"ବିକଳାନନ୍ଦ କର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ →‎ଜନ୍ମ ତାରିଖ: ୧୯୦୨ କାର୍ତ୍ତିକ ଶୁକ୍ଳ ଚତୁର୍ଦଶୀ = ୧୪ ନଭେମ୍ବର
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
୫୩ କ ଧାଡ଼ି:
ବିକଳାନନ୍ଦ ୧୯୦୨ ମସିହା ନଭେମ୍ବର ୧୪ ତାରିଖ (କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଚତୁର୍ଦଶୀ ତିଥି)ରେ ଚନ୍ଦ୍ରାଦେଇପୁର ଗ୍ରାମର ଏକ ଗରିବ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା ନିଧି କର ଓ ମାତାଙ୍କ ନାମ ସାବିତ୍ରୀ ଦେବୀ । ତାଙ୍କ ଜନ୍ମର ପନ୍ଦର ବର୍ଷ ପୂର୍ବରୁ ତାଙ୍କ ଜଣେ ଭଉଣୀଙ୍କ ମୃତ୍ୟୁ ହୋଇଯାଇଥିଲା । ବହୁ ତପସ୍ୟା ଓ କାଳାଗ୍ନିରୁଦ୍ରଙ୍କ ଆଶୀର୍ବାଦରୁ ବିକଳାନନ୍ଦ କର ଜନ୍ମଗ୍ରହଣ କରିଥଲେ । ପିତାମାତା ତାଙ୍କ ନାମ ଦେଇଥିଲେ ''ବିକଳା'' । ସେବେଠାରୁ ତାଙ୍କୁ ''ବିକଳି କର'' ପରିଚୟ ମିଳିଥିଲା ।
 
ବିକଳି କରଙ୍କ ବାଲ୍ୟଜୀବନ ଦୁଃଖରେ ବିତିଥିଲା । ଅଳ୍ପ ବୟସରୁ ସେ ତାଙ୍କ ପିତାମାତାଙ୍କୁ ହରେଇଥିଲେ । ମାତ୍ର ଷଷ୍ଠ ଶ୍ରେଣୀରେ ପାଠରେ ଡୋରୀ ବନ୍ଧା ହୋଇଥିଲା ଓ ସେ କାମ ଅନ୍ଵେଷଣରେଅନ୍ବେଷଣରେ [[କଲିକତା]] ପଳେଇ ଯାଇଥିଲେ । କଲିକତାରେ ଜଣେ ରେଳବାଇ ଅଫିସରଙ୍କ ପରିବାରରେ ମାସକୁ ୧୫ଟଙ୍କା ବେତନରେ ରୋଷେୟା ଭାବେ ନିଯୁକ୍ତ ହୋଇଥିଲେ । ସେ, ସେହି ପରିବାରର ଜଣେ ସଦସ୍ୟ ଭଳି ଶ୍ରଦ୍ଧା ସମ୍ମାନ ପାଇଥିଲେ । କ୍ରମେ ରୋଷେଇ ବିଦ୍ୟାରେ ପାରଙ୍ଗମ ହୋଇଥିଲେ ଓ ବିଭିନ୍ନ ମିଠା ପ୍ରସ୍ତୁତ କରିବା ଶିକ୍ଷା କରିଥିଲେ । ସେହି ପରିବାରରେ ୭/୮ ବର୍ଷ ଚାକିରୀ କରିବା ପରେ, ସେ ଏକ ମିଠା ଦୋକାନରେ ଚାକିରୀ କରି ବିଭିନ୍ନ ମିଠା ତିଆରି କରିବା ଶିଖିଲେ । ସେ ଦୋକାନରେ ମାଲିକଙ୍କ ବ୍ୟବହାର ଓ ଅନିୟମିତ ବେତନରେ ଅତିଷ୍ଠ ହୋଇ, ସେ ୧୯୨୮ ମସିହାରେ [[ସାଲେପୁର]] ଫେରି ଆସିଥିଲେ ।
 
== ସାଲେପୁର ରସଗୋଲାର ଇତିହାସ==
ସାଲେପୁର ବଜାର ସେତେବେଳେ ଖୁବ ଛୋଟ ଥିଲା । ମାତ୍ର ଗୋଟିଏ ଦୁଇଟି କ୍ୟାବିନରେ ଚା’ ଦୋକାନ, ୨/୩ଟି ତେଜରାତି ଦୋକାନ ଓ କେତୋଟି ପାନ ଦୋକାନ ହିଁ ଥିଲା । ତାଙ୍କ ସମ୍ପର୍କୀୟ ବଡ଼ଭାଇ ରାମଚନ୍ଦ୍ର କରଙ୍କର ଏକ ଜଳଖିଆ ଦୋକାନ ସାଲେପୁର ବଜାର ବରଗଛ ମୂଳେ ଥଲା । ରାମଚନ୍ଦ୍ର ଦୋକାନଟିକୁ ଚଳାଇ ନପାରି ବିକଳାନନ୍ଦଙ୍କୁ ସମର୍ପିଦେଇ ସନ୍ନ୍ୟାସୀ ହୋଇଗଲେ । ଏହିଠାରୁ ଆରମ୍ଭ ହୋଇଥିଲା ସାଲେପୁର ରସଗୋଲାର ଜୟଯାତ୍ରା । ଦୀର୍ଘ ୮୦ବର୍ଷରୁ ଉର୍ଦ୍ଧ ସାଲେପୁର ରସଗୋଲା ମିଷ୍ଟାନ୍ନ ସଂସ୍ଥାଟିର କଳେବର ବୃଦ୍ଧି ପାଇଛି । ଛୋଟ ସାଲେପୁରରୁ ଆରମ୍ଭ ହୋଇଥିବା ମିଷ୍ଟାନ୍ନଟି ଆଜି ସମଗ୍ର ବିଶ୍ଵବିଶ୍ବ ଦରବାରରେ ଆଦୃତ ହୋଇପାରିଛି ।
 
ବିକଳି କର, ସାଲେପୁର ଅଞ୍ଚଳର ଜଣେ ବଦାନ୍ୟ, ନିରଳସ ଓ ଈଶ୍ଵରପ୍ରେମୀଈଶ୍ବରପ୍ରେମୀ ବ୍ୟକ୍ତି ଭାବରେ ପରିଚିତ ଥିଲେ । ଭାରତର ସ୍ଵାଧୀନତାସ୍ବାଧୀନତା ସଂଗ୍ରାମରେ ଉଦବୁଦ୍ଧ ହୋଇ ସ୍ନାନୀୟ ଅଞ୍ଚଳର ଅନେକ ସଂଗ୍ରାମୀ ସୁରେନ୍ଦ୍ର ପଟ୍ଟନାୟକ, [[ସୁରେନ୍ଦ୍ରନାଥ ଦ୍ଵିବେଦୀଦ୍ବିବେଦୀ]], ଆକୁଳାନନ୍ଦ ବେହେରା, [[ପ୍ରାଣକୃଷ୍ଣ ପଢ଼ିଆରୀ]], ବିରଜାପ୍ରସାଦ ରାୟ ପ୍ରମୁଖ ସଂଗ୍ରାମୀଙ୍କୁ ନିଜ ଘରେ ଅଜ୍ଞାତବାସରେ ରଖୁଥିଲେ । ସେମାନଙ୍କୁ ଆର୍ଥିକ ଓ ମାନସିକ ସହଯୋଗ ମଧ୍ୟ ପ୍ରଦାନ କରୁଥଲେ । ପୋଲିସ ବାହିନୀ ଓ ସ୍ଵାଧୀନତାସ୍ବାଧୀନତା ସଂଗ୍ରାମୀଙ୍କ ମଝିରେ ସେ ଏକ ଢାଲ ରୂପେ ରହିଥଲେ । ନିଜେ ବିଶେଷ ପଢ଼ି ପାରିନଥିଲେ ମଧ୍ୟ ଶିକ୍ଷା ପ୍ରତି ତାଙ୍କର ଶ୍ରଦ୍ଧା ରହିଥିଲା । ୧୯୬୪ରେ ଗୁରୁଚରଣ ମହାନ୍ତି, ନରେନ୍ଦ୍ରଚନ୍ଦ୍ର ମଲ୍ଲ, ବାମନ ଚରଣ ପରିଡ଼ା, ବିରଜା ପ୍ରସାଦ ରାୟ, ଡାକ୍ତର ବୈକୁଣ୍ଠନାଥ ଦେବତା, ବ୍ରଜକିଶୋର ଜେନାଙ୍କ ସହ ମିଶି ସେ ସାଲେପୁର କଲେଜ ପ୍ରତିଷ୍ଠା କରିଥିଲେ ।<ref>http://www.salipurcollege.org.in/About%20us.htm</ref>
 
ବିକଳାନନ୍ଦ କର ୧୯୭୧ ଅଗଷ୍ଟ ୧୨ତାରିଖ ଦିନ ମୃତ୍ୟୁବରଣ କରିଥିଲେ ।<ref>{{cite news|title=ନିରଳସ, ଇଶ୍ଵରପ୍ରେମୀଇଶ୍ବରପ୍ରେମୀ ବିକଳାନନ୍ଦ|accessdate=5 September 2015|newspaper=ପ୍ରଗତିବାଦୀ ୦୪/୦୯/୨୦୧୫ ପୃଷ୍ଠା ୪|date=4 September 2015}}</ref> ତାଙ୍କ ସ୍ମୃତିରେ ୨୦୦୪ରୁ ''ବିକଳାନନ୍ଦ କର ମେମୋରିଆଲ ଟ୍ରଷ୍ଟ'' ଗଠନ କରାଯାଇ ସାଲେପୁର ଅଞ୍ଚଳରେ ଲୋକାଭିମୁଖୀ କାର୍ଯ୍ୟ ହାତକୁ ନିଆଯାଉଛି । ଭାରତବର୍ଷରେ ପ୍ରଥମକରି ''ବିକଳାନନ୍ଦ କର ବୈଷୟିକ ପ୍ରଶିକ୍ଷଣ କେନ୍ଦ୍ର'' ସ୍ଥାପନ କରାଯାଇ, ମିଷ୍ଟାନ୍ନ ପ୍ରସ୍ତୁତି ପ୍ରଶିକ୍ଷଣ ଦିଆଯାଉଛି ।<ref>http://www.telegraphindia.com/1110804/jsp/orissa/story_14330339.jsp</ref>
 
== ଆଧାର ==