"ମଞ୍ଜୁ ମୋଦି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଓଡ଼ିଆ ଅନୁବାଦକ
Content deleted Content added
ମଞ୍ଜୁ ମୋଦି ଆରମ୍ଭ କରାଗଲା
(କିଛି ବଦଳିନାହିଁ)

୧୭:୧୦, ୨୦ ସେପ୍ଟେମ୍ବର ୨୦୨୧ ଅନୁସାରେ କରାଯାଇଥିବା ବଦଳ

ମଞ୍ଜୁ ମୋଦି (ଜନ୍ମ : ୧୧ ଫେବୃଆରୀ ୧୯୫୯) ଜଣେ ଓଡ଼ିଆ ଅନୁବାଦିକା । ଅନୁବାଦ ଭିନ୍ନ ସେ ସାହିତ୍ୟର ଅନ୍ୟ ବିଭାଗରେ ମଧ୍ୟ ଲେଖନୀ ଚାଳନା କରନ୍ତି । ଜୈନେନ୍ଦ୍ର କୁମାରଙ୍କ ଲିଖିତ ହିନ୍ଦୀ ଉପନ୍ୟାସ କଲ୍ୟାଣୀକୁ ଓଡ଼ିଆ ଭାଷାକୁ ଅନୁବାଦ କରି ସେ ୨୦୨୦ ମସିହା ନିମନ୍ତେ କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର ଲାଭ କରିଥିଲେ ।

ମଞ୍ଜୁ ମୋଦି
ଜନ୍ମ (1959-02-11) ୧୧ ଫେବୃଆରୀ ୧୯୫୯ (ବୟସ ୬୫)
ଜାତୀୟତାଭାରତୀୟ
ଜାତୀୟତାଭାରତୀୟ
ପୁରସ୍କାରକେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର ୨୦୨୦

ବ୍ୟକ୍ତିଗତ ଜୀବନ

ମଞ୍ଜୁ ୧୯୫୯ ମସିହାରେ ଜନ୍ମଗ୍ରହଣ କରିଥିଲେ । ସେ ହିନ୍ଦୀ ଭାଷାରେ ପିଏଚଡ଼ି ହାସଲ କରିଛନ୍ତି । ୧୯୮୩ ମସିହାରୁ ସେ ଲେଖାଲେଖି ଆରମ୍ଭ କରିଥିଲେ । କଟକର ପ୍ରେସ ଛକ ନିକଟସ୍ଥ ନୂଆ ଛକରେ ତାଙ୍କର ବାସଗୃହ ।

ସାହିତ୍ୟ ସର୍ଜନା

ମଞ୍ଜୁ ୬ଟି ମୌଳିକ ପୁସ୍ତକ, ୨ଟି ସମ୍ପାଦିତ ପୁସ୍ତକ, ୧୫ଟିରୁ ଅଧିକ ନିବନ୍ଧ, ୧୦୦ରୁ ଅଧିକ ପ୍ରବନ୍ଧ ରଚନା ସହିତ ସହିତ ହିନ୍ଦୀ ପତ୍ରିକା ବାର୍ତ୍ତା ବାହକ ଓ ଓଡ଼ିଆ ପତ୍ରିକା ଶୈଶବର ସମ୍ପାଦନା କରିଛନ୍ତି ।[୧]

ରଚନାବଳୀ

  • କଲ୍ୟାଣୀ[୨]

ସମ୍ମାନ ଓ ପୁରସ୍କାର

  • କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର ୨୦୨୦

ଆଧାର

  1. "କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ ମଞ୍ଜୁ ମୋଦି". www.http://epaper.prameyanews.com/. ପ୍ରମେୟ. Archived from the original on 20 September 2021. Retrieved 20 September 2021. {{cite web}}: External link in |website= (help)
  2. "ହିନ୍ଦୀ ପୁସ୍ତକ 'କଲ୍ୟାଣୀ'ର ଓଡ଼ିଆ ଅନୁବାଦ ପାଇଁ ମଞ୍ଜୁ ମୋଦୀଙ୍କୁ ମିଳିବ ସାହିତ୍ୟ ଅକାଦେମି ଅନୁବାଦ ପୁରସ୍କାର". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 20 September 2021. Retrieved 20 September 2021.