"ଅମିତାଭ ବଚ୍ଚନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
Replacing Amitabh_Bachchan_signature.gif with File:Amitabh_Bachchan_signature.png (by CommonsDelinker because: file renamed, redirect linked from other project).
ଟିକେ Removing deadurl=no with url-status=live
୧୮ କ ଧାଡ଼ି:
}}
 
'''ଅମିତାଭ ବଚ୍ଚନ''' (ହିନ୍ଦୀ: अमिताभ बच्चन, ଉଚ୍ଚାରଣ [əmɪtaːbʱ bəttʃən]) ଜଣେ ଭାରତୀୟ ହିନ୍ଦୀ କଥାଚିତ୍ର ଅଭିନେତା ଓ ପ୍ରଯୋଜକ । ତାଙ୍କର ପୂରାନାମ '''ଅମିତାଭ ହରିବଂଶ ରାୟ ଶ୍ରୀବାସ୍ତବ ବଚ୍ଚନ''' । ସେ ୧୯୪୨ ମସିହା ଅକ୍ଟୋବର ମାସ ୧୧ ତାରିଖରେ [[ଭାରତ]]ର [[ଉତ୍ତର ପ୍ରଦେଶ]]ଠାରେ ଜନ୍ମଗ୍ରହଣ କରିଥିଲେ । ୧୯୬୯ ମସିହା ନଭେମ୍ବର ମାସ ୭ ତାରିଖରେ ମୁକ୍ତିଲାଭ କରିଥିବା ''[[ସାତ୍ ହିନ୍ଦୁସ୍ତାନୀ]]'' ହେଉଛି ତାଙ୍କ ଅଭିନୀତ ପ୍ରଥମ ଚଳଚ୍ଚିତ୍ର । ୧୯୭୦ ଦଶକର ପ୍ରଥମାର୍ଦ୍ଧରେ ''[[ଜଞ୍ଜିର୍]]'' ଓ ''[[ଦିୱାର୍]]'' ଭଳି ଚଳଚ୍ଚିତ୍ରରେ ତାଙ୍କର ଅଭିନୟ ତାଙ୍କୁ ଲୋକପ୍ରିୟ କରାଇଥିଲା । [[ବଲିଉଡ୍]]‌ରେ ସେ ଅଭିନୟ କରିଥିବା ଚରିତ୍ରଗୁଡ଼ିକ ପାଇଁ ତାଙ୍କୁ ଭାରତର ପ୍ରଥମ ''ୟାଙ୍ଗ୍ରି ୟଙ୍ଗ୍ ମ୍ୟାନ୍'' ଆଖ୍ୟା ମଧ୍ୟ ଦିଆଯାଇଛି । ହିନ୍ଦୀ ସିନେ ଜଗତରେ ସେ ''ବଲିଉଡ୍‌ର ଶେହେନ୍‌ଶାହ'', ''ସୁପର୍‌ଷ୍ଟାର୍ ଅଫ୍ ଦ ମିଲେନିୟମ୍'' ଓ ''ବିଗ୍ ବି'' ନାମରେ ବେଶ୍ ଜଣାଶୁଣା ।<ref>{{cite web|title=Amitabh Bachchan at 73: An ode to the undisputed ‘Shahenshah’ of Bollywood|url=http://indianexpress.com/article/entertainment/bollywood/amitabh-bachchan-at-72-an-ode-to-the-undisputed-shahenshah-of-bollywood/|publisher=indianexpress.com |accessdate=2015-10-11|date=11 October 2015}}</ref><ref>{{cite web|title=Rajinikanth reveres Amitabh Bachchan as the 'Emperor of Indian Cinema'!|url=http://www.indiaglitz.com/rajinikanth-reveres-amitabh-bachchan-as-the-emperor-of-indian-cinema-hindi-news-144373.html/|publisher= indiaglitz.com |accessdate=2015-10-10|date=10 October 2015}}</ref><ref>{{cite web|title=Delhi's date with Big B at Adda on Friday|url=http://indianexpress.com/article/news-archive/print/delhis-date-with-big-b-at-adda-on-friday/|publisher= independent.co.uk |accessdate=2012-09-27|date=27 September 2012}}</ref><ref>{{cite web|title=Amitabh Bachchan's Big B'day bash: Bollywood came calling|url=http://www.hindustantimes.com/india/amitabh-bachchan-s-big-b-day-bash-bollywood-came-calling/story-kXEUI1OtpqOkB1AqTvlKoM.htmll|publisher= hindustantimes.com |accessdate=2012-10-12|date=12 October 2012}}</ref> ସେ ୪ ଦଶନ୍ଧୀରୁ ଅଧିକ ସମୟ ଧରି ପ୍ରାୟ ୧୮୦ଟି ଭାରତୀୟ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିସାରିଛନ୍ତି ।<ref>{{cite web|url=http://guru.bafta.org/amitabh-bachchan-interview-video |title=Amitabh Bachchan: A Life in Pictures |publisher=Bafta.org |accessdate=23 March 2012 |deadurlurl-status=yesdead |archiveurl=https://web.archive.org/web/20111228221416/http://guru.bafta.org/amitabh-bachchan-interview-video |archivedate=28 December 2011 }}</ref><ref name=angryyoungman>{{cite news|url=http://news.bbc.co.uk/2/hi/entertainment/1945451.stm |title=Film legend promotes Bollywood |publisher=BBC News |date=23 April 2002 |accessdate=15 January 2010}}</ref> ସେ ''କଭି କଭି ମେରେ ଦିଲ୍ ମେ'' (ଚଳଚ୍ଚିତ୍ର : [[କଭି କଭି]]), ''ଏକ୍‌ଲା ଚଲୋ ରେ'' (ଚଳଚ୍ଚିତ୍ର : [[କାହାନୀ]]), ''ବାତେଁ ହ‌ୱା ହେ ସାରି'' (ଚଳଚ୍ଚିତ୍ର : [[ଚିନି କମ୍]]), ''ନୂର୍'' (ଚଳଚ୍ଚିତ୍ର : [[ଦିଲ୍ଲୀ ୬]]), ''ଚଲି ଚଲି'' (ଚଳଚ୍ଚିତ୍ର : [[ବାଗ୍‌ବାନ୍]]) ଓ ''ହୋରି ଖେଲେ'' (ଚଳଚ୍ଚିତ୍ର : [[ବାଗ୍‌ବାନ୍]]) ଭଳି ଅନେକ ଗୀତରେ ସେ କଣ୍ଠଦାନ ମଧ୍ୟ କରିଛନ୍ତି ।<ref name=Ab_songs>{{cite web|title=Songs by Amitabh Bachchan|url=http://www.gomolo.com/amitabh-bachchan-songs-list/1946|accessdate=11 October 2016}}</ref> ଭାରତୀୟ ସିନେ ଇତିହାସରେ ବଚ୍ଚନଙ୍କୁ ଜଣେ ମହାନ ଓ ପ୍ରଭାବଶାଳୀ ଅଭିନେତା ଭାବେ ଜଣାଯାଏ ।<ref>{{cite web|title= Amitabh Bachchan: Meet the biggest movie star in the world|url=http://www.independent.co.uk/arts-entertainment/films/news/amitabh-bachchan-the-biggest-film-star-in-the-world-10034826.html/|publisher= independent.co.uk |accessdate=2015-02-09|date=9 February 2015}}</ref><ref>{{cite web|title= Why Amitabh Bachchan is more than a superstar |url= http://www.bbc.com/news/world-asia-india-19893525 |publisher= bbc.com |accessdate=2012-10-11|date=11 October 2012}}</ref><ref>{{cite news|last=Wajihuddin|first=Mohammed|title=Egypt's Amitabh Bachchan mania|url=http://articles.timesofindia.indiatimes.com/2005-12-02/india/27839664_1_bachchan-fan-mania-indians|accessdate=22 November 2011|newspaper=[[The Times of India]]|date=2 December 2005}}</ref><ref>{{cite news|last=Jatras|first=Todd|title=India's Celebrity Film Stars|url=http://www.forbes.com/2001/03/09/0309bollywood.html|work=Article|publisher=[[Forbes]]|accessdate=22 November 2011|date=9 March 2001}}</ref><ref>{{cite web|title=Bachchan Receives Lifetime Achievement Award at DIFF|url=http://www.khaleejtimes.com/displayarticle.asp?xfile=data/newsmakers/2009/November/newsmakers_November64.xml&section=newsmakers&col=|publisher=Khaleej Times|accessdate=24 November 2011|date=25 November 2009}}</ref> ୧୯୭୦-୮୦ ଦଶକରେ ତାଙ୍କର ପ୍ରଭାବଶାଳୀ ଅଭିନୟ ପାଇଁ ଫ୍ରେଞ୍ଚ୍ ନିର୍ଦ୍ଦେଶକ [[ଫ୍ରାନ୍‌କୋଇସ୍ ଟ୍ରୁଫାଉଟ୍]] ତାଙ୍କୁ ''ୱାନ୍-ମ୍ୟାନ୍-ଇଣ୍ଡଷ୍ଟ୍ରି'' ଆଖ୍ୟା ଦେଇଥିଲେ ।<ref>{{cite web| work=China Daily |title= Truffaut labeled Bachchan a one-man industry |url=http://app1.chinadaily.com.cn/star/history/00-07-07/l03-film.html |accessdate=1 February 2008| archiveurl= https://web.archive.org/web/20080201030338/http://app1.chinadaily.com.cn/star/history/00-07-07/l03-film.html| archivedate= 1 February 2008}}</ref><ref>{{cite news|url=http://articles.timesofindia.indiatimes.com/2013-10-10/news-interviews/43032903_1_amitabh-bachchan-saat-hindustani-inquilab/ |title=Amitabh Bachchan: Indira Gandhi helped him get into films|publisher=timesofindia.com |date=10 October 2013 |accessdate=23 October 2013}}</ref> ୧୯୮୦ ମସିହାରେ ବଚ୍ଚନଙ୍କୁ ଲୋକ ସଭାର ଜଣେ ସଦସ୍ୟ ରୂପେ ମନୋନୀତ କରାଯାଇଥିଲା । ୧୯୯୦ ମସିହାରେ ସେ ତାଙ୍କର ନିଜର ଚଳଚ୍ଚିତ୍ର ପ୍ରଯୋଜନାକାରୀ କମ୍ପାନୀ ଆରମ୍ଭ କରିଥିଲେ । ୧୯୯୭ ମସିହାରେ ପୁନର୍ବାର ''[[ମୃତ୍ୟୁଦାତା]]'' ଚଳଚ୍ଚିତ୍ର ଜରିଆରେ ସେ ଅଭିନୟ ଦୁନିଆକୁ ଫେରିଥିଲେ । ୨୦୦୦ ମସିହାରେ ସେ ''Who Wants to Be a Millionaire?''ର ଭାରତୀୟ ସଂସ୍କରଣ ''[[କୌନ୍ ବନେଗା କରୋଡ଼୍‌ପତି?]]''ର ସଞ୍ଚାଳକ ଭାବେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ ।<ref name=bio>{{cite web|title=Amitabh Bachchan Biography|url=http://www.biography.com/people/amitabh-bachchan-20950371|accessdate=11 October 2016}}</ref> ୨୦୧୩ ମସିହାରେ ''[[ଦ ଗ୍ରେଟ୍ ଗ୍ୟାଟ୍‌ସ୍‌ବାୟ୍]]'' ଚଳଚ୍ଚିତ୍ରରେ ମେୟର୍ ୱଲ୍‌ଫ୍‌ଶିମ୍ ନାମକ ଏକ ଅଣଭାରତୀୟ ଚରିତ୍ରରେ ଅଭିନୟ କରି ସେ ପ୍ରଥମ ଥର ପାଇଁ [[ହଲିଉଡ୍]]‌ରେ ନିଜ ପାଦ ଥାପିଥିଲେ ।<ref>{{cite web|title=Amitabh in Hollywood|url=http://www.hollywoodreporter.com/news/amitabh-bachchan-hollywood-debut-great-gatsby-327517|accessdate=11 October 2016}}</ref>
 
==ବାଲ୍ୟକାଳ ଏବଂ ଶିକ୍ଷା==
୩୩ କ ଧାଡ଼ି:
ଅମିତାଭ ବଚ୍ଚନଙ୍କ ସର୍ବପ୍ରଥମ ଚଳଚ୍ଚିତ୍ର ହେଉଛି ୧୯୬୯ ମସିହାରେ ମୁକ୍ତିଲାଭ କରିଥିବା [[ମୃଣାଳ ସେନ୍]]‌ଙ୍କ ଜାତୀୟ ପୁରସ୍କାର ପ୍ରାପ୍ତ ''[[ଭୁବନ ଶୋମ୍]]'' । ଏଥିରେ ଅମିତାଭ କାହାଣୀ ବର୍ଣ୍ଣନା କରିବା ପାଇଁ କଣ୍ଠଦାନ (Voice Narration) କରିଥିଲେ ।<ref>{{cite news|author =Suresh Kohli |url=http://www.thehindu.com/arts/cinema/article3428922.ece |title=Arts / Cinema: Bhuvan Shome (1969) |work=The Hindu |date=17 May 2012 |accessdate=11 December 2012 |location=Chennai, India}}</ref> ୧୯୬୯ ମସିହା ନଭେମ୍ବର ୭ ତାରିଖରେ ମୁକ୍ତିଲାଭ କରିଥିବା [[ଖ୍ୱାଜା ଅହମ୍ମଦ୍ ଅବ୍ୱାସ୍]]‌ଙ୍କଦ୍ୱାରା ନିର୍ଦ୍ଦେଶିତ ଏବଂ [[ଉତ୍ପଳ ଦତ୍ତ]], [[ଅନ୍‌ୱର୍ ଅଲୀ (ଅଭିନେତା)|ଅନ୍‌ୱର୍ ଅଲୀ]] (ହାସ୍ୟଅଭିନେତା [[ମେହ୍‌ମୁଦ୍ ଅଲୀ]]ଙ୍କ ଭାଇ), [[ମଧୁ (ଅଭିନେତା)|ମଧୁ]], ତ‌ଥା [[ଜଲାଲ୍ ଆଘା]]ଙ୍କ ଅଭିନୀତ ଚଳଚ୍ଚିତ୍ର ''[[ସାତ୍ ହିନ୍ଦୁସ୍ତାନୀ]]'' ହେଉଛି ଅମିତାଭଙ୍କ ଅଭିନୀତ ପ୍ରଥମ ଚଳଚ୍ଚିତ୍ର । ଏହି ଚଳଚ୍ଚିତ୍ରରେ ଥିବା ସାତ ଜଣ ମୁଖ୍ୟ ଚରିତ୍ରଙ୍କ ମଧ୍ୟରୁ ଜଣଙ୍କ ଚରିତ୍ରରେ ଅମିତାଭ ଅଭିନୟ କରିଥିଲେ ।<ref>{{cite news|author =Avijit Ghosh |url=http://articles.timesofindia.indiatimes.com/2009-11-07/india/28085479_1_amitabh-bachchan-saat-hindustani-malayalam-actor |title=Big B's debut film hit the screens 40 yrs ago, today |work=The Times of India |accessdate=11 December 2012 |date=7 November 2009}}</ref><ref name="First national award">{{cite web|url=http://in.rediff.com/movies/2007/aug/09amitabh.htm |title='I felt I did a good job in Black' |publisher=Rediff.com |date=9 August 2007 |accessdate=24 March 2012}}</ref>
 
୧୯୭୧ ମସିହାରେ ମୁକ୍ତିଲାଭ କରିଥିବା ''[[ଆନନ୍ଦ (୧୯୭୧ ଚଳଚ୍ଚିତ୍ର)|ଆନନ୍ଦ]]'' ଚଳଚ୍ଚିତ୍ରରେ ବଚ୍ଚନ [[ରାଜେଶ ଖନ୍ନା]]ଙ୍କ ସ‌ହ ଅଭିନୟ କରିଥିଲେ । ଏଥିରେ ଜଣେ ଡାକ୍ତର ଚରିତ୍ରରେ ଅଭିନୟ କରି ସେ ''ସର୍ବଶ୍ରେଷ୍ଠ ସ‌ହ ଅଭିନେତା'' ଭାବେ ତାଙ୍କର ପ୍ରଥମ ଫିଲ୍ମ୍‌ଫେୟାର୍ ପୁରସ୍କାର ଜିତିଥିଲେ । ଏହାପରେ ୧୯୭୧ ମସିହାରେ ମୁକ୍ତିଲାଭ କରିଥିବା [[ପର୍‌ୱାନା (୧୯୭୧ ଚଳଚ୍ଚିତ୍ର)|ପର୍‌ୱାନା]] ଚଳଚ୍ଚିତ୍ରରେ ହତ୍ୟାକାରୀ ସାଜିଥିବା ଜଣେ ହତାଶ ପ୍ରେମିକ ଚରିତ୍ରରେ ଅଭିନୟ କରି ସେ ପ୍ରଥମ ଥର ପାଇଁ ବିରୋଧୀ ଭାବରେ ଅବତୀର୍ଣ୍ଣ ହୋଇଥିଲେ । ଏହା ପରେ ସେ ''[[ରେଶମ୍ ଔର୍ ଶେରା]]'' (୧୯୭୧) ଭଳି ଅନେକ ଚଳଚ୍ଚିତ୍ରରେ ଅଭିନ୍ୟ କରିଥିଲେ । ଏହି ସମୟରେ ସେ ତାଙ୍କ ଭବିଷ୍ୟତ ପତ୍ନୀ [[ଜୟା ବଚ୍ଚନ|ଜୟା ଭାଦୁରି]] ଙ୍କଦ୍ୱାରା ଅଭିନୀତ ଚଲଚିତ୍ର ''[[ଗୁଡ୍ଡି (୧୯୭୧ ଚଳଚ୍ଚିତ୍ର)|ଗୁଡ୍ଡି]]''ରେ ଅତିଥି କଳାକାର ଭାବେ କାମ କରିଥିଲେ । ''[[ବାୱର୍ଚି]]'' ଚଳଚ୍ଚିତ୍ରର କାହାଣୀର କିଛି ଅଂଶ ବଚ୍ଚନଙ୍କଦ୍ୱାରା ଲେଖାଯାଇଥିଲା । ୧୯୭୨ ମସିହାରେ ସେ [[ଏସ୍. ରାମନାଥନ୍]]‌ଙ୍କଦ୍ୱାରା ନିର୍ଦ୍ଦେଶିତ ଚଳଚ୍ଚିତ୍ର ''[[ବମ୍ବେ ଟୁ ଗୋଆ]]''ରେ ଜଣେ ହାସ୍ୟକଳାକାର ଭାବେ ଅଭିନୟ କରିଥିଲେ । ଏହି ସମୟରେ ଅମିତାଭଙ୍କ ଅଭିନୀତ ଚଳଚ୍ଚିତ୍ରଗୁଡ଼ିକ ଦର୍ଶକଙ୍କ ଉପରେ ସେପରି କିଛି ଖାସ୍ ପ୍ରଭାବ ପକାଇ ପାରି ନ ଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଅମିତାଭ ବଲିଉଡ୍‌ର ଜଣେ ଆଗ ଧାଡ଼ିର ଅଭିନେତା ଭାବେ ପ୍ରସିଦ୍ଧି ଲାଭ କରିଥିଲେ ।<ref name=iconic1>{{cite web|title=80 iconic performances 1/10 |url=http://www.filmfare.com/details.php?id=950 |date=1 June 2010 |accessdate=29 November 2011 |deadurlurl-status=yesdead |archiveurl=https://web.archive.org/web/20120118035457/http://www.filmfare.com/details.php?id=950 |archivedate=18 January 2012 }}</ref>
 
===ନାୟକରୁ ମହାନାୟକ (୧୯୭୩-୧୯୮୩) :===
[[File:BigB N JayaB.jpg|right|thumb|225px|୨୦୧୩ ମସି‌ହାରେ ''[[ଜଞ୍ଜିର୍]]'' ଚଳଚ୍ଚିତ୍ର ମୁକ୍ତିଲାଭ କରିବା ଅବସରରେ ପତ୍ନୀ [[ଜୟା ବଚ୍ଚନ|ଜୟା ଭାଦୁରି]]ଙ୍କ ସ‌ହ ଅମିତାଭ ବଚ୍ଚନ (ବିବାହ : ୧୯୭୩ ମସିହା) ।]]
ନିର୍ଦ୍ଦେଶକ [[ପ୍ରକାଶ ମେହରା]] ତାଙ୍କ [[ଜଞ୍ଜିର୍]] (୧୯୭୩) ଚଳଚ୍ଚିତ୍ରର ମୁଖ୍ୟନାୟକର ଚରିତ୍ରରେ ଅଭିନୟ କରିବା ପାଇଁ ଅମିତାଭ ବଚ୍ଚନଙ୍କୁ ସୁଯୋଗ ଦେଇଥିଲେ । ଏହି ଚଳଚ୍ଚିତ୍ରରେ ଅମିତାଭ ଇନ୍‌ସ୍ପେକ୍ଟର୍ ବିଜୟ ଖନ୍ନା ଚରିତ୍ରରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟି ଏହା ପୂର୍ବରୁ ମୁକ୍ତିଲାଭ କରିଥିବା ରୋମାଣ୍ଟିକ୍‌ ଚଳଚ୍ଚିତ୍ରଗୁଡ଼ିକର ସମ୍ପୂର୍ଣ୍ଣ ବିପରୀତ ଥିଲା । ଏଥିରେ ଅଭିନୟ ପରେ ଅମିତାଭ ଏକ ନୂତନ ବ୍ୟକ୍ତିତ୍ୱ — ବଲିଉଡ୍‌ର '''ୟାଙ୍ଗ୍ରି ୟଙ୍ଗ୍ ମ୍ୟାନ୍''' ଭାବେ ପରିଚିତି ଲାଭ କରିଥିଲେ ।<ref name=angryyoungman/> ଏହି ଚଳଚ୍ଚିତ୍ରରେ ଅମିତାଭଙ୍କ ଅଭିନୟ ଫିଲ୍ମ୍‌ଫେୟାର୍‌ରେ ସର୍ବଶ୍ରେଷ୍ଠ ଅଭିନୟ ଭାବେ ମନୋନୀତ ହୋଇଥିଲା ।<ref name=iconic1/> ସେ ସମୟରେ ଏହି ଚଳଚ୍ଚିତ୍ରଟି ଖୁବ୍ ସଫଳତା ଲାଭ କରିଥିଲା ଏବଂ ସେ ବର୍ଷ ଏହାର ଆୟ ସର୍ବାଧିକ (₹୬୦ ନିୟୁତ) ଥିଲା ।<ref>{{cite web|url=http://www.boxofficeindia.com/showProd.php?itemCat=179&catName=MTk3Mw== |title=Box Office 1973 |publisher=Boxofficeindia.com |accessdate=12 November 2013 |deadurlurl-status=yesdead |archiveurl=https://web.archive.org/web/20131020131818/http://boxofficeindia.com/showProd.php?itemCat=179&catName=MTk3Mw== |archivedate=20 October 2013 }}</ref> ଏହି ଚଳଚ୍ଚିତ୍ର ପରେ ବଚ୍ଚନ ବଲିଉଡ୍ ଇଣ୍ଡଷ୍ଟ୍ରିରେ ଷ୍ଟାର୍ ହୋଇଯାଇଥିଲେ । ସେହିଦିନଠାରୁ ଆଜି ପର୍ଯ୍ୟନ୍ତ ବଚ୍ଚନ ବଲିଉଡ୍‌ର ଜଣେ ଆଗଧାଡ଼ିର କଳାକାର ହୋଇ ରହିଛନ୍ତି । '''ଜଞ୍ଜିର୍''' ଚଳଚ୍ଚିତ୍ରରେ ସର୍ବଶ୍ରେଷ୍ଠ ଅଭିନେତା ଭାବେ ସେ ତାଙ୍କର ପ୍ରଥମ ଫିଲ୍ମ୍‌ଫେୟାର୍ ଆୱାର୍ଡ଼୍ ଜିତିଥିଲେ । ୧୯୭୩ ମସିହାରେ ସେ [[ଜୟା ବଚ୍ଚନ|ଜୟା ଭାଦୁରି]]ଙ୍କୁ ବିବାହ କରିଥିଲେ ଏବଂ ଏହାପରେ ସେ ଦୁହେଁ ଅନେକ ଚଳଚ୍ଚିତ୍ରରେ ଏକାଠି ଅଭିନୟ କରିଛନ୍ତି । '''ଜଞ୍ଜିର୍''' ଚଳଚ୍ଚିତ୍ରରେ ମଧ୍ୟ ଅମିତାଭ ଓ ଜୟା ଏକାଠି ଅଭିନୟ କରିଥିଲେ । ବିବାହର ମାତ୍ର ଏକ ମାସ ପରେ ମୁକ୍ତିଲାଭ କରିଥିବା ''[[ଅଭିମାନ୍]]'' ଚଳଚ୍ଚିତ୍ରରେ ମଧ୍ୟ ଦୁହେଁ ଏକାଠି ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟି ମଧ୍ୟ ସେ ସମୟରେ ବକ୍ସ୍ ଅଫିସ୍‌ରେ ଖୁବ୍ ସଫଳତା ଲାଭ କରିଥିଲା । ଏହାପରେ ସାମାଜିକ ବ୍ୟବସ୍ଥା ତ‌ଥା ବନ୍ଧୁତ୍ୱ ଉପରେ ଆଧାରିତ, [[ହୃଷିକେଶ ମୁଖାର୍ଜୀ]]ଙ୍କଦ୍ୱାରା ନିର୍ଦ୍ଦେଶିତ ଓ [[ବିରେଶ ଚାଟାର୍ଜୀ]]ଙ୍କଦ୍ୱାରା ରଚିତ ଚଳଚ୍ଚିତ୍ର ''[[ନମକ୍ ହରାମ୍]]''‌ରେ ଅମିତାଭ [[ରାଜେଶ ଖନ୍ନା]]ଙ୍କ ସ‌ହ ''ବିକ୍ରମ'' ଚରିତ୍ରରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରରେ ଅଭିନୟ କରି ସେ ସର୍ବଶ୍ରେଷ୍ଠ ସ‌ହଅଭିନେତା ଭାବେ ତାଙ୍କର ଦ୍ୱିତୀୟ ଫିଲ୍ମ୍‌ଫେୟାର୍ ଆୱାର୍ଡ଼୍ ଜିତିଥିଲେ ।
 
୧୯୪୭ ମସିହାରେ ବଚ୍ଚନ ''[[କୁଆଁରା ବାପ୍]]'' ଓ ''[[ଦୋସ୍ତ୍]]'' ଭଳି ଚଳଚ୍ଚିତ୍ରରେ ଅତିଥି କଳାକାର ଭାବେ ଅଭିନୟ କରିଥିଲେ । ଏହାପରେ ସେ ''[[ରୋଟି କପ୍‌ଡ଼ା ଔର୍ ମକାନ୍]]'' ଚଳଚ୍ଚିତ୍ରରେ ସ‌ହାଭିନେତା ଭାବେ କାମ କରିଥିଲେ । ଏହି ଚଳଚ୍ଚିତ୍ରଟି [[ମନୋଜ କୁମାର]]ଙ୍କଦ୍ୱାରା ନିର୍ଦ୍ଦେଶିତ ହୋଇଥିଲା ଓ ଏହା ୧୯୪୭ ମସିହାରେ ସର୍ବାଧିକ ଆୟ କରିଥିଲା । ଆର୍ଥିକ ଓ ମାନସିକ ଅସୁବିଧା ସତ୍ତ୍ୱେ କିପରି ସାଧୁତା ଓ ସଚ୍ଚୋଟତା ପ୍ରତି ସମର୍ପିତ ରହିହୁଏ, ଏହା ହିଁ ଥିଲା ଏହି ଚଳଚ୍ଚିତ୍ରଟିର ବିଷୟବସ୍ତୁ । ଏହାପରେ ୧୯୪୭ ମସିହା ଡେସେମ୍ବର ମାସ ୬ ତାରିଖରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ''[[ମଜ୍‌ବୁର୍]]''‌ରେ ଅମିତାଭ ନାୟକ ଭୂମିକାରେ ଅଭିନୟ କରିଥିଲେ । ଏହା ହଲିଉଡ୍ ଚଳଚ୍ଚିତ୍ର ''[[ଜିଗ୍ ଜାଗ୍]]''‌ର ରିମେକ୍ ଥିଲା । ଏହି ଚଳଚ୍ଚିତ୍ରଟି ବକ୍ସ୍ ଅଫିସ୍‌ରେ ଖୁବ୍ ସଫଳତା ଲାଭ କରିଥିଲା ।<ref>[http://boxofficeindia.com/showProd.php?itemCat=180&catName=MTk3NA== Box Office India]. {{wayback|df=yes|url=http://boxofficeindia.com/showProd.php?itemCat=180&catName=MTk3NA== |date=20131020121213 }}</ref> ଏହାପରେ ୧୯୭୫ ମସିହାରେ ସେ ହାସ୍ୟରସାତ୍ମକ ଚଳଚ୍ଚିତ୍ର ''[[ଚୁପ୍‌କେ ଚୁପ୍‌କେ]]'', ଅପରାଧ କାହାଣୀ ଉପରେ ଆଧାରିତ ଚଳଚ୍ଚିତ୍ର ''[[ଫରାର୍]]'' ଓ ପ୍ରେମ କାହାଣୀ ଉପରେ ଆଧାରିତ ଚଳଚ୍ଚିତ୍ର ''[[ମିଲି]]''ରେ ନାୟକ ଭୂମିକାରେ ଅଭିନୟ କରିଥିଲେ । ଏହି ବର୍ଷ ସେ [[ୟଶ୍ ଚୋପ୍ରା]]ଙ୍କଦ୍ୱାରା ନିର୍ଦ୍ଦେଶିତ ''[[ଦିୱାର୍]]'' ଚଳଚ୍ଚିତ୍ରରେ [[ଶଶି କପୁର]], [[ନିରୁପା ରାୟ]] ଓ [[ନିତୁ ସିଂ]]ଙ୍କ ସ‌ହ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ର ପାଇଁ ସେ ସର୍ବଶ୍ରେଷ୍ଠ ଅଭିନେତା ଭାବେ ଫିଲ୍ମ୍ ଫେୟାର୍ ଆୱାର୍ଡ଼୍ ମଧ୍ୟ ପାଇଥିଲେ । ୧୯୭୫ ମସିହାରେ ବକ୍ସ୍ ଅଫିସ୍‌ରେ ସୁପର୍‌ହିଟ୍ ଚଳଚ୍ଚିତ୍ରର ମାନ୍ୟତା ଲାଭ କରିଥିବା ସବୁ ଚଳଚ୍ଚିତ୍ରମାନ‌ଙ୍କ ଭିତରେ ଏହି ଚଳଚ୍ଚିତ୍ରଟି ୪ର୍ଥ ସ୍ଥାନରେ ରହିଥିଲା ।<ref>{{cite web|url=http://www.boxofficeindia.com/showProd.php?itemCat=181&catName=MTk3NQ== |title=Box Office 1975 |work=BoxOffice India.com |deadurlurl-status=yesdead |archiveurl=https://web.archive.org/web/20131020122136/http://boxofficeindia.com/showProd.php?itemCat=181&catName=MTk3NQ== |archivedate=20 October 2013 }}</ref> ''ଇଣ୍ଡିଆଟାଇମ୍‌ସ୍ ମୁଭିଜ୍''‌ର ସର୍ବେକ୍ଷଣ ଅନୁଯାୟୀ ୨୫ଟି ''ନିଶ୍ଚିତ ଦର୍ଶନୀୟ ବଲିଉଡ୍ ଚଳଚ୍ଚିତ୍ର (Must See Bollywood Films)''ମାନ‌ଙ୍କ ମଧ୍ୟରେ ''ଦିୱାର୍'' ଚଳଚ୍ଚିତ୍ର ଅନ୍ୟତମ ।<ref name="mustsee"/> ୧୯୭୫ ମସିହା ଅଗଷ୍ଟ ୧୫ ତାରିଖରେ ମୁକ୍ତିଲାଭ କରିଥିବା ''[[ଶୋଲେ]]'' ଚଳଚ୍ଚିତ୍ର ଆଜି ପର୍ଯ୍ୟନ୍ତ [[ଭାରତ]]ରେ ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ହୋଇ ରହିଛି । ଏହି ଚଳଚ୍ଚିତ୍ରଟି ସେ ସମୟରେ ₹ ୨,୩୬୪,୫୦୦,୦୦୦ ବା US$ ୬୦ ନିୟୁତ ଆୟ କରିଥିଲା ।<ref name=boxoffice>{{cite web|title=Sholay |url=http://www.ibosnetwork.com/asp/filmbodetails.asp?id=Sholay |publisher=International Business Overview Standard |accessdate=6 December 2007 }}{{dead link|date=September 2016 |bot=InternetArchiveBot |fix-attempted=yes }}</ref> ଏଥିରେ ବଚ୍ଚନ ''ଜୟଦେବ'' ଚରିତ୍ରରେ ଅଭିନୟ କରିଥିଲେ । ''ଦିୱାର୍'' ଓ ''ଶୋଲେ'' ଚଳଚ୍ଚିତ୍ରକୁ ୧୯୭୫ ମସିହାର ଦୁଇଟି ମୁଖ୍ୟ ଚଳଚ୍ଚିତ୍ର ଭାବେ ଜଣାଯାଏ । ୧୯୯୯ ମସିହାରେ [[ବିବିସି]] ଇଣ୍ଡିଆ ଏହି ଚଳଚ୍ଚିତ୍ରଟିକୁ ''ଫିଲ୍ମ୍ ଅଫ୍ ଦ ମିଲେନିୟମ୍ (Film of the Millennium)'' ଭାବେ ଘୋଷଣା କରିଥିଲା ଏବଂ ''ଇଣ୍ଡିଆଟାଇମ୍‌ସ୍ ମୁଭିଜ୍''‌ଦ୍ୱାରା ମଧ୍ୟ ଏହାକୁ ୨୫ଟି ''ନିଶ୍ଚିତ ଦର୍ଶନୀୟ ବଲିଉଡ୍ ଚଳଚ୍ଚିତ୍ର (Must See Bollywood Films)''ମାନ‌ଙ୍କ ତାଲିକାରେ ସାମିଲ କରାଯାଇଥିଲା ।<ref name="mustsee">{{cite news|author =Kanwar, Rachna |title=25 Must See Bollywood Movies |date=3 October 2005 |url=http://movies.indiatimes.com/Special_Features/25_Must_See_Bollywood_Movies/articleshow/msid-1250837,curpg-10.cms |publisher=Indiatimes movies |accessdate=6 December 2007}}{{dead link|date=June 2016|bot=medic}}{{cbignore|bot=medic}}</ref> ସେହି ବର୍ଷ ୫୦ତମ ବାର୍ଷିକ ଫିଲ୍ମ୍ ଫେୟାର୍ ଆୱାର୍ଡ଼୍‌ସ୍‌ର ବିଚାରପତିମାନେ ଏହାକୁ '''୫୦ ବର୍ଷର ସର୍ବଶ୍ରେଷ୍ଠ ଫିଲ୍ମ୍ ଫେୟାର୍ ଚଳଚ୍ଚିତ୍ର''' ([[Filmfare Best Film of 50 Years]]) ଭାବେ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିଲେ ।
 
୧୯୭୬ ମସିହାରେ ସେ ନିର୍ଦ୍ଦେଶକ [[ୟଶ୍ ଚୋପ୍ରା]]ଙ୍କ ରୋମାଣ୍ଟିକ୍ ତ‌ଥା ପାରିବାରିକ ଚଳଚ୍ଚିତ୍ର ''କଭି କଭି''ରେ ଅଭିନୟ କରିଥିଲେ । ବଚ୍ଚନ ଏଥିରେ ଅମିତ୍ ମାଲ୍‌ହୋତ୍ରା ନାମକ ଯୁବକ ଚରିତ୍ରରେ ଅଭିନୟ କରିଥିଲେ । ଅମିତ୍ ମାଲ୍‌ହୋତ୍ରା ଜଣେ କବି ଥିଲା ଏବଂ ସେ ପୂଜା ([[ରାକ୍ଷୀ ଗୁଲ୍‌ଜାର୍]]) ନାମକ ଜଣେ ସୁନ୍ଦରୀ ଯୁବତୀକୁ ଗଭୀର ଭାବେ ପ୍ରେମ କରିବା ଆରମ୍ଭ କରିଦେଇଥିଲା । କିନ୍ତୁ ଶେଷରେ ପୂଜା ଆଉ ଜଣକୁ (ଶଶୀ କପୁର) ବିବାହ କରିଥିଲା । ଏହି ଚଳଚ୍ଚିତ୍ରରେ ବଚ୍ଚନ ଜଣେ ରୋମାଣ୍ଟିକ୍ ହିରୋର ଚରିତ୍ରରେ ଅଭିନୟ କରିଥିଲେ, ଯାହାକି ସେ ''ଜଞ୍ଜିର୍'' ଓ ''ଦିୱାର୍'' ଆଦି ଚଳଚ୍ଚିତ୍ରରେ କରିଥିବା &quot;ୟାଙ୍ଗ୍ରି ୟଙ୍ଗ୍ ମ୍ୟାନ୍&quot; ଚରିତ୍ର ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଥିଲା । ଏହି ଚଳଚ୍ଚିତ୍ରଟି ଦର୍ଶକଙ୍କଦ୍ୱାରା ଖୁବ୍ ଆଦୃତ ହୋଇଥିଲା । ଏଥିରେ ନିଜର ଅଭିନୟ ପାଇଁ ବଚ୍ଚନ ପୁନର୍ବାର ଫିଲ୍ମଫେୟାର୍‌ରେ ସର୍ବଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଁ ମନୋନୀତ ହୋଇଥିଲେ । ସେହି ବର୍ଷ ସେ ''ଅଦାଲତ୍'' ଚଳଚ୍ଚିତ୍ରରେ ପିତା ଓ ପୁତ୍ର ଉଭୟଙ୍କ ଚରିତ୍ରରେ ଅଭିନୟ କରିଥିଲେ । ୧୯୭୭ ମସିହାରେ ''ଅମର୍ ଅକବର୍ ଆନ୍ଥୋନି'' ଚଳଚ୍ଚିତ୍ରରେ ନିଜର ଅଭିନୟ ପାଇଁ ସେ ତାଙ୍କର ପ୍ରଥମ ଫିଲ୍ମଫେୟାର୍ ସର୍ବଶ୍ରେଷ୍ଠ ଅଭିନେତା ପୁରସ୍କାର ଜିଣିଥିଲେ । ଏହି ଚଳଚ୍ଚିତ୍ରରେ ସେ [[ବିନୋଦ ଖନ୍ନା]] ଓ [[ଋଷି କପୁର]]ଙ୍କ ବିପକ୍ଷରେ ତୃତୀୟ ମୁଖ୍ୟ ଚରିତ୍ରରେ ଆନ୍ଥୋନି ଗୋନ୍‌ଜାଲ୍‌ଭେସ୍ ଭାବେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟି ସେ ବର୍ଷର ସବୁଠାରୁ ଅଧିକ ଆୟକାରୀ ଚଳଚ୍ଚିତ୍ର ଥିଲା । ''ପର୍‌ବରିଶ୍'' ଓ ''ଖୁନ୍ ପସିନା'' ମଧ୍ୟ ବଚ୍ଚନଙ୍କ ଅଭିନୀତ ସେହି ବର୍ଷର ସଫଳ ଚଳଚ୍ଚିତ୍ରମାନ‌ଙ୍କ ମଧ୍ୟରୁ ଅନ୍ୟତମ ।<ref>{{cite web|url=http://www.boxofficeindia.com/showProd.php?itemCat=183&catName=MTk3Nw== |title=Box Office 1977 |publisher=Boxofficeindia.com |accessdate=11 December 2012 |deadurlurl-status=yesdead |archiveurl=https://web.archive.org/web/20121012163829/http://boxofficeindia.com/showProd.php?itemCat=183&catName=MTk3Nw== |archivedate=12 October 2012 }}</ref> ''କସ୍‌ମେ ବାଦେ'' (୧୯୭୮) ଚଳଚ୍ଚିତ୍ରରେ ସେ ଅମିତ୍ ଓ ଶଙ୍କର୍ ଚରିତ୍ରରେ ତ‌ଥା ''ଡନ୍'' (୧୯୭୮) ଚଳଚ୍ଚିତ୍ରରେ ସେ ମୁଖ୍ୟ ଚରିତ୍ର ଡନ୍ ଓ ଡନ୍ ଭଳି ଦେଖାଯାଉଥିବା ବିଜୟ ଚରିତ୍ରରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରରେ ତାଙ୍କର ଅଭିନୟ ପାଇଁ ତାଙ୍କୁ ଦ୍ୱିତୀୟ ଥର ପାଇଁ ଫିଲ୍ମଫେୟାର୍ ସର୍ବଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଥିଲା । ୟଶ୍ ଚୋପ୍ରାଙ୍କ ''ତ୍ରିଶୂଲ୍'' ଓ [[ପ୍ରକାଶ ମେହ୍‌ରା]]ଙ୍କ ''ମୁକଦ୍ଦର୍ କା ସିକନ୍ଦର୍'' ଚଳଚ୍ଚିତ୍ରରେ ମଧ୍ୟ ସେ ଅଭିନୟ କରିଛନ୍ତି ।
 
୧୯୭୯ ମସିହାରେ ବଚ୍ଚନ ''ସୁହାଗ୍'' ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟି ସେହି ବର୍ଷ ସର୍ବାଧିକ ଆୟ କରିଥିଲା । ସେହି ବର୍ଷ ସେ ''ମିଃ ନଟ୍‌ୱର୍‌ଲାଲ୍'', ''କାଲା ପତ୍ଥର୍'' ଓ ''ଦ ଗ୍ରେଟ୍ ଗାମ୍ବ୍‌ଲର୍'' ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଥିଲେ । ''ମିଃ ନଟ୍‌ୱର୍‌ଲାଲ୍'' ଚଳଚ୍ଚିତ୍ରରେ ସେ [[ରେଖା]]ଙ୍କ ସ‌ହ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରର ଗୋଟିଏ ଗୀତ ପାଇଁ ତାଙ୍କୁ କଣ୍ଠଦାନ ମଧ୍ୟ କରିବାକୁ ପଡ଼ିଥିଲା । ଏହି ଚଳଚ୍ଚିତ୍ରରେ ନିଜର ଅଭିନୟ ଓ ସଙ୍ଗୀତ ପାଇଁ ସେ ଉଭୟ ଫିଲ୍ମ‌ଫେୟାର୍ ସର୍ବଶ୍ରେଷ୍ଠ ଅଭିନେତା ପୁରସ୍କାର ଓ ଫିଲ୍ମ‌ଫେୟାର୍ ସର୍ବଶ୍ରେଷ୍ଠ କଣ୍ଠଶିଳ୍ପୀ ପୁରସ୍କାର ପାଇଁ ମନୋନୀତ ହୋଇଥିଲେ । ''କାଲା ପତ୍ଥର୍'' ଚଳଚ୍ଚିତ୍ରରେ ନିଜର ଅଭିନୟ ପାଇଁ ମଧ୍ୟ ସେ ଫିଲ୍ମ‌ଫେୟାର୍ ସର୍ବଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଁ ମନୋନୀତ ହୋଇଥିଲେ । ୧୯୮୦ ମସିହାରେ [[ରାଜ୍ ଖୋସ୍‌ଲା]]ଙ୍କଦ୍ୱାରା ନିର୍ଦ୍ଦେଶିତ ଚଳଚ୍ଚିତ୍ର ''ଦୋସ୍ତାନା''ରେ ନିଜର ଅଭିନୟ ପାଇଁ ସେ ପୁନର୍ବାର ଫିଲ୍ମ‌ଫେୟାର୍ ସର୍ବଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଁ ମନୋନୀତ ହୋଇଥିଲେ । ଏହି ଚଳଚ୍ଚିତ୍ରରେ ସେ [[ଶତ୍ରୁଘ୍ନ ସିହ୍ନା]] ଓ [[ଜିନତ୍ ଅମନ୍]]‌ଙ୍କ ବିପକ୍ଷରେ ଅଭିନୟ କରିଥିଲେ । ''ଦୋସ୍ତାନା'' ୧୯୮୦ ମସିହାର ସର୍ବାଧିକ ଆୟକାରୀ ଚଳଚ୍ଚିତ୍ର ଥିଲା ।<ref>{{cite web|url=http://boxofficeindia.com/showProd.php?itemCat=186&catName=MTk4MA== |title=BoxOffice India.com |publisher=BoxOffice India.com |accessdate=15 January 2010 |archiveurl=https://web.archive.org/web/20100102005754/http://boxofficeindia.com/showProd.php?itemCat=186&catName=MTk4MA== |archivedate=2 January 2010 |deadurlurl-status=yesdead |df=dmy }}</ref> ୧୯୮୧ ମସିହାରେ ସେ ୟଶ୍ ଚୋପ୍ରାଙ୍କ ଆବେଗପୂର୍ଣ୍ଣ ଚଳଚ୍ଚିତ୍ର ''ସିଲ୍‌ସିଲା''ରେ ଅଭିନୟ କରିଥିଲେ । ଏଥିରେ ସେ ନିଜ ପତ୍ନୀ ଜୟା ଓ ରେଖାଙ୍କ ସ‌ହ ଅଭିନୟ କରିଥିଲେ । ତାଙ୍କ ଅଭିନୀତ ''ଶାନ୍'' (୧୯୮୦) ଓ ''ଶକ୍ତି'' (୧୯୮୨) ବକ୍ସ୍ ଅଫିସ୍‌ରେ ଏତେଟା ସଫଳତା ଲାଭ କରିପାରି ନ ଥିଲା । ତେବେ ତାଙ୍କ ଅଭିନୀତ ''ରାମ୍ ବଲ୍‌ରାମ୍'' (୧୯୮୦), ''ନସିବ୍'' (୧୯୮୧) ଓ ''ଲାୱାରିସ୍'' (୧୯୮୧) ଖୁବ୍ ସଫଳତା ଅର୍ଜନ କରିଥିଲା ।<ref name="Box office success">{{cite web|publisher=Box Office India |title=Bachchan's box office success |url=http://boxofficeindia.com/showProd.php?itemCat=187&catName=MTk4MQ== |accessdate=27 January 2015 |deadurlurl-status=yesdead |archiveurl=https://web.archive.org/web/20131005055546/http://www.boxofficeindia.com/showProd.php?itemCat=187&catName=MTk4MQ== |archivedate=5 October 2013 }}</ref>
 
୧୯୮୨ ମସିହାରେ ସେ ''ସଟ୍ଟେ ପେ ସଟ୍ଟା'' ଓ ''ଦେଶ୍ ପ୍ରେମୀ'' ଚଳଚ୍ଚିତ୍ରରେ ଦ୍ୱୈତ ଭୂମିକାରେ ଅଭିନୟ କରିଥିଲେ ।<ref>{{cite web|url=http://boxofficeindia.com/showProd.php?itemCat=187&catName=MTk4MQ==|archiveurl=https://web.archive.org/web/20130928072451/http://boxofficeindia.com/showProd.php?itemCat=187&catName=MTk4MQ==|title=Boxofficeindia.com|archivedate=28 September 2013|work=boxofficeindia.com}}</ref> ଏହି ଦୁଇଟି ଚଳଚ୍ଚିତ୍ର ବକ୍ସ୍ ଅଫିସ୍‌ରେ ଖୁବ୍ ସଫଳତା ଲାଭ କରିଥିଲା । ୧୯୮୩ ମସିହାରେ ସେ ''ମହାନ୍'' ଚଳଚ୍ଚିତ୍ରରେ ତିନିଟି ଚରିତ୍ରରେ ଅଭିନୟ କରିଥିଲେ । ତାଙ୍କ ଅଭିନୀତ ''କୁଲି'' ଚଳଚ୍ଚିତ୍ର ସେ ବର୍ଷର ସର୍ବାଧିକ ଆୟକାରୀ ଚଳଚ୍ଚିତ୍ର ଥିଲା ।<ref>{{cite web|url=http://boxofficeindia.com/showProd.php?itemCat=189&catName=MTk4Mw==|archiveurl=https://web.archive.org/web/20130928072533/http://boxofficeindia.com/showProd.php?itemCat=189&catName=MTk4Mw==|title=Boxofficeindia.com|archivedate=28 September 2013|work=boxofficeindia.com}}</ref>
୫୦ କ ଧାଡ଼ି:
୧୯୮୨ ମସିହା ଜୁଲାଇ ମାସ ୨୬ ତାରିଖରେ ବେଙ୍ଗାଲୁରୁର ବିଶ୍ୱବିଦ୍ୟାଳୟ ପରିସରରେ ''କୁଲି'' ଚଳଚ୍ଚିତ୍ରର ସୁଟିଙ୍ଗ୍ ଚାଲିଥିବା ସମୟରେ ସ‌ହ କଳାକାର [[ପୁନିତ୍ ଇସାର୍]]‌ଙ୍କ ସ‌ହ ଏକ ଲଢ଼ିବା ଦୃଶ୍ୟର ସୁଟିଙ୍ଗ୍ ବେଳେ ବଚ୍ଚନ ଏକ ପ୍ରାଣ‌ଘାତକ ଦୁର୍ଘଟଣାର ଶିକାର ହୋଇଥିଲେ ।<ref name="Coolie fight scene">{{cite web|publisher=Rediff.com |title=Bachchan injured whilst shooting scene |url=http://www.rediff.com/entertai/2001/oct/11amit.htm |accessdate=11 March 2007| archiveurl= https://web.archive.org/web/20070304103635/http://www.rediff.com/entertai/2001/oct/11amit.htm| archivedate= 4 March 2007 | deadurl= no}}</ref> ଏଥିରେ ସେ ଆନ୍ତ୍ରିକ ଆଘାତ ପ୍ରାପ୍ତ ହୋଇଥିଲେ । ଗୋଟିଏ ଦୃଶ୍ୟରେ ତାଙ୍କୁ ଉପରୁ ଗୋଟିଏ ଟେବୁଲ୍ ଉପରକୁ ଡେଇଁବାର ଥିଲା ଏବଂ ତା' ପରେ ସେହି ଟେବୁଲ୍‌ରୁ ତଳକୁ ଡେଇଁବାର ଥିଲା । କିନ୍ତୁ ଯେତେବେଳେ ସେ ଟେବୁଲ୍ ଉପରକୁ ଡେଇଁଲେ, ଟେବୁଲ୍‌ର ଗୋଟିଏ କୋଣ ତାଙ୍କ ତଳିପେଟରେ ବାଜିଯାଇଥିଲା । ଏହାଦ୍ୱାରା ତାଙ୍କ [[ପ୍ଲୀହା]] ଆଘାତପ୍ରାପ୍ତ (Splenic rupture) ହୋଇଥିଲା । ଫଳରେ ତାଙ୍କ ଶରୀରରୁ ବ‌ହୁତ ପରିମାଣର [[ରକ୍ତ]] ବ‌ହିଯାଇଥିଲା । ତାଙ୍କୁ ଯଥା ଶୀଘ୍ର ଡାକ୍ତରଖାନାକୁ ନିଆଯାଇ ତାଙ୍କର [[ସ୍ପ୍ଲେନେକ୍ଟୋମି]] (Splenectomy : ପ୍ଲୀହା ପ୍ରତିରୋପଣ) କରାଯାଇଥିଲା । ଏହା ପରେ ସେ ଅନେକ ମାସ ପର୍ଯ୍ୟନ୍ତ ମୁମୁର୍ଷୁ ଅବସ୍ଥାରେ ଡାକ୍ତରଖାନାରେ ରହିଥିଲେ । ଏହି ସମୟରେ ତାଙ୍କ ଆରୋଗ୍ୟ କାମନା କରି ତାଙ୍କ ପ୍ରଶଂସକମାନେ ବ‌ହୁମାତ୍ରାରେ ମନ୍ଦିରରେ ପୂଜାର୍ଚ୍ଚନା କରିବା ସ‌ହ ନିଜ ଅଙ୍ଗପ୍ରତ୍ୟଙ୍ଗର ବଳି ମଧ୍ୟ ଦେଇଥିଲେ । ପରବର୍ତ୍ତୀ ସମୟରେ ବଚ୍ଚନଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତ୍ତି ହେବାପରେ ତାଙ୍କ ପ୍ରଶଂସକମାନେ ଡାକ୍ତରଖାନା ବାହାରେ ତାଙ୍କ ଶୁଭକାମନା କରିବା ପାଇଁ ଲମ୍ବା ଧାଡ଼ିରେ ଠିଆହୋଇ ରହୁଥିଲେ ।<ref>{{cite web|url=http://www.hindustantimes.com/News-Feed/Entertainment/Amitabh-Bachchan-no-longer-excited-about-birthdays/Article1-463669.aspx |title=Amitabh Bachchan no longer excited about birthdays |work=Hindustan Times |date=10 October 2009 |accessdate=11 December 2012}}</ref>
 
ଦୀର୍ଘ ସମୟର ଅସୁସ୍ଥତା ପରେ ସେହି ବର୍ଷ ହିଁ ସେ ଆରୋଗ୍ୟ ଲାଭ କରି ପୁନର୍ବାର ଅଭିନୟ କରିବା ଆରମ୍ଭ କରିଦେଇଥିଲେ । ୧୯୮୩ ମସିହାରେ ''କୁଲି'' ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା ଏବଂ ବକ୍ସ୍ ଅଫିସ୍‌ରେ ଅପୂର୍ବ ସଫଳତା ଲାଭ କରି ସେ ବର୍ଷର ସର୍ବାଧିକ ଆୟକାରୀ ଚଳଚ୍ଚିତ୍ର ସାବ୍ୟସ୍ତ ହୋଇଥିଲା । ତେବେ ଏହି ସଫଳତାର କିଛି ଶ୍ରେୟ ବଚ୍ଚନଙ୍କ ଦୁର୍ଘଟଣା ଯୋଗୁଁ ହୋଇଥିବା ପ୍ରଚାରକୁ ମଧ୍ୟ ଯାଏ ।<ref name="Coolie">{{cite web|publisher=Box Office India |title=Coolie a success |url=http://www.boxofficeindia.com/showProd.php?itemCat=125&catName=MTk4MC0xOTg5 |accessdate=11 March 2007 |deadurlurl-status=yesdead |archiveurl=https://web.archive.org/web/20120112040659/http://www.boxofficeindia.com/showProd.php?itemCat=125 |archivedate=12 January 2012 }}</ref>
 
ବଚ୍ଚନଙ୍କ ଦୁର୍ଘଟଣା ପରେ ନିର୍ଦ୍ଦେଶକ [[ମନମୋହନ ଦେଶାଇ]] ''କୁଲି''ର ଶେଷଭାଗକୁ ବଦଳାଇ ଦେଇଥିଲେ । ପୂର୍ବରୁ ଲେଖାଯାଇଥିବା କାହାଣୀ ଅନୁଯାୟୀ ବଚ୍ଚନ ଅଭିନୟ କରୁଥିବା ଚରିତ୍ରଟି ଶେଷରେ ମୃତ୍ୟୁବରଣ କରୁଥିଲା । କିନ୍ତୁ କାହାଣୀରେ ପରିବର୍ତ୍ତନ ପରେ ଚରିତ୍ରଟି ଶେଷରେ ବଞ୍ଚିଥିଲା । ଦେଶାଇ କ‌ହିଥିଲେ ଯେ, ଯେଉଁ ବ୍ୟକ୍ତି ନିଜ ପ୍ରକୃତ ଜୀବନରେ ମୃତ୍ୟୁକୁ ହରାଇ ଫେରିଆସିଛି, ସେ ପର୍ଦ୍ଦା ଉପରେ ମରିଯିବାଟା ନିଶ୍ଚିତ ଭାବରେ ଅନୁଚିତ୍ । ଆହୁରି ମଧ୍ୟ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ରରେ ଉପରୋକ୍ତ ଲଢ଼େଇ ଦୃଶ୍ୟକୁ ଟେବୁଲ୍ ଉପରକୁ ଡେଇଁବା ସମୟରେ ସ୍ଥଗିତ ରଖାଯାଇ ପର୍ଦ୍ଦା ଉପରେ ଅଭିନେତାର ଦୁର୍ଘଟଣାକୁ ସଙ୍କେତ କରି ଏକ ଶିରୋନାମା ଦେଖାଯାଇଥିଲା । ଏହି ଶିରୋନାମାଦ୍ୱାରା ଦୁର୍ଘଟଣାଟିର ପ୍ରଚାର ସୁନିଶ୍ଚିତ କରାଯାଇଥିଲା ।<ref>{{cite web|url=http://movies.ndtv.com/movie_story.aspx?Section=Movies&ID=250266&subcatg=&keyword=Bollywood&nid=250266 |title=30 years after the Coolie accident: Big B's "second birthday" |publisher=Movies.ndtv.com |date=2 August 2012 |accessdate=11 December 2012}}</ref>
୫୭ କ ଧାଡ଼ି:
 
===ରାଜନୀତି (୧୯୮୪-୧୯୮୭) :===
୧୯୮୪ ମସିହାରେ ନିଜ ଦୀର୍ଘ ଦିନର ବନ୍ଧୁ [[ରାଜୀବ ଗାନ୍ଧୀ]]ଙ୍କୁ ସମର୍ଥନ କରିବା ପାଇଁ ବଚ୍ଚନ ଅଭିନୟରୁ ଅବସର ନେଇ ରାଜନୀତିରେ ପାଦ ଥାପିଥିଲେ । ସେ [[ଉତ୍ତର ପ୍ରଦେଶ]]ର ପୂର୍ବତନ ମୁଖ୍ୟମନ୍ତ୍ରୀ [[ଏହ୍. ଏନ୍. ବ‌ହୁଗୁଣା]]ଙ୍କ ବିପକ୍ଷରେ [[ଆଲାହାବାଦ]]ରୁ ଅଷ୍ଟମ ଲୋକ ସଭା ଆସନ ପାଇଁ ନିର୍ବାଚନ ଲଢ଼ିଥିଲେ ଏବଂ ୬୮.୨% ଭୋଟ୍ ପାଇ ଜୟଯୁକ୍ତ ହୋଇଥିଲେ ।<ref name=election>{{cite web|url=http://www.hindustantimes.com/news/specials/amitabh/politics.htm |title=Amitabh Bachchan: Stint in Politics |work=Hindustan Times |accessdate=5 December 2005| archiveurl= https://web.archive.org/web/20060109123607/http://www.hindustantimes.com/news/specials/amitabh/politics.htm| archivedate= 9 January 2006 | deadurl= no}}</ref> କିନ୍ତୁ ତାଙ୍କ ରାଜନୈତିକ ଜୀବନର ସମୟସୀମା ଖୁବ୍ କମ ଥିଲା । ମାତ୍ର ୩ ବର୍ଷ ପରେ ସେ ରାଜନୀତିକୁ ଭ୍ରଷ୍ଟାଚାରରେ ପରିପୂର୍ଣ୍ଣ ଦର୍ଶାଇ ସେଥିରୁ ଅବସର ନେଇଥିଲେ । ରାଜନୀତିରୁ ଅବସର ଗ୍ରହଣ କରିବା ପରେ ପରେ [[ବୋଫର୍ସ୍ ଦୁର୍ନୀତି]]ରେ ବଚ୍ଚନ ଓ ତାଙ୍କ ଭାଇ ସମ୍ପୃକ୍ତ ଥିବାର ଏକ ଖବରକାଗଜ ଦର୍ଶାଇଥିଲା ।<ref>{{cite web|url=http://www.sathnam.com/Features/17/interview-with-amitabh-bachchan |title=Interview with Amitabh Bachchan |publisher=sathnam.com |archiveurl=http://www.webcitation.org/5ppKBfYB7?url=http://www.sathnam.com/Features/17/interview-with-amitabh-bachchan |archivedate=18 May 2010 |deadurlurl-status=yesdead |df=dmy }}</ref> ବଚ୍ଚନ ଏହି ଆରୋପକୁ ଅମାନ୍ୟ କରି ଅଦାଲତରେ ଏହା ବିରୁଦ୍ଧରେ ଲଢ଼ିଥିଲେ ଏବଂ ନିର୍ଦ୍ଦୋଷ ପ୍ରମାଣିତ ହୋଇଥିଲେ ।<ref>{{cite web|url=http://www.firstpost.com/india/clean-chit-in-bofors-has-come-25-years-too-late-big-b-288819.html |title=Clean chit in Bofors has come 25 years too late: Big B}}</ref>
 
== ଆଧାର ==