"ବାଲି ଦ୍ୱୀପ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଆଧାର
ଟିକେNo edit summary
୬ କ ଧାଡ଼ି:
୨୦୧୪ ମସିହା ସୁଦ୍ଧା ୪୨,୨୫,୦୦୦ ଜନସଂଖ୍ୟା ବିଶିଷ୍ଟ ଏହି ଦ୍ୱୀପ ଅଧିକାଂଶ ଭାବେ ଇଣ୍ଡୋନେସିଆର ସଂଖ୍ୟାଲଘୁ ହିନ୍ଦୁମାନଙ୍କ ବାସସ୍ଥଳୀ । ୨୦୧୦ ଜଣ ଗଣନା ଅନୁଯାୟୀ, ଏହି ଦ୍ୱୀପର ୮୩.୫% ବାଲିୟ ହିନ୍ଦୁ ହୋଇଥିବା ବେଳେ, ୧୩.୪% ମୁସଲିମ, ୨.୫% ଖ୍ରୀଷ୍ଟିୟାନ ଓ ୦.୫% ବୌଦ୍ଧ ଧର୍ମାବଲମ୍ବୀ ଅଟନ୍ତି । <ref name=census2010>[http://sp2010.bps.go.id/index.php/site/tabel?tid=321&wid=0 Penduduk Menurut Wilayah dan Agama yang Dianut] (2010 Census). bps.go.id</ref>
 
ବାଲି ଏକ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳୀ, ଏବଂ ୧୯୮୦ ମସିହା ପରେ ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା କ୍ରମାଗତ ଭାବେ ବଢ଼ି ଚାଲିଛି । ଏହା ଏଠାର ଉଚ୍ଚକୋଟୀର କଳା, ଯଥା ପାରମ୍ପରିକ ଓ ଆଧୁନିକ ନୃତ୍ୟ, ମୂର୍ତ୍ତି ଗଠନ, ଚିତ୍ର, ଚମଡା ଶିଳ୍ପ, ଧାତୁ କାମ, ସଙ୍ଗୀତ ଆଦି ପାଇଁ ପ୍ରସିଦ୍ଧ । ଇଣ୍ଡୋନେସିଆ ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବ ପ୍ରତିବର୍ଷ ବାଲିରେ ଅନୁଷ୍ଠିତ ହୁଏ । ୨୦୧୭ ମାର୍ଚ୍ଚରେ ଟ୍ରିପ ଆଡ଼ଭାଇଜର (Trip Advisor) ବାଲିକୁ ପୃଥିବୀର ଶୀର୍ଷ ପର୍ଯ୍ୟଟନ ସ୍ଥଳୀ ଭାବେ ନାମିତ କରିଥିଲା <ref name="tourism">[http://www.time.com/time/magazine/article/0,9171,393799,00.html Desperately Seeking Survival] ''Time''. 25 November 2002.</ref>
 
ବାଲି ପ୍ରବାଳ ତ୍ରିଭୁଜର ଏକ ଅଂଶ ଅଟେ ।ଏହି ତ୍ରିଭୁଜର ବିଶେଷତ୍ୱ ହେଲା ଯେ, ଏଠାରେ ସମୁଦ୍ର ଜୀବଙ୍କ ପ୍ରଚୁର ଜୈବ ବିବିଧତା ପରିଲକ୍ଷିତ ହୁଏ । କେବଳ ଏହି ଅଞ୍ଚଳରେ ୫୦୦ରୁ ଅଧିକ ପ୍ରଜାତିର ପ୍ରବାଳ ଦେଖିବାକୁ ମିଳିଥାଏ । ଏହା କାରବିଆନ ସାଗର ତୁଳନାରେ ପାଖାପାଖି ୭ ଗୁଣ ଅଧିକ ଅଟେ ।