ତକ ଓ ଗୁରୁ ଅଚ୍ଚନ ମହାରାଜ ମହାରାଜଙ୍କ ପୁତ୍ର ଭାବରେ ଜନ୍ମଗ୍ରହଣ କରିଥିଲେ । ଅଚ୍ଚନ ମହାରାଜ, ରାଇଗଡ଼ ରାଜ୍ୟର ରାଜ ନର୍ତ୍ତକ ଭାବରେ କାର୍ଯ୍ୟ କରୁଥିଲେ ।[୩] ବିରଜୁ ତାଙ୍କ ପିତା ଏବଂ ଦାଦା ଶମ୍ଭୁ ଓ ଲଚ୍ଛୁ ମହାରାଜଙ୍କଠାରୁ ନୃତ୍ୟ ଶିକ୍ଷା କରିଥିଲେ । ୭ ବର୍ଷ ବୟସରେ ତାଙ୍କର ପ୍ରଥମ ମଞ୍ଚପ୍ରବେଶ ହୋଇଥିଲା । ୧୯୪୭ ମସିହା ମଇ ମାସ ୨୦ତାରିଖରେ ତାଙ୍କ ପିତାଙ୍କର ମୃତ୍ୟୁ ହୋଇଥିଲା ।[୪]

କଥକ ନୃତ୍ତ୍ୟରେ ଅବଦାନ

ମାତ୍ର ୧୩ ବର୍ଷ ବୟସରୁ ବିରଜୁ ମହାରାଜ ଦିଲ୍ଲୀର ସଙ୍ଗୀତ ଭାରତୀ କେନ୍ଦ୍ରରେ କଥକ ନୃତ୍ୟ ଶିକ୍ଷାଦାନ ଆରମ୍ଭ କରିଥିଲେ । ପରେ ସେ ଭାରତୀୟ କଳା କେନ୍ଦ୍ର ଓ ସଙ୍ଗୀତ ନାଟକ ଏକାଡ଼େମୀ ଅଧିନସ୍ଥ କଥକ କେନ୍ଦ୍ରରେ ଶିକ୍ଷାଦାନ ଆରମ୍ଭ କରିଥିଲେ । କଥକ କେନ୍ଦ୍ରର ମୁଖ୍ୟ ଭାବରେ ସେ ୧୯୯୮ ମସିହା ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ ।[୫] ୧୯୯୮ ମସିହାରେ ସେ ନିଜର କେନ୍ଦ୍ର କଳାଶ୍ରମ ଆରମ୍ଭ କରିଥିଲେ ।

ସତ୍ୟଜିତ ରାୟଙ୍କ ଚଳଚ୍ଚିତ୍ର ସତରଞ୍ଜ କେ ଖିଲାଡ଼ିରେ ସେ ଦୁଇଟି ଗୀତର ସଙ୍ଗୀତ ନିର୍ଦ୍ଦେଶନା କରିଥିଲେ । ୨୦୦୨ ମସିହାର ହିନ୍ଦୀ ଚଳଚ୍ଚିତ୍ର ଦେବଦାସର ଗୀତ କାହେ ଛେଡ଼ ମୋହେର ସେ ନୃତ୍ୟ ନିର୍ଦ୍ଦେଶନା କରିଥିଲେ ।[୬]

ମୃତ୍ୟୁ

୨୦୨୨ ମସିହା ଜାନୁଆରୀ ୧୭ତାରିଖରେ ତାଙ୍କ ନୂଆଦିଲ୍ଲୀସ୍ଥିତ ବାସଭବନରେ ହୃଦ୍‌ଘାତରେ ତାଙ୍କର ପରଲୋକ ଘଟିଥିଲା ।[୭]

ସମ୍ମାନ ଓ ପୁରସ୍କାର

  • କେନ୍ଦ୍ର ସଙ୍ଗୀତ ନାଟକ ଏକାଡ଼େମୀ ସମ୍ମାନ - ୧୯୬୪
  • ପଦ୍ମ ବିଭୂଷଣ - ୧୯୮୬
  • ନୃତ୍ୟ ଚୁଡ଼ାମଣି ସମ୍ମାନ - ୧୯୮୬(ଶ୍ରୀ କୃଷ୍ଣ ଗଣ ସଭା ପ୍ରଦତ୍ତ)[୮]
  • କାଳିଦାସ ସମ୍ମାନ - ୧୯୮୭
  • ଲତା ମଙ୍ଗେସକର ସମ୍ମାନ - ୨୦୦୨[୯]
  • ଡକ୍ଟରେଟ (ଇନ୍ଦିରା କଳ ସଙ୍ଗୀତ ବିଶ୍ୱବିଦ୍ୟାଳୟ ପ୍ରଦତ୍ତ)[୯][୧୦]
  • ଡକ୍ଟରେଟ (ବନାରସ ବିଶ୍ୱବିଦ୍ୟାଳୟ)[୯]
  • ଭରତ ମୁନୀ ସମ୍ମାନ[୧୧][୧୨]
  • ଆନ୍ଧ୍ର ରତ୍ନ[୧୦]
  • ନୃତ୍ୟ ବିଳାସ[୧୦]
  • ଆଧାରଶିଳା ଶିଖର ସମ୍ମାନ[୧୦]
  • ଜବାହର ନେହେରୁ ସମ୍ମାନ (ସୋଭିଏତ ରୁଷ)[୧୦]
  • ଜାତୀୟ ନୃତ୍ୟ ଶିରୋମଣୀ ସମ୍ମାନ[୧୦]
  • ରାଜୀବ ଗାନ୍ଧୀ ଜାତୀୟ ସଦଭାବନା ସମ୍ମାନ[୧୦]
  • ଶ୍ରେଷ୍ଠ ନୃତ୍ୟ ନିର୍ଦ୍ଦେଶନା (ଜାତୀୟ ଚଳଚ୍ଚିତ୍ର ସମ୍ମାନ) - ୨୦୧୨ (ବିଶ୍ୱ ରୂପମ ଚଳଚ୍ଚିତ୍ରର 'ଉନ୍ନି କାନ୍ନାଠୁ' ଗୀତ)[୧୩]
  • ଫିଲ୍ମଫେୟାର ଶ୍ରେଷ୍ଠ ନୃତ୍ୟ ନିର୍ଦ୍ଦେଶକ - ୨୦୧୬ (ବାଜିରାଓ ମସ୍ତାନୀ ଚଳଚ୍ଚିତ୍ର 'ମୋହେ ରଙ୍ଗ ଦୋ ଲାଲ' ଗୀତ)

ଆଧାର

  1. Kaui, Banotsarg-Boghaz (2002). Subodh Kapoor (ed.). The Indian encyclopaedia: biographical, historical, religious, administrative, ethnological, commercial and scientific. Volume 3. Genesis Publishing. p. 198. ISBN 81-7755-257-0.
  2. Massey, p. 29
  3. Achchan Maharaj
  4. Buddhiraja, Sunita. "Birju Maharaj – Kathak personified". Deccan Herald. Archived from the original on 10 December 2004. Retrieved 25 March 2007.
  5. Bhattacharya, Santwana. "Birju Maharaj retires". Indian Express. Retrieved 25 March 2007.
  6. ଇଣ୍ଟରନେଟ ମୁଭି ଡାଟାବେସରେ ବିରଜୁ ମହାରାଜ
  7. "Pandit Birju Maharaj, Legendary Kathak Dancer, Dies At 83". NDTV. Retrieved 2022-01-17.
  8. "Nritya Choodamani Awardees List". Sri Krishna Gana Sabha. Retrieved 2019-07-22.
  9. ୯.୦ ୯.୧ ୯.୨ "Pandit Birju Maharaj". www.culturalindia.net. Retrieved 2019-07-22.
  10. ୧୦.୦ ୧୦.୧ ୧୦.୨ ୧୦.୩ ୧୦.୪ ୧୦.୫ ୧୦.୬ "The Dancer". Official website. Retrieved 2019-07-22.
  11. "Hema Malini selected for Bharat Muni Samman – Hindustan Times". hindustantimes.com. 2012. Archived from the original on 13 December 2012. Retrieved 28 December 2012. The earlier recipients are Thankamani Kutty, Pandit Birju Maharaj,
  12. "Hema Malini receives Bharat Muni Samman: Wonder Woman – Who are you today?". wonderwoman.intoday.in. 2012. Retrieved 28 December 2012. The earlier recipients are Thankamani Kutty (Bharatanatyam), Pandit Birju Maharaj (kathak),
  13. "60th National Film Awards Announced" (PDF) (Press release). Press Information Bureau (PIB), India. Retrieved 18 March 2013.

ବାହାର ଆଧାର