"ମଟର ସାଇକେଲ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"ମଟର ସାଇକେଲ୍ ଏକ ମଟର ବା ଇଞ୍ଜିନ୍ ଚାଳିତ ଦୁଇ ଚକିଆ ଯ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
 
ଟିକେ Regular Character Changes
୧ କ ଧାଡ଼ି:
ମଟର ସାଇକେଲ୍ ଏକ ମଟର ବା ଇଞ୍ଜିନ୍ ଚାଳିତ ଦୁଇ ଚକିଆ ଯାନ। ସ୍ଥଳବିଶେଷରେ ଏଥିରେ ୩ଟି କିମ୍ବା ୪ଟି ଚକ ଥାଏ। ଏହି ଯାନ ୨ ଷ୍ଟ୍ରୋକ୍ କିମ୍ବା ୪ ଷ୍ଟ୍ରୋକ୍ ପେଟ୍ରୋଲ୍ ଚାଳିତ ଇଞ୍ଜିନ୍ ଦ୍ୱାରାଇଞ୍ଜିନ୍ଦ୍ୱାରା ଚାଲିଥାଏ।
==ପ୍ରକାରଭେଦ==
ମଟର ସାଇକେଲ୍ ସାଧାରଣତଃ ଗିଅର୍ ବିହୀନ (ମୋପେଡ଼୍) କିମ୍ବା ଗିଅର୍ ବିଶିଷ୍ଟ ଦୁଇ ଭାଗରେ ବିଭକ୍ତ ଯଦିଓ ମଟର ସାଇକେଲ୍ କହିଲେ ଅଧିକାଂଶ ଲୋକେ ଗିଅର୍ ବିଶିଷ୍ଟ ମଟର ସାଇକେଲ୍ ବୁଝିଥାଆନ୍ତି। ମୋପେଡ଼୍ ଗୁଡି଼କ ଛୋଟ ଚକ ବିଶିଷ୍ଟ। ଏ ଗୁଡି଼କ ସାଧାରଣତଃ ମହିଳା କିମ୍ବା ବୟସ୍କମାନଙ୍କ ବ୍ୟବହାରକୁ ଦୃଷ୍ଟିରେ ରଖି ତିଆରି କରାଯାଇଥାଏ। ଗିଅର୍ ନଥିବାରୁ ଏହି ଯାନ ଗୁଡ଼ିକ ଚଳେଇବାରେ ସହଜ ହୋଇଥାଏ। ଅପର ପକ୍ଷରେ ଗିଅର୍ ବିଶିଷ୍ଟ ମଟର ସାଇକେଲ୍ ଗୁଡ଼ିକ ବଡ଼ ଚକ ବିଶିଷ୍ଟ ଓ ଚଳାଇବାରେ ମୋପେଡ଼୍ ଠାରୁ ଅଧିକ ଦକ୍ଷତା ଆବଶ୍ୟକ କରନ୍ତି। ନିର୍ଦ୍ଦିଷ୍ଟ ବେଗରେ ନିର୍ଦ୍ଦିଷ୍ଟ ଗିଅର୍ ଦରକାର ପଡ଼ୁଥିବାରୁ ବେଗରେ ପରିବର୍ତ୍ତନ ସହିତ ଗିଅର ପରିବର୍ତ୍ତନ କରିବାକୁ ପଡ଼ିଥାଏ। ମଟର ସାଇକେଲ୍ ମାନଙ୍କରେ ୩ ରୁ୩ରୁ ୫ଟି ଗିଅର୍ ଥାଏ। ଗିଅର୍ ୧ ସର୍ବନିମ୍ନ ବେଗ ପାଇଁ ଓ ବୃହତ୍ତମ ଗିଅର୍ ଗୁଡ଼ିକ ଅପେକ୍ଷାକୃତ ଅଧିକ ବେଗ ପାଇଁ ଦରକାର ହୁଏ।
==ସୁରକ୍ଷା==
ଭାରତରେ ଯେକୌଣସି ମଟର ସାଇକେଲ୍ ଚଳାଇଲା ବେଳେ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ ଅଟେ। ଏଥି ସହିତ ଉଜ୍ଜଳ ରଙ୍ଗର ପୋଷାକ ପିନ୍ଧିବା ବାଞ୍ଛନୀୟ। ୧ ଏପ୍ରିଲ୍ ୨୦୧୭ ପରଠାରୁ ସମସ୍ତ ମଟର ସାଇକେଲ୍ ରେସାଇକେଲ୍ରେ ଆଗ ଓ ପଛ ଆଲୋକ (ହେଡ୍ ଲାଇଟ୍ ଓ ଟେଲ୍ ଲାଇଟ୍) ଗାଡ଼ି ଚଲାଇବା ସମୟରେ ଜଳାଇବା ବାଧ୍ୟତାମୂଳକ। ମଟର ସାଇକେଲ୍ ଚାଳକ ନିଜ ସହିତ ଡ୍ରାଇଭିଙ୍ଗ୍ ଲାଇସେନସ୍, ଗାଡ଼ିର କାଗଜପତ୍ର ତଥା ବୀମା କାଗଜପତ୍ର ସାଙ୍ଗରେ ନବା ବାଞ୍ଛନୀୟ।
==ଶବ୍ଦାବଳୀ==
*ଆକ୍ସିଲରେଟର୍ ବା ଥ୍ରୋଟଲ୍: ଏହା ଇଞ୍ଜିନ୍ ରଇଞ୍ଜିନ୍ର ଗତିକୁ ତୀବ୍ର କରିଥାଏ। ବ୍ରେକ୍ ବ୍ୟବହାର ହେଉନଥିଲେ କିମ୍ବା କ୍ଲଚ୍ ଖୋଲା ନଥିଲେ ଏହା ଯାନର ଗତି ବଢ଼ାଏ।
*ବ୍ରେକ୍: ଯାନର ଗତି କମାଏ କିମ୍ବା ଯାନକୁ ରୋକେ।
*କ୍ଲଚ୍: ଗିଅର୍ ବିଶିଷ୍ଟ ଯାନମାନଙ୍କରେ କ୍ଲଚ୍ ଇଞ୍ଜିନ୍ ଓ ଚକ ସହିତ ସଂଯୋଗ ସ୍ଥାପନ କରେ। କ୍ଲଚ୍ ଖୋଲା ଥିଲେ ଇଞ୍ଜିନରୁ ଚକକୁ ଶକ୍ତି ସଂଚାର ହୋଇପାରେ ନାହିଁ। କ୍ଲଚ୍ ବନ୍ଦ ଥିଲେ ଇଞ୍ଜିନ୍ ଘୁରି ଚକକୁ ଘୁରାଏ ଓ ଗାଡ଼ିକୁ ଆଗକୁ ନିଏ। ମୋପେଡ଼୍ ମାନଙ୍କରେ କ୍ଲଚ୍ ସ୍ୱୟଂକ୍ରିୟ ହୋଇଥାଏ।