"ଅମ୍ଳ ବୃଷ୍ଟି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ରୁ +ରୁ )
ଟିକେ ବ/ୱ ଫଳା ବଦଳ
୧ କ ଧାଡ଼ି:
[[File:Cloud formation from refinery in Curacao.jpg|thumb|350px|Acid clouds can grow on SO<sub>2</sub> emissions from refineries, as seen here in [[Curaçao]].]]
ଆରମ୍ଭରୁ ମଣିଷର ପେଟକୁ ମୁଠାଏ ଦାନା ମିଳି ଗଲେ ବେଶ୍ ଆରାମରେ ଦିନଟା ସରୁଥିଲା । ଧୀରେ ଧୀରେ ଆଧୁନିକତା ନାମରେ ମଣିଷର ଅଭାବ ବଢ଼ି ବଢ଼ି ଚ଼ାଲିଲା । ନିଜର ଅସରନ୍ତି ଅଭାବକୁ ପୂରଣ କରିବାକୁ ଯାଇ ଯେଉଁ ସବୁ ପ୍ରୟାସ ଆରମ୍ଭ ହେଲା, ତା' ଭିତରୁ [[ଶିଳ୍ପବିପ୍ଳବ]] ଅନ୍ୟତମ । କିନ୍ତୁ, ମଣିଷର ଜାଣତରେ ହେଉ ବା ଅଜାଣତରେ ଏହି ବିପ୍ଳବ ଆମର ସନ୍ତୁଳିତ ପରିବେଶକୁ ନଷ୍ଟ କରିବାକୁ ଆରମ୍ଭକଲା । କେତେକ ଅଞ୍ଚଳରେ ଗଛଲତା ଆପେ ମରିବାକୁ ଲାଗିଲେ, ମାଟିର ଉର୍ବରତା କମିଗଲା, ମାଛଗୁଡ଼ିକ ଆପେ ଆପେ ମରିବାକୁ ଲାଗିଲେ ଓ ଏମିତି କେତେ କଅଣ । ଗବେଷଣାରୁ ଜଣା ପଡ଼ିଲା ଯେ ଏହି ପ୍ରକାରର କ୍ଷୟକ୍ଷତି ପାଇଁ ଏକ ବିଶେଷ ଜାତିର ବୃଷ୍ଟି ହିଁ ଦାୟୀ । ବର୍ତ୍ତମାନ ସେହି ବୃଷ୍ଟିକୁ ''''ଅମ୍ଳବୃଷ୍ଟି'''' (ଏସିଡ୍ ରେନ୍) ବୋଲି କୁହାଯାଉଛି । ୧୮୭୨ ମସିହାରେ ରବର୍ଟ ଆଙ୍ଗୁସ୍ ସ୍ମିଥ୍ ନାମକ ଜଣେ ଇଂରେଜ ଜଳବାୟୁ ବିଶେଷଜ୍ଞଙ୍କ ଦ୍ବାରାଦ୍ୱାରା 'ଏସିଡ୍ ରେନ୍' ଶବ୍ଦର ଆରମ୍ଭ ହୋଇଥିଲା । ମାଞ୍ଚେଷ୍ଟର୍ ([[ଇଂଲଣ୍ଡ]]) ଅଞ୍ଚଳରେ ହେଇଥିବା କ୍ଷୟକାରୀ ବୃଷ୍ଟିର ବର୍ଣ୍ଣନା କରିବା ପରିପ୍ରେକ୍ଷୀରେ ଏହି ଶବ୍ଦର ବ୍ୟବହାର କରାଯାଇଥିଲା ।
 
== ଅମ୍ଳ, କ୍ଷାର ଓ ପି.ଏଚ୍. ==
କେତେକ ଦ୍ରବଣକୁ ଜିଭରେ ଲଗେଇ ଚ଼ାଖିଲେ ଖଟା ଲାଗେ, ଆଉ କେତେକ ତିକ୍ତ ଲାଗେ । କେତେକର କିଛି ସ୍ବାଦସ୍ୱାଦ ନଥାଏ, ପୁଣି କେତେକର ସ୍ବାଦକୁସ୍ୱାଦକୁ ବର୍ଣ୍ଣନା କରିବା ଆମ ପାଇଁ କଷ୍ଟକର ହୁଏ । ତେବେ ରସାୟନ ବିଜ୍ଞାନୀମାନେ ଦ୍ରବଣକୁ ମୁଖ୍ୟତଃ ଅମ୍ଳୀୟ ଓ କ୍ଷାରୀୟ ଏଇ ଦୁଇଟି ଢଙ୍ଗରେ ଦେଖନ୍ତି । ଗୋଟିଏ ଦ୍ରବଣର ଅମ୍ଳତା ଓ କ୍ଷାରତାର ପରିମାଣକୁ 'ପି.ଏଚ୍.' ମୂଲ୍ୟରେ ମପାଯାଏ । ଫ୍ରାନ୍ସର ଶବ୍ଦଗୁଚ୍ଛ 'ପାଉଭୟେର୍ ହାଇଡ୍ରୋଜିନ୍'ରୁ ଏହି 'ପି.ଏଚ୍.' ସଂକ୍ଷୀପ୍ତଶବ୍ଦଟି ନିଆଯାଇଛି । ଏହି ମୂଲ୍ୟ ଏକ ଦ୍ରବଣରେ ଉଦ୍ଜାନ ଆୟନର ଘନତା ସହିତ ଜଡ଼ିତ । ୨୨ ଡିଗ୍ରୀ ସେଣ୍ଟିଗ୍ରେଡ୍ ତାପମାତ୍ରାରେ ଶୁଦ୍ଧ ପ୍ରାକୃତିକ ଜଳର 'ପି.ଏଚ୍.'ର ମୁଲ୍ୟ ୭ ନିଆଯାଏ । କୌଣସି ଦ୍ରବଣର 'ପି.ଏଚ୍.' ମୂଲ୍ୟ ୭ ଠାରୁ କମ୍ ହେଲେ ତାହାକୁ ଅମ୍ଳ ଓ ବେଶି ହେଲେ କ୍ଷାର ବୋଲି କୁହାଯାଏ । ଯଦିଓ ସାଧାରଣ ବ୍ୟବହାର୍ଯ୍ୟ ଜଳର 'ପି.ଏଚ୍.' ମୂଲ୍ୟ ୭ ରହିବାକଥା, ତଥାପି ଏହା ହୋଇ ପାରେନାହିଁ । ଏହାର କାରଣ ପ୍ରାକୃତିକ ଉପାୟରେ ଜଳ ସହିତ ବାୟୁମଣ୍ଡଳର ଅଙ୍ଗାରକାମ୍ଳ ମିଶି ଦୁର୍ବଳ କାର୍ବୋନିକ୍ ଅମ୍ଳ ତିଆରି କରିଥାଏ । ଏହି ଦ୍ରବଣ ଜଳରେ ମିଶିବା ଫଳରେ ଜଳର ଅମ୍ଳତା ହ୍ରାସ ପାଇ ସାଧାରଣତଃ ୫.୬ ପି.ଏଚ୍. ରହିଥାଏ । ସେଥିପାଇଁ ସାଧାରଣ ବର୍ଷାଜଳର ଅମ୍ଳତାକୁ ସେହି ୫.୬ ପି.ଏଚ୍. ମୂଲ୍ୟରେ ସୀମିତ ରଖାଯାଏ । ତେଣୁ, ପ୍ରଦୂଷିତ ପରିବେଶରେ ସୃଷ୍ଟି ହେଉଥିବା ବର୍ଷାଜଳର ପି.ଏଚ୍. ମୂଲ୍ୟ ୫.୬ରୁ କମି ଗଲେ, ସେହି ବୃଷ୍ଟିକୁ 'ଅମ୍ଳବୃଷ୍ଟି' କୁହାଯାଏ ।
 
== ପ୍ରଦୂଷଣ ଓ ଅମ୍ଳବୃଷ୍ଟି ==