"ମାରୀଚ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟିକେ Bot: Automated text replacement (-୍ଵ +୍ୱ)
୧୭ କ ଧାଡ଼ି:
 
== ସୀତା ହରଣରେ ଭୂମିକା ==
ବନବାସ କାଳରେ ଦିନେ, ରାବଣର ରାକ୍ଷସ ଭଉଣୀ ସୂର୍ପଣଖା ଏକ ସୁନ୍ଦର ଝିଅର ଛଦ୍ମ ବେଶରେ ରାମଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ । ରାମ ତାଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ଥଟ୍ଟାରେ ଲକ୍ଷ୍ମଣଙ୍କ ଆଡ଼କୁ ନିର୍ଦ୍ଦେଶ କରିଥିଲେ । ଲକ୍ଷ୍ମଣ ଥଟ୍ଟା କରି କହିଥିଲେ ଯେ ସେ ତାଙ୍କ ଭାଇ ରାମଙ୍କୁ ବିବାହ କରିବା ଉଚିତ୍ । କ୍ରୋଧିତ ସୂର୍ପଣଖା ଏତେବେଳେ ସୀତାଙ୍କୁ ଆକ୍ରମଣ କରିଥିଲେ । କିନ୍ତୁ ଲକ୍ଷ୍ମଣ ଖଣ୍ଡା ବାହାର କରି ସୂର୍ପଣଖାଙ୍କ କାନ ଓ ନାକ କାଟି ଦେଇଥିଲେ । ଅପମାନିତ ସୂର୍ପଣଖା ରାମଙ୍କ ବିରୋଧରେ ପ୍ରତିଶୋଧ ନେବାକୁ ଜଣେ ନରଭକ୍ଷୀ ରାକ୍ଷସ ଖରଙ୍କ ନିକଟକୁ ଯାଇଥିଲେ । ତେବେ ଖର, ତାଙ୍କର ସେନାପତି ଦୁଃଷଣ ଏବଂ ତାଙ୍କର ସୈନ୍ୟବାହିନୀ ରାମଙ୍କୁ ଆକ୍ରମଣ କରିବା ସମୟରେ ରାମଙ୍କଦ୍ଵାରାରାମଙ୍କଦ୍ୱାରା ନିହତ ହୋଇଥିଲେ । ରାମଙ୍କ ହାତରୁ ରକ୍ଷା ପାଇଥିବା ସୂର୍ପନଖା ଏବଂ ତାଙ୍କ ମାମୁଁ ଅକମ୍ପନ ଏହି ଖବର ସହିତ ଲଙ୍କାରେ ପହଞ୍ଚି ରାମଙ୍କ ସୁନ୍ଦର ପତ୍ନୀ ସୀତାଙ୍କୁ ଚୋରି କରିବାକୁ ରାବଣକୁ ପ୍ରସ୍ତାବ ଦେଇଥିଲେ ।
 
ରାବଣ ଏ ଖବର ପାଇ ରାମ ଲକ୍ଷ୍ମଣଙ୍କୁ ନିପାତ କରିବାପାଇଁ ମାରୀଚ ରାକ୍ଷସ ସହାୟତାରେ ଏକ ଯୋଜନା କଲା । ସୀତା କୁଟୀରରେ ଥିବା ବେଳେ ମାୟାବୀ [[ମାରୀଚ]] ଏକ ହେମ ହରିଣୀର ରୂପ ଧାରଣ କରି ସୀତାଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସଫଳ ହେଲା । ସୀତାଙ୍କ ଅନୁରୋଧ କ୍ରମେ ରାମ ଲକ୍ଷ୍ମଣଙ୍କୁ ସୀତାଙ୍କ ରକ୍ଷାର ଦାୟୀତ୍ୱ ଦେଇ ମାୟା ମୃଗର ଅନୁସରଣପୂର୍ବକ ବନ ମଧ୍ୟକୁ ଚାଲିଗଲେ । ମାୟାବୀ ରାକ୍ଷସର ଚିତ୍କାରରେ ବିହ୍ୱଳିତ ହୋଇ ସୀତା ଲକ୍ଷଣଙ୍କୁ ରାମଙ୍କ ସହାୟତା ନିମନ୍ତେ ଯିବାକୁ କହିଲେ । ଲକ୍ଷ୍ମଣ କିନ୍ତୁ ରାକ୍ଷସ ମାୟା ବୁଝିପାରି ଦେବୀ ସୀତାଙ୍କୁ ଏକାକିନୀ ଛାଡ଼ି ଯିବାକୁ ମନା କଲେ । ହେଲେ ଦେବୀ ସୀତାଙ୍କ ଆଦେଶ କ୍ରମେ ଲକ୍ଷ୍ମଣ ଅନୋନ୍ୟପାୟ ହୋଇ ସୀତାଙ୍କୁ ଏକାକିନୀ ଛାଡ଼ି ରାମଙ୍କ ସନ୍ଧାନରେ ଚାଲିଗଲେ । ତେବେ ଯିବା ଆଗରୁ କୁଟୀର ସମ୍ମୁଖରେ ତିନିଟି ଗାର ଟାଣି କୌଣସି ପରିସ୍ଥିତିରେ ମଧ୍ୟ ସେହି ତିନି ଗାର ନ ଡେଇଁବାକୁ ପରାମର୍ଶ ଦେଇ ଗଲେ । ସୀତାଙ୍କୁ ଏକାକିନୀ ଦେଖି ଦୁଷ୍ଟ ରାବଣ ଏକ ସନ୍ୟାସୀ ବେଶରେ କୁଟୀର ସମ୍ମୁଖରେ ହାଜର ହେଲା । ରାବଣ ମାୟାରେ ଦେବୀ ସୀତା ଭିକ୍ଷା ଦେବା ବେଳେ ସେହି ତିନି ଗାର ଡେଇଁବାକ୍ଷଣି ସେ ବଳପୂର୍ବକ ସୀତାଙ୍କୁ ହରଣ କରି ଲଙ୍କାକୁ ନେଇଗଲା ।<ref name="hinduwebsite">{{cite web |title=The Ramayana - Kidnapping of Sita |url=https://www.hinduwebsite.com/sacredscripts/hinduism/ramayana/bk06.asp |website=www.hinduwebsite.com |accessdate=20 February 2021 |language=en-us}}</ref>
"https://or.wikipedia.org/wiki/ମାରୀଚ"ରୁ ଅଣାଯାଇଅଛି