"ବାଳୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟିକେ Bot: Automated text replacement (-୍ଵ +୍ୱ)
୫ କ ଧାଡ଼ି:
 
== ସୁଗ୍ରୀବସହ ଶତ୍ରୁତା ==
ଦୁନ୍ଦୁଭିର ବଡ଼ ଭାଇ ମାୟାବୀ ସହ ବାଳୀର କୌଣସି କାରଣରୁ ବହୁତ ପୁରୁଣା ଶତ୍ରୁତା ରହିଥିଲା । ମାୟାବୀ ଅସୁର ଥରେ କିଷ୍କିନ୍ଧ୍ୟାକୁ ଆସି ବାଳୀକୁ ଦ୍ୱନ୍ଦ ଯୁଦ୍ଧର ଆହ୍ଵାନଆହ୍ୱାନ କରିଥିଲେ । ଯୁଦ୍ଧର ଡ଼ାକରାକୁ ଗ୍ରହଣ କରିବା ପରେ ଉଭୟଙ୍କ ମଧ୍ୟରେ ଭୀଷଣ ଯୁଦ୍ଧ ହେଲା । ଶେଷରେ ଯୁଦ୍ଧଭୂମିରୁ ପଳାୟନ କରୁଥିବା ମାୟାବୀର ପିଛାକରି ବାଳୀ ତାଙ୍କ ପଛେ ପଛେ ଗୋଡାଇବାକୁ ଲାଗିଲେ । ସାଥିରେ ଭାଇ [[ସୁଗ୍ରୀବ]] ମଧ୍ୟ ଥିଲେ । ବାଳୀର ଭୟରେ ମାୟାବୀ ଅସୁର କିଛି ଦୂରରେ ଥିବା ଏକ ଭୂ-ମଧ୍ୟ ଗହ୍ଵରଗହ୍ୱର ମଧ୍ୟରେ ପ୍ରବେଶ କରିଗଲା । ବାଳୀ ମଧ୍ୟ ତାକୁ ଅନୁସରଣ କରି ତା ପଛେ ପଛେ ଯାଇ ଗହ୍ଵରଗହ୍ୱର ମଧ୍ୟରେ ପ୍ରବେଶ କରିବା ପୂର୍ବରୁ ସେ ମାୟାବୀକୁ ହତ୍ୟା କରି ଫେରି ଆସିବା ଯାଏଁ ସେ ଏହି ଗହ୍ଵରଗହ୍ୱର ମୁହଁରେ ଜଗି ରହିବାକୁ ସୁଗ୍ରୀବକୁ ନିର୍ଦ୍ଦେଶ ଦେଇଥିଲେ । ଏହିପରି ଭାବରେ ପ୍ରାୟ ଏକ ବର୍ଷ ଅପେକ୍ଷା କରିବା ପରେ ଗହ୍ଵରଗହ୍ୱର ମଧ୍ୟରୁ ରକ୍ତ ବୋହିବାକୁ ଲାଗିଲା । ଏହା ସାଙ୍ଗକୁ ସେ ମାୟାବୀର ଚିତ୍କାର ଶୁଣିବାକୁ ପାଇଲେ । ତେବେ ବାଳୀଙ୍କର କୌଣସି ଉତ୍ତର ନ ପାଇ ସୁଗ୍ରୀବ ଭାବିଲେ ଯେ ଯୁଦ୍ଧରେ ବାଳୀଙ୍କର ମୃତ୍ୟୁ ହୋଇଯାଇଛି । ଏହା ଭାବି ସେ ସେହି ଗହ୍ଵରରଗହ୍ୱରର ମୁଖକୁ ପଥରରେ ବନ୍ଦ କରି କିଷ୍କିନ୍ଧ୍ୟାକୁ ଫେରିଥିଲେ ଏବଂ ସେଠାରେ ସେ ସମସ୍ତଙ୍କୁ ଏହି ଖବର ଜଣାଇଥିଲେ । ମନ୍ତ୍ରୀମାନେ ତାଙ୍କ ସହିତ ପରାମର୍ଶ କରିବା ପରେ ସୁଗ୍ରୀବଙ୍କୁ ରାଜ ମୁକୁଟ ପିନ୍ଧାଇ ରାଜ୍ୟ ଭାର ଅର୍ପଣ କରିଥିଲେ । ବାଳି ସତରେ ସେହି ଯୁଦ୍ଧରେ ନିହତ ହୋଇ ନ ଥିଲେ । କିଛି ଦିନପରେ ବାଳୀ ରାଜ୍ୟକୁ ଫେରି ଆସି ସେଖନ୍ତି ତ ସୁଗ୍ରୀବ ରାଜା ହୋଇ ବସିଛି । ଏହା ଦେଖି ବାଳି ବହୁତ ରାଗିଗଲେ । ସୁଗ୍ରୀବ ତାଙ୍କୁ ମନାଇବା ପାଇଁ ଯଥାସମ୍ଭବ ଚେଷ୍ଟା କରିଥିଲେ, କିନ୍ତୁ ବାଳୀ ତାଙ୍କ କଥା ଶୁଣିଲେ ନାହିଁ ଏବଂ ସୁଗ୍ରୀବଙ୍କ ପତ୍ନୀ ରୁମାଙ୍କୁ ହରଣ କରି ସେ ସୁଗ୍ରୀବଙ୍କୁ ରାଜ୍ୟରୁ ବହିଷ୍କାର କଲେ । ଭୟ ହେତୁ ସୁଗ୍ରୀବ ଋଷ୍ୟମୂକ ପର୍ବତରେ ଆଶ୍ରୟ ନେଇଥିଲେ କାରଣ ଅଭିଶାପ ହେତୁ ବାଳୀ ସେହି ସ୍ଥାନକୁ ଯାଇପାରି ନ ଥିଲେ । ଇତି ମଧ୍ୟରେ ହନୁମାନଙ୍କ କାରଣରୁ ରାମଙ୍କ ସହ ସୁଗ୍ରୀବଙ୍କ ଭେଟ ହୋଇଥିଲା ।
 
ଏହା ପରେ ରାମଙ୍କ ପରାମର୍ଶ କ୍ରମେ ସୁଗ୍ରୀବ ଆସି ବାଳୀ ସ‌ହିତ ଯୁଦ୍ଧ କଲେ ଓ ଲୁଚିରହିଥିବା ରାମଙ୍କର ତୀର ଆଘାତରେ ପାଇ ମୃତ୍ୟୁ ବରଣ କରିଥିଲେ । ସତୀ ତାରା କ୍ରୋଧିତ ହୋଇ ଶ୍ରୀରାମଙ୍କୁ ଅଭିଶାପ ଦେବା କେତେକ ଗ୍ରନ୍ଥରେ ଲେଖାଅଛି ।<ref name="Lordrama">{{cite web |title=Friendship of Śrī Rāma & Sugreeva, and Vāli Vadh by Śrī Rāma |url=http://lordrama.co.in/vali-vadh.html |website=lordrama.co.in |accessdate=16 February 2021}}</ref> ଏହା ପରେ ସୁଗ୍ରୀବ ରାଜା ହୋଇ ତାରାଙ୍କୁ ପତ୍ନୀ ରୂପେ ଗ୍ରହଣ କରିଥିଲେ ।
"https://or.wikipedia.org/wiki/ବାଳୀ"ରୁ ଅଣାଯାଇଅଛି