"ବିଜୁଳି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
Removing Lightnings_sequence_2_animation.gif, it has been deleted from Commons by Jameslwoodward because: per [[:c:Commons:Deletion requests/File:Lightnings sequence 2 animation.gi
ଟିକେ ବ/ୱ ଫଳା ବଦଳ
 
୫ କ ଧାଡ଼ି:
 
ବେଳେବେଳେ ବିଜୁଳି ମାରୁ ମାରୁ ଘଡ଼ଘଡ଼ି ମାରେ ତ ଆଉ କେତେବେଳେ ବହୁସମୟ ପରେ ମାରେ । ଅର୍ଥାତ୍ ସେମାନଙ୍କ ଭିତରେ ଏଇ ସମୟ ବ୍ୟବଧାନ ଆମପାଇଁ ସର୍ବଦା ସମାନ ରହେନା । କିନ୍ତୁ ଉଭୟେ ବିଜୁଳି ଓ ଘଡ଼ଘଡ଼ି ଏକ ସମୟରେ ଆକାଶରେ ସୃଷ୍ଟିହୁଅନ୍ତି । ସତ କହିଲେ, ବିଜୁଳିପାଇଁ ଘଡ଼ଘଡ଼ିର ସୃଷ୍ଟି ହେଇଥାଏ ।
ଶବ୍ଦ ଓ ଆଲୋକ ଉଭୟ ତରଙ୍ଗହେଲେ ମଧ୍ୟ ଶବ୍ଦ ତୁଳନାରେ ଆଲୋକ ଅତି କ୍ଷୀପ୍ର । ଗୋଟିଏ ସେକେଣ୍ଡରେ ଶବ୍ଦ ମାତ୍ର ୩୩୨ ମିଟର ଗତି କଲାବେଳେ ଆଲୋକ ଗତିକରେ ୨,୯୯,୭୯୨,୪୫୮ ମିଟର । ଅର୍ଥାତ୍ ଶବ୍ଦଠାରୁ ଆଲୋକ ନଅ ଲକ୍ଷ ଗୁଣ ଶୀଘ୍ର ଗତି କରିପାରେ । ତେଣୁ ବିଜୁଳି ସୃଷ୍ଟିହେବାର ଅତିକମ୍ ସମୟ ଭିତରେ ତାହାର ଆଲୋକ ଆମ ଆଖିପାଖରେ ପହଞ୍ଚି ଯାଉଥିବାରୁ ଆମେ ବିଜୁଳିକୁ ଦେଖିପାରୁ । କିନ୍ତୁ ଆଲୋକ ତୁଳନାରେ ଧ୍ବନିଧ୍ୱନି ତରଙ୍ଗ ଧୀରେ ଧୀରେ ଗତିକରି ବହୁସମୟ ପରେ ଆସି ଆମ କାନପରଦା ପାଖରେ ପହଞ୍ଚୁଥିବାରୁ ଆମେ ଡେରିରେ ଘଡ଼ଘଡ଼ି ଶବ୍ଦ ଶୁଣିବାକୁ ପାଉ । ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ଶବ୍ଦ ଗତି କରିବାପାଇଁ ଏକ ମାଧ୍ୟମ ଜରୁରି, ମାତ୍ର ଆଲୋକ ଶୂନ୍ୟରେ ଯାଇପାରେ । ଶବ୍ଦ ସୃଷ୍ଟିହୁଏ କଂପନରୁ, ମାତ୍ର ଆଲୋକ ଏକ ବିଦୁ୍ୟତ୍-ଚୁମ୍ବକୀୟ ତରଙ୍ଗ ।
 
ବିଜୁଳି ଓ ଘଡଘଡ଼ି ମଧ୍ୟରେ ରହୁଥିବା ସମୟ ବ୍ୟବଧାନରୁ ଆମେ ମୋଟାମୋଟି ଭାବେ ବିଜୁଳି ଉତ୍ପନ୍ନ ହୋଇଥିବା ସ୍ଥାନର ଉଚ୍ଚତା ହିସାବ କରିପାରିବା । ଘଡ଼ଘଡ଼ି ଏକ କିଲୋମିଟର ଦୂରତା ଅତିକ୍ରମ କରିବାକୁ ପ୍ରାୟ ୩ ସେକେଣ୍ଡ ସମୟ ନିଏ । ଅର୍ଥାତ୍ ବିଜୁଳି ମାରିବାର ତିନି ସେକେଣ୍ଡ୍ ପରେ ଘଡ଼ଘଡ଼ି ଶୁଣିଲେ ଆମେ ଧରିନେବା ଯେ ଏକ କିଲୋମିଟର୍ ଉଚ୍ଚାରେ ବିଜୁଳି ଓ ଘଡ଼ଘଡ଼ି ସୃଷ୍ଟିହେଇଛି । ସାଧାରଣତଃ ୨୪ କି.ମି.ରୁ ଅଧିକ ଦୂରରେ ଘଡ଼ଘଡ଼ି ସୃଷ୍ଟି ହେଲେ ଆମେ ତାହା ଶୁଣିପାରୁନାହିଁ ।
"https://or.wikipedia.org/wiki/ବିଜୁଳି"ରୁ ଅଣାଯାଇଅଛି