"କୁମ୍ଭକର୍ଣ୍ଣ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟିକେ Bot: Automated text replacement (-୍ଵ +୍ୱ)
୩ କ ଧାଡ଼ି:
 
== ପରିଚୟ ==
ସେ ଜଣେ ଧାର୍ମିକ, ବୁଦ୍ଧିମାନ ତଥା ଏକ ଅଜେୟ ଯୋଦ୍ଧା ଭାବରେ ବିବେଚିତ ହୋଇଥିଲେ । ଫଳରେ ଦେବତାମାନଙ୍କର ରାଜା ଇନ୍ଦ୍ର ତାଙ୍କୁ ଏବଂ ତାଙ୍କ ଶକ୍ତି ପ୍ରତି ଈର୍ଷାପରାୟଣ ଥିଲେ । ତାଙ୍କ ଭାଇ ରାବଣ ଏବଂ ବିଭୀଷଣଙ୍କ ସହିତ କୁମ୍ଭକର୍ଣ୍ଣ ଭଗବାନ ବ୍ରହ୍ମାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଯଜ୍ଞ ଏବଂ ତପ କରିଥିଲେ । ଯେତେବେଳେ ବ୍ରହ୍ମାଙ୍କଠାରୁ ଏକ ବର ମାଗିବାର ସମୟ ଆସିଲା, ସେତେବେଳେ ତାଙ୍କ ଜିଭ ଇନ୍ଦ୍ରଙ୍କ ଅନୁରୋଧ ଅନୁଯାୟୀ ଦେବୀ ସରସ୍ୱତୀଙ୍କଦ୍ୱାରା ବନ୍ଧନଯୁକ୍ତ ହୋଇଥିଲା; ଯେଉଁଥିପାଇଁ, ସେ ଇନ୍ଦ୍ରାସନ (ଇନ୍ଦ୍ରଙ୍କ ଆସନ) ମାଗିବା ପରିବର୍ତ୍ତେ, ସେ ନିଦ୍ରାସନ (ଶୋଇବା ପାଇଁ ଶଯ୍ୟା) ମାଗିଥିଲେ । ଏହା ମଧ୍ୟ କୁହାଯାଇଛି ଯେ ସେ ନିର୍ଦେବତ୍ଵମ୍ନିର୍ଦେବତ୍ୱମ୍ (ଦେବଙ୍କ ବିନାଶ) ମାଗିବା ବଦଳରେ ନିଦ୍ରାବତମ୍ (ଶୋଇବା) ମାଗିଥିଲେ । ତାଙ୍କର ବର ମଞ୍ଜୁର ହେଲା । ଅବଶ୍ୟ, ତାଙ୍କ ଭାଇ ରାବଣ ବ୍ରହ୍ମାଙ୍କୁ କହିଥିଲେ ଯେ ଏହା ପ୍ରକୃତରେ ଏକ ଅଭିଶାପ । ସେ ଛଅ ମାସ ଶୋଇଥିଲେ ଏବଂ ଯେତେବେଳେ ସେ ଜାଗ୍ରତ ହେଲେ, ସେ ମଣିଷ ସମେତ ଆଖପାଖରେ ଥିବା ସମସ୍ତ ଜିନିଷ ଖାଇଯାଉଥିଲେ ।<ref name="universalteacher">{{cite web |title=Kumbhakarna – Valmiki Ramayana Story |url=https://universalteacher.com/1/kumbhakarna/ |website=universalteacher.com |accessdate=13 March 2021}}</ref>
 
ଭାଗବତ ପୁରାଣର ବର୍ଣ୍ନନା ଅନୁସାରେ କୁମ୍ଭକର୍ଣ୍ଣ ପୂର୍ବ ଜନ୍ମରେ ବିଷ୍ଣୁଙ୍କ ଦ୍ୱାରପାଳ ବିଜୟ ଥିଲେ । ଘଟଣାକ୍ରମରେ ବିଜୟ ତାଙ୍କ ଭାଇ ତଥା ଅନ୍ୟ ଦ୍ଵାରପାଳଦ୍ୱାରପାଳ ଜୟ ବ୍ରହ୍ମାଙ୍କ ଚାରି ମାନସ ପୁତ୍ର ସନତ, ସନନ୍ଦନ, ସନାତନ ଏବଂ ସନତ କୁମାରଙ୍କଦ୍ଵାରାକୁମାରଙ୍କଦ୍ୱାରା ଅଭିଶାପରେ ଦଣ୍ଡିତ ହୋଇଥିଲେ । ପ୍ରଥମେ ବିଜୟଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା, କିନ୍ତୁ ପ୍ରଭୁ ବିଷ୍ଣୁଙ୍କୁ ଆକୁଳ ନିବେଦନ କରିବା ପରେ ବିଷ୍ଣୁ ତାଙ୍କର ଅଭିଶାପକୁ ବଦଳାଇ ସେମାନଙ୍କୁ କହିଥିଲେ ଯେ, ଋଷି ବଚନ ଅନ୍ୟଥା ଅହେବ ନାହିଁ । ତେବେ ତୁମକୁ ଦୁଇ ପ୍ରକାର ଦଣ୍ଡରୁ ଗୋଟିଏ ବାଛିବାକୁ ହେବ । ପ୍ରଥମତଃ ତୁମକୁ ମର୍ତ୍ତ୍ୟଲୋକରେ ମୋର ଭକ୍ତ ଭାବେ ସାତ ଥର ଜନ୍ମ ନେଇ ମୋର ଆରାଧନା କରିବା ପରେ ତୁମେ ପୁଣି ସ୍ଵର୍ଗଲୋକକୁସ୍ୱର୍ଗଲୋକକୁ ଫେରିବ, କିମ୍ବା ରାକ୍ଷସ କୁଳରେ ତିନି ଥର ଜନ୍ମ ନେବା ପରେ ମୁଁ ତୁମକୁ ବଦ୍ଧ କରିବି ଏବଂ ଏହାପରେ ତୁମ୍ଭେ ପୁଣି ସ୍ଵର୍ଗଲୋକକୁସ୍ୱର୍ଗଲୋକକୁ ଫେରିପାରିବ । ଜୟ ଓ ବିଜୟ ମର୍ତ୍ତ୍ୟଲୋକରେ ସାତଜନ୍ମ ପାଇଁ ରହିବାକୁ ଚାହୁଁ ନ ଥିବାରୁ ସେମାନେ ଅସୁର କୂଳରେ ଜାତ ହୋଇ ତିନିଜନ୍ମ ଯାଏଁ ଦଣ୍ଡ ଭୋଗିବାକୁ ନିଜର ଇଚ୍ଛା ପ୍ରକାଶ କଲେ । ଫଳରେ ଅଭିଶାପ ପ୍ରଭାବରେ ଜୟ ଏବଂ ବିଜୟ ଯଥାକ୍ରମେ ରାବଣ ଏବଂ କୁମ୍ଭକର୍ଣ୍ଣ ଭାବେ ଅସୁର ଯୋନୀରେ ଜନ୍ମ ନେଇଥିଲେ ।<ref name="storyofthegod">{{cite web |title=Who was Ravana in his Previous Birth? |url=https://www.storyofthegod.com/2019/04/Ravan.html |website=www.storyofthegod.com |accessdate=13 March 2021}}</ref>
 
== ରାମଙ୍କ ସହ ଯୁଦ୍ଧ ==
ରାମଙ୍କ ସହ ଯୁଦ୍ଧରେ ରାବଣ ନିଜର ପରାଜୟ ନିଶ୍ଚିତ ଜାଣିବା ପରେ ଭାଇ କୁମ୍ଭକର୍ଣ୍ଣର ସାହାଯ୍ୟ ନେବାକୁ ଚାହିଁଲା । ଅନେକ ଚେଷ୍ଟାପରେ କୁମ୍ଭକର୍ଣ୍ଣକୁ ନିଦ୍ରାରୁ ଉଠାଇ ଯୁଦ୍ଧ କ୍ଷେତ୍ରକୁ ଯିବାକୁ କୁହାଗଲା । ଯେତେବେଳେ ତାଙ୍କୁ ରାମଙ୍କ ସହ ରାବଣ ଯୁଦ୍ଧର ପରିସ୍ଥିତି ବିଷୟରେ ଅବଗତ କରାଗଲା, ସେତେବେଳେ ସେ ରାବଣଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ଯେ ସେ ଯାହା କରୁଛନ୍ତି ତାହା ଭୁଲ୍ ଅଟେ । ତଥାପି, ସେ ନିଜ ଭାଇ ପ୍ରତି ବିଶ୍ୱସ୍ତତା ହେତୁ ଭାଇଙ୍କ ସପକ୍ଷରେ ଯୁଦ୍ଧ କରିବାକୁ ପସନ୍ଦ କଲେ । କୁମ୍ଭକର୍ଣ୍ଣ ଯୁଦ୍ଧକୁ ଯାଇ ରାମଙ୍କ ସୈନ୍ୟବାହିନୀକୁ ଧ୍ୱଂସ୍ତ ବିଧ୍ଵସ୍ତବିଧ୍ୱସ୍ତ କରିବାକୁ ଆରମ୍ଭ କଲେ । ସେ ସୁଗ୍ରିବଙ୍କୁ ଚେତାଶୂନ୍ୟ କରିଦେଇଥିଲେ, ତାଙ୍କୁ ବନ୍ଦୀ କରି ନେଇଥିଲେ, କିନ୍ତୁ ଶେଷରେ ରାମଙ୍କଦ୍ୱାରା ସେ ନିହତ ହୋଇଥିଲେ । ଯେତେବେଳେ ରାବଣ ତାଙ୍କ ଭାଇଙ୍କ ମୃତ୍ୟୁ ବିଷୟରେ ଶୁଣିଲେ, ସେ ହତାଶ ହୋଇ ଘୋଷଣା କଲେ ଯେ ସେ ପ୍ରକୃତରେ ପରାଜିତ ହୋଇଛନ୍ତି ।<ref>{{Cite book|last=Mani|first=Vettam|url=http://archive.org/details/puranicencyclopa00maniuoft|title=Puranic encyclopaedia : a comprehensive dictionary with special reference to the epic and Puranic literature|date=1975|publisher=Delhi : Motilal Banarsidass|others=Robarts - University of Toronto|pages=450}}</ref>
 
କୁମ୍ଭକର୍ଣ୍ଣଙ୍କର କୁମ୍ଭ ଏବଂ ନିକୁମ୍ଭ ନାମରେ ଦୁଇ ପୁଅ ଥିଲେ । ବାଳୀଙ୍କ ଦୁହିତା ବଜ୍ରଜ୍ଵାଳାବଜ୍ରଜ୍ୱାଳା ଥିଲେ କୁମ୍ଭକର୍ଣ୍ଣଙ୍କ ସ୍ତ୍ରୀ । ଦୁଇ ପୁଅ ରାମଙ୍କ ସହ ଯୁଦ୍ଧରେ ନିପାତ ହୋଇଥିଲେ ।<ref>M.M.S. Shastri Chitrao (1964), pp. 149, 367</ref>
 
== ଆଧାର ==