"ଫର୍ମୁଲା ୱାନ୍" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ba with wa
ଟିକେ Bot: Automated text replacement (-ମ୍ୱ +ମ୍ବ)
୧୧ କ ଧାଡ଼ି:
| venue = ପରିକ୍ରମଣ ସଡ଼କ (ରେସିଂ ସର୍କିଟ୍)
}}
'''ଫର୍ମୁଲା ୱାନ୍''' ବା '''ଫର୍ମୁଲା-୧''' (ଇଂରାଜୀରେ '''Formula One''' ବା '''Formula 1''' ବା '''F1''',ଇଂରାଜୀ ଉଚ୍ଚାରଣ '''ଫୋର୍ମ୍ୟୁଲା ୱନ୍''') ବିଶ୍ୱର ସର୍ବୋତ୍କୃଷ୍ଟ ଓ ବ୍ୟୟବହୁଳ ମୋଟର ଦୌଡ଼ ପ୍ରତିଯୋଗିତା । ଦୌଡ଼ରେ ଭାଗ ନେଉଥିବା ଏହି ଖୋଲା ଚାରି-ଚକିଆ ମୋଟର ଗାଡ଼ିଗୁଡ଼ିକରେ ଜଣେ ଚାଳକ ବସିପାରୁଥିବା ଭଳି ବ୍ୟବସ୍ଥା ଥାଏ ଓ ଏମାନେ ଅତି ଦ୍ରୁତ ବେଗରେ ଗତି କରନ୍ତି । ''ଅନ୍ତର୍ଜାତୀୟ ଅଟୋମୋବାଇଲ୍ ମହାସଂଘ'' (Fédération Internationale de l'Automobile – FIA) ଏହି ଦୌଡ଼ ପ୍ରତିଯୋଗିତାର ନିୟମ ପ୍ରଣୟନ, ସଞ୍ଚାଳନ ଓ ନିୟନ୍ତ୍ରଣ କରିଥାଏ । ୧୯୫୦ ମସିହାରେ ପ୍ରଥମେ ଏହି ମୋଟର ଦୌଡ଼ ଆୟୋଜିତ ହୋଇଥିଲା ଏବଂ ତାହା ପରଠାରୁ ଏହି ପ୍ରତିଯୋଗିତାକୁ ଉଚ୍ଚତମ ମାନର ମୋଟର ଦୌଡ଼ ପ୍ରତିଯୋଗିତା ଭାବେ ବିବେଚନା କରାଯାଇଥାଏ । ଅନ୍ତର୍ଜାତୀୟ ଅଟୋମୋବାଇଲ୍ ମହାସଂଘଦ୍ୱାରା ପ୍ରଣିତ ନିୟମାବଳୀକୁ '''''ଫର୍ମୁଲା''''' (ଯାହା ସବୁ ନିର୍ମାତା ଓ ଚାଳକ ମାନିବାକୁ ବାଧ୍ୟ) ଏବଂ ମାନରେ ଉତ୍କୃଷ୍ଟତା ପାଇଁ କ୍ରମାଙ୍କ '''''୧'''''କୁ ମିଶାଇ ଏହି ମୋଟର ଦୌଡ଼କୁ ଫର୍ମୁଲା-୧ ବୋଲି କୁହାଯାଇଥାଏ ।<ref>{{cite web |url= http://www.dummies.com/how-to/content/discovering-what-makes-formula-one-formula-one.html |title= Discovering What Makes Formula One, Formula One&nbsp;– For Dummies |publisher= Dummies.com |accessdate= 14 September 2009}}</ref> ପ୍ରତିବର୍ଷ ହେଉଥିବା ମୋଟର ଦୌଡ଼ ପ୍ରତିଯୋଗିତାକୁ “ଫର୍ମୁଲା-୧ କ୍ରୀଡ଼ାବର୍ଷ” ବା “ଫର୍ମୁଲା-୧ ସିଜନ୍” ବୋଲି କୁହାଯାଏ । ଗୋଟିଏ କ୍ରୀଡ଼ାବର୍ଷରେ ଅନେକ ଦେଶରେ ଗୋଟିଏ ଲେଖାଏଁ ମୋଟର ଦୌଡ଼ ଅନୁଷ୍ଠିତ ହୁଏ ଯାହାକୁ '''''ଗ୍ରାଁ-ପ୍ରି''''' (ଇଂରାଜୀରେ Grands Prix) ବୋଲି କୁହାଯାଏ । ଏହି ଦୌଡ଼ ପାଇଁ ସ୍ୱତନ୍ତ୍ର ଭାବେ ନିର୍ମିତ ଦୌଡ଼ ପରିକ୍ରମଣ ସଡ଼କ (ରେସିଂ ସର୍କିଟ୍) କିମ୍ୱାକିମ୍ବା କିଛି ଦେଶରେ ସାଧାରଣ ଯାତାୟତ ପାଇଁ ଉଦ୍ଦୀଷ୍ଟ ସଡ଼କ ବ୍ୟବହୃତ ହୋଇଥାଏ ।
 
ପ୍ରତିଟି ଦୌଡ଼ରେ ଚାଳକ ଓ ଇଞ୍ଜିନ୍ ନିର୍ମାତାଙ୍କ ଗାଡ଼ି କେଉଁ ସ୍ଥାନରେ ରହିଲା – ତାହାକୁ ଭିତ୍ତି କରି ପଏଣ୍ଟ୍ ପ୍ରଦାନ କରାଯାଏ । କ୍ରୀଡ଼ାବର୍ଷ ଶେଷରେ ସର୍ବାଧିକ ପଏଣ୍ଟ୍ ହାସଲ କରିଥିବା ଗାଡ଼ି ଚାଳକ ଓ ଗାଡ଼ି ନିର୍ମାତାଙ୍କୁ ବିଜେତା ଘୋଷିତ କରାଯାଏ । ପ୍ରତି କ୍ରୀଡ଼ାବର୍ଷରେ ଏହିପରି ଦୁଇଟି ବାର୍ଷିକ ବିଜେତା ପୁରସ୍କାର ପ୍ରଦାନ କରାଯାଏ । ପ୍ରତିଟି ଦୌଡ଼ରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଥିବା ଗାଡ଼ି ଚାଳକଙ୍କୁ ସେହି ଦୌଡ଼ ଶେଷରେ ସମ୍ମାନିତ କରାଯାଏ । ପ୍ରତି ଗାଡ଼ି ଚାଳକଙ୍କ ପାଖରେ ମହାସଂଘ ପ୍ରଦତ୍ତ ଓ ବୈଧ ବିଶେଷ ଅନୁମତି ପତ୍ର (ଏଫ୍. ଆଇ. ଏ. ସୁପର୍ ଲାଇସେନ୍ସ) ରହିବା ଅନିବାର୍ଯ୍ୟ ।<ref name="FIA Super">{{cite web|url= http://www.fia.com/resources/documents/1797101136__Appendix_L_a.pdf |title= International Sporting Code |publisher= FIA |date= 28 March 2007 |accessdate= 30 August 2009 |deadurl= yes |archiveurl= https://web.archive.org/web/20090806060829/http://www.fia.com/resources/documents/1797101136__Appendix_L_a.pdf |archivedate= 6 August 2009 }}</ref> ଯେଉଁ ସବୁ ଦୌଡ଼ ସଡ଼କକୁ ମହାସଂଘ ସର୍ବୋତ୍ତମ (୧) ମାନ୍ୟତା ଦେଇଛି, କେବଳ ସେହିଠାରେ ଏହି ପ୍ରତିଯୋଗିତା ସବୁ ଅନୁଷ୍ଠିତ ହୁଏ ।<ref name="FIA Super"/> ଅଧିକାଂଶ ଦୌଡ଼ ସଡ଼କ ଜନବସତିରୁ ଦୂରରେ ସ୍ୱତନ୍ତ୍ର ଭାବେ ନିର୍ମିତ, କିନ୍ତୁ ଆଉ କିଛି ନଗର ମଧ୍ୟରେ ଅବସ୍ଥିତ ।
୩୧ କ ଧାଡ଼ି:
}}
 
୧୯୨୦ ଓ ୧୯୩୦ ଦଶନ୍ଧିରେ ୟୁରୋପରେ ଆୟୋଜନ ହେଉଥିବା '''''ଗ୍ରାଁ-ପ୍ରି ମୋଟର ରେସିଂ'''''ରୁ ଫର୍ମୁଲା ୱାନ୍ ମୋଟର ଦୌଡ଼ର ପ୍ରାରମ୍ଭ ହୋଇଥିଲା । ସମସ୍ତ ପ୍ରତିଯୋଗୀ ମୋଟର ଗାଡ଼ି ଯେଉଁ ନିର୍ଦ୍ଦିଷ୍ଟ ନିୟମାବଳୀକୁ ମାନନ୍ତି, ତାହାକୁ '''''ଫର୍ମୁଲା''''' ବୋଲି କୁହାଯାଏ । [[ଦ୍ୱିତୀୟ ବିଶ୍ୱଯୁଦ୍ଧ]] ପରେ ୧୯୪୬ ମସିହାରେ ନୂତନ ରୂପେ ଫର୍ମୁଲା ୱାନ୍‍ର ନିୟମାବଳୀ ନିର୍ଦ୍ଧାରଣ କରାଗଲା ଓ ଏକ ସୌଜନ୍ୟମୂଳକ ମୋଟର ଦୌଡ଼ର ଆୟୋଜନ କରାଗଲା । ବିଶ୍ୱଯୁଦ୍ଧ ପୂର୍ବରୁ କିଛି ନିୟମ ନିର୍ଦ୍ଧାରିତ ହୋଇ ସାରିଥିଲେ ହେଁ ଯୁଦ୍ଧ କାରଣରୁ ୧୯୪୭ ମସିହା ପର୍ଯ୍ୟନ୍ତ ପ୍ରତିଯୋଗିତାମୂଳକ ଦୌଡ଼ର ଆୟୋଜନ କରାଯାଇନଥିଲା । ୧୯୫୦ ମସିହାରେ [[ଯୁକ୍ତରାଜ୍ୟ]]ର ସିଲ୍‍ଭରଷ୍ଟୋନ୍ ରେସିଂ ସର୍କିଟ୍ ପ୍ରଥମ ଥର ପାଇଁ ମୋଟର ଦୌଡ଼ରେ ବିଶ୍ୱସ୍ତରୀୟ ପ୍ରତିଯୋଗିତାର ଆୟୋଜନ କରିଥିଲା । ୧୯୫୮ ମସିହାରେ ଗାଡ଼ି ନିର୍ମାତା କମ୍ପାନୀମାନଙ୍କ ପ୍ରତିଯୋଗିତା ମଧ୍ୟ ଆରମ୍ଭ କରାଗଲା । ୧୯୬୦ ଓ ୧୯୭୦ ଦଶନ୍ଧିରେ [[ଦକ୍ଷିଣ ଆଫ୍ରିକା]] ଓ ଯୁକ୍ତରାଜ୍ୟରେ ଜାତୀୟ ସ୍ତରର ମୋଟର ଦୌଡ଼ ଆୟୋଜିତ ହେଉଥିଲା । ଅଣ-ଚାମ୍ପିୟନ୍‍ସିପ୍ ପ୍ରତିଯୋଗିତା ବହୁ ବର୍ଷ ପର୍ଯ୍ୟନ୍ତ ଆୟୋଜିତ ହେଉଥିଲା, କିନ୍ତୁ ବ୍ୟୟର ଚାପରେ ୧୯୮୩ ମସିହା ପରେ ଏଗୁଡ଼ିକର ଆୟୋଜନ ବନ୍ଦ ହୋଇଯାଇଥିଲା ।<ref name=LastnonchampF1>{{cite web|url = http://www.forix.com/8w/roc83.html|title = The last of the non-championship races|accessdate =17 November 2007|publisher=forix.com|archiveurl = https://web.archive.org/web/20070227105027/http://www.forix.com/8w/roc83.html|archivedate = 27 February 2007}}</ref> ୨୦୧୭ ମସିହା ନଭେମ୍ୱରନଭେମ୍ବର ମାସ ୨୬ ତାରିଖରେ ଆବୁଧାବି ନଗରର ୟାସ୍ ମରିନା ସର୍କିଟ୍‍ଠାରେ ଫର୍ମୁଲା ୱାନ୍‍ର ନୂତନ ଲୋଗୋ ବିମୋଚିତ ହୋଇଥିଲା । ୧୯୯୩ ମସିହାରୁ ରହିଆସିଥିବା ଫର୍ମୁଲା ୱାନ୍‍ର ପାରମ୍ପରିକ “ଫ୍ଲାଇଂ ୱାନ୍” ଲୋଗୋର ବ୍ୟବହାର ଏହାପରେ ବନ୍ଦ ହୋଇଯାଇଥିଲା ।<ref>{{cite web|title=Formula One unveils new logo|url=http://www.espn.in/f1/story/_/id/21568245/f1-formula-one-unveils-new-logo|website=ESPN}}</ref>
 
===ପ୍ରତିଯୋଗିତାମୂଳକ ମୋଟର ଦୌଡ଼ର ପୁନରାରମ୍ଭ===
୪୮ କ ଧାଡ଼ି:
ଏକ ଫର୍ମୁଲା ୱାନ୍ ଗ୍ରାଁ-ପ୍ରି ସପ୍ତାହର ଶୁକ୍ରବାର, ଶନିବାର ଓ ରବିବାର ଦିନ ଅନୁଷ୍ଠିତ ହୁଏ । ଶୁକ୍ରବାର ଦିନ ପ୍ରତି ଦଳକୁ ଦୁଇଟି ଓ ଶନିବାର ଦିନ ଗୋଟିଏ ଅଭ୍ୟାସ ସମୟ ପ୍ରଦାନ କରାଯାଏ । ମୋନାକୋ ସହରରେ ଏହି ଅଭ୍ୟାସ ଶୁକ୍ରବାର ପରିବର୍ତ୍ତେ ଗୁରୁବାର ଦିନ ହୋଇଥାଏ, ଯାହା ଏକ ବ୍ୟତିକ୍ରମ । ପ୍ରତି ଫର୍ମୁଲା ୱାନ୍ ଦଳରେ ଜଣେ ଅତିରିକ୍ତ ଚାଳକ ମଧ୍ୟ ରହିଥାନ୍ତି ଯେଉଁମାନେ କେବଳ ଶୁକ୍ରବାର ଦିନ ଅଭ୍ୟାସ କରିପାରିବେ । କିନ୍ତୁ ଶୁକ୍ରବାରରେ କେବଳ ଦୁଇଟି ଗାଡ଼ିକୁ ଅଭ୍ୟାସ ପର୍ଯ୍ୟାୟ ମିଳୁଥିବାରୁ ଦୌଡ଼ର ଦୁଇ ମୁଖ୍ୟ ଚାଳକଙ୍କ ମଧ୍ୟରୁ ଜଣକୁ ଶୁକ୍ରବାର ଦିନ ଅଭ୍ୟାସ କରିବାର ସୁଯୋଗ ମିଳେନାହିଁ । ଶନିବାରର ଶେଷ ଅଭ୍ୟାସ ପରେ ଏକ ଯୋଗ୍ୟତା ନିର୍ଣ୍ଣୟ ପ୍ରତିଯୋଗିତା (ଇଂରାଜୀରେ Qualifying Race) ଅନୁଷ୍ଠିତ ହୁଏ । ଏହି ଯୋଗ୍ୟତା ନିର୍ଣ୍ଣୟ ପର୍ଯ୍ୟାୟରେ ଚାଳକଙ୍କ ପ୍ରଦର୍ଶନ ଅନୁସାରେ ସେମାନେ ରବିବାରର ମୁଖ୍ୟ ଦୌଡ଼ରେ କେଉଁ ସ୍ଥାନରୁ ଦୌଡ଼ ଆରମ୍ଭ କରିବେ ତାହା ନିର୍ଦ୍ଧାରିତ ହୋଇଥାଏ ।<ref name="QDetail2">{{cite web|url=http://www.formula1.com/inside_f1/rules_and_regulations/sporting_regulations/8686/|title=Practice and qualifying|publisher=Formula One|accessdate=21 October 2009}}</ref><ref name="DriveChang">{{cite web|title=Driver changes and additional drivers|url=http://www.formula1.com/inside_f1/rules_and_regulations/sporting_regulations/8694/|publisher=[[Formula One Group|Formula One World Championship]]|date=10 June 2011|accessdate=10 June 2011}}</ref>
 
===ଗାଡ଼ିର ଚକ ସମ୍ୱନ୍ଧୀୟସମ୍ବନ୍ଧୀୟ ନିୟମ===
୨୦୧୬ ମସିହାରୁ ଲାଗୁ ହୋଇଥିବା ନୂଆ ନିୟମ ଅନୁଯାୟୀ [[ଇଟାଲୀ]] ଦେଶର ପିରେଲି କମ୍ପାନୀ ପ୍ରତି ଗ୍ରାଁ-ପ୍ରି ପାଇଁ ସବୁ ଦଳକୁ ତିନି ପ୍ରକାରର ଚକ ଯୋଗାଇ ଦେଇଥାଏ । ପ୍ରତି ଦଳ ନିଜର ଯୋଜନା ଅନୁଯାୟୀ ଏହି ଚକଗୁଡ଼ିକୁ ବ୍ୟବହାର କରିପାରିବେ । ପ୍ରତି ଦୌଡ଼ର ମାସେ ବା ତାହା ପୂର୍ବରୁ କେଉଁ ପ୍ରକାରର ଚକ ଦିଆଯିବ ତାହାର ଘୋଷଣା କରା ଯାଇଥାଏ । ପ୍ରଥମ ପାଞ୍ଚଟି ଦୌଡ଼ ପାଇଁ ପ୍ରତି ଚାଳକଙ୍କ ପାଖରେ ୭ଟି ପ୍ରକାରର ନରମ, ୪ ପ୍ରକାରର ମଧ୍ୟମ ଓ ୨ ପ୍ରକାରର ଶକ୍ତ ଚକ ରହିଥାଏ । ଦୌଡ଼, ଅଭ୍ୟାସ ବା ଯୋଗ୍ୟତା ନିର୍ଣ୍ଣୟ ସମୟରେ ଚକ ନଷ୍ଟ ହୋଇଯାଉଥିଲେ ପିରେଲି ଆହୁରି ଚକ ଯୋଗାଇ ଦିଏ ।<ref>{{cite web|title=2017 Grand Prix tyre compound selections|url=http://www.espn.com/f1/story/_/id/18451342/2017-grand-prix-tyre-compound-selections|website=ESPN|publisher=ESPN Internet Ventures|accessdate=21 September 2017}}</ref>
 
୧୫୦ କ ଧାଡ଼ି:
ବିଜେତା ଓ ଅନ୍ୟ ସ୍ଥାନରେ ରହୁଥିବା ଗାଡ଼ିମାନଙ୍କୁ ପଏଣ୍ଟ୍ ମିଳିଥାଏ । ବର୍ତ୍ତମାନ ପ୍ରଚଳିତ ପଏଣ୍ଟ୍ ବିତରଣ ବ୍ୟବସ୍ଥା ୨୦୧୦ ମସିହାରୁ ପ୍ରଚଳିତ ହୋଇଆସୁଛି । ବିଜେତା ଚାଳକ ଓ ଦଳକୁ ୨୫ ପଏଣ୍ଟ୍ ମିଳେ । ଦଳର ଉଭୟ ଗାଡ଼ି ପଏଣ୍ଟ୍ ପାଇଲେ ଦଳ ବିଜେତା ହେବାର ସମ୍ଭାବନା ଅଧିକ ହୁଏ । ପ୍ରତି ଦୌଡ଼ରୁ ମିଳୁଥିବା ପଏଣ୍ଟ୍ ମିଶି ମିଶି ଚାଲିଥାଏ ଓ ବର୍ଷ ଶେଷରେ ବାର୍ଷିକ ଚାମ୍ପିୟନ୍ ବା ବିଜେତା ଘୋଷଣା କରାଯାଏ । ଯଦି କୌଣସି ଚାଳକ ବର୍ଷ ମଝିରେ ନିଜ ଦଳ ବଦଳାଇ ଦିଅନ୍ତି ତେବେ ମଧ୍ୟ ତାଙ୍କୁ ଜିତିଥିବା ସମସ୍ତ ଦୌଡ଼ର ପଏଣ୍ଟ୍ ମିଳେ ।<ref>{{cite web|title=Sporting regulations: Points|url=http://www.formula1.com/inside_f1/rules_and_regulations/sporting_regulations/8681/|website=Formula1.com|publisher=Formula One World Championship|accessdate=12 January 2015}}</ref>
 
ଅତି କମରେ ୯୦% ରାସ୍ତା ଅତିକ୍ରମ କରିଥିଲେ ଚାଳକ ମୁଖ୍ୟ ଦୌଡ଼ରେ ପଏଣ୍ଟ୍ ବା କ୍ରମାଙ୍କରେ ରହିବାର ଯୋଗ୍ୟତା ଲାଭ କରନ୍ତି । ବେଳେ ବେଳେ ଦୌଡ଼ ପୂର୍ଣ୍ଣ ନ କରିପାରିଲେ ମଧ୍ୟ ଚାଳକ ଯୋଗ୍ୟତା ଲାଭ କରିଥିଲେ ପଏଣ୍ଟ୍ ପାଇପାରିବେ । ଏଥିପାଇଁ ଚାଳକଙ୍କ ଆଗର ଗାଡ଼ି ସବୁ କଳା ପତାକା ପାଇଥିବା କିମ୍ୱାକିମ୍ବା ତ୍ରୁଟି ଯୋଗୁଁ ଅଟକି ଯାଇଥିବା ସମ୍ଭବପର ।<ref>{{cite web|title=Sporting regulations: Classification|url=http://www.formula1.com/inside_f1/rules_and_regulations/sporting_regulations/8682/|website=Formula1.com|publisher=Formula One World Championship|accessdate=12 January 2015}}</ref>
 
==ଗ୍ରାଁ-ପ୍ରି==