"ଓଧ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Replacing ଵ with ୱ
ଟିକେ ba with wa
୫୪ କ ଧାଡ଼ି:
 
== ପ୍ରକୃତି ==
ଓଧମାନଙ୍କ ଶରୀର ପତଳା, ଲମ୍ୱାଲମ୍ବା ଓ ଏମାନଙ୍କ ଗୋଡ଼ଗୁଡ଼ିକ ଶରୀରର ଅନୁପାତରେ ଅପେକ୍ଷାକୃତ ଛୋଟ । ତାଙ୍କ ଶରୀରର ବିଶେଷତା ହେଉଛି ଗୋଡ଼ର ଆଙ୍ଗୁଠିମାନଙ୍କ ମଧ୍ୟରେ ରହିଥିବା ପତଳା ପରଦା ଯାହା ଆହୁଲା ପରି କାମ କରେ ଓ ପହଁରିବା ବେଳେ ସହାୟକ ହୋଇଥାଏ । ଓଧମାନେ ସିଲ୍‍ମାନଙ୍କ ପରି ପାଣି ତଳେ ନିଃଶ୍ୱାସ ପ୍ରଶ୍ୱାସ ନେଇପାରନ୍ତି । ଏମାନଙ୍କ ନଖ ଗୋଜିଆ । ସାମୁଦ୍ରିକ ଓଧ ବ୍ୟତୀତ ଅନ୍ୟ ପ୍ରଜାତିମାନଙ୍କର ମୋଟା ମାଂସାଳ ଲାଞ୍ଜଟିଏ ରହିଥାଏ । ସମସ୍ତ ୧୩ଟି ପ୍ରଜାତିର ଓଧଙ୍କୁ ମିଶାଇ କହିଲେ, ପରିପକ୍ୱ ବୟସରେ ଏମାନଙ୍କ ଶରୀରର ଦୈର୍ଘ୍ୟ ୦.୬-୧.୮ ମିଟର୍ (୨-୫.୯ ଫୁଟ୍) ଏବଂ ଓଜନ ୧-୪୫ କିଲୋଗ୍ରାମ୍ ପର୍ଯ୍ୟନ୍ତ ହୋଇଥାଏ । [[ଏସିଆ]]ରେ ଦେଖାଯାଉଥିବା ଛୋଟନଖିଆ ଓଧ ପ୍ରଜାତି ଆକାରରେ ସବୁଠାରୁ ଛୋଟ ହୋଇଥିବା ବେଳେ ବଡ଼ ଓଧ ଏବଂ ସାମୁଦ୍ରିକ ଓଧ ଆକାରରେ ସବୁଠାରୁ ବଡ଼ ପ୍ରଜାତି । ତାଙ୍କ ଲୋମର ନିମ୍ନାଂଶ ଅତି କୋମଳ ଓ ତାପ କୁପରିବାହୀ ଯାହା ଲମ୍ୱାଲମ୍ବା ଓ ସବଳ ଲୋମଦ୍ୱାରା ସୁରକ୍ଷିତ ଓ ଆବୃତ୍ତ ହୋଇ ରହିଥାଏ । ଲୋମର ସ୍ତରରେ ବାୟୁର ଏକ ଆସ୍ତରଣ ତିଆରି ହୋଇଥାଏ ଯାହା ତାଙ୍କ ଶରୀରର ତାପମାତ୍ରା ଓ ଶୁଷ୍କତା ବଜାୟ ରଖିବା ସହ ପାଣି ତଳେ ଉତ୍‌ପ୍ଳବନ ବଳ ପ୍ରୟୋଗ କରିବାରେ ଉପଯୋଗୀ ହୋଇଥାଏ ।
 
ଅନେକ ଓଧ ପ୍ରଜାତି ଥଣ୍ଡା ଜଳରେ ବାସ କରନ୍ତି, ତେଣୁ ଶରୀରର ତାପମାତ୍ରା ନିୟନ୍ତ୍ରଣ ପାଇଁ ସୋମାନେ ଶକ୍ତି ବା ଖାଦ୍ୟ ଅପଚୟ ହାର ଅଧିକ ହୋଇଥାଏ । ତେଣୁ ପରିବେଶର ତାପମାତ୍ରା ଅନୁଯାୟୀ ୟୁରୋପୀୟ ଓଧମାନଙ୍କୁ ପ୍ରତିଦିନ ନିଜ ଶରୀରର ଓଜନର ୧୫% ଓଜନର ଏବଂ ସାମୁଦ୍ରିକ ଓଧମାନଙ୍କୁ ୨୦-୨୫% ଓଜନର ଖାଦ୍ୟ ଖାଇବାକୁ ପଡ଼ିଥାଏ । ପାଣିର ତାପମାତ୍ରା ୧୦° ସେଲ୍‍ସିୟସ୍ ରହିଲେ ଏକ ଓଧକୁ ବଞ୍ଚି ରହିବା ପାଇଁ ପ୍ରତି ଘଣ୍ଟାରେ ୧୦୦ ଗ୍ରାମ୍ ଓଜନର ମାଛ ଶିକାର କରି ଖାଇବାକୁ ହୁଏ । ଅଧିକାଂଶ ଓଧ ପ୍ରଜାତି ପ୍ରତିଦିନ ୩-୫ ଘଣ୍ଟା ଏବଂ ଛୁଆ ପାଳୁଥିବା ମାଈ ଓଧମାନେ ଦିନକୁ ୮ ଘଣ୍ଟା ଶିକାର କରିଥାନ୍ତି ।
୧୫୪ କ ଧାଡ଼ି:
[[File:LutraCanadensis fullres.jpg|thumb|ଉତ୍ତର ଆମେରିକୀୟ ନଦୀ ଓଧ]]
 
ୟୁରୋପୀୟମାନେ ଉତ୍ତର ଆମେରିକାରେ ଉପନିବେଶ ଆରମ୍ଭ କରିବା ପରେ ବହୁ ସଂଖ୍ୟକ ନଦୀ ଓଧଙ୍କୁ ଲୋମ ପାଇଁ ଫାଶ ପକାଇ ଧରିଲେ ଓ ଶିକାର କଲେ । ନଦୀ ଓଧମାନେ ମୁଖ୍ୟତଃ ମାଛ, ଶାମୁକା, କ୍ଷୁଦ୍ର ସ୍ଥଳଚର ସ୍ତନ୍ୟପାୟୀ ପ୍ରାଣୀ ତଥା ପକ୍ଷୀଙ୍କୁ ଆହରଣ କରିଥାନ୍ତି । ଏମାନେ ବଢ଼ି ୩-୪ ମିଟର୍ ଲମ୍ୱଲମ୍ବ ଓ ୫-୧୫ କିଲୋଗ୍ରାମ୍ ପର୍ଯ୍ୟନ୍ତ ଓଜନର ହୋଇଥାନ୍ତି ।
 
କେତେକାଞ୍ଚଳରେ ଏହା ଏକ ସଂରକ୍ଷିତ ପ୍ରଜାତି । ରୁଗ୍‍ଣ ଓ ଆହତ ଓଧଙ୍କ ଥଇଥାନ ପାଇଁ କେତେକ ସଂସ୍ଥାନ ତଥା ସଂରକ୍ଷଣ କେନ୍ଦ୍ର ମଧ୍ୟ ରହିଛି ।
୧୬୩ କ ଧାଡ଼ି:
ସିନ୍ଧୁ ଓଧ ଏକ ସାମୁଦ୍ରିକ ସ୍ତନ୍ୟପାୟୀ ଜୀବ ଓ ଉତ୍ତର ଆମେରିକାର [[ପ୍ରଶାନ୍ତ ମହାସାଗର]] ଉପକୂଳବର୍ତ୍ତୀ ଅଞ୍ଚଳରେ ବସବାସ କରନ୍ତି । ଏକଦା ଏମାନେ ବେରିଂ ପ୍ରଣାଳୀ, କମଚାଟକା ଓ ଜାପାନର ଦକ୍ଷିଣ ଭାଗ ପର୍ଯ୍ୟନ୍ତ ଅଞ୍ଚଳରେ ମଧ୍ୟ ପରିଲକ୍ଷିତ ହେଉଥିଲେ । ସିନ୍ଧୁ ଓଧମାନଙ୍କ ଦେହର ବର୍ଗ ସେଣ୍ଟିମିଟର୍ ପ୍ରତି ୨୬୦୦୦-୧୬୫୦୦୦ ଲୋମ ରହିଥାଏ ।<ref>{{cite web | title = Otters&nbsp;– Physical Characteristics | url = http://www.seaworld.org/animal-info/info-books/otters/physical-characteristics.htm | work = seaworld.org | accessdate = 17 November 2009 | archive-url = https://web.archive.org/web/20071102220803/http://www.seaworld.org/animal-info/info-books/otters/physical-characteristics.htm | archive-date = 2 November 2007 | dead-url = yes | df = dmy-all }}</ref> ଏମାନଙ୍କ ଶରୀର ଏପରି ଘଞ୍ଚ ଲୋମବିଶିଷ୍ଟ ହୋଇଥିବାରୁ ମନୁଷ୍ୟମାନେ ବହୁ ପରିମାଣରେ ଏମାନଙ୍କ ଶିକାର କରୁଥିଲେ ଓ ଏମାନଙ୍କ ପ୍ରଜାତି ବିଲୋପ ହେବା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏମାନଙ୍କ ସୁରକ୍ଷା ପାଇଁ ୧୯୧୧ ଫର୍ ସିଲ୍ ଚୁକ୍ତି ଆରମ୍ଭ ହୋଇଥିଲେ ହେଁ ସେତେବେଳକୁ ସିନ୍ଧୁ ଓଧଙ୍କ ସଂଖ୍ୟା ଏତେ କମିଯାଇଥିଲା ଯେ, ଲୋମ ବ୍ୟବସାୟ ବେଶୀ ଲାଭପ୍ରଦାୟୀ ହୋଇ ରହିନଥିଲା ।
 
ଏମାନେ ଶାମୁକା ଓ ଅନ୍ୟ ଅମେରୁଦଣ୍ଡୀ ପ୍ରାଣୀଙ୍କୁ ଖାଆନ୍ତି ।<ref name="www.defenders.org">{{cite web| title = Sea Otter&nbsp;– Enhydra lutris&nbsp;– facts, video, and sound|work=Defenders of Wildlife | url = http://www.defenders.org/wildlife_and_habitat/wildlife/sea_otter.php | accessdate =17 November 2009 }}</ref> ଯେକୌଣସି ଅଞ୍ଚଳରେ ଶିକାରର ଘନତା ଓଧମାନଙ୍କ ସଂଖ୍ୟା ନିରୂପଣ କରିଥାଏ । ସମୁଦ୍ରର ନରମ ତଳ ଅପେକ୍ଷା ପଥୁରିଆ ତଳରୁ ଓଧଙ୍କୁ ଶିକାର ସଂଗ୍ରହ କରିବା ସହଜ ହୋଇଥାଏ । ତେଣୁ ପଥୁରିଆ ସମୁଦ୍ରତଳ ଅଞ୍ଚଳରେ ସିନ୍ଧୁ ଓଧମାନେ ବାସ କରନ୍ତି ।<ref>{{Cite web|url=http://www.otterproject.org/wp-content/uploads/2012/05/Laidre_etal_2001_An_estimation_of_carrying_capacity_for_sea_otters_along_the_CA_coast.pdf|title=Carrying Capacity of Otters|author1=Laidre, Kristin |author2=Jameson, Donald |author3=DeMaster, Douglas |date=2001|website=otterproject.org|publisher=Marine Mammal Science|access-date=4 November 2016}}</ref> ନିଜ ପଞ୍ଝା ତଳେ ଲୋମାବୃତ ମୁଣିରେ ସେମାନେ ଏକ ପଥର ଖଞ୍ଜି ସମୁଦ୍ରତଳକୁ ଯାଆନ୍ତି, ଶାମୁକାର କଠିନ ଆବରଣକୁ ପିଟି ଭାଙ୍ଗି ପକାନ୍ତି ଓ ତାକୁ ଆହରଣ କରନ୍ତି । ଉପକରଣ ବ୍ୟବହାର କରି ଶିକାର କରୁଥିବା ଜନ୍ତୁଙ୍କ ଶ୍ରେଣୀରେ ସିନ୍ଧୁ ଓଧଙ୍କର ଗଣନା କରାଯାଏ । ଏମାନେ ୧-୧.୫ ମିଟର୍ ପର୍ଯ୍ୟନ୍ତ ଲମ୍ୱାଲମ୍ବା ହୁଅନ୍ତି ଓ ଏମାନଙ୍କ ଓଜନ ୩୦ କି.ଗ୍ରା. ପର୍ଯ୍ୟନ୍ତ ହୋଇଥାଏ । ଏକଦା ଲୁପ୍ତପ୍ରାୟ ହୋଇ କେବଳ କାଲିଫର୍ଣ୍ଣିଆ ଓ ଆଲାସ୍କା ପର୍ଯ୍ୟନ୍ତ ସୀମିତ ହୋଇ ରହିଥିବା ସିନ୍ଧୁ ଓଧଙ୍କ ସଂଖ୍ୟା ବର୍ତ୍ତମାନ ପୁନର୍ବାର ବଢ଼ିବାରେ ଲାଗିଛି ।
 
ଅନ୍ୟ ସାମୁଦ୍ରିକ ସ୍ତନ୍ୟପାୟୀଙ୍କ ପରି ସିନ୍ଧୁ ଓଧଙ୍କ ଲୋମ ତଳେ ଏକ ମେଦ ଆସ୍ତରଣ (ଇଂରାଜୀରେ blubber) ନଥାଏ ।<ref name="www.defenders.org" /> ତେଣୁ ଲୋମ ତଳେ ବାୟୁ ଗଚ୍ଛିତ ହୋଇ ତାପ କୁପରିବାହୀ ଆସ୍ତରଣ ସୃଷ୍ଟି କରିଥାଏ । ବାୟୁ କମିଗଲେ ସେମାନେ ନିଜ ଲୋମ ତଳେ ଫୁଙ୍କି ପୁଣି ନିଜ ବାୟୁ ମୁଣି ପୂରଣ କରନ୍ତି । ଅନ୍ୟ ଓଧମାନେ ଅଧିକାଂଶ ସମୟ ଭୂମି ଉପରେ ଅତିବାହିତ କରୁଥିବା ବେଳେ ସିନ୍ଧୁ ଓଧମାନେ ଅଧିକାଂଶ ସମୟ ପାଣିରେ ବିତାଇଥାନ୍ତି ।
୧୬୯ କ ଧାଡ଼ି:
=== ବଡ଼ ଓଧ ===
[[File:giantotter.jpg|thumb|right|ବଡ଼ ଓଧ (ଇଂରାଜୀରେ giant otter)]]
ବଡ଼ ଓଧ (''Pteronura brasiliensis'') ମୁଖ୍ୟତଃ [[ଦକ୍ଷିଣ ଆମେରିକା]] ମହାଦେଶର [[ଆମାଜନ୍ ନଦୀ]] ଉପତ୍ୟକାରେ ଦେଖାଯାନ୍ତି । କିନ୍ତୁ ସୁନା ବାହାର କରିବା ପାଇଁ ପାରଦ ଓ ଅନ୍ୟ ବିଷାକ୍ତ ପଦାର୍ଥର ବ୍ୟବହାର, ପରିବାସ ନଷ୍ଟ ଓ ବହୁ ସଂଖ୍ୟକ ଓଧଙ୍କ ଶିକାର କରାଯାଉଥିବାରୁ ଏମାନେ ବର୍ତ୍ତମାନ ଏକ ବିରଳ ପ୍ରଜାତି ପାଲଟିଯାଇଛନ୍ତି । ଏହି ଓଧ ବଢ଼ି ପ୍ରାୟ ୧.୮ ମିଟର୍ (୫.୯ ଫୁଟ୍) ପର୍ଯ୍ୟନ୍ତ ଲମ୍ୱାଲମ୍ବା ହୋଇଥାଏ ଏବଂ ଅନ୍ୟ ଓଧଙ୍କ ଅପେକ୍ଷା ଅଧିକ ସମୟ ଜଳରେ ବିତାଇଥାଏ ।
 
== ମନୁଷ୍ୟ ଓ ଓଧ ==
[[File:Otters Crossing sign at Benbecula.jpg|thumb|left|ଓଧ ସଡ଼କ ପାର କରୁଥିବାରୁ ଚଳାଇବା ବେଳେ ସାବଧାନତା ଅବଲମ୍ୱନଅବଲମ୍ବନ କରିବାର ଫଳକ (ବେନବେକୁଲା)]]
[[File:SekienKawauso.jpg|thumb|right|ସେକିଏନ୍ ଟୋରିୟାମାଙ୍କ ଗାଜୁ ହ୍ୟାକ୍କି ୟାଗ୍ୟୋର "କାୱାଉସୋ" (獺)]]
=== ଓଧ ଶିକାର ===
"https://or.wikipedia.org/wiki/ଓଧ"ରୁ ଅଣାଯାଇଅଛି