"ଲକ୍ଷ୍ମୀକାନ୍ତ ମହାପାତ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ Android app edit
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ Android app edit
୫୬ କ ଧାଡ଼ି:
୧୯୨୦-୨୧ର [[ଅସହଯୋଗ ଆନ୍ଦୋଳନ]] ଏବଂ ୧୯୩୦ର [[ଲବଣ ସତ୍ୟାଗ୍ରହ]] କାନ୍ତକବିଙ୍କର ପରିବାର ଉପରେ ଏକ ଗଭୀର ପ୍ରଭାବ ପକାଇଥିଲା । ଏହି ସବୁ ଆନ୍ଦୋଳନର ସୂତ୍ରଧାର [[ମହାତ୍ମା ଗାନ୍ଧୀ]]ଙ୍କ ଆହ୍ୱାନ ଲକ୍ଷ୍ମୀକାନ୍ତଙ୍କ ପରିବାରର ସମସ୍ତ ସଦସ୍ୟଙ୍କୁ ଦେଶପ୍ରେମରେ ବୁଡ଼େଇଦେଲା । ତାଙ୍କ ବାପା ଭାଗବତ ପ୍ରସାଦ, ଭଉଣୀ କୋକିଳା ଦେବୀ ଓ ଜାହ୍ନବୀ ଦେବୀ ଏବଂ ସାନଭାଇ କମଳାକାନ୍ତ ପ୍ରମୁଖ ୧୯୩୦ ମସିହାର [[ଇଞ୍ଚୁଡ଼ି]] [[ଲବଣ ସତ୍ୟାଗ୍ରହ]]ରେ ପ୍ରତ୍ୟକ୍ଷ ଭାବରେ ଭାଗ ନେଇଥିଲେ । ଏପରିକି କାନ୍ତକବିଙ୍କର ବଡ଼ ପୁଅ ନିତ୍ୟାନନ୍ଦ ମହାପାତ୍ର ଏଥିରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।
 
ସେହି ସମୟରେ ସାଧାରଣ ଜନତାଙ୍କୁ ଏହି ସବୁ ଆନ୍ଦୋଳନରେ ଯୋଗଦାନ ପାଇଁ ପ୍ରବର୍ତ୍ତେଇବାପ୍ରବର୍ତ୍ତାଇବା ପାଇଁ ଏବଂ ସେମାନଙ୍କୁ ଜାତୀୟତା ପ୍ରତି ଆକର୍ଷଣଆକର୍ଷିତ କରିବା ପାଇଁ କାନ୍ତକବି ଶ୍ରୀ ମହାପାତ୍ର ନିଜର କଲମର ସାହାଯ୍ୟ ନେଇଥିଲେ ଏବଂ ଗଳ୍ପ, ଉପନ୍ୟାସ, ନାଟକ ଓ କବିତାମାନ ରଚନା କରି ଲୋକମାନଙ୍କ ମଧ୍ୟରେ ଦେଶପ୍ରେମ ବଢ଼ାଇବାରେ ଲାଗି ପଡ଼ିଲେ । କାନ୍ତକବିଙ୍କ ରଚିତ ଦେଶାତ୍ମ‌ବୋଧ କବିତା ମାନ ଲୋକମାନଙ୍କୁ ଏକଜୁଟ କରିବାରେ ସାହାଯ୍ୟ କଲା । ସେଥିପାଇଁ ସାଧାରଣ ଜନତାଙ୍କୁ ଇଂରେଜମାନଙ୍କ ବିରୋଧରେ ଲଢ଼ିବାକୁ ଏବଂ ସ୍ୱାଧୀନତା ପ୍ରାପ୍ତ କରିବାକୁ ସେ କବିତାକୁ ନିଜର ଅସ୍ତ୍ର ଭାବରେ ବ୍ୟବ‌ହାର କଲେ ।<ref name=Laxmikanta/>
 
ସେତେବେଳେ [[ଓଡ଼ିଆ ସାହିତ୍ୟ]]ରେ [[ସତ୍ୟବାଦୀ]] ଯୁଗ ଚାଲିଥିଲା । [[ନୀଳକଣ୍ଠ ଦାସ]] ଏବଂ [[ଗୋଦାବରୀଶ ମିଶ୍ର]]ଙ୍କ ଭଳି ପଥ ପ୍ରଦର୍ଶକମାନେ ''ପୁରାତନ ଖ୍ୟାତି'', ''ସମ୍ଭ୍ରାନ୍ତ ପୃଷ୍ଠଭୂମି'' ଏବଂ ''ପୁରାତନ ପରମ୍ପରା''କୁ ନେଇ ଜାତୀୟତାର ବାର୍ତ୍ତା ପ୍ରଚାର କରୁଥିବା ବେଳେ [[ମହାତ୍ମା ଗାନ୍ଧୀ]]ଙ୍କର ନିତୀନୀତି ଏବଂ ଆଦର୍ଶ ଅସଂଖ୍ୟ ଜନସାଧାରଣଙ୍କୁ ଜାତୀୟତା ପ୍ରତି ଆକର୍ଷଣଆକର୍ଷିତ କରୁଥିଲା । ସେହିମାନଙ୍କଠାରୁ ଲକ୍ଷ୍ମୀକାନ୍ତଙ୍କୁ ଅଧିକରୁ ଅଧିକ ଉତ୍ତମ ଏବଂ ଶକ୍ତିଶାଳୀ ଦେଶପ୍ରମୀଦେଶପ୍ରେମୀ କବିତା ଲେଖିବାକୁ ପ୍ରେରଣା ମିଳିଥିଲା, ଯାହାକି ସମାଜର ତୃଣମୂଳ ସ୍ତରରେ ପ‌ହଞ୍ଚିପାରିଲା ।
 
ଲକ୍ଷ୍ମୀକାନ୍ତଙ୍କର କବିତାଗୁଡ଼ିକ ଛୋଟ ହୋଇଥିଲେ ମଧ୍ୟ ଦେଶାତ୍ମ‌ବୋଧ ବଢ଼ାଇବାରେ ଶକ୍ତିଶାଳୀ ଥିଲା । ଓଡ଼ିଆ ଜାତି ମଧ୍ୟରେ ନିକୃଷ୍ଟତାକୁ ଦୂର କରି ଦୃଢ଼ ଆତ୍ମ‌ବିଶ୍ୱାସ ଜଗାଇବା ଏହି କବିତା ଗୁଡ଼ିକ ମୁଖ୍ୟ ଉଦ୍ଦେଶ୍ୟ ଥିଲା । [[ଓଡ଼ିଆ]]ମାନଙ୍କର ହଜିଯାଇଥିବା ଖ୍ୟାତି ଏବଂ ପୁରାତନ ପରମ୍ପରାକୁ ଫେରି ପାଇବା ତ‌ଥା ମାତୃଭୂମି ଏବଂ ମାତୄଭାଷା ପ୍ରତି ପ୍ରେମ ଓ ଭକ୍ତି ଜାଗ୍ରତ କରିବା ଏହି କବିତା ମାନଙ୍କର ଅନ୍ୟ ଏକ ପ୍ରମୁଖ ଉଦ୍ଦେଶ୍ୟ ଥିଲା । ମାତୃଭୂମିର ସେବା କରିବା ପାଇଁ ଦୁଇଟି ମୁଖ୍ୟ ଅସ୍ତ୍ର ହେଉଛି ତ୍ୟାଗ ଏବଂ ସମର୍ପଣ ଭାବ । ଏହି କଥା ସେ ନିଜର ୧୧ ନଂ କବିତା ମାଧ୍ୟମରେ ଲୋକଙ୍କ ପାଖରେ ପ‌ହଞ୍ଚାଇଥିଲେ । ସେହି ସମୟରେ ପ୍ରେଦେଶପ୍ରଦେଶ କଂଗ୍ରେସର ଜିଲ୍ଲାସ୍ତରୀୟ ସମ୍ମିଳନୀ [[ଭଦ୍ରକ]]ରେ ଅନୁଷ୍ଠିତ ହୋଇଥିଲା । ସେଠାରେ ପାଖାଆଖର ସମ୍ଭ୍ରାନ୍ତ ବ୍ୟକ୍ତିମାନଙ୍କ ସ‌ହ ଦୃଢ଼ବିଶ୍ୱାସୀ କଂଗ୍ରେସ କର୍ମୀମାନେ ଉପସ୍ଥିତ ଥିଲେ । ଏହି ସଭାର ପ୍ରାରମ୍ଭ ସଙ୍ଗୀତ ଭାବରେ କାନ୍ତକବିଙ୍କର ରହିଏହି କବିତାଟି ଗାନ କରାଗଲା ଏବଂ ଏହା ସମସ୍ତଙ୍କୁ ମୋହିତ କରିଦେଲା । ଏହି ହୃଦୟସ୍ପର୍ଶୀ କବିତାଟି ଉପସ୍ଥିତ ସମସ୍ତ ଶ୍ରୋତାମଣ୍ଡଳୀକୁ ଜାତୀୟତା ପ୍ରେମରେ ଭାବପ୍ରବଣ କରିଦେଲା । ଶାନ୍ତ ଏବଂ ଗମ୍ଭୀର ପଡ଼ିଥିବା ସଭାଟି ହଠାତ୍ ମନ୍ତ୍ରମୁଗ୍ଧ ହୋଇଉଠିଲା । ପ୍ରସିଦ୍ଧ କଂଗ୍ରେସ ନେତା ଉତ୍କଳମଣି [[ଉତ୍କଳମଣି ଗୋପବନ୍ଧୁ|ଗୋପବନ୍ଧୁ ଦାସ]] ମଧ୍ୟ ସେହି ସଭାରେ ଉପସ୍ଥିତ ଥିଲେ । ସେ ଅନୁଗ୍ରହ ହୃଦୟର ସ‌ହ ମଞ୍ଚ ଉପରୁ ତଳକୁ ଆସିଲେ ଏବଂ ଲକ୍ଷ୍ମୀକାନ୍ତଙ୍କୁ ପ୍ରଶଂସା କରି କ‌ହିଲେ, "ଅହାଃଆହାଃ କେତେ ସୁନ୍ଦର କବିତାଟିଏ ରଚନା କରିଛ ଲକ୍ଷ୍ମୀକାନ୍ତ ।" ଉତ୍କଳମଣିଙ୍କର ଏହି ପଦିଏ ପ୍ରଶଂସାର ବାଣୀ ସେହି କବିତାର ଚୁମ୍ବକୀୟ ଆକର୍ଷଣକୁ ଉଦ୍ଦଜୀବିତଉଜ୍ଜୀବିତ କରୁଥିଲା । ଏହା ଦେଶପ୍ରେମ ଜଗାଇବା ସ‌ହ ଅନେକଙ୍କ ହୃଦୟରେ ଏକ ଉଦ୍ଦୀପନା ସୃଷ୍ଟି କଲା । ମାତୃଭୂମି ପାଇଁ କିଛି କରିବା ପାଇଁ ହୃଦୟରୁ ଆପେ ଆପେ ଦେଶପ୍ରେମ ଜାଗ୍ରତ ହେଲା । ତାଙ୍କର ''ଆର୍ଯ୍ୟବାହିନୀ'' କବିତାରେ ଏହିଭଳି ଦେଶପ୍ରେମ ଲେଖା ରହିଛି, ଯାହାକି [[ଓଡ଼ିଶା]]ର ଆତ୍ମଶକ୍ତିକୁ ପ୍ରତିଫଳିତ କରିଥିଲା ।<ref name=Laxmikanta/>
 
=== କବିତା ===