"ଭୀମ ଭୋଇ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ସାଧାରଣ ବନାନ ସୁଧାର
→‎ଜୀବନ: ଫିକ୍ସଡ଼ ବନାନ, ବ୍ୟାକରଣ ସଜାଡ଼ିଲେ, ଲିଙ୍କ ଯୋଡ଼ିଲେ
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ Android app edit
୨୯ କ ଧାଡ଼ି:
ଭୀମ ଭୋଇ କନ୍ଧ ସମ୍ପ୍ରଦାୟର ଏକ ପରିବାରରେ [[ଓଡ଼ିଶା]]ର [[ସୁବର୍ଣ୍ଣପୁର ଜିଲ୍ଲା]]ର [[ସୁବଳୟା]]ରେ (ଆଗରୁ [[ରେଢ଼ାଖୋଲ]], [[ସମ୍ବଲପୁର ଜିଲ୍ଲା|ସମ୍ବଲପୁର]]) ଜନ୍ମଗ୍ରହଣ କରିଥିଲେ । ବସନ୍ତ ରୋଗରେ ପୀଡିତହୋଇ ସେ ବାଲ୍ୟାବସ୍ଥାରେ ନିଜର ଦୃଷ୍ଟିଶକ୍ତି ହରାଇଥିଲେ । ସମ୍ପୂର୍ଣ୍ଣ ନିରକ୍ଷର ଥିବା ଯୋଗୁଁ ଅନ୍ୟାନ୍ୟ କବିମାନଙ୍କ ରଚନା ତାଙ୍କୁ ପ୍ରଭାବିତ କରିପାରିନଥିଲା । ସେ ନିଜର ସହଜାତ ପ୍ରତିଭା ବଳରେ ହିଁ ଏକ ସ୍ୱତନ୍ତ୍ର ଶୈଳୀରେ ସମଗ୍ର କବିତାବଳୀ ରଚନା କରିଛନ୍ତି । ସେ ସମୟରେ ଅନ୍ୟାନ୍ୟ କବିମାନଙ୍କଦ୍ୱାରା ତରୁଣ ତରୁଣୀଙ୍କ ପ୍ରଣୟ, ପ୍ରକୃତି ବର୍ଣ୍ଣନା, ଯୁଦ୍ଧଚର୍ଚ୍ଚା ଇତ୍ୟାଦି ବିଷୟରେ କବିତାମାନ ରଚିତ ହୋଇଥିବା ବେଳେ ଭୀମ ଭୋଇଙ୍କ ରଚନା ସମାଜକୁ ଏକ ନୂତନ ବାର୍ତ୍ତା ପ୍ରଦାନ କରିଥିଲା । ତାଙ୍କର ଭଜନ, ଜଣାଣ ଓ ଗୀତ ମାଧ୍ୟମରେ ସେ ମହିମା ଧର୍ମର ପ୍ରଚାର କରି ନିକଟ ଭବିଷ୍ୟତରେ ଏକ ସ୍ୱଚ୍ଛ, ସୁନ୍ଦର ଏବଂ ସତ୍ୟନିଷ୍ଠ ସମାଜର ପ୍ରତିଷ୍ଠା ନିମନ୍ତେ ପ୍ରାର୍ଥନା କରିଛନ୍ତି । ତତ୍କାଳୀନ ସମଜରେ ପ୍ରଚଳିତ ଜାତିପ୍ରଥା, ଉଚ୍ଚନୀଚ ଓ ଛୁଆଁ ଅଛୁଆଁ ଭେଦଭାବ ଓ ଅନ୍ୟାନ୍ୟ ଧର୍ମାନ୍ଧ କୁସଂସ୍କାରର ପ୍ରଚଳନ ବିରୋଧରେ ସେ ଶହଶହ ଛାନ୍ଦ, ଚଉପଦୀ ଓ ଚଉତିଶା ରଚନା କରିଥିଲେ । ତାଙ୍କ ରଚନା ଅନୁଯାୟୀ କୌଣସି ଏକ ମହିମା ଗୋସାଇଁ ତାଙ୍କୁ ମହିମା ଧର୍ମ ବା ଅଲେଖ ଧର୍ମର ପ୍ରଚାର କରିବାପାଇଁ ଆଦେଶ ଦେଇଥିଲେ । ମହିମା ଗୋସାଇଁଙ୍କଦ୍ୱାରା ଅନୁପ୍ରାଣିତ ହୋଇ ସେ ଖଲିଆପାଲିଠାରେ ସତ୍ୟ ମହିମା ଧର୍ମର ବିକାଶରେ ମୁଖ୍ୟ ଭୂମିକା ନିଭାଇଥିଲେ ।
{{Rquote|right|ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ ।</br>ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ|ସନ୍ଥକବି ଭୀମଭୋଇ|ବାଣୀ}}
{{wikisource author|ଭୀମ ଭୋଇଏଥିରେଭୋଇ}} ଗୁରୁ ବ୍ରହ୍ମ ମହିମା ଅଲେଖ ଶରଣଂ ନମାମି
 
== ଟୀକା ==
"https://or.wikipedia.org/wiki/ଭୀମ_ଭୋଇ"ରୁ ଅଣାଯାଇଅଛି