"ଭାରତୀୟ ଉପମହାଦେଶ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ Regular Character Changes |
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce |
||
୧ କ ଧାଡ଼ି:
ଭାରତ,
ପ୍ରାୟ ଖ୍ରୀଷ୍ଟପୂର୍ବ ତିନି ସହସ୍ରାବ୍ଦରେ ଭାରତରେ ସିନ୍ଧୁ ନଦୀ କୂଳରେ ସିନ୍ଧୁ ସଭ୍ୟତା ଗଢିଉଠିଥିଲା। ପରବର୍ତ୍ତୀ ସହସ୍ରାବ୍ଦରେ ସନାତନବାଦର ସର୍ବ ପୁରାତନ ଗ୍ରନ୍ଥମାନ ରଚନା ଆରମ୍ଭ ହୋଇଯାଇଥିଲା। ପ୍ରାୟ ଖ୍ରୀଷ୍ଟପୂର୍ବ ପ୍ରଥମ ସହସ୍ରାବ୍ଦରେ ବର୍ଣାଶ୍ରମର ସ୍ଥାପନ ହେଲା ଓ ଜାତିଭେଦର ଆଗମନ ହେଲା। ତତ୍ପରେ ସମାଜରେ ବୃଦ୍ଧି ପାଉଥିବା ବ୍ରାହ୍ମଣମାନଙ୍କର ଜାତିବାଦ ବିରୋଧରେ ଜୈନ ଧର୍ମ ଓ ପରେ ବୌଦ୍ଧ ଧର୍ମର ସ୍ଥାପନା ଓ ପ୍ରସାର ହେଲା। ମଧ୍ୟଯୁଗରେ ଭାରତକୁ ଇହୁଦୀ, ଜୋରାଷ୍ଟୀୟ, ଖ୍ରୀଷ୍ଟୀୟ ଓ ଯବନ ଧର୍ମର ଆଗମନ ଓ ପ୍ରସାର ହେଲା ଏବଂ ତତ୍ ସହିତ ଶିଖ ଧର୍ମର ଅଭ୍ୟୁଦୟ ହେଲା।
[[ଫାଇଲ:Indian Subcontinent.jpg|alt=(ଦକ୍ଷିଣ ଜମ୍ବୁଦ୍ୱୀପ)|thumb|400x400_ପିକସେଲ|'''ଭାରତ ଉପମହାଦେଶ''']]
ମଧ୍ୟଯୁଗରେ ଉତ୍ତର ଭାରତରେ ଦିଲ୍ଲୀ, ଦକ୍ଷିଣ ଭାରତରେ ବୀଜୟନଗର, ପୂର୍ବ ଭାରତରେ କଟକ ଆଦି ରାଜନୈତିକ ଓ ଅର୍ଥନୈତିକ ରାଜଧାନୀ ଭାବେ ପ୍ରତିଷ୍ଠିତ ହୋଇଥିଲେ। ସପ୍ତଦଶ ଶତାବ୍ଦୀରେ ମୁଗଲ ସମ୍ରାଟ ଆକବର ଭାରତରେ ଏକଛତ୍ର ସାମ୍ରାଜ୍ୟର ନିର୍ମାଣ କରିଥିଲେ। ଅଷ୍ଟାଦଶ ଶତାବ୍ଦୀର ଶେଷାର୍ଦ୍ଧରେ ଅଧିକାଂଶ ଭାରତୀୟ ଅଞ୍ଚଳ ପୂର୍ବ ଭାରତୀୟ ସଂସାଦ (ଇଷ୍ଟ୍ ଇଣ୍ଡିଆ କମ୍ପାନି)ର ଅଧିନରେ ଓ ପରେ ଊନବିଂଶ ଶତାବ୍ଦୀର ଶେଷାର୍ଦ୍ଧରେ ସମଗ୍ର ଭାରତ (ଗାନ୍ଧାର ବ୍ୟତୀତ) ସଂଯୁକ୍ତ ସାମ୍ରାଜ୍ୟର ରାଜ ମୁକୁଟର ପ୍ରତ୍ୟକ୍ଷ ଶାସନାଧିନ ହେଲା ଏବଂ ମହାରାଣୀ ଭିକ୍ଟୋରିଆ ଏହାର ସମ୍ରାଜ୍ଞୀ ହେଲେ। ଅନେକ
== '''ନିରୁକ୍ତି ଓ ନାମକରଣ''' ==
ଓଡ଼ିଆ ଓ ଅନ୍ୟାନ୍ୟ ଭାରତୀୟ ଭାଷାମାନଙ୍କରେ ଏହାର ନାମ ହେଉଛି – ଭାରତ, ଭାରତଖଣ୍ଡ, ଭାରତବର୍ଷ,
ସଂସ୍କୃତରେ ଭାରତର ନାମକରଣର ଦୁଇଟି କାରଣ ଥାଇପାରେ – (1) ଭାରତରେ ବସବାସ କରୁଥିବା ସର୍ବ ପୁରାତନ ଭରତ ଜାତିର ଲୋକମାନଙ୍କ ନାମାନୁସାରେ, ଅଥବା (2) ଭାରତର ପ୍ରଥମ ଚକ୍ରବର୍ତ୍ତୀ ଭରତଙ୍କ ସାମ୍ରାଜ୍ୟ ହୋଇଥିବାରୁ।
|