"ତାଳ ଚଟିଆ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (-ଵ +ୱ)
ଟିକେ Bot: Automated text replacement (-ମ୍ୱ +ମ୍ବ)
 
୧୪ କ ଧାଡ଼ି:
[[ଏସିଆ]] ମହାଦେଶର [[ଭାରତ]]ରୁ ନେଇ ଫିଲିପାଇନ୍ସ ପର୍ଯ୍ୟନ୍ତ ଏହା ପରିବ୍ୟାପ୍ତ ଓ ଏହି ଅଞ୍ଚଳର ନିବାସୀ ବା ସ୍ଥାନୀୟ ପକ୍ଷୀ । [[ତାଳ]] ଗଛର ଡାଳ ମୂଳରେ ଏହି ପକ୍ଷୀ ନିଜର ନୀଡ଼ ନିର୍ମାଣ କରିଥାଏ ଓ ନିଜ ବସାରେ ୨-୩ଟି ଅଣ୍ଡା ଦେଇଥାଏ । ଜନବସତି ଓ ଚାଷଜମି ଅଞ୍ଚଳର ତାଳବଣରେ ଏହି ପକ୍ଷୀ ଅଧିକାଂଶରେ ଦେଖାଯାନ୍ତି ।<ref name=gii>''Birds of India'' by Grimmett, Inskipp and Inskipp, {{ISBN|0-691-04910-6}}</ref> ଭାରତର ଉତ୍ତର-ପଶ୍ଚିମରେ ଏମାନେ ପ୍ରାୟ ଦେଖାଯାନ୍ତି ନାହିଁ କିନ୍ତୁ ଉତ୍ତର-ପୂର୍ବ ଭାରତର ପାହାଡ଼ିଆ ଅଞ୍ଚଳ ଓ ଏପରିକି [[ହିମାଳୟ]]ର ନିମ୍ନ ଦେଶରେ ଏମାନଙ୍କୁ ବହୁ ମାତ୍ରାରେ ଦେଖିବାକୁ ମିଳେ ।<ref>''A Pictorial Field Guide to Birds of India, Pakistan, Nepal, Bhutan, Sri Lanka and Bangaladesh'' by Grewal, Sen, Singh, Devasar, Bhatia, {{ISBN|978-93-80070-22-3}}</ref>
 
୧୩ ସେଣ୍ଟିମିଟର୍ ଦୈର୍ଘ୍ୟବିଶିଷ୍ଟ ଏହି ପକ୍ଷୀର ରଙ୍ଗ ଫିକା ମାଟିଆ ରଙ୍ଗର । ତାଳ ଚଟିଆର ଡେଣାଗୁଡ଼ିକ ଅର୍ଦ୍ଧ-ଚନ୍ଦ୍ରାକୃତି ବା ବୁମେରାଙ୍ଗ୍ ଅସ୍ତ୍ର ପରି ଆକାରର । ଏହାର ଶରୀର ପତଳା । ତାଳ ଚଟିଆର ଲାଞ୍ଜଟି ଲମ୍ୱାଲମ୍ବା ଓ ଲାଞ୍ଜ ଅଗଟି ଦୁଇ-ମୁନିଆ କଣ୍ଟା ଚାମୁଚ ପରି । ଏହି ପକ୍ଷୀର “ଟିରିରିରୀ” ଡାକ ତୀବ୍ର ଓ ତୀକ୍ଷ୍ଣ ।<ref name=gii/>
 
ଉଭୟ ମାଈ ଓ ଅଣ୍ଡିରା ତାଳ ଚଟିଆ ଦେଖିବାକୁ ଏକା ପରି । ଅଳ୍ପବୟସ୍କ ଚଢ଼େଇମାନଙ୍କ ଲାଞ୍ଜ ବୟସ୍କ ଚଢ଼େଇଙ୍କ ଲାଞ୍ଜଠାରୁ ଛୋଟ । ତାଳ ଚଟିଆଙ୍କ ଗୋଡ଼ଗୁଡ଼ିକ ଖୁବ୍ ଛୋଟ ଏବଂ ଏହା ସାହାଯ୍ୟରେ ଏମାନେ ଅଭିଲମ୍ୱଅଭିଲମ୍ବ ବସ୍ତୁରେ ମଧ୍ୟ ବସିଯାଇ ପାରନ୍ତି । ଆବଶ୍ୟକତା ନ ପଡ଼ିଲେ ତାଳ ଚଟିଆ ଭୂମି ଉପରେ ଅବତରଣ କରନ୍ତି ନାହିଁ ।<ref name=gii/>
 
ତାଳ ଚଟିଆ ଅଧିକାଂଶ ସମୟ ଆକାଶରେ ଅତିବାହିତ କରନ୍ତି । ଏମାନେ ମୁଖ୍ୟତଃ କୀଟପତଙ୍ଗମାନଙ୍କୁ ଭକ୍ଷଣ କରନ୍ତି । ବେଳେବେଳେ ଏମାନଙ୍କୁ ଭୂମି ନିକଟରେ ଖାଇବାର ଦେଖିବାକୁ ମିଳେ ।<ref name=gii/> ଯୋଡ଼ି ହୋଇ ବା ଏକ ଅସ୍ଥାୟୀ ଦଳରେ ଏମାନଙ୍କୁ ଖାଇବାର ଦେଖିବାକୁ ମିଳେ ।<ref>https://ebird.org/species/aspswi1</ref>
"https://or.wikipedia.org/wiki/ତାଳ_ଚଟିଆ"ରୁ ଅଣାଯାଇଅଛି