"ପି.ଭି. କୃଷ୍ଣମୂର୍ତ୍ତି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଆକାଶବାଣୀ କଟକର ନିର୍ଦ୍ଦେଶକ ଭାବରେ
୨୭ କ ଧାଡ଼ି:
== ବୃତିଗତ ଜୀବନ ==
୧୯୪୪ ମସିହାରେ କୃଷ୍ଣମୂର୍ତ୍ତି [[ଆକାଶବାଣୀ (ରେଡ଼ିଓ ପ୍ରସାରଣ ସେବା)|ଆକାଶବାଣୀରେ]] ଜଣେ ଉଦଘୋଷକ ଭାବରେ ଯୋଗଦାନ କରିଥିଲେ । ଆକାଶବାଣୀରେ ସେ [[ନୂଆ ଦିଲ୍ଲୀ]]<ref name="Association1976">{{cite book|author=Indian Science Congress Association|title=Proceedings of the Indian Science Congress|url=https://books.google.com/books?id=Jow5AAAAIAAJ|year=1976|publisher=Asiatic Society of Bengal}}</ref>, [[କେରଳ]] ଆଦି ବିଭିନ୍ନ କାର୍ଯ୍ୟକରି [[ଚେନ୍ନାଇ]], [[କଲିକତା]] ଓ [[କଟକ]] କେନ୍ଦ୍ର ନିର୍ଦ୍ଦେଶକ ପଦମଣ୍ଡନ କରିଥିଲେ । ୧୯୭୬ ମସିହା ଅପ୍ରେଲ ୧ ତାରିଖରେ ସେ ଦୂରଦର୍ଶନର ପ୍ରଥମ ମହାନିର୍ଦ୍ଦେଶକ ଭାବରେ ନିଯୁକ୍ତ ହୋଇଥିଲେ<ref>{{cite book|title=Combroad|url=https://books.google.com/books?id=J3sjAQAAMAAJ|year=1978|publisher=Commonwealth Broadcasting Association.}}</ref> ଓ ଏହି ପଦବୀରେ ୩ବର୍ଷ କାର୍ଯ୍ୟ କରିଥିଲେ । ସେ ''କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ''ର ଉପାଧ୍ୟକ୍ଷ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।
 
== ଆକାଶବାଣୀ କଟକର ନିର୍ଦ୍ଦେଶକ ଭାବରେ ==
କୃଷ୍ଣମୂର୍ତ୍ତି, ୧୯୫୮ରେ ଆକାଶବାଣୀ କଟକ କେନ୍ଦ୍ରର ନିର୍ଦ୍ଦେଶକ ଭାବରେ ଯୋଗ ଦେଇଥିଲେ । ନିର୍ଦ୍ଦେଶକଙ୍କର ଭୂମିକା କେବଳ ପ୍ରଶାସନିକ ଦାୟିତ୍ୱ ମଧ୍ୟରେ ସିମୀତ ରହିଥାଏ । କିନ୍ତୁ କୃଷ୍ଣମୂର୍ତ୍ତି ଏଥିରେ ବ୍ୟତିକ୍ରମ ଆଣି, ବେତାର କାର୍ଯ୍ୟକ୍ରମରେ ମଧ୍ୟ ନିଜର ଯୋଗଦାନ ଦେଇଥିଲେ । [[ଓଡ଼ିଶା]]ର ଯୁବ କଳାକାରମାନଙ୍କର ପ୍ରତିଭାର ବିକାଶ କରି ତାଙ୍କୁ ଲୋକଲୋଚନକୁ ଆଣିବାର ଗୁରୁତ୍ୱପୂର୍ଣ୍ଣ କାମ କୃଷ୍ଣମୂର୍ତ୍ତି କରି ପାରିଥିଲେ ।
 
କୃଷ୍ଣମୂର୍ତ୍ତି ନିଜେ ଜଣେ ସଙ୍ଗୀତ ବିଶାରଦ ଥିଲେ । ସେ ''ଘଟକ''ଆଦି ବାଦ୍ୟଯନ୍ତ୍ର ବଜାଇ ପାରୁଥିଲେ । ଆକାଶବାଣୀର ସଙ୍ଗୀତ ବିଭାଗକୁ ଯେଉଁ ଯୁବ ଶିଳ୍ପୀମାନେ ଆସୁଥିଲେ, ସେମାନଙ୍କୁ ସଂଗଠିତ କରି ସେମାନଙ୍କ ପ୍ରତିଭାର ବିକାଶ କରିଥିଲେ ଓ ସେମାନଙ୍କୁ ଉପଯୁକ୍ତ ସୁବିଧା ସୁଯୋଗ ପ୍ରଦାନ କରିଥିଲେ । ସେହି ଯୁବ ପ୍ରତିଭାମାନଙ୍କ ମଧ୍ୟରେ ଥିଲେ [[ଅକ୍ଷୟ ମହାନ୍ତି]], [[ପ୍ରଫୁଲ୍ଲ କର]], [[ରାଧାକୃଷ୍ଣ ଭଞ୍ଜ]], [[ସିକନ୍ଦର ଆଲାମ]] ଆଦି ଗାୟକ ତଥା ସଙ୍ଗୀତ ନିର୍ଦ୍ଦେଶକ । [[ଗୁରୁକୃଷ୍ଣ ଗୋସ୍ୱାମୀ]], [[ନାରାୟଣ ପ୍ରସାଦ ସିଂହ]], [[ନରସିଂହ ମହାପାତ୍ର]], [[ପରଶୁରାମ ପଟ୍ଟନାୟକ]], [[ଦେବଦାସ ଛୋଟରାୟ]] ଆଦି ଗୀତିକାରମାନଙ୍କୁ ସେ ନୂତନ କାର୍ଯ୍ୟକ୍ରମ କରିବାର ସୁଯୋଗ ଦେଇଥିଲେ । [[କଟକ]]ରେ ବିଭିନ୍ନ ସଙ୍ଗୀତ ଅନୁଷ୍ଠାନରୁ [[ସୁନନ୍ଦା ପଟ୍ଟନାୟକ]], [[ଶ୍ୟାମାମଣି ପଟ୍ଟନାୟକ|ଶ୍ୟାମାମଣି ଦେବୀ]] ଆଦି ନାରୀ ସଙ୍ଗୀତ ଶିଳ୍ପୀମାନଙ୍କୁ ଆଣି ଓଡ଼ିଶାର ଶ୍ରୋତାମାନଙ୍କ ମଧ୍ୟରେ ପରିଚିତ କରାଇଥିଲେ । ଆକାଶବାଣୀରେ ଆଗରୁ ସକ୍ରୀୟ ଥିବା [[ବାଳକୃଷ୍ଣ ଦାଶ]], [[ଭୁବନେଶ୍ୱର ମିଶ୍ର]], [[ଶ୍ରୀବତ୍ସ ପଟ୍ଟନାୟକ]], [[ବୀଣାପାଣି ମହାନ୍ତି]], [[ହରିପ୍ରସାଦ ଚୌରାଶିଆ]] ଆଦିଙ୍କର ସଙ୍ଗୀତକୁ ଲୋକପ୍ରିୟ କରାଇବା ପାଇଁ ନୂତନ ଧରଣର ସଙ୍ଗୀତ କାର୍ଯ୍ୟକ୍ରମ ଆଦିର ଆୟୋଜନ କରାଇଥିଲେ ।
 
ପଲ୍ଲୀଶ୍ରୋତାମାନଙ୍କ ପାଇଁ ସେ କୃଷି, ଲୋକକଳା ଓ ଲୋକଗୀତ କାର୍ଯ୍ୟକ୍ରମମାନ ଆରମ୍ଭ କରାଇଥିଲେ । ସେହି କାର୍ଯ୍ୟକ୍ରମ ସବୁ ବହୁଳ ଲୋକପ୍ରିୟତା ହାସଲ କରିଥିଲା । ଏହି କାର୍ଯ୍ୟକ୍ରମର ଉପସ୍ଥାପକ ଭାବରେ କୃଷ୍ଣଚନ୍ଦ୍ର ପାଣ୍ଡେ 'ମଙ୍ଗୁଳୀ' ଚରିତ୍ରରେ ଓ ଦୀନବନ୍ଧୁ ଦାସ 'ମଉସା' ଚରିତ୍ରରେ ମଧ୍ୟ ଲୋକପ୍ରିୟ ହୋଇଥିଲେ । ତାଙ୍କରି ସମୟରେ ନାଟକ ବିଭାଗ [[ଗୋପାଳ ଛୋଟରାୟ]], [[ନରସିଂହ ମହାପାତ୍ର]], [[ମନୋରଞ୍ଜନ ଦାସ]] ଓ ସାମୁଏଲ ନାୟକଙ୍କ ବଳିଷ୍ଟ ରଚନା ଓ ପ୍ରଯୋଜନା ମାଧ୍ୟମରେ ସୁଦୃଢ ହୋଇଥିଲା । [[ଝରଣା ଦାସ]] ଓ [[ଉର୍ବଶୀ ଯୋଶୀ]] ସେହି ସମୟରେ ନାଟକରେ ଅଭିନେତ୍ରୀ ଭାବରେ ଯୋଗ ଦେଇଥିଲେ । ନାରୀମହଲ କାର୍ଯ୍ୟକ୍ରମ [[ବୀଣାଦେବୀ]] ପ୍ରଯୋଜକ ଭାବରେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳତା ଆଣିଥିଲେ । ଶିଶୁମାନଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଯଥା ଶିଶୁ ସଂସାର ସମବେତ ସଙ୍ଗୀତ, ବାଦ୍ୟ ବିଚିତ୍ରା ଆଦି କାର୍ଯ୍ୟକ୍ରମ ଅଧିକ ନିର୍ମାଣ କରାଯାଇ ଶିଶୁମାନଙ୍କ ମଧ୍ୟରେ ଆକାଶବାଣୀକୁ ଲୋକପ୍ରିୟ କରାଯାଇ ପାରିଥିଲା । [[ପ୍ରଶାନ୍ତ ନନ୍ଦ]] ଏହି ଶିଶୁ ସଂସାର କାର୍ଯ୍ୟକ୍ରମରୁ ନିଜର ଅଭିନୟ ଆରମ୍ଭ କରିଥିଲେ । କୃଷ୍ଣମୂର୍ତ୍ତି, [[ନଦୀୟା ବିହାରୀ ମହାନ୍ତି|ନଦୀୟା ବିହାରୀ ମହାନ୍ତି(ବଡ଼ ଭାଇ)]]ଙ୍କୁ ଏହି କାର୍ଯ୍ୟକ୍ରମକୁ ଆଣିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ । ଗୁରୁ [[କେଳୁଚରଣ ମହାପାତ୍ର]]ଙ୍କ ସହଯୋଗରେ [[ଓଡ଼ିଶୀ]] ନୃତ୍ୟକୁ ଜାତୀୟ ସ୍ତରରେ ଆଦୃତି ପାଇଁ କୃଷ୍ଣମୂର୍ତ୍ତି ପ୍ରଚେଷ୍ଟା କରିଥିଲେ ।
 
== ମାନ ସମ୍ମାନ ==