"ବତିଘର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟିକେ Bot: Automated text replacement (-୍ଵ +୍ୱ)
୪ କ ଧାଡ଼ି:
[[ଫାଇଲ:Pigeon_Point_Lighthouse_Fresnel.jpeg|thumb|ରାତିରେ [[ଯୁକ୍ତରାଷ୍ଟ୍ର ଆମେରିକା|ଯୁକ୍ତରାଷ୍ଟ୍ର ଆମେରିକାର]] ପିଜନ୍ ପଏଣ୍ଟ୍ ବତିଘରର ଆଲୋକ]]
[[ଫାଇଲ:Light_house_2.gif|thumb|[[ଭାରତ|ଭାରତର]] ମହାବଳିପୁରମ୍‍ର ବତିଘରର ଆଲୋକ ସଙ୍କେତ]]
'''ବତିଘର''' ବା '''ବତିଘରା''' (ଇଂରାଜୀରେ '''lighthouse''' – ଲାଇଟ୍ ହାଉସ୍) ଏକ ଉଚ୍ଚ ସ୍ତମ୍ଭ ବା ମୀନାର ଯାହାର ଶୀର୍ଷ ଭାଗରେ ଏକ ପ୍ରଜ୍ଜ୍ଵଳିତପ୍ରଜ୍ଜ୍ୱଳିତ ଆଲୋକ ରହିଥାଏ । ଏହି ଆଲୋକ ବା ବତୀ ବହୁ ଦୂର ପର୍ଯ୍ୟନ୍ତ ଦେଖାଯାଉଥିବାରୁ ସମୁଦ୍ରରୁ କୂଳ ଆଡ଼କୁ ଆସୁଥିବା ଜାହାଜର ନାବିକ, ନଦୀନାଳ ପରି ଅନ୍ୟ ଜଳପଥ ବ୍ୟବହାର କରୁଥିବା ନାବିକଙ୍କୁ ଦିଗ ଠଉରାଇବାରେ ସହାୟକ ହୋଇଥାଏ ।
ବିପଦସଙ୍କୁଳ ଉପକୂଳ, ପଥୁରିଆ ଉପକୂଳ, ବନ୍ଦର ମଧ୍ୟକୁ ପଶିବା ପାଇଁ ସୁରକ୍ଷିତ ସ୍ଥଳ ଇତ୍ୟାଦି ନିକଟରେ ବତିଘରମାନ ନିର୍ମାଣ କରାଯାଇଥାଏ । ଆକାଶପଥରେ ଉଡ଼ୁଥିବା ବିମାନ ପାଇଁ ମଧ୍ୟ ଏହା ଏକ ଦିଗବାରେଣୀ ପରି କାମ କରିଥାଏ । ପୂର୍ବ କାଳରେ ସମୁଦ୍ରପଥରେ ଯାତାୟାତ ଓ ବାଣିଜ୍ୟ ପାଇଁ ସ୍ଥାନେ ସ୍ଥାନେ ବତିଘର ନିର୍ମିତ ହୋଇଥିଲା । ଆଧୁନିକ ଯୁଗରେ ବୈଷୟିକ ଜ୍ଞାନକୌଶଳ ଓ ଆଧୁନିକ ଉପକରଣ ସହାୟତାରେ ନାବିକମାନେ ଦିଗ ଓ ପଥ ନିର୍ଣ୍ଣୟ କରିପାରୁଛନ୍ତି । ତେଣୁ ରକ୍ଷଣାବେକ୍ଷଣ ଓ ଅର୍ଥାଭାବ ଯୋଗୁଁ ବର୍ତ୍ତମାନ ସମୟରେ ବହୁ ବତିଘର ଅଚଳ ହୋଇଗଲାଣି ।
୧୮ କ ଧାଡ଼ି:
 
=== ଆଧୁନିକ ଯୁଗରେ ବତିଘର ===
୧୮ଶ ଶତାବ୍ଦୀରୁ ପାଶ୍ଚାତ୍ୟରେ ଆଧୁନିକ ବତିଘରମାନ ନିର୍ମିତ ହୋଇଛି । ଏହି ସମୟରେ ଆଟ୍‍ଲାଣ୍ଟିକ ମହାସାଗରରେ ସାମୁଦ୍ରିକ ବ୍ୟାପାର ଅତି ଦ୍ରୁତ ବେଗରେ ବଢ଼ୁଥିଲା । ଅଟ୍ଟାଳିକା ନିର୍ମାଣ ସମ୍ଵନ୍ଧୀୟସମ୍ୱନ୍ଧୀୟ ବୈଷୟିକ ଜ୍ଞାନ ତଥା ନୂତନ ଯୁଗର ଆଲୋକ ବ୍ୟବସ୍ଥା ଜାଣିବା ପରେ ପାଶ୍ଚାତ୍ୟ ଦେଶମାନଙ୍କରେ ଉନ୍ନତତର ଓ ଶକ୍ତିଶାଳୀ ବତିଘରମାନ ନିର୍ମିତ ହୋଇଥିଲା । ବତିଘରର ଆଲୋକ ସମୁଦ୍ର ମଧ୍ୟକୁ ଅକସ୍ମାତ ବାହାରି ଆସିଥିବା ପଥର, ସମୁଦ୍ରପତନରୁ ଅଳ୍ପ ଗଭୀରତାରେ ବୁଡ଼ି ରହିଥିବା ପଥର ପ୍ରଭୃତିରୁ ଦୂରେଇ ରହିବା ପାଇଁ ସଙ୍କେତ ଦେଉଥିଲା ।
 
[[ଫାଇଲ:Eddystone_lighthouse00.jpg|ବାଆଁ|thumb|ବତିଘର ନିର୍ମାଣ ଦିଗରେ ଏଡିଷ୍ଟୋନ୍ ପ୍ରସ୍ତରରେ ଥିବା ୱିନଷ୍ଟାନଲେ ବତିଘର ଏକ ନୂତନ ଅଧ୍ୟାୟ ଯୋଡ଼ିଥିଲା]]
ଇଂରାଜୀ କେନାଲ୍ (English Channel) ମଧ୍ୟ ଦେଇ ଯାଉଥିବା ନାବିକମାନଙ୍କ ପାଇଁ ଏଡିସନ୍ ପ୍ରସ୍ତର ଏକ ମୁଣ୍ଡବ୍ୟଥା ଥିଲା ଓ ଏହା ଯୋଗୁଁ ଅନେକ ଜାହାଜ କ୍ଷତିଗ୍ରସ୍ତ ହେଉଥିଲେ ।<ref>{{citation|last=Smiles|first=Samuel|title=The Lives of the Engineers|url=https://archive.org/stream/livesofengineers02smil#page/16/mode/2up|volume=Vol 2|page=16|year=1861}}</ref> ହେନେରି ୱିନ୍‍ଷ୍ଟାନଲେ ସେଠାକାର ପ୍ରଥମ କାଷ୍ଠନିର୍ମିତ ବତିଘରର ନିର୍ମାଣ କରାଇଥିଲେ । ଏହି ବତିଘରର ଆକାର ଅଷ୍ଟଭୂଜାକାର ଥିଲା ଓ ପଥରରେ ଲାଗିଥିବା ୧୨ଟି ଲୁହା କବଜା ଓ ଶିକୁଳି ଏହାକୁ ସୁଦୃଢ଼ ଭାବେ ଧରି ରଖିଥିଲେ । ଏହି ବତିଘରର ନିର୍ମାଣ କାର୍ଯ୍ୟ ୧୬୯୬ ମସିହାରୁ ନେଇ ୧୬୯୮ ମସିହା ପର୍ଯ୍ୟନ୍ତ ଚାଲିଥିଲା ଓ ସମୁଦ୍ର ମଧ୍ୟରେ ଏହା ବିଶ୍ଵରବିଶ୍ୱର ପ୍ରଥମ ବତିଘର ଥିଲା ବୋଲି କୁହାଯାଏ ।<ref>{{Cite web|url=http://www.britannica.com/EBchecked/topic/340721/lighthouse/72148/The-beginning-of-the-modern-era|title=lighthouse|accessdate=2012-12-17}}</ref>
 
୧୭୫୬ରୁ ୧୭୫୯ ମଧ୍ୟରେ ଜନ୍ ସ୍ମିଟନ୍ ନାମକ ଜଣେ ନିର୍ମାଣ ଯନ୍ତ୍ରୀ ୱିନ୍‍ଷ୍ଟାନଲେ ବତିଘରର ପୁନର୍ନିର୍ମାଣ କରିଥିଲେ ଓ ଏହାକୁ “ସ୍ମିଟନ୍ସ ଟାୱର୍ ବତିଘର” କୁହାଗଲା ।<ref name="MAJ">Majdalany, Fred: ''The Eddystone Light''. 1960</ref> ତାଙ୍କ ବତିଘର ୧୮୭୭ ମସିହା ଯାଏଁ ବ୍ୟବହୃତ ହେଉଥିଲା ଓ ବତିଘର ନିର୍ମାଣ ଦିଗରେ ଏହାକୁ ଏକ ବଡ଼ ଲମ୍ଫ ବୋଲି ଧରାଯାଇଥାଏ । କଳା ମୁଗୁନି ପଥର ବ୍ୟବହାର କରି ଏକ ଓକ୍ ଗଛ ଆକାରରେ ଏକ ବତିଘର ନିର୍ମାଣ କରିଥିଲେ । ମୁଗୁନି ପଥରକୁ ଧରି ରଖିବା ପାଇଁ ସେ ଏକ ପ୍ରକାରର ଚୂନର ଉପଯୋଗ କରିଥିଲେ ।<ref name="TRI">{{cite web|url=http://www.trinityhouse.co.uk/interactive/gallery/eddystone.html|title=Eddystone – Gallery|publisher=Trinity House|accessdate=2010-05-03|url-status=dead|archiveurl=https://web.archive.org/web/20060909043743/http://www.trinityhouse.co.uk/interactive/gallery/eddystone.html|archivedate=2006-09-09}}</ref> ତାଙ୍କ ନିର୍ମାଣ କୌଶଳ ଯୋଗୁଁ ବତିଘରଟି ସୁଦୃଢ଼ ସ୍ଥିତିରେ ରହିଥିଲା ଏବଂ ପରବର୍ତ୍ତୀ କାଳର ଯନ୍ତ୍ରୀମାନେ ସ୍ମିଟ୍‍ସନଙ୍କ ନିର୍ମାଣ ଶୈଳୀ ଓ କୌଶଳରୁ ପ୍ରଭାବିତ ହୋଇଥିଲେ ।<ref>{{cite book|title=Minutes of proceedings of the Institution of Civil Engineers|author=Douglass, James Nicholas|publisher=Institution of Civil Engineers|year=1878|volume=vol. 53, part 3|location=London|pages=247–248|chapter=Note on the Eddystone Lighthouse|chapter-url=https://books.google.com/books?id=cx4AAAAAMAAJ&pg=PA247}}</ref>
 
[[ଫାଇଲ:Smeaton's_Lighthouse00.jpg|ଡାହାଣ|thumb|ଏଡିଷ୍ଟୋନ୍‍ସ୍ଥିତ ପୁରୁଣା ବତିଘରର (୧୭୫୯) ଜନ୍ ସ୍ମିଟନ୍ ପୁନର୍ନିର୍ମାଣ କରିଥିଲେ ଓ ଅନେକଙ୍କୁ ପ୍ରଭାବିତ କରିଥିଲେ]]
ରବର୍ଟ୍ ଷ୍ଟିଭେନ୍ସନ୍ ନାମକ ଯନ୍ତ୍ରୀ ବତିଘର ନିର୍ମାଣ କ୍ଷେତ୍ରରେ ଜଣେ ପରିଚିତ ଓ ପ୍ରଭାବୀ ବ୍ୟକ୍ତି ଥିଲେ ।<ref name="NLB">{{cite web|url=http://www.nlb.org.uk/HistoricalInformation/StevensonEngineers/Robert-Stevenson/|title=NLB – Robert Stevenson|accessdate=January 28, 2013}}</ref> ୧୮୧୦ ମସିହାରେ ସେ ନିର୍ମାଣ କରିଥିବା ବେଲ୍ ରକ୍ ବତିଘର ତତ୍କାଳୀନ ବୈଷୟିକ ଜ୍ଞାନ କୌଶଳର ଶ୍ରେଷ୍ଠ ଉଦାହରଣମାନଙ୍କରୁ ଗୋଟିଏ ବୋଲି କୁହାଯାଏ । ଏହାର ଢାଞ୍ଚା ସ୍ମିଟନ୍‍ଙ୍କ ବତିଘରର ଢାଞ୍ଚା ପରି ଥିଲା କିନ୍ତୁ ଏଥିରେ ଅନେକ ନୂତନ କୌଶଳ ବ୍ୟବହୃତ ହୋଇଥିଲା । ଲାଲ୍ ଓ ଧଳା ରଙ୍ଗରେ ପରିବର୍ତ୍ତନ ହେଉଥିବା ଏବଂ ନିରନ୍ତର ଆବର୍ତ୍ତନ କରୁଥିବା ଆଲୋକ ମଧ୍ୟ ଏହି ବତିଘରେ ବ୍ୟବହୃତ ହୋଇଥିଲା ।<ref>{{citation|last=Boucher|first=Cyril Thomas Goodman|title=John Rennie, 1761–1821: The Life and Work of a Great Engineer|url=https://books.google.com/books?id=1wu8AAAAIAAJ&pg=PA59&lpg=PA59|page=61|year=1963}}</ref> ନର୍ଦର୍ଣ୍ଣ୍ ଲାଇଟ୍‍ହାଉସ୍ ବୋର୍ଡରେ ଷ୍ଟିଭେନ୍ସନ୍ ପ୍ରାୟ ୫୦ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟରତ ଥିଲେ ।<ref name="NLB" /> ଏହି କାର୍ଯ୍ୟକାଳରେ ସେ ଅନେକ ନୂତନ ବତିଘରର ନିର୍ମାଣ ଓ ପୁରୁଣା ବତିଘରର ଉନ୍ମତୀକରଣ କରାଇଥିଲେ । ଆଲୋକ ଉତ୍ସ, ପ୍ରତିଫଳକ, ଲେନ୍ସ, ଆବର୍ତ୍ତନଶୀଳ ଆଲୋକ, ରଙ୍ଗୀନ ଆଲୋକ ପ୍ରଭୃତିର ବ୍ୟବହାରଦ୍ଵାରାବ୍ୟବହାରଦ୍ୱାରା ସେ ବତିଘରମାନଙ୍କୁ ଏକ ନୂତନତ୍ଵନୂତନତ୍ୱ ପ୍ରଦାନ କରିଥିଲେ । ବତିଘରମାନଙ୍କରେ ସେ କ୍ରେନ୍ ପରି ଯନ୍ତ୍ର ମଧ୍ୟ ଖଞ୍ଜାଇଥିଲେ ।
[[ଫାଇଲ:Screwpile5673.png|ବାଆଁ|thumb|ଆଲେକ୍‍ଜାଣ୍ଡାର୍ ମିଚେଲ୍‍ଙ୍କ ସ୍କ୍ରୁ-ପାଇଲ୍ ବତିଘର]]
ଆଲେକ୍‍ଜାଣ୍ଡାର୍ ମିଚେଲ୍ ନିର୍ମାଣ କରିଥିବା ସ୍କ୍ରୁ-ପାଇଲ୍ ମୂଳଦୁଆ ପଦ୍ଧତିବିଶିଷ୍ଟ ବତିଘର ଜଳ ମଧ୍ୟରେ ସନ୍ତସନ୍ତିଆ ପୃଷ୍ଠରେ ନିର୍ମିତ ପ୍ରଥମ ବତିଘର । ୧୮୩୮ ମସିହାରେ ଥେମ୍‍ସ୍ ନଦୀର ମୁହାଣରେ ଏହି ବତିଘର ନିର୍ମିତ ହୋଇଥିଲା ଓ ଏହାକୁ “ମ୍ୟାପେଲିନ୍ ସାଣ୍ଡ୍ସ ବତିଘର” ବୋଲି ନାମିତ କରାଯାଇଥିଲା । ୧୮୪୧ ମସିହାରୁ ଏଥିରେ ଆଲୋକ ବ୍ୟବସ୍ଥା କରାଯାଇଥିଲା ।<ref name="Tomlinson">{{cite book|url=https://archive.org/details/cyclopdiaofuse02tomlrich|title=Tomlinson's Cyclopaedia of Useful Arts|publisher=Virtue & Co.|year=1852–54|editor=Tomlinson|location=London|page=177|quote=[Maplin Sands] was not, however, the first screw-pile lighthouse actually erected, for during the long preparation process which was carried on at Maplin Sands, a structure of the same principle had been begun and completed at Port Fleetwood...}}</ref> ଲାଙ୍କାଶାୟାର୍‍ର ୱାୟାର୍ ଲାଇଟ୍ ବତିଘରର ନିର୍ମାଣ କାର୍ଯ୍ୟ ପରେ ଆରମ୍ଭ ହୋଇଥିଲା କିନ୍ତୁ ଏଥିରେ ୧୮୪୦ରୁ ଆଲୋକ ବ୍ୟବସ୍ଥା ଖଞ୍ଜାଯାଇଥିଲା ।<ref name="Tomlinson" />
 
=== ବତିଘର ଆଲୋକର କ୍ରମବିକାଶ ===
ପୂର୍ବେ ଜ୍ଵଳନ୍ତଜ୍ୱଳନ୍ତ କାଠ ଓ କୋଇଲା ଇତ୍ୟାଦି ବତିଘରର ଆଲୋକ ଉତ୍ସ ରୂପେ ବ୍ୟବହୃତ ହେଉଥିଲା । ୧୭୮୨ ମସିହାରେ ସ୍ଵିସ୍ସ୍ୱିସ୍ ବୈଜ୍ଞାନିକ ଆଇମି ଆର୍ଗାଣ୍ଡଙ୍କଦ୍ଵାରାଆର୍ଗାଣ୍ଡଙ୍କଦ୍ୱାରା ଉଦ୍ଭାବିତ ଆର୍ଗାଣ୍ଡ ବତୀ (Argand lamp) ଏକ ସ୍ଥାୟୀ ଧୂମହୀନ ଆଲୋକଶିଖା ସୃଷ୍ଟି କରୁଥିବାରୁ ଏହାକୁ ବତିଘରମାନଙ୍କରେ ବ୍ୟବହାର କରାଗଲା । ଏହି ବତୀର ପ୍ରାରମ୍ଭିକ ମଡେଲ୍‍ମାନଙ୍କରେ କାଚଗୁଣ୍ଡ ଓ ପରବର୍ତ୍ତୀ ମଡେଲ୍‍ମାନଙ୍କରେ ଥୋରିୟମ୍ ଡାଇଅକ୍ସାଇଡ୍ ବ୍ୟବହୃତ ହେଉଥିଲା ଓ ବତୀରୁ ଏକ ସ୍ଥାୟୀ ଓ ଉଜ୍ଜ୍ଵଳଉଜ୍ଜ୍ୱଳ ଆଲୋକ ବିଚ୍ଛୁରିତ ହେଉଥିଲା ।<ref>{{cite web|url=http://www.johnmoncrieff.co.uk/shop-2/products.php?cat=32|title=Lamp Glass Replacement Glass Lamp Shades, Oil Lamp Shades, Oil Lamp Chimneys, Oil Lamp Spares|url-status=dead|archiveurl=https://web.archive.org/web/20140106160403/http://www.johnmoncrieff.co.uk/shop-2/products.php?cat=32|archivedate=2014-01-06}}</ref> ଆର୍ଗାଣ୍ଡ ବତୀରେ ତିମିମାଛର ତେଲ, କୋଲଜା, ଜୀତ ତେଲ (ଅଲିଭ୍ ବା ଜୈତୁନ୍ ତେଲ)<ref>"Lamp." ''Encyclopædia Britannica: or, a dictionary of Arts, Science, and Miscellaneous Literature.'' 6th ed. 1823 [https://books.google.com/books?id=T8wnAAAAMAAJ&pg=PA505&lpg=PA505&dq=%22argand+lamp%22+%22olive+oil%22&source=bl&ots=K9CxKs3AJG&sig=9wwDAF6jlwx9zV-xjvALVg_EKEs&hl=en&ei=rxPdTuOVLMLX0QHpqvXWCg&sa=X&oi=book_result&ct=result&resnum=6&ved=0CFkQ6AEwBQ#v=onepage&q=%22argand%20lamp%22%20%22olive%20oil%22&f=false Web.] 5 Dec. 2011</ref> ବା ବନସ୍ପତି ତେଲ ଜାଳେଣୀ ଭାବେ ବ୍ୟବହୃତ ହେଉଥିଲା । ଏକ କ୍ଷୁଦ୍ର ସଂଗ୍ରାହକ ପାତ୍ରରୁ ବତୀର ଚୁଲିକୁ ଜାଳେଣୀ ବହି ଆସୁଥିଲା । ୧୭୮୪ ମସିହାରେ ଆର୍ଗାଣ୍ଡ ଓ ମ୍ୟାଥ୍ୟୁ ବୋଲ୍ଟନ୍ ମିଳିତ ଭାବେ ଉଦ୍ଭାବନ କରିଥିବା ବତୀ ସବୁ ବତିଘରେ ଏକ ମାନକ ଆଲୋକ ଉତ୍ସ ରୂପେ ବ୍ୟବହୃତ ହେବାକୁ ଲାଗିଲା ।
 
୧୮୭୫ ମସିହାରେ ସାଉଥ୍ ଫୋର୍ଲାଣ୍ଡ୍ ବତିଘରେ ପ୍ରଥମ ଥର ପାଇଁ ବୈଦ୍ୟୁତିକ ଆଲୋକର ବ୍ୟବହାର କରାଗଲା । ଏକ ବାଷ୍ପଚାଳିତ ଜେନେରେଟର୍ ଏହି ବତିଘରର କାର୍ବନ୍ ଆର୍କ୍ ବତୀକୁ ଜଳାଇ ରଖୁଥିଲା ।<ref>{{cite book|title=Annual record of science and industry|last=Baird|first=Spencer Fullerton|publisher=Harper & Brothers|year=1876|location=New York|pages=460}}</ref> ପରେ ଜନ୍ ରିଚାର୍ଡସନ୍ ୱିଙ୍ଘାମ୍ ବତିଘରର ଆଲୋକ ପାଇଁ ଏକ ଗ୍ୟାସ୍‍ଚାଳିତ ବ୍ୟବସ୍ଥା ଉଦ୍ଭାବନ କରିଥିଲେ । ଡବ୍ଲିନ୍‍ର ବେଲି ବତିଘରେ ସେ ସ୍ଥାପନ କରିଥିବା ଆଲୋକ ତତ୍କାଳୀନ ସର୍ବାଧିକ ପ୍ରଜ୍ଜ୍ଵଳିତପ୍ରଜ୍ଜ୍ୱଳିତ ବତିଘରର ଆଲୋକଠାରୁ ୧୩ ଗୁଣ ଅଧିକ ଶକ୍ତିଶାଳୀ ଥିଲା ।<ref name="cil">{{cite journal|date=2006–2007|title=John Richardson Wigham 1829–1906|url=http://www.commissionersofirishlights.com/media/35546/Beam_2006.PDF#page=23|journal=BEAM|publisher=Commissioners of Irish Lights|volume=35|pages=21–22|archiveurl=https://web.archive.org/web/20120312014229/http://www.commissionersofirishlights.com/media/35546/Beam_2006.PDF|archivedate=2012-03-12}}</ref>
[[ଫାଇଲ:Sumburgh_Lighthouse_Lamp.jpg|ବାଆଁ|thumb|ସମ୍ଵର୍ଗ୍ସମ୍ୱର୍ଗ୍ ହେଡ୍ ବତିଘରେ ୧୯୭୬ ପର୍ଯ୍ୟନ୍ତ ବ୍ୟବହୃତ କିରୋସିନ୍‍ଚାଳିତ ବତୀ । ୧୯୧୪ରେ ଏହି ବତୀ ଉଦ୍ଭାବିତ ହୋଇଥିଲା ।]]
୧୯୦୧ ମସିହାରେ ଆର୍ଥର୍ କିଟ୍ସନ୍ ଏକ ବାଷ୍ପୀକୃତ ତୈଳ ବତୀର ଉଦ୍ଭାବନ କରିଥିଲେ । ପରେ ଡେଭିଡ୍ ହୁଡ୍ ଏହାର ଉନ୍ନତୀକରଣ କରିଥିଲେ । ଉଚ୍ଚ ଚାପରେ ତୈଳ ଜାଳେଣୀର ବାଷ୍ପୀକରଣ କରି ଏହି ବତୀ ପ୍ରଜ୍ଜ୍ଵଳିତପ୍ରଜ୍ଜ୍ୱଳିତ ହେଉଥିଲା ଓ ପାରମ୍ପରିକ ଆଲୋକଠାରୁ ୬ ଗୁଣ ଅଧିକ ତୀବ୍ର ଆଲୋକ ପ୍ରଦାନ କରୁଥିଲା । [[ସ୍ୱିଡେନ|ସ୍ଵିଡେନ୍‍ସ୍ୱିଡେନ୍‍]]<nowiki/>ର ଯନ୍ତ୍ରୀ ଗୁସ୍ତାଫ୍ ଡାଲେନ୍ ମଧ୍ୟ ଗ୍ୟାସ୍‍ଚାଳିତ “ଡାଲେନ୍ ଆଲୋକବତୀ”ର ଆବିଷ୍କାର କଲେ । ଡାଲେନ୍‍ଙ୍କ ଖଚିତ “ସନ୍ ଭାଲ୍ଭ” ଯୋଗୁଁ ଦିନ ବେଳା ସ୍ଵତଃସ୍ୱତଃ ଲିଭିଯିବା ଏହି ଆଲୋକର ବୈଶିଷ୍ଟ୍ୟ ଥିଲା । ବୈଦ୍ୟୁତିକ ଆଲୋକର ପ୍ରଚଳନ ସତ୍ତ୍ଵେସତ୍ତ୍ୱେ ୧୯୦୦ରୁ ନେଇ ୧୯୬୦ ଦଶନ୍ଧି ପର୍ଯ୍ୟନ୍ତ ଡାଲେନ୍ ଆଲୋକ ବହୁ ବତିଘରେ ବ୍ୟବହୃତ ହୋଇ ଆସୁଥିଲା ।<ref>{{cite web|url=http://www.aga.com/web/web2000/com/WPPcom.nsf/pages/History_SunValve|title=The Linde Group - Gases Engineering Healthcare -|publisher=|accessdate=6 April 2017}}</ref>
 
=== ବତିଘରେ ଲେନ୍ସ ବ୍ୟବସ୍ଥା ===
୪୧ କ ଧାଡ଼ି:
ଆର୍ଗାଣ୍ଡ ବତୀ ପରି ସ୍ଥାୟୀ ଆଲୋକ ଉତ୍ସର ଉଦ୍ଭାବନ ପରେ ଲେନ୍ସ ବ୍ୟବହାର କରି ସେ ଆଲୋକକୁ ବିଚ୍ଛୁରିତ କରାଗଲା ଯେପରିକି ତାହା ଦୂରରେ ଯାଉଥିବା ଜାହାଜ ଓ ଡଙ୍ଗା ଦେଖିପାରିବେ । ୧୭୬୩ ମସିହାରେ ୱିଲିୟମ୍ ହଚିନ୍‍ସନ୍ ଏପରି ଏକ ବ୍ୟବସ୍ଥା ଆବିଷ୍କାର କରିଥିଲେ । ଏହି ବ୍ୟବସ୍ଥା ଆଲୋକକୁ କରି ଏକ ମୋଟା ରଶ୍ମୀ ରୂପରେ ରୂପାନ୍ତରିତ କରୁଥିବାରୁ ଦୂର ପର୍ଯ୍ୟନ୍ତ ଦେଖାଯାଉଥିଲା ।<ref>{{cite encyclopedia|url=http://www.britannica.com/EBchecked/topic/340721/lighthouse/72152/Oil-lamps|title=Lighthouse|encyclopedia=Encyclopædia Britannica|accessdate=2014-01-06}}</ref> ବତିଘରର ଆଲୋକକୁ ଜଳାଇ-ଲିଭାଇ (ଧପଧପ କରାଇ) ବା କ୍ରମାଗତ ରଙ୍ଗ ପରିବର୍ତ୍ତନ କରାଇ ନାବିକମାନଙ୍କୁ ବିଭିନ୍ନ ସଙ୍କେତ ଦିଆଯାଉଥିଲା ।
 
ଫରାସୀ ପଦାର୍ଥ ବିଜ୍ଞାନୀ ଓ ଯନ୍ତ୍ରୀ ଅଗଷ୍ଟିନ୍ ଜ୍ୟନ୍ ଫ୍ରେସ୍ନେଲ୍ ବତିଘରେ ବ୍ୟବହାର କରିବା ପାଇଁ ଏକ ସ୍ଵତନ୍ତ୍ରସ୍ୱତନ୍ତ୍ର ଲେନ୍ସର ଆବିଷ୍କାର କଲେ । ଏହି ଫ୍ରେସ୍ନେଲ୍ ଲେନ୍ସର ଫୋକାଲ୍ ବିନ୍ଦୁରେ ଥିବା ଆଲୋକକୁ ଅଧିକ କରି ବିଚ୍ଛୁରିତ କରାଗଲେ ତାହା ଦୂରଦୂରାନ୍ତକୁ ଦିଶୁଥିଲା । ପାରମ୍ପରିକ ଲେନ୍ସ ଅପେକ୍ଷା ଏହି ଲେନ୍ସର ବସ୍ତୁତ୍ଵବସ୍ତୁତ୍ୱ ଓ ଆୟତନ କମ୍ ଥିଲା । ତେଣୁ ଏହା ହାଲୁକା ଓ ପତଳା ମଧ୍ୟ ଥିଲା ।
 
[[ଫ୍ରାନ୍ସ|ଫ୍ରାନ୍ସର]] ଜିରୌନ୍ଦ୍ ତ୍ରିକୋଣଭୂମିରେ ଥିବା କୋର୍ଦୌଆଁ ବତିଘରେ ୧୮୨୩ ମସିହାରେ ପ୍ରଥମେ ଫ୍ରେସ୍ନେଲ୍ ଲେନ୍ସ ବ୍ୟବହୃତ ହୋଇଥିଲା ଓ ସେ ସମୟରେ ଏହି ବତିଘରର ଆଲୋକ ୨୦ କିଲୋମିଟର୍‍ରୁ ଅଧିକ ଦୂର ପର୍ଯ୍ୟନ୍ତ ଦେଖିହେଉଥିଲା ।<ref>Watson, Bruce. "Science Makes a Better Lighthouse Lens." ''Smithsonian''. August 1999 v30 i5 p30.
produced in ''Biography Resource Center''. Farmington Hills, Mich.: Thomson Gale. 2005.</ref> ଫ୍ରେସ୍ନେଲ୍‍ଙ୍କ ଏହି ଆବିଷ୍କାର ବତିଘର ଆଲୋକର ଉଜ୍ଜ୍ଵଳତାଉଜ୍ଜ୍ୱଳତା ୪ ଗୁଣ ପର୍ଯ୍ୟନ୍ତ ବଢ଼ାଇବାରେ ସକ୍ଷମ ହୋଇଥିଲା । ଆଜି ପର୍ଯ୍ୟନ୍ତ କିଛି ବତିଘରେ ଏହି ଲେନ୍ସ ବ୍ୟବହୃତ ହେଉଛି ।
 
=== ଅତ୍ୟାଧୁନିକ ଯୁଗରେ ଅବସ୍ଥା ===
ଅତ୍ୟାଧୁନିକ ଯୁଗରେ ବ୍ୟାପକ ବିଦ୍ୟୁତୀକରଣ ଓ ସ୍ଵତଃସ୍ୱତଃ ଆଲୋକ ପରିବର୍ତ୍ତନର କ୍ଷମତା ରହିଥିବାରୁ ବତିଘରେ ଆଉ ମନୁଷ୍ୟ ନିରୀକ୍ଷଣର ଆବଶ୍ୟକତା ରହିଲା ନାହିଁ । ବହୁ ସମୟ ପର୍ଯ୍ୟନ୍ତ ବତିଘର ଜଗୁଆଳୀମାନେ ବିପଦ ସମୟରେ ସହାୟତା କରିବା ପାଇଁ ନିୟୋଜିତ ହେଉଥିଲେ । ଗ୍ଲୋବାଲ୍ ପୋଜିସନିଂ ସିଷ୍ଟମ୍ (ଜିପିଏସ୍) ବ୍ୟବସ୍ଥା ଆସିବା ପରେ ଅଣ-ଯାନ୍ତ୍ରିକ ବତିଘର ସବୁ ବନ୍ଦ ହୋଇଯାଇଛି ଅଥବା ସେମାନଙ୍କ ନବୀକରଣ କରାଯାଉଛି ।<ref>{{cite web|url=http://www.nps.gov/history/maritime/keep/keep19th.htm|title=Maritime Heritage Program - National Park Service|publisher=|accessdate=6 April 2017}}</ref> [[କାନାଡ଼ା|କାନାଡ଼ାରେ]] ବର୍ତ୍ତମାନ ସୁଦ୍ଧା ୫୦ଟି ମନୁଷ୍ୟଚାଳିତ ବତିଘର ରହିଛି ଯେଉଁଥିରୁ ୨୭ଟି ବତିଘର କେବଳ ପଶ୍ଚିମ ଉପକୂଳରେ ଅବସ୍ଥିତ ।<ref>{{cite web|url=http://www.fogwhistle.ca/bclights|title=Lighthouses of British Columbia|publisher=}}</ref>
 
ବର୍ତ୍ତମାନ ସମୟର ଅଧିକାଂଶ ବତିଘର ସୌରଶକ୍ତିଦ୍ଵାରାସୌରଶକ୍ତିଦ୍ୱାରା ପରିଚାଳିତ ଓ ଏମାନେ ସ୍ଥାୟୀ ଭାବେ ଧପଧପ ଆଲୋକ ସୃଷ୍ଟି କରିବାରେ ସକ୍ଷମ ।<ref name="Crompton" /> ସୌରଶକ୍ତିଦ୍ଵାରାସୌରଶକ୍ତିଦ୍ୱାରା ବତିଘରରର ଆବଶ୍ୟକୀୟ ଚାହିଦା ନ ମେଣ୍ଟିଲେ ବା ବ୍ୟାଟେରୀ ବଦଳାଇବାର ଆବଶ୍ୟକତା ସୃଷ୍ଟି ହେଲେ କିଛି ସମୟ ପାଇଁ ଏହି ସବୁ ବତିଘରେ ଡିଜେଲ୍ ଜେନେରେଟର୍ ବ୍ୟବହାର କରାଯାଇଥାଏ ।<ref>{{cite book|title=Rock lighthouses of Britain : the end of an era?|last1=Nicholson|first1=Christopher|date=2000|publisher=Whittles|isbn=978-1870325417|location=Caithness, Scotland|page=126}}</ref>
 
=== ପ୍ରସିଦ୍ଧ ବତିଘର ନିର୍ମାତା ===
୫୬ କ ଧାଡ଼ି:
[[ଯୁକ୍ତରାଷ୍ଟ୍ର ଆମେରିକା]] ସୈନ୍ୟବାହିନୀର ଯନ୍ତ୍ରୀ ବିଭାଗର ଲିଉଟେନାଣ୍ଟ୍ ଜର୍ଜ୍ ମିଡ୍ ଆଟ୍‍ଲାଣ୍ଟିକ୍ ମହାସାଗର ଓ ଭୂମଧ୍ୟସାଗର ତଟରେ ଅନେକ ବତିଘରର ନିର୍ମାଣ କରିଥିଲେ । ପରେ ଜର୍ଜ୍ ଗେଟିସ୍‍ବର୍ଗ୍ ଯୁଦ୍ଧର ବିଜୟୀ ସେନାପତି ଭାବେ ଅଧିକ ପ୍ରସିଦ୍ଧ ହୋଇଥିଲେ । ସେନାପତି ୱିଲିୟମ୍ ଟେକୁମ୍ସେ ଶର୍ମାନଙ୍କ ଯନ୍ତ୍ରୀ କର୍ଣ୍ଣେଲ୍ ଓର୍ଲାଣ୍ଡୋ ପୋ ଯୁକ୍ତରାଷ୍ଟ୍ର ଆମେରିକାର ଗ୍ରେଟ୍ ଲେକ୍‍ସ୍ ଅଞ୍ଚଳରେ ଅତି ମନୋରମ ଓ ଦର୍ଶନୀୟ ବତିଘରମାନ ନିର୍ମାଣ କରିଯାଇଛନ୍ତି ।<ref>{{cite web|url=http://www.nps.gov/history/maritime/keep/architect.htm|title=Maritime Heritage Program - National Park Service|publisher=|accessdate=6 April 2017}}</ref>
 
ଫରାସୀ ବାଣିଜ୍ୟ ନୌବାହିନୀ ଅଧିକାରୀ ମେରିୟସ୍ ମିଶେଲ୍ ପାଶା ୨୦ ବର୍ଷର କାର୍ଯ୍ୟକାଳ ମଧ୍ୟରେ ପ୍ରାୟ ୧୦୦ରୁ ଉର୍ଦ୍ଧ୍ଵଉର୍ଦ୍ଧ୍ୱ ବତିଘର ନିର୍ମାଣ କରିଥିଲେ ।<ref name="hnet">{{cite web|url=http://www.h-net.org/reviews/showrev.php?id=11049|publisher=Humanities and Social Sciences Net Online|title=Review of Thobie, Jacques, L'administration generale des phares de l'Empire ottoman et la societe Collas et Michel, 1860–1960. H-Mediterranean, H-Net Reviews. January, 2006|author=Guigueno, Vincent|accessdate=2010-09-20}}</ref>
 
<gallery mode="packed">
Bombay Harbour. Prong's Lighthouse - 25 April 1874. (12488175835).jpg|[[ମୁମ୍ଵାଇମୁମ୍ୱାଇ]]ସ୍ଥିତ ପ୍ରଂଗ୍ସ ବତିଘର (୧୮୭୪)
Fort Aguada Light House 1.jpg|[[ଗୋଆ]]ର ଅଗ୍ଵାଡ଼ାଅଗ୍ୱାଡ଼ା ଦୁର୍ଗରେ ଥିବା ବତିଘର
Kovalam 2.jpg|[[କେରଳ]]ର କୋଭଳମ୍ ସମୁଦ୍ରକୂଳରେ ରହିଥିବା ବତିଘର
Leuchtturm in Westerheversand crop.jpg|ୱେଷ୍ଟରହେଭର୍‍ଷ୍ଟାଣ୍ଡର ବତିଘର
୬୮ କ ଧାଡ଼ି:
</gallery>
 
== ବତିଘର ଓ ସମ୍ଵନ୍ଧୀୟସମ୍ୱନ୍ଧୀୟ ବିଜ୍ଞାନ ==
 
=== ଶକ୍ତି ===
ବତିଘରର ଆଲୋକ ଉତ୍ସ ବା ବତି ବିଦ୍ୟୁତ ବା ତୈଳଦ୍ଵାରାତୈଳଦ୍ୱାରା ଜଳିଥାଏ ଓ ଲେନ୍ସମାନଙ୍କ ସହାୟତାରେ ଏହାକୁ ଅଧିକ ଦୃଶ୍ୟମାନ କରାଯାଏ । ପ୍ରଥମେ କାଠରେ ନିଆଁ ଲଗାଇ, ମହମ ବତୀଦ୍ଵାରାଦ୍ଵାରାବତୀଦ୍ୱାରାଦ୍ୱାରା ବତିଘରର ଆଲୋକ ସୃଷ୍ଟି କରାଯାଉଥିଲା । ୧୮ଶ ଶତାବ୍ଦୀରେ ଆର୍ଗାଣ୍ଡ ବତି ଓ ପାରାବୋଲିକ୍ ପ୍ରତିଫଳକ ବ୍ୟବହାର କରିବା ଆରମ୍ଭ ହେଲା ।
 
ପୂର୍ବେ ଆଲୋକକୁ ଜଳାଇ ରଖିବା ପାଇଁ ତିମି ମାଛରୁ ବାହାର କରାଯାଉଥିବା ତେଲ ବ୍ୟବହୃତ ହେଉଥିଲା । ୧୮୭୦ ଦଶନ୍ଧିରେ କିରୋସିନ୍ ଲୋକପ୍ରିୟତା ହାସଲ କଲା । ବିଂଶ ଶତାବ୍ଦୀର ଆରମ୍ଭ ବେଳକୁ କାର୍ବାଇଡ୍ (ଏସିଟିଲିନ୍ ଗ୍ୟାସ୍) ଓ ବିଦ୍ୟୁତ୍ ଶକ୍ତିର ଉପଯୋଗ ଆରମ୍ଭ ହେଲା ।<ref name="Crompton" /> ଡାଲେନ୍ ବତୀରେ କାର୍ବାଇଡ୍ ବ୍ୟବହୃତ ହେଉଥିଲା । ସନ୍ଧ୍ୟା ହେଲେ ଏହି ବତୀ ସ୍ଵତଃସ୍ୱତଃ ଜଳି ଉଠୁଥିଲା ଏବଂ ସକାଳ ହେଲେ ସ୍ଵତଃସ୍ୱତଃ ବନ୍ଦ ହୋଇଯାଉଥିଲା ।
 
ଶୀତଳ ଯୁଦ୍ଧ କାଳରେ ସୋଭିଏତ୍ ସଂଘରେ ରେଡ଼ିଓଆଇସୋଟୋପ୍ ଥର୍ମୋଇଲେକ୍ଟ୍ରିକ୍ ଜେନେରେଟର୍ (RTG) ବ୍ୟବହାର କରି ଅନେକ ବତିଘର ନିର୍ମାଣ କରାଇଥିଲା । ଏସବୁ ବତିଘର ସ୍ଵଚାଳିତସ୍ୱଚାଳିତ ଥିଲା ଓ ଏଥିରେ ଜାଳେଣୀ ପରିବର୍ତ୍ତନ କରିବାର ଆବଶ୍ୟକତା ନଥିଲା । ସୋଭିଏତ୍ ସଂଘର ବିଭାଜନ ପରେ କୌଣସି ବତିଘରର ନଥିପତ୍ର ମିଳୁନାହିଁ କି ସେମାନଙ୍କୁ ଠାବ କରାଯାଇପାରୁ ନାହିଁ ।<ref>[https://web.archive.org/web/20110623055427/http://www.bellona.org/english_import_area/international/russia/nuke-weapons/nonproliferation/28067 lighthouses]</ref> ସମୟକ୍ରମେ ଏଥିରୁ କିଛି ଅଚଳ ହେବାପରେ ଲୋକେ ଏହାର ଉପକରଣ ଚୋରି କରିନେଲେ ଓ ଭଙ୍ଗାରୁଜା କରି ଅବଶେଷ ବିକ୍ରି କରିଦେଲେ ।<ref>[https://web.archive.org/web/20110315151209/http://www.bellona.no/bellona.org/english_import_area/international/russia/navy/northern_fleet/incidents/37598 deadly]</ref>
 
=== ଲେଜର୍ ଆଲୋକ ===
[[ଫାଇଲ:Point_Danger_lighthouse.jpg|thumb|୧୯୭୧ରେ କ୍ଵିନ୍ସଲ୍ୟାଣ୍ଡରକ୍ୱିନ୍ସଲ୍ୟାଣ୍ଡର ପଏଣ୍ଟ୍ ଡେଞ୍ଜର୍ ବତିଘରେ ଲେଜର୍ ଆଲୋକ ବ୍ୟବହୃତ ହୋଇଥିଲା କିନ୍ତୁ ପରେ ୧୯୭୫ରେ ପାରମ୍ପରିକ ବୈଦ୍ୟୁତିକ ଆଲୋକ ବ୍ୟବହୃତ ହେବାକୁ ଲାଗିଲା]]
ପରୀକ୍ଷାମୂଳକ ଭାବେ କେତେକ ବତିଘରେ ଲେଜର୍ ଆଲୋକ ଖଞ୍ଜା ଯାଇଥିଲା କିନ୍ତୁ ଏହି ବ୍ୟବସ୍ଥା ଅଧିକ ଜଟିଳ ଥିଲା, ଶକ୍ତି ଆବଶ୍ୟକତା ଅଧିକ ଥିଲା ଓ ଏହାର ରକ୍ଷଣାବେକ୍ଷଣ ଖର୍ଚ୍ଚ ମଧ୍ୟ ଅଧିକ ଥିଲା ।<ref>{{cite journal|date=March 2010|title=Lasers|journal=Aids to Navigation Manual|location=St Germain en Laye, France|publisher=[[International Association of Marine Aids to Navigation and Lighthouse Authorities]]|page=43}}</ref>
 
୮୬ କ ଧାଡ଼ି:
[[ଫାଇଲ:Lighthouse_lantern_room_with_Fresnel_lens.png|ବାଆଁ|thumb|ଅଷ୍ଟାଦଶ ଶତାବ୍ଦୀର ମଧ୍ୟଭାଗରେ ଏକ ବତିଘରର ଆଲୁଅ]]
 
ଏକା ଉପକରଣ ରହିଥିଲେ ହେଁ ସ୍ଥାନ ଓ ବ୍ୟବହାର ଅନୁସାରେ ବତିଘର ଅଟ୍ଟାଳିକା ଭିନ୍ନ ଭିନ୍ନ ହୋଇଥାଏ । ସମ୍ପୂର୍ଣ୍ଣ ବତିଘର ବ୍ୟବସ୍ଥାରେ ବତିଘର ଅଟ୍ଟାଳିକା, ପାଚେରୀ, ଜଗୁଆଳୀଙ୍କ ଘର, ଜାଳେଣୀ ଘର, ଡଙ୍ଗା ରଖିବାପାଇଁ ସ୍ଥାନ, କୁହୁଡ଼ି ହର୍ଣ୍ଣ୍ ବ୍ୟବସ୍ଥା ଇତ୍ୟାଦି ରହିଥାନ୍ତି । ବତିଘର ଅଟ୍ଟାଳିକା ବା ମୀନାରରେ ଆଲୋକ ପାଇଁ ଏକ ସ୍ଵତନ୍ତ୍ରସ୍ୱତନ୍ତ୍ର କୋଠରୀ ଥାଏ ।
 
ବତିଘରର ଶୀର୍ଷରେ ଥିବା ଆଲୋକ ବା ବତି ପ୍ରକୋଷ୍ଠଟି ଚତୁର୍ଦିଗରେ କାଚଦ୍ଵାରାକାଚଦ୍ୱାରା ଘେରା ଏବଂ ତାହା ଭିତରେ ବତି, ଲେନ୍ସ ପ୍ରଭୃତି ରହିଥାଏ । ବଜ୍ରପାତରୁ ସୁରକ୍ଷା ପାଇଁ ମୀନାର ଉପରେ ଏକ ଲାଇଟେନିଂ ରଡ୍ ଖଞ୍ଜା ଯାଇଥାଏ । ବତି ପ୍ରକୋଷ୍ଠର କାଚକୁ ବିଭିନ୍ନ ଧାତବ ବନ୍ଧନୀଦ୍ଵାରାବନ୍ଧନୀଦ୍ୱାରା ଧରି ରଖାଯାଏ ଏବଂ ଏହା ଝଡ଼ବାତ୍ୟାରୁ ବତି ପ୍ରକୋଷ୍ଠକୁ ସୁରକ୍ଷିତ ରଖେ । ବତି ପ୍ରକୋଷ୍ଠ ମଧ୍ୟରେ ଉତ୍ପନ୍ନ ଧୂଆଁ ଓ ତାପ ନିୟନ୍ତ୍ରଣ କରିବା ପାଇଁ ବାତ୍ୟାନିରୋଧକ ଭେଣ୍ଟିଲେଟର୍ ମଧ୍ୟ ରହିଥାଏ ।
 
ବତି ପ୍ରକୋଷ୍ଠର ଠିକ୍ ତଳେ ନିରୀକ୍ଷଣ ପ୍ରକୋଷ୍ଠ ଓ ରକ୍ଷଣାବେକ୍ଷଣ ପ୍ରକୋଷ୍ଠ ଥାଏ । ରକ୍ଷଣାବେକ୍ଷଣ ପ୍ରକୋଷ୍ଠରେ ଜାଳେଣୀ, ସଫେଇ ସାମଗ୍ରୀ ଓ ଅନ୍ୟାନ୍ୟ ଦରକାରୀ ଜିନିଷ ରଖାଯାଇଥାଏ । ପୂର୍ବ କାଳରେ ବତିଘର ଜଗୁଆଳୀ ଏଠାରେ ରହି ବତିକୁ ଜଳାଇ ରଖିବା ଓ ସମୁଦ୍ର ଉପରେ ନଜର ରଖିବା କାମ କରୁଥିଲେ । ଲେନ୍ସ ବୁଲାଇ ସଙ୍କେତ ଦେବା ଉପକରଣ ମଧ୍ୟ ଏହି ପ୍ରକୋଷ୍ଠରେ ରହୁଥିଲା । ବତି ପ୍ରକୋଷ୍ଠ ଓ ନିରୀକ୍ଷଣ ପ୍ରକୋଷ୍ଠ ବାହାରେ ଗ୍ୟାଲେରୀମାନ ରହିଥାଏ । ବାହାର ପଟରୁ ପ୍ରକୋଷ୍ଠମାନଙ୍କ କାଚ ସଫା କରିବା ପାଇଁ ଏହି ବ୍ୟବସ୍ଥା କରାଯାଇଥାଏ ।<ref>{{cite web|url=http://www.nps.gov/history/maritime/ltcomp.htm|title=Light Station Components|publisher=nps.gov}}</ref>
୯୬ କ ଧାଡ଼ି:
=== ଢାଞ୍ଚା ବା ନିର୍ମାଣ ଶୈଳୀ ===
 
ବତିଘରର ଆଲୋକ ଅଟ୍ଟାଳିକାର ଶୀର୍ଷରେ ରହିବା ଉଚିତ୍ ଯେପରିକି ବିପଦସଙ୍କୁଳ ପରିସ୍ଥିତି ନିକଟ ହେବାର ବହୁ ପୂର୍ବରୁ ନାବିକଙ୍କୁ ସଚେତ କରାଯାଇପାରିବ । ଯଦି ଯେଉଁ ଜଳପୃଷ୍ଠରୁ ବତିଘରର ଉଚ୍ଚତାକୁ ''H'' ଫୁଟ୍ ଧରାଯାଏ ଓ ଦିଗବଳୟର ଦୂରତା ''d'' ନୌଟିକାଲ୍ ମାଇଲ୍ ହୁଏ, ତେବେ ତ୍ରିକୋଣମିତି ସୂତ୍ର '''<math> d = 1.17 \sqrt {H} </math>'''ଦ୍ଵାରାଦ୍ୱାରା ଏହି ଦୁଇ ସଂଖ୍ୟାର ଫଳନ ପ୍ରକାଶିତ ହୋଇଥାଏ ।<ref>{{cite web|url=http://www.boatsafe.com/kids/distance.htm|title=How far is the horizon? - BoatSafe Kids!|publisher=}}</ref>
 
ଯଦି ଭୂଭାଗରୁ କିଛି ଦୂରତାରେ ସମୁଦ୍ର ମଧ୍ୟରେ ନିମଗ୍ନ ପାହାଡ଼ ଥାଏ ତେବେ ସମୁଦ୍ର କୂଳରେ ପଥର ବା ଇଟାରେ ସୁଉଚ୍ଚ ମୀନାର ବିଶିଷ୍ଟ ବତିଘର ନିର୍ମାଣ କରାଯାଏ । ବତିଘର ଉପରେ ବାୟୁ ଶକ୍ତିର ପ୍ରଭାବ କମ୍ କରିବା ପାଇଁ ଏହି ବତିଘର ଆକାରରେ ସିଲିଣ୍ଡରାକୃତି ହୋଇଥାଏ । ଯୁକ୍ତରାଷ୍ଟ୍ର ଆମେରିକାର କେପ୍ ମେ ବତିଘର (Cape May Light) ଏହି ନିର୍ମାଣ ଶୈଳୀର ଏକ ଉଦାହରଣ । ବନ୍ଦର ପ୍ରବେଶ ପଥରେ ଏପରି ଆକାରର ଛୋଟ ବତିଘର ମଧ୍ୟ ନିର୍ମିତ ହୋଇଥାଏ । ଉଦାହରଣ ସ୍ଵରୂପସ୍ୱରୂପ ନ୍ୟୁ ଲଣ୍ଡନ ବନ୍ଦର ବତିଘର ।
 
ଯଦି ସମୁଦ୍ର କୂଳରେ ଏକ ଉଚ୍ଚ ଶିଖର ବା ପାହାଡ଼ ଥାଏ ତେବେ ସେହି ପାହାଡ଼ ଉପରେ ଏକ ଅଳ୍ପ ଉଚ୍ଚତା ବିଶିଷ୍ଟ ବତିଘର ନିର୍ମାଣ କରାଯାଇପାରିବ (ଯଥା – ହର୍ଟନ୍ ପଏଣ୍ଟ୍ ବତିଘର, ଯୁକ୍ତରାଷ୍ଟ୍ର ଆମେରିକା) । ଏହି ପାହାଡ଼ମାନଙ୍କ ଉଚ୍ଚତା ଅଧିକ ହୋଇଥିଲେ ନିମ୍ନସ୍ତରର ମେଘମାଳା ବତିଘରର ଆଲୋକକୁ ଆଚ୍ଛାଦିତ କରିବାର ଆଶଙ୍କା ଥାଏ । ଏପରି ଅବସ୍ଥାରେ ଶିଖରରୁ କିଛି ତଳକୁ ବତିଘର ନିର୍ମାଣ କରିବା ଉଚିତ୍ (ଉଦାହରଣ – ପଏଣ୍ଟ୍ ରେଇସ୍ ବତିଘର, ଯୁକ୍ତରାଷ୍ଟ୍ର ଆମେରିକା) । କାଲିଫର୍ଣ୍ଣିଆର ଓଲ୍‍ଡ୍ ପଏଣ୍ଟ୍ ଲୋମା ବତିଘରର ଆଲୁଅ କୁହୁଡ଼ି ଯୋଗୁଁ ବାଧାପ୍ରାପ୍ତ ହୋଇ ଦୁର୍ଘଟଣା ଘଟୁଥିବାରୁ ତାହାଠାରୁ ନିମ୍ନ ଉଚ୍ଚତାରେ ୧୮୯୧ ମସିହାରେ ନ୍ୟୁ ପଏଣ୍ଟ୍ ଲୋମା ବତିଘର ନିର୍ମିତ ହୋଇଥିଲା ।
୧୧୪ କ ଧାଡ଼ି:
ଯୋଡ଼ା ଯୋଡ଼ା ହୋଇ ରହିଥିବା ବତିଘରମାନଙ୍କୁ ଆମେରିକା ଓ ବ୍ରିଟେନରେ ଯଥାକ୍ରମେ ରେଞ୍ଜ୍ ଆଲୋକ (range lights) ଓ ଲିଡିଂ ଆଲୋକ (leading lights) ବୋଲି କୁହାଯାଏ । ନିକଟତମ ବତିଘରକୁ ଫ୍ରଣ୍ଟ୍ ରେଞ୍ଜ୍ (front range) ଓ ଦୂରତମ ବତିଘରକୁ ରିଅର୍ ରେଞ୍ଜ୍ (rear range) ବୋଲି କୁହାଯାଏ । ସାଧାରଣତଃ ରିଅର୍ ରେଞ୍ଜ୍ ବତିଘର ଫ୍ରଣ୍ଟ୍ ରେଞ୍ଜ୍ ବତିଘରଠାରୁ ଉଚ୍ଚତର ହୋଇଥାଏ ।
 
ଜାହାଜଟି ଠିକ୍ ରାସ୍ତାରେ ଆସୁଥିଲେ ଉଭୟ ବତିଘରର ଆଲୋକ ଅଭିଲମ୍ଵଅଭିଲମ୍ୱ ଭାବେ ସମରେଖାରେ ଅବସ୍ଥାନ କରନ୍ତି । ଭୁଲ ରାସ୍ତାରେ ଯିବାବେଳେ ଦୁଇ ଆଲୋକ ସମରେଖାରେ ରୁହନ୍ତି ନାହିଁ । ଆଲୋକର ରୈଖିକ ସଜ୍ଜା ଅନୁଯାୟୀ ଦିଗ ପରିବର୍ତ୍ତନ କରାଯାଇଥାଏ ।
 
=== ସ୍ଥାନ ନିର୍ଣ୍ଣୟ ===
୧୨୨ କ ଧାଡ଼ି:
୧୮ଶ ଶତାବ୍ଦୀରେ ନିର୍ମିତ “ଡନ୍‍ଷ୍ଟନ୍ ପିଲର୍ (Dunston Pillar)” ଏହି ପ୍ରକାରର ସ୍ଥଳ ବତିଘରର ଏକ ଉଦାହରଣ । ମଧ୍ୟ-ଲିଙ୍କନ୍‍ଶାୟାର୍‍ର ଲୋକଙ୍କୁ “ହିଥ୍‍ଲ୍ୟାଣ୍ଡ୍” ନାମକ ଏକ ଜଙ୍ଗଲିଆ ଅଞ୍ଚଳ ଅତିକ୍ରମ କରି ଯିବାକୁ ପଡ଼ୁଥିଲା ଓ ସେଠାକାର ଡାକୁମାନଙ୍କଠାରୁ ବଞ୍ଚି ସହର ଅଭିମୁଖେ ପଳାଇ ଆସିବାରେ ଏହି ସ୍ଥଳ ବତିଘର ସହାୟକ ହେଉଥିଲା । ୧୯ଶ ଶତାବ୍ଦୀରେ ପରିବହନ ଓ ଦିଗବାରେଣୀ ବ୍ୟବସ୍ଥା ବହୁ ମାତ୍ରାରେ ଉନ୍ନତ ହୋଇଯିବାରୁ ଏହି ସ୍ଥଳ ବତିଘରଗୁଡ଼ିକ ଅଦରକାରୀ ଓ ଅଚଳ ହୋଇଗଲା ।
 
''ଜଳ ବତିଘର'' ଭୂଖଣ୍ଡରୁ ଦୂରରେ ରହିଥାନ୍ତି ।<ref name="SeaGirt">{{Citation|title=Lighthouse Terminology Part 2|url=http://www.seagirtlighthouse.com/page/Lighthouse-Terminology-Part-2.aspx|work=Sea Girt Lighthouse|postscript=.|quote=A lighthouse located offshore, built on a foundation of pilings, rocks or caissons.|accessdate=2013-02-15}}</ref> ଏପରି ବତିଘର ନିର୍ମାଣ ପଛରେ ରହିଥିବା ମୁଖ୍ୟ କାରଣ ହେଲା – ମୂଳ ଭୂଖଣ୍ଡରୁ କିଛି ଦୂର ସମୁଦ୍ର ମଧ୍ୟରେ ଜଳନିମଗ୍ନ ପାହାଡ଼, ଦ୍ଵୀପଦ୍ୱୀପ ବା ପ୍ରସ୍ତରଖଣ୍ଡ ରହିଥାଏ ଯାହାଠାରୁ ଜାହାଜ ଦୂରେଇ ରହିବା ଆବଶ୍ୟକ ।
 
୧୬୧୧ରେ ନିର୍ମିତ କୋର୍ଦୌଆଁ ବତିଘର ମୂଳ ଭୂଖଣ୍ଡରୁ ୭ କିଲୋମିଟର୍ ଦୂରରେ ସମୁଦ୍ର ମଧ୍ୟରେ ଅବସ୍ଥିତ । ଖ୍ରୀ.ଅ. ୮୮୦ରେ ନିର୍ମିତ ଏକ ବତିଘରକୁ ପରିବର୍ତ୍ତିତ କରି ଏହାର ନିର୍ମାଣ ହୋଇଥିଲା ଓ ଏହା ସର୍ବପୁରାତନ ଫରାସୀ ବତିଘର । ସେହିପରି ଉତ୍ତର ସାଗରରେ ସ୍କଟ୍‍ଲାଣ୍ଡ୍ ଉପକୂଳରୁ କିଛି ଦୂରରେ ''ବେଲ୍ ରକ୍ ବତିଘର'' ନାମକ ଆଉ ଏକ ଜଳ ବତିଘର ରହିଛି ।<ref name="Cadbury2012">{{Citation|last1=Cadbury|first1=Deborah|title=Seven Wonders of the Industrial World|url=https://books.google.com/books?id=KHhkY0XVXFwC&pg=PA106|page=106|year=2012|postscript=.|edition=Text only|publisher=HarperCollins UK|isbn=978-0007388929}}</ref>
୧୨୮ କ ଧାଡ଼ି:
== ରକ୍ଷଣାବେକ୍ଷଣ ==
ଯୁକ୍ତରାଷ୍ଟ୍ର ଆମେରିକାର ବତିଘରମାନଙ୍କର ରକ୍ଷଣାବେକ୍ଷଣ ଦାୟିତ୍ତ୍ଵଦାୟିତ୍ତ୍ୱ ଯୁକ୍ତରାଷ୍ଟ୍ର ଆମେରିକା ତଟରକ୍ଷକ (United States Coast Guard - USCG) ବହନ କରିଥାଏ ।<ref>{{cite web|url=http://www.nps.gov/history/maritime/light/admin.htm|title=Maritime Heritage Program|publisher=}}</ref>
ଇଂଲଣ୍ଡ ଓ ୱେଲ୍ସରେ ଟ୍ରିନିଟି ହାଉସ୍ (Trinity House); ସ୍କଟଲ୍ୟାଣ୍ଡରେ ନର୍ଦର୍ଣ୍ଣ୍ ଲାଇଟ୍‍ହାଉସ୍ ବୋର୍ଡ୍ (Northern Lighthouse Board); ଆୟାର୍ଲ୍ୟାଣ୍ଡରେ କମିଶନର୍ସ୍ ଅଫ୍ ଆଇରିଶ୍ ଲାଇଟ୍ସ୍ (Commissioners of Irish Lights); କାନାଡ଼ାରେ କାନାଡ଼ା ତଟରକ୍ଷକ (Canadian Coast Guard); ଅଷ୍ଟ୍ରେଲିଆରେ ଅଷ୍ଟ୍ରେଲିଆନ୍ ମେରିଟାଇମ୍ ସେଫ୍‍ଟି ଅଥୋରିଟି (Australian Maritime Safety Authority) ସ୍ଥାନୀୟ ବତିଘରମାନଙ୍କ ରକ୍ଷଣାବେକ୍ଷଣ ବିଷୟ ବୁଝନ୍ତି ।
 
ସୋଭିଏତ୍ ସଂଘ ରେଡ଼ିଓଆଇସୋଟୋପ୍ ଥର୍ମୋଇଲେକ୍ଟ୍ରିକ୍ ଜେନେରେଟର୍ ବ୍ୟବହାର କରି ଅନେକ ସ୍ଵଚାଳିତସ୍ୱଚାଳିତ ବତିଘର ନିର୍ମାଣ କରାଇଥିଲା । ଏହି ବତିଘର ସବୁ ମନୁଷ୍ୟଙ୍କ ଅନୁପସ୍ଥିତିରେ ବହୁ ବର୍ଷ ଧରି ସୁଚାରୁ ରୂପେ କାର୍ଯ୍ୟ କରିଥିଲେ ।<ref>{{cite web|url=http://www.atomicinsights.com/sep96/materials.html|title=RTG Heat Sources: Two Proven Materials - Atomic Insights|date=1 September 1996|publisher=|accessdate=6 April 2017}}</ref> ପରେ ଏଥିରୁ କିଛି ଅଚଳ ହେଲେ ବା ଦୁର୍ବୃତ୍ତଙ୍କଦ୍ଵାରାଦୁର୍ବୃତ୍ତଙ୍କଦ୍ୱାରା କ୍ଷତିଗ୍ରସ୍ତ ହେଲେ ବା ଏମାନଙ୍କ ଉପକରଣ ଚୋରି ହୋଇଗଲା । ସଠିକ୍ ନଥିପତ୍ର ଅଭାବରୁ ବହୁ ବତିଘର ଆଉ ଠାବ ହୋଇପାରୁ ନାହିଁ ।<ref>[http://www.bellona.no/en/international/russia/navy/northern_fleet/incidents/37598.html Radioisotope Thermoelectric Generators – Bellona<!-- Bot generated title -->] {{webarchive|url=https://web.archive.org/web/20060613062909/http://bellona.no/en/international/russia/navy/northern_fleet/incidents/37598.html|date=2006-06-13}}</ref>
 
== ସଂରକ୍ଷଣ ==
ଆଧୁନିକ ଦିଗବାରେଣୀ ବ୍ୟବସ୍ଥା ତଥା ଜିପିଏସ୍ ଜ୍ଞାନ କୌଶଳର ବ୍ୟବହାର ପରେ ନାବିକମାନଙ୍କ ପାଇଁ ବତିଘରର ମହତ୍ତ୍ଵମହତ୍ତ୍ୱ ହ୍ରାସ ପାଇଛି । ଏହି କାରଣରୁ ଅନେକ ବତିଘର ଧ୍ଵଂସଧ୍ୱଂସ କରିଦିଆଯାଇଛି ଅଥବା ଅବହେଳିତ ହୋଇ କ୍ଷୟପ୍ରାପ୍ତ ହୋଇଯାଇଛି । ୨୦୦୦ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକାରେ ଜାତୀୟ ଐତିହାସିକ ବତିଘର ସଂରକ୍ଷଣ ନିୟମ ପ୍ରଣୟନ କରାଯାଇ ଅନେକ ବତିଘରକୁ ସ୍ଥାନୀୟ ସରକାର ଓ ସ୍ଵେଚ୍ଛାସେବୀସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କୁ ନିୟନ୍ତ୍ରଣାଧୀନ କରାଯାଇଛି । କାନାଡ଼ାରେ “ନୋଭା ସ୍କଟିଆ ବତିଘର ସଂରକ୍ଷଣ ସମାଜ”ର (Nova Scotia Lighthouse Preservation Society) ଚେଷ୍ଟା ଯୋଗୁଁ ସାମ୍ଵ୍ରୋସାମ୍ୱ୍ରୋ ଦ୍ଵୀପଦ୍ୱୀପ ବତିଘରକୁ ଐତିହ୍ୟ ମାନ୍ୟତା ପ୍ରାପ୍ତ ହୋଇଥିଲା । ଐତିହ୍ୟ ବତିଘର ସଂରକ୍ଷଣ ନିୟମ ଲାଗୁ କରାଯାଇ ଏପରି ବତିଘରମାନଙ୍କୁ ସଂରକ୍ଷଣ କରିବା ପାଇଁ ଚେଷ୍ଟା କରାଯାଉଛି ।<ref>{{cite web|url=http://www.heritagecanada.org/eng/featured/current.html|title=Lighthouse Bill Protecting Our Lighthouses&nbsp;– The Icons of Canada's Maritime Heritage|publisher=Canadian Heritage Foundation|work=Featured Heritage Buildings|author=Douglas Franklin|accessdate=2008-06-10|url-status=dead|archiveurl=https://web.archive.org/web/20080513182532/http://www.heritagecanada.org/eng/featured/current.html|archivedate=2008-05-13}}</ref>
 
ବିଶ୍ଵରବିଶ୍ୱର ଅନେକ ସ୍ଥାନରେ ଏପରି ସଂସ୍ଥାମାନ ଗଠିତ ହୋଇ ବତିଘରମାନଙ୍କର ସଂରକ୍ଷଣ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି । ଏପରି କିଛି ସଂସ୍ଥାର ଉଦାହରଣ ହେଲା - ବିଶ୍ଵବିଶ୍ୱ ବତିଘର ସମାଜ (World Lighthouse Society) ଓ ଯୁକ୍ତରାଷ୍ଟ୍ର ଆମେରିକା ବତିଘର ସମାଜ (United States Lighthouse Society) ।<ref>{{cite web|url=http://uslhs.org|title=The United States Lighthouse Society - Home Page|publisher=}}</ref> “ଆମେଚର୍ ରେଡ଼ିଓ ଲାଇଟ୍‍ହାଉସ୍ ସୋସାଇଟି (Amateur Radio Lighthouse Society)” ନାମକ ଏପରି ଆଉ ଏକ ସଂସ୍ଥା ରହିଛି ଯିଏ ନୂତନ ରେଡ଼ିଓ ପରିଚାଳନାକାରୀଙ୍କୁ ବିଶ୍ଵରବିଶ୍ୱର ବିଭିନ୍ନ ଦେଶରେ ରହିଥିବା ବତିଘରକୁ ପଠାନ୍ତି ଓ ସେମାନଙ୍କ ସୁରକ୍ଷା ପାଇଁ ଚେଷ୍ଟା କରନ୍ତି ।<ref>{{cite web|url=http://arlhs.com/|title=Amateur Radio Lighthouse Society – Contacting the Light Beacons of the World|publisher=|accessdate=6 April 2017}}</ref>
 
== ଜନକଲ୍ୟାଣ ପାଇଁ ବତିଘର ==
୧୪୨ କ ଧାଡ଼ି:
 
== ଭାରତରେ ବତିଘର ==
ଭାରତର ସୁଦୀର୍ଘ ସମୁଦ୍ରତଟରେ ଓ ଭାରତୀୟ ମୁଖ୍ୟ ଭୂଖଣ୍ଡ ନିକଟସ୍ଥ ବିଭିନ୍ନ ଦ୍ଵୀପରେଦ୍ୱୀପରେ ଅନେକ ବତିଘର ରହିଛି । [[ଭାରତ ସରକାର|ଭାରତ ସରକାରଙ୍କ]] ବତିଘର ଓ ଆଲୋକ-ଜାହାଜ ଦାୟିତ୍ତ୍ଵରେଦାୟିତ୍ତ୍ୱରେ ଥିବା ସାଧାରଣ ମହାନିର୍ଦ୍ଦେଶକଙ୍କ ନୋଏଡ଼ାସ୍ଥିତ ମୁଖ୍ୟ କାର୍ଯ୍ୟାଳୟରୁ ଏହି ସମସ୍ତ ବତିଘରର କାର୍ଯ୍ୟ ପରିଚାଳନା ଓ ନିୟନ୍ତ୍ରଣ କରାଯାଇଥାଏ । ଏହି ବିଭାଗର ୯ଟି ଶାଖା ରହିଛି । ସେଗୁଡ଼ିକ ହେଲେ – ଗାନ୍ଧୀଧାମ, ଜାମନଗର, ମୁମ୍ଵାଇମୁମ୍ୱାଇ, ଗୋଆ, ତ୍ରିଭେନ୍ଦ୍ରମ୍, ଚେନ୍ନାଇ, ବିଶାଖପାଟଣା, କୋଲକାତା ଓ ପୋର୍ଟ୍ ବ୍ଲେୟର୍ ।<ref>{{cite web|title=Location of our offices|url=http://dgll.nic.in/Content/64_1_Introduction.aspx|publisher=Directorate General of Lighthouses & Lightships|accessdate=8 April 2014}}</ref>
 
== ଓଡ଼ିଶା ଓ ଓଡ଼ିଆ ପରମ୍ପରାରେ ବତିଘର ==
{{multiple image|align=right|direction=vertical|image1=Light House Paradeep.jpg|width1=216|caption1=ପାରାଦୀପ ବତିଘର|image2=GOPALPUR PORT ODISHA LIGHT HOUSE PC NISTHA RANJAN DASH.jpg|width2=216|caption2=ଗୋପାଳପୁର ବନ୍ଦର ବତିଘର|image3=ଫଲ୍‌ସ ପଏଣ୍ଟ.jpg|width3=216|caption3=ଫଲ୍‍ସ୍ ପଏଣ୍ଟ୍ ବତିଘର}}
ପ୍ରାଚୀନ କାଳରୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ [[ଓଡ଼ିଶା]] ସାମୁଦ୍ରିକ ବାଣିଜ୍ୟ ସଂସ୍କୃତି ସହ ବିଶେଷ ଭାବେ ଜଡ଼ିତ । ଓଡ଼ିଶାର ବହୁ ଛୋଟବଡ଼ ବନ୍ଦର, ନଦୀ ଓ ସମୁଦ୍ର ଉପକୂଳବର୍ତ୍ତୀ ସହରମାନଙ୍କରେ ଅନେକ ବତିଘର ରହିଛି । ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଶରେ ବତିଘରର ଅର୍ଥ ''ସମୁଦ୍ରଗାମୀ ଜାହାଜର ନାବିକମାନଙ୍କୁ ସାବଧାନ କରାଇବା ଉଦ୍ଦେଶ୍ୟରେ ସମୁଦ୍ରକୂଳରେ ଏବଂ ବିପଦସଙ୍କୁଳ ସ୍ଥାନ ନିକଟରେ ଉଚ୍ଚ ସ୍ତମ୍ଭ ଉପରେ ଦିଆଯାଇଥିବା ଆଲୋକ'' ବୋଲି ଉଲ୍ଲିଖିତ । <ref name="pob">{{Cite book|title=ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ}}</ref> [[ପାରାଦ୍ଵୀପପାରାଦ୍ୱୀପ]], [[ଗୋପାଳପୁର]] ଆଦି ବନ୍ଦରମାନଙ୍କରେ ବତିଘର ଦେଖିବାକୁ ମିଳେ । ଚନ୍ଦ୍ରଭାଗାରେ ମଧ୍ୟ ଏକ ବତିଘର ରହିଛି । [[କେନ୍ଦ୍ରାପଡ଼ା]] ଜିଲ୍ଲାର ହୁକିଟୋଲା ଦ୍ୱୀପରେ ଏକ ବହୁତ ପୁରୁଣା ବତିଘର ରହିଛି । ବ୍ରିଟିଶ୍ ଶାସନ କାଳରେ ଅଧିକାଂଶ ଇଂରେଜ ଜାହାଜ ମହାନଦୀ ମୁହାଣକୁ ହୁଗୁଳି ନଦୀର ମୁହାଣ ଭାବି ରହିଯାଉଥିବାରୁ ୧୯୩୦ ମସିହାରେ ଓଡ଼ିଶା ତଟରେ ଫଲ୍‍ସ ପଏଣ୍ଟ୍ (False Point) ନାମକ ସ୍ଥାନରେ ଏକ ବତିଘର ନିର୍ମିତ ହୋଇଥିଲା ।<ref>{{cite book|url=https://books.google.co.in/books?id=A1acCwAAQBAJ&pg=PT112&lpg=PT112&dq=maritime+trade+lighthouses+India&source=bl&ots=8qF4gFsjrs&sig=ACfU3U0ofLri4itW0Kj0qiWwWNOEYeOwnQ&hl=en&sa=X&ved=2ahUKEwj7wc-qluDlAhXt7XMBHRRNDp04ChDoATAGegQICRAB#v=onepage&q=maritime%20trade%20lighthouses%20India&f=false|title=Maritime Heritage of India-Indian Navy|publisher=}}</ref><ref>[[Hugh Murray (geographer)|Hugh Murray]], [[James Wilson (zoologist)|James Wilson]], [[Robert Kaye Greville]], [[Robert Jameson]], [[Whitelaw Ainslie]], [[William Wallace (mathematician)|William Wallace]], and [[Clarence Dalrymple]], ''Historical and descriptive account of British India'' (1843)</ref> ୨୦୧୮ ମସିହାରେ ଓଡ଼ିଶା ଉପକୂଳରେ ଗଞ୍ଜାମର ପ୍ରୟାଗୀ, କେନ୍ଦ୍ରାପଡ଼ାର ଦେବୀ ପଏଣ୍ଟ୍ ଓ ଭଦ୍ରକର ମାୟିପୁରଠାରେ ନୂତନ ବତିଘର ନିର୍ମାଣ କରିବାର ପ୍ରସ୍ତାବ ରଖାଯାଇଥିଲା ।<ref>https://www.thehindubusinessline.com/economy/logistics/3-new-lighthouses-to-come-up-in-orissa-coast/article23049719.ece</ref> କିଛି ବତିଘର ପର୍ଯ୍ୟଟନ ସ୍ଥଳ ରୂପେ ମଧ୍ୟ ପରିଗଣିତ ହୋଇଥାନ୍ତି ।<ref>https://odishatv.in/odisha/lighthouses-to-attract-tourists-in-orissa-24427</ref>
 
* ଓଡ଼ିଶାର ବିଭିନ୍ନ ସ୍ଥାନରେ ମନ୍ଦିର ଉପରକୁ ମହାଦୀପ ଚଢ଼ାଯାଏ ଓ ଏପରି ପ୍ରଥା ପ୍ରାଚୀନ ସମୟର ନୌବାଣିଜ୍ୟ ସଂସ୍କୃତି ଆଡ଼କୁ ଇଙ୍ଗିତ କରିଥାଏ ବୋଲି ଅନୁମାନ କରାଯାଏ । ଗଙ୍ଗୁଆ ନାଳରୁ [[ଦୟା ନଦୀ]] ଦେଇ ସମୁଦ୍ର ଅଭିମୁଖେ ଯାଉଥିବା ପ୍ରାଚୀନ ଓଡ଼ିଶାର ନାବିକଙ୍କ ପାଇଁ ଲିଙ୍ଗରାଜ ମନ୍ଦିରର ଚତୁର୍ଦ୍ଦଶୀ ମହାଦୀପ ଏକ ବତିଘରର କାମ କରୁଥିବା ସମ୍ଭବପର ବୋଲି ଗବେଷକ ଦୀପକ ଭଟ୍ଟାଚାର୍ଯ୍ୟ ନିଜର ଏକ ଗବେଷଣା ଲେଖରେ ଲେଖିଛନ୍ତି ।<ref> https://hrcak.srce.hr/file/49124 </ref>
"https://or.wikipedia.org/wiki/ବତିଘର"ରୁ ଅଣାଯାଇଅଛି