"ବାଗ୍ ଯନ୍ତ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ବଦଳ ସାରକଥା ଲୁଚାଇଦିଅନ୍ତୁ
No edit summary
No edit summary
ଜୀବନ ଧାରଣ ପ୍ରକ୍ରିୟାରେ ମନୁଷ୍ୟ ଯେଉଁ ବାୟୁକୁ ଶ୍ୱାସ ପ୍ରଶ୍ଵାସ ରୂପେ ବ୍ୟବହାର କରେ, ସେହି ବାୟୁ ଦ୍ୱାରା ହିଁ ତା'ର ଭାଷା ସୃଷ୍ଟି ହୁଏ । ଶ୍ୱାସ ପ୍ରଶ୍ଵାସ ପ୍ରକ୍ରିୟାରେ ବାୟୁ ଯେପରି ନିର୍ବାଧରେ ପ୍ରବାହିତ ହୁଏ, କଥାବାର୍ତ୍ତା ସମୟରେ ତାହା ସେପରି ନିର୍ବାଧରେ ପ୍ରବାହିତ ନହୋଇ ନାନା ଭାବରେ ବାଧାପ୍ରାପ୍ତ ହୁଏ । ତେଣୁ ବିଶ୍ରାମ ସମୟରେ ଭିତର ପବନ ବାହାରକୁ ଯେତେ ଶୀଘ୍ର ବାହାରି ଆସେ , କଥା କହିବା ବେଳେ ସେତେ ଶୀଘ୍ର ଆସିପାରେ ନାହିଁ । କାରଣ ତାହା ନାନା ସ୍ଥାନରେ ବାଧାପ୍ରାପ୍ତ ହୁଏ । ବାୟୁ ନାନାଭାବରେ ବିଧାପ୍ରାପ୍ତ ହେବାଫଳରେ ନାନାପ୍ରକାର [[ଧ୍ୱନି]] ସୃଷ୍ଟିହୁଏ । ଏହି ଧ୍ୱନି ଗୁଡ଼ିକ ମନୁଷ୍ୟ ଭାଷାର ମୌଳିକ ଉପାଦାନ ।<br>
ମନୁଷ୍ୟର ମୁଖ ନିଃସୃତ [[ଧ୍ଵନି]] କିପରି ନିର୍ମିତ ହୁଏ, ଜାଣିବାକୁ ହେଲେ ଶ୍ଵାସ ବାୟୁର ଆରମ୍ଭଠାରୁ ଶେଷ ପର୍ଯ୍ୟନ୍ତ ତାହାର ମାର୍ଗବର୍ତ୍ତୀ ବିଭିନ୍ନ ବିଭାଗ ସହିତ ପରିଚିତ ହେବା ଉଚିତ୍ । ମନୁଷ୍ୟର କଥିତ ଭାଷାର ବିଶ୍ଳେଷଣ ଭାଷାତତ୍ତ୍ଵର ଲକ୍ଷ୍ୟ । ତେଣୁ ଭାଷାତତ୍ତ୍ଵ ସମ୍ପର୍କରେ ଅଧ୍ୟୟନ କରିବାକୁ ଗଲାବେଳେ ଉଚ୍ଚାରଣ ଯନ୍ତ୍ର ଅର୍ଥାତ୍ ବାଗଯନ୍ତ୍ରକୁ ଭଲଭାବରେ ଜାଣିବା ନିତାନ୍ତ ଆବଶ୍ୟକ ।<br>
ବାଗଯନ୍ତ୍ର କହିଲେ ସାଧାରଣତଃ ମୁଖରନ୍ଧ୍ରକୁ ବୁଝାଇଲେ ମଧ୍ୟ ଶ୍ଵାସନଳୀ ଓ ଫୁସଫୁସକୁ ତହିଁରେ ଅନ୍ତର୍ଗତ କରାଯାଇଥାଏ । କାରଣ ଏହି ଫୁସଫୁସ ରୁ ବାୟୁ ନିର୍ଗତ ହୋଇଥାଏ । ଫୁସଫୁସ ରୁ ନିର୍ଗତ ବାୟୁ ଶ୍ୱାସନଳୀରେ ପ୍ରବାହିତ ହୋଇ ପ୍ରଥମେ ସ୍ୱର ଯନ୍ତ୍ରରେ ଆଘାତ ପାଏ । ତା'ପରେ ସେହି ବାୟୁ ଗଳଗହ୍ୱର ଓ ମୁଖରନ୍ଧ୍ର ମାର୍ଗଦେଇ ଓଠବାଟେ ବାହାରକୁ ବାହାରିଥାଏ । କେତେବେଳେ ଅବା ମୁଖରନ୍ଧ୍ର ମାର୍ଗ ବନ୍ଦ ଥିବାରୁ ନାସାରନ୍ଧ୍ର ମାର୍ଗଦେଇ ଚାଲିଯାଏ । ପୃଥିବୀର ଅଧିକାଂଶ ଭାଷାର ଧ୍ୱନି ଉତ୍ପାଦନ ପାଇଁ ଫୁସଫୁସରୁ ମୁଖରନ୍ଧ୍ର ଦେଇ ବାହାରି ଯାଉଥିବା ପବନକୁ ବ୍ୟବହାର କରାଯାଏ , କିନ୍ତୁ ଆଫ୍ରିକାର ହଟେନଟଟ୍(hottentot) ଓ ଆମେରିକାନ୍ ଇଣ୍ଡିଆନ୍ ମାଇଡୁ (maidu) ଭାଷାରେ ବାହାରୁ ମୁଖରନ୍ଧ୍ର ଭିତରକୁ ଯାଉଥିବା ପବନଦ୍ୱାରା ଭାଷାଧ୍ଵନି ସୃଷ୍ଟି ହୋଇଥାଏ ।
୧,୬୩୯

ଗୋଟି ସମ୍ପାଦନା