"କଳାହାଣ୍ଡି ଜିଲ୍ଲା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟିକେ Bot: Automated text replacement (-୍ଵ +୍ୱ)
୬୨ କ ଧାଡ଼ି:
 
ଆଗ କାଳରେ ଏହା '''ମହାକାନ୍ତର''' (ଅର୍ଥ ବିଶାଳ ଜଙ୍ଗଲ) ଓ ''କାରୁଣ୍ଡା ମଣ୍ଡଳ'' (କାରୁଣ୍ଡାର ଅର୍ଥ ମାଣିକ) ଭାବରେ ଜଣା ଥିଲା ଯାହା ଏଠାରେ ମାଣିକ<!--Manik-->, ଲାଲ ପଥର<!--Garnet (red stone)-->, ବେରୁଜ<!--Beruz-->, ନୀଲମ<!--Neelam (blue stone)-->, ଓ ଆଲେକଜାଣ୍ଡ୍ରା<!--Alexandra--> ଆଦି ମିଳୁଥିବାର ଜଣାଯାଏ । [[ମାଣିକେଶ୍ୱରୀ ମନ୍ଦିର|ମାଣିକେଶ୍ୱରୀ]] (ମାଣିକର ଠାକୁରାଣୀ) କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ଯାହାଙ୍କ ଉପସ୍ଥିତି ଏହି ଜିଲ୍ଲାର ଇତିହାସ ସହ ଯୋଡ଼ା । ୧୯୮୦ରେ, କଳାହାଣ୍ଡିର ନାମ ପଛୁଆ ଓ ଅନାହାର ମୃତ୍ୟୁ ସହ ଯୋଡ଼ାଗଲା ।<ref name="mindfully.org">http://www.mindfully.org/Food/Kalahandi-Syndrome-Sharma19apr02.htm</ref> ତେବେ ଏସବୁ ସତ୍ତ୍ୱେ ବି ଇତିହାସ, ଚାଷ ବାସ, ବନ ସମ୍ବଳ, ମୁଲ୍ୟବାନ ପଥର, ବକ୍ସାଇଟ, ଲୋକନାଟ, ହାତକାମ ଓ କଳାରେ ଏହା ଏକ ସମୃଦ୍ଧ ଜିଲ୍ଲା ।
କଳାହାଣ୍ଡିର ପ୍ରଥମ ଗେଜେଟିୟର ଅନୁସାରେ କଳାହାଣ୍ଡି ଜିଲ୍ଲା ପୂର୍ବ-ଗଡଜାତ କଳାହାଣ୍ଡି ରାଜ୍ୟ ଓ ଖରିଆର ଜମିଦାରୀ (ବର୍ତ୍ତମାନର ନୂଆପଡା ଜିଲ୍ଲା)କୁ ମିଶାଇ ଏବଂ ସେଥିରୁ କାଶୀପୁର ଥାନା ଅଞ୍ଚଳକୁ ଅଲଗା କରି ଗଠିତ ହୋଇଥିଲା । ୧୯୪୮ ମସିହାରେ ଗଡଜାତ ରାଜ୍ୟ ମିଶ୍ରଣ ହେବା ସମୟରେ କଳାହାଣ୍ଡିଗଡ ରାଜ୍ୟ ,ପାଟଣାଗଡ ରାଜ୍ୟ ଓ ସୋନପୁରଗଡ ରାଜ୍ୟ ମିଶାଇ କଳାହାଣ୍ଡି ଜିଲ୍ଲା ଗଠିତ ହୋଇଥିଲା ଯାହାର ସଦର ମହକୁମା ବଲାଙ୍ଗିର ଥିଲା । ୧ ନଭେମ୍ବର ମସିହା ୧୯୪୯ରେ ପାଟଣା (ପରବର୍ତ୍ତୀ ସମୟରେ ବଲାଙ୍ଗିର ଜିଲ୍ଲା ), ସୋନପୁର ( ବର୍ତ୍ତମାନର ସୁବର୍ଣ୍ଣପୁର ଜିଲ୍ଲା ) କଳାହାଣ୍ଡିରୁ ଅଲଗା ହେଲା ଓ ବଲାଙ୍ଗିର ଜିଲ୍ଲା ଗଠିତ ହେଲା । କଳାହାଣ୍ଡି ଓ ନୂଆପଡାକୁ ମିଶାଇ ଗୋଟିଏ ଜିଲ୍ଲା ହେଲା ଏବଂ ଭବାନୀପାଟଣାକୁ ଏହାର ସଦର ମହକୁମା କରାଗଲା । କାଶୀପୁର ଥାନା ଅଞ୍ଚଳ ସହିତ ଭବାନୀପାଟଣା ମଧ୍ୟରେ କୌଣସି ସିଧା ସଳଖ ଯୋଗାଯୋଗ ନଥିବାରୁ ଏହାଦ୍ଵାରାଏହାଦ୍ୱାରା ପ୍ରଶାସନିକ ଅସୁବିଧା ଅନୁଭୂତ ହେଲା । ୧ ଅଗଷ୍ଟ ୧୯୬୨ରେ କାଶୀପୁର ଥାନା ଅଞ୍ଚଳକୁ କଳାହାଣ୍ଡିରୁ ପୃଥକ କରି କୋରାପୁଟ ସହିତ ମିଶାଗଲା । ପରବର୍ତ୍ତୀ ସମୟରେ ୨୭ ମାର୍ଚ୍ଚ ୧୯୯୩ରେ ନୂଆପଡା ଉପଭାଗ (ଖରିଆ ଜମିଦାରୀ) ଅଲଗା ହୋଇ ନୂଆପଡା ଜିଲ୍ଲା ହେଲା ।
 
କଳାହାଣ୍ଡି ନାମର ଉତ୍ପତ୍ତି :-