"୧୬ଶ ଲୋକ ସଭା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୧୬ଶ ଲୋକ ସଭା ଆରମ୍ଭ କରାଗଲା
 
ଟିକେNo edit summary
୧ କ ଧାଡ଼ି:
ଭାରତୀୟ ସଂସଦର ତଳ ସଦନ ଲୋକ ସଭାର ''୧୬ଶ ଲୋକ ସଭା'''<nowiki>କୁ</nowiki> ୨୦୧୪ ମସିହା ସାଧାରଣ ନିର୍ବାଚନରେ ନିର୍ବାଚିତ ସଭ୍ୟମାନେ ଯାଇଥିଲେ । ଏହି ଲୋକ ସଭା ପାଇଁ ୭ ଅପ୍ରେଲ ୨୦୧୪ରୁ ୧୨ ମଇ ୨୦୧୪ ଯାଏଁ ନିର୍ବାଚନ କରାଯାଇଥିଲା, ଯାହାର ପରିଚାଳନା କରିଥିଲେ ଭାରତୀୟ ନିର୍ବାଚନ ଆୟୋଗ । ୧୬ ମଇ ୨୦୧୪ରେ ଏହି ସାଧାରଣ ନିର୍ବାଚନର ଫଳାଫଳ ଘୋଷଣା କରାଯାଇଥିଲା ଏବଂ [[ଭାରତୀୟ ଜନତା ପାର୍ଟି]] ସର୍ବାଧିକ ୨୮୨ଟି ଆସନରେ ବିଜୟୀ ହୋଇଥିଲା, ଯାହାକି ଏକ ସଂଖ୍ୟା ଗରିଷ୍ଠତା ଥିଲା । ଏହି ନିର୍ବାଚନରେ ବିଜେପି ପୂର୍ବ ଲୋକ ସଭା ତଥା [[୧୫ଶ ଲୋକ ସଭା]]<nowiki>ଠାରୁ</nowiki> ୧୬୬ଟି ଅଧିକ ଆସନରେ ବିଜୟୀ ହୋଇଥିଲା । ବିଜେପିର ପ୍ରଧାନମନ୍ତ୍ରୀ ପାର୍ଥୀ [[ନରେନ୍ଦ୍ର ମୋଦି]] ଏହି ଲୋକ ସଭାର ନେତୃତ୍ୱ ନେବା ସହ ଭାରତ ଦେଶର ୧୪ତମ ପ୍ରଧାନମନ୍ତ୍ରୀ ଭାବରେ ୨୬ ମଇ ୨୦୧୪ରେ ଶପଥ ପାଠ କରିଥିଲେ । ଏହି ଲୋକ ସଭାର ପ୍ରଥମ ଅଧିବେଶନ ୪ ଜୁନରୁ ୧୧ ଜୁନ ୨୦୧୪ ମଧ୍ୟରେ ବସିଥିଲା ।
 
ଏହି ଲୋକ ସଭାରେ କେହି ବିରୋଧୀ ଦଳ ନେତା ନଥିଲେ; କାରଣ [[ଭାରତୀୟ ସମ୍ବିଧାନ]]<nowiki>ର</nowiki> ନିୟମ ଅନୁସାରେ ବିରୋଧୀ ଦଳ ଭାବରେ ପରିଗଣିତ ହେବାପାଇଁ ଏକ ଦଳ ପାଖରେ ଅତିକମରେ ସମୁଦାୟ ଲୋକ ସଭା ଆସନ ୫୪୫ର ୧୦ ପ୍ରତିଶତ ବିଜୟୀ ପାର୍ଥୀ ଥିବା ଆବଶ୍ୟକ । [[ଭାରତୀୟ ଜାତୀୟ କଂଗ୍ରେସ]]<nowiki>ର</nowiki> ସମୁଦାୟ ୪୪ଟି ଆସନରେ ଏବଂ [[ତାମିଲନାଡ଼ୁ]]<nowiki>ର</nowiki> ଏଆଇଡିମେକେ ସମୁଦାୟ ୩୭ଟି ଆସନରେ ବିଜୟୀ ହୋଇଥିଲେ । ତେଣୁ ଏହି ଲୋକ ସଭାରେ କେହି ବିରୋଧୀ ଦଳ ନେତା ରହିପାରିଲେ ନାହିଁ । ଭାରତୀୟ ଜାତୀ କଂଗ୍ରେସର ନେତା ମଲ୍ଲିକାର୍ଜୁନ ଖର୍ଗେ ଏହି ଲୋକ ସଭା ପାଇଁ କଂଗ୍ରେସ ସାଂସଦ ଦଳର ନେତା ଭାବରେ ଘୋଷିତ ହେଲେ ।
 
୨୦୧୪ ଭାରତୀୟ ସାଧାରଣ ନିର୍ବାଚନ ପରେ [[ରାଜ୍ୟ ସଭା]]<nowiki>ର</nowiki> ୫ମ ସଦସ୍ୟ ଲୋକ ସଭାକୁ ମନୋନୀତ ହୋଇ ଆସିଥିଲେ ।