"ମଟର ସାଇକେଲ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
No edit summary
୧ କ ଧାଡ଼ି:
ମଟର ସାଇକେଲ୍ ଏକ ମଟର ବା [[ଇଞ୍ଜିନ୍]] ଚାଳିତ ଦୁଇ ଚକିଆ ଯାନ । ସ୍ଥଳବିଶେଷରେ ଏଥିରେ ୩ଟି କିମ୍ବା ୪ଟି ଚକ ଥାଏ। ଏହି ଯାନ ୨ ଷ୍ଟ୍ରୋକ୍ କିମ୍ବା ୪ ଷ୍ଟ୍ରୋକ୍ [[ପେଟ୍ରୋଲ୍]] ଚାଳିତ ଇଞ୍ଜିନ୍ଦ୍ୱାରା ଚାଲିଥାଏ । [[File:Norton Motorcycle.jpg|thumb|upright=1.35|A classic [[Norton Motorcycle Company|Norton]] motorcycle]]
[[File:Lambretta_125_D_1952_a.jpg|thumb|upright=0.9|1952 Lambretta 125 D [[Scooter (motorcycle)|scooter]]]]
==ପ୍ରକାରଭେଦ==
ମଟର ସାଇକେଲ୍ ସାଧାରଣତଃ ଗିଅର୍ ବିହୀନ (ମୋପେଡ଼୍) କିମ୍ବା ଗିଅର୍ ବିଶିଷ୍ଟ ଦୁଇ ଭାଗରେ ବିଭକ୍ତ, ଯଦିଓ ମଟର ସାଇକେଲ୍ କହିଲେ ଅଧିକାଂଶ ଲୋକେ ଗିଅର୍ ବିଶିଷ୍ଟ ମଟର ସାଇକେଲ୍ ବୁଝିଥାଆନ୍ତି । ମୋପେଡ଼୍ ଗୁଡି଼କ ଛୋଟ ଚକ ବିଶିଷ୍ଟ । ଏ ଗୁଡି଼କ ସାଧାରଣତଃ ମହିଳା କିମ୍ବା ବୟସ୍କମାନଙ୍କ ବ୍ୟବହାରକୁ ଦୃଷ୍ଟିରେ ରଖି ତିଆରି କରାଯାଇଥାଏ । ଗିଅର୍ ନଥିବାରୁ ଏହି ଯାନ ଗୁଡ଼ିକ ଚଳେଇବାରେ ସହଜ ହୋଇଥାଏ । ଅପର ପକ୍ଷରେ ଗିଅର୍ ବିଶିଷ୍ଟ ମଟର ସାଇକେଲ୍ ଗୁଡ଼ିକ ବଡ଼ ଚକ ବିଶିଷ୍ଟ ଓ ଚଳାଇବାରେ ମୋପେଡ଼୍ ଠାରୁ ଅଧିକ ଦକ୍ଷତା ଆବଶ୍ୟକ କରନ୍ତି । ନିର୍ଦ୍ଦିଷ୍ଟ ବେଗରେ ନିର୍ଦ୍ଦିଷ୍ଟ ଗିଅର୍ ଦରକାର ପଡ଼ୁଥିବାରୁ ବେଗରେ ପରିବର୍ତ୍ତନ ସହିତ ଗିଅର ପରିବର୍ତ୍ତନ କରିବାକୁ ପଡ଼ିଥାଏ । ମଟର ସାଇକେଲ୍ ମାନଙ୍କରେ ୩ରୁ ୫ଟି ଗିଅର୍ ଥାଏ । ଗିଅର୍ ୧ ସର୍ବନିମ୍ନ ବେଗ ପାଇଁ ଓ ବୃହତ୍ତମ ଗିଅର୍ ଗୁଡ଼ିକ ଅପେକ୍ଷାକୃତ ଅଧିକ ବେଗ ପାଇଁ ଦରକାର ହୁଏ ।