"ତାଇୱାନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ନୁଆ
 
ଟିକେ Regular Character Changes
୫ କ ଧାଡ଼ି:
ତାଇୱାନ ପୂର୍ବ ଏସିଆର ଏକ ଦ୍ୱୀପ ଦେଶ | ଏହାର ମୁଖ୍ୟ ଦ୍ୱୀପ ଐତିହାସିକ ଭାବରେ ଫର୍ମୋସା ଭାବରେ ଜଣାଶୁଣା । ଏହାର କ୍ଷେତ୍ରଫଳ ୩୫,୮୦୮ ବର୍ଗ କିଲୋମିଟର (୧୩,୮୨୬ ବର୍ଗ ମାଇଲ) ଏବଂ ଚୀନ୍ ମୁଖ୍ୟ ଭୂମିର ଦକ୍ଷିଣ-ପୂର୍ବ ଉପକୂଳରୁ ତାଇୱାନ ପ୍ରଣାଳୀ ଦେଇ ପ୍ରାୟ ୧୮୦ କିଲୋମିଟର (୧୧୨ ମାଇଲ୍) ଦୂରରେ ଅବସ୍ଥିତ । ଏହାର ଉତ୍ତରରେ ପୂର୍ବ ଚୀନ୍ ସାଗର , ପୂର୍ବରେ ଫିଲିପାଇନ୍ସ ସାଗର, ଲୁଜନ୍ ପ୍ରଣାଳୀ ସିଧାସଳଖ ଦକ୍ଷିଣରେ ଅବସ୍ଥିତ | ତାଇୱାନ ଅନ୍ତର୍ଗତ କିଛି ଛୋଟ ଦ୍ୱୀପପୁଞ୍ଜ ମଧ୍ୟ ରହିଛି ଯଥା ତାଇୱାନ ପ୍ରଣାଳୀରେ ପେଙ୍ଗୁ ଦ୍ୱୀପପୁଞ୍ଜ, ଚୀନ୍ ଉପକୂଳ ନିକଟ କିନ୍ମେନ ଏବଂ ମ୍ୟାଟସୁ ଦ୍ୱୀପପୁଞ୍ଜ ଏବଂ ଦକ୍ଷିଣ ଚୀନ୍ ସାଗର ଦ୍ୱୀପପୁଞ୍ଜ ଅନ୍ତର୍ଭୁକ୍ତ ।
 
ତାଇୱାନର ମୂଖ୍ୟ ଦ୍ୱୀପଟି ଏକ ଅବନତ ସ୍ତର ଚ୍ୟୁତି ଦ୍ୱାରାଚ୍ୟୁତିଦ୍ୱାରା ସୃଷ୍ଠି ହୋଇଛି। ଏହା ପୂର୍ବ ଉପକୂଳ ସହିତ ସମାନ୍ତରାଳ ଭାବରେ ପାଞ୍ଚଟି ଦୁର୍ଗମ ପର୍ବତ ଶୃଂଖଳା ଏବଂ ପଶ୍ଚିମ ଭଗରେ ସାମାନ୍ୟ ଢଲୁ ବିଶିଷ୍ଠ ସମତଳ ଭୂମି ଦ୍ୱର ଗଢା । ଯେଉଁଠାରେ ତାଇୱାନର ଅଧିକାଂଶ ଜନସଂଖ୍ୟା ସମତଳ ଭୁମିରେ ବାସ କରନ୍ତି ।ତାଇୱାନର ସର୍ବୋଚ୍ଚ ଶିଖର ହେଉଛି ୟୁ ଶାନ୍ ଯାହାକି ୩,୯୫୨ ମିଟର (୧୨,୯୬୬ ଫୁଟ) ଉଚ୍ଚ । ଏହି ପର୍ବତ ଶୃଂଖଳା ଗଠନ କରିଥିବା ଭୂଚଳନ ସୀମା ଏପର୍ଯ୍ୟନ୍ତ ସକ୍ରିୟ ଅଛି । ଯାହାଦ୍ୱର ଦ୍ୱୀପଟି ଅନେକ ଭୂକମ୍ପ ଅନୁଭବ କରିଛି । ତାଇୱାନ ପ୍ରଣାଳୀରେ ଅନେକ ସକ୍ରିୟ ଜଳମଗ୍ନ ଆଗ୍ନେୟଗିରି ମଧ୍ୟ ଅଛି |<ref name="Encyclopedia Britannica 2020">{{cite web | title=Taiwan - History, Flag, Map, Capital, Population, & Facts | website=Encyclopedia Britannica | date=2020-11-15 | url=https://www.britannica.com/place/Taiwan | access-date=2020-11-17}}</ref>
 
==ଶାସନ==
୧୩ କ ଧାଡ଼ି:
ଆନ୍ତର୍ଜାତୀୟ ସ୍ତରରେ ବ୍ୟାପକ କୂଟନୈତିକ ସ୍ୱୀକୃତି ଅଭାବରୁ ତାଇୱାନକୁ ନେଇ ବିବାଦ ଲାଗି ରହିଛି।
 
ତାଇୱାନର ସମ୍ବିଧାନ ଏବଂ ଏହାର ତିନୋଟି ନୀତି ଉପରେ ପ୍ରତିଷ୍ଠିତ । ଏହି ତିନୋଟି ନୀତି ହେଲା ତାଇୱାନ ଏକ ଗଣତାନ୍ତ୍ରିକ ଦେଶ ହେବ , ଯାହା ଲୋକମାନଙ୍କ ଦ୍ୱାରାଲୋକମାନଙ୍କଦ୍ୱାରା ପରିଚାଳିତ ହେବ ଏବଂ ଲୋକମାନଙ୍କ ପାଇଁ ପରିଚାଳିତ ହେବ । ସରକାର ପାଞ୍ଚଟି ଶାଖା (ୟୁଆନ୍) ରେ ବିଭକ୍ତ: କାର୍ଯ୍ୟନିର୍ବାହୀ ୟୁଆନ୍ (କ୍ୟାବିନେଟ୍), ବିଧାନସଭାବିଧାନ ସଭା ୟୁଆନ୍ (କଂଗ୍ରେସ କିମ୍ବା ସଂସଦ), ଜୁଡିସିଆଲ୍ ୟୁଆନ୍, କଣ୍ଟ୍ରୋଲ୍ ୟୁଆନ୍ (ଅଡିଟ୍ ଏଜେନ୍ସି) ଏବଂ ପରୀକ୍ଷା ୟୁଆନ୍ (ସିଭିଲ୍ ସର୍ଭିସ୍ ପରୀକ୍ଷା ଏଜେନ୍ସି) । ୨୫ ଡିସେମ୍ବର ୧୯୪୭ ରେ୧୯୪୭ରେ ଏହି ସମ୍ବିଧାନ କାର୍ଯ୍ୟକାରୀ ହେଲା । ମାତ୍ର ୧୯୪୮ ରୁ୧୯୪୮ରୁ ୧୯୮୭ ପର୍ଯ୍ୟନ୍ତ ଏଠାରେ ସାମରିକ ଆଇନ ଜାରି ରହିଥିଲା ଏବଂ ସମ୍ବିଧାନର ଅଧିକାଂଶ ଭାଗ କାର୍ଯ୍ୟକାରୀ ହୋଇନଥିଲ| ୧୯୭୦ ଦଶକର ଶେଷ ଭାଗରୁ ଆରମ୍ଭ କରି ୧୯୯୦ ଦଶକ ପର୍ଯ୍ୟନ୍ତ ରାଜନୈତିକ ସଂସ୍କାର ଦ୍ୱାରାସଂସ୍କାରଦ୍ୱାରା ଏହା ବହୁଦଳିୟ ଗଣତନ୍ତ୍ରରେ ପରିଣତ ହୋଇଥିଲା ।<ref>{{Cite book|last=Ginsburg|first=Tom|title=Judicial review in new democracies|publisher=Cambridge University Press|page=111|year=2003|isbn=978-0-521-52039-3|url=https://books.google.com/books?id=qJrsouEjOZEC&pg=PA111}}</ref><ref>{{cite news|title=Taiwan assembly passes changes |date=7 June 2005 |work=BBC News |url=http://news.bbc.co.uk/2/hi/asia-pacific/4616043.stm}}</ref>
 
ଦେଶର ମୁଖ୍ୟ ତଥା ସଶସ୍ତ୍ର ବାହିନୀର ସେନାଧ୍ୟକ୍ଷ ହେଉଛନ୍ତି ରାଷ୍ଟ୍ରପତି । ସେ ସର୍ବାଧିକ ଦୁଇ ଥର ଚାରି ବର୍ଷର କାର୍ଯ୍ୟକାଳ ପାଇଁ ସଂଖ୍ୟାବହୁଳ ଭୋଟ୍ ଦ୍ୱାରାଭୋଟ୍ଦ୍ୱାରା ନିର୍ବାଚିତ ହୁଅନ୍ତି। ରାଷ୍ଟ୍ରପତି କାର୍ଯ୍ୟନିର୍ବାହୀ ଶାଖାର ସଦସ୍ୟମାନଙ୍କୁ ସେମାନଙ୍କ ନିଯୁକ୍ତ କରନ୍ତି, ସେମାନଙ୍କ ମଧ୍ୟରେ ଜଣେ ପ୍ରଧାନମନ୍ତ୍ରୀ, ଯିଏ ଆନୁଷ୍ଠାନିକ ଭାବରେ କାର୍ଯ୍ୟନିର୍ବାହୀ ଶାଖାର ମୁଖ୍ୟ ଅଟନ୍ତି।କାର୍ଯ୍ୟନିର୍ବାହୀ ଶାଖାର ସଦସ୍ୟମାନେ ନୀତି ଏବଂ ପ୍ରଶାସନ ପାଇଁ ଦାୟୀ ।<ref name="Encyclopedia Britannica 2020">{{cite web | title=Taiwan - History, Flag, Map, Capital, Population, & Facts | website=Encyclopedia Britannica | date=2020-11-15 | url=https://www.britannica.com/place/Taiwan | access-date=2020-11-17}}</ref>
 
==ଆଧାର==
"https://or.wikipedia.org/wiki/ତାଇୱାନ"ରୁ ଅଣାଯାଇଅଛି