"ବିଟକଏନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
→‎ଅପରାଧ: ନୂଆ ତଥ୍ୟ ଯୋଡିଲି
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
ତଥ୍ୟ ସଜଡ଼ା ହେଲା
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୪ କ ଧାଡ଼ି:
| image_title_1 = Prevailing bitcoin logo
}}
'''ବିଟ କଏନ''' ବା '''ଖଣ୍ଡ ମୁଦ୍ରା''' ଏକ ଗୁପ୍ତ ମୁଦ୍ରା ବା ଅଦୃଶ୍ୟ କ୍ୟାଶ ଅଟେ । ଏହାକୁ ଅନଲାଇନ ୱାଲେଟ ମଧ୍ୟ କୁହାଯାଏ । ଅନଲାଇନରେ ଦ୍ରବ୍ୟ କ୍ରୟ ପାଇଁ ଏହାକୁ ବ୍ୟବହାର କରାଯାଏ । ସାଂଖିକ ଦେଣନେଣ ( ଡିଜିଟାଲ ପେମେଣ୍ଟ )ର ଏହା ଏକ ମାଧ୍ୟମ ଅଟେ । ବିଟ କଏନଦ୍ୱାରା ବିଶ୍ୱର ଯେକୌଣସି ସ୍ଥାନରୁ ସିଧାସଳଖ କିଣାବିକା କରାଯାଇ ପାରେ । ଏକ ଅଜ୍ଞାତ ପ୍ରୋଗ୍ରାମର କିମ୍ବା [[ସତୋଶୀ ନାକାମୋତୋ]] ନାମକ ଏକ ପ୍ରୋଗ୍ରାମର ଗୋଷ୍ଠୀ ଦ୍ବାରା ଉଦ୍ଭାବିତ ହୋଇଥିଲା । ଏହାକୁ [[ଓପନ ସୋର୍ସ]]ରେ ୨୦୦୯ ମସିହାରେ ଛଡ଼ାଯାଇଥିଲା ।
 
ଏହା ଏକ ଵର୍ଚ୍ଚୁଆଲ ମୁଦ୍ରା ହୋଇଥିବାରୁ ବିଶ୍ୱର କୌଣସି ସରକାରଙ୍କ ଏହା ଉପରେ ନିୟନ୍ତ୍ରଣ ନାହିଁ । ଏହି ମୁଦ୍ରାକୁ କୌଣସି ବ୍ୟାଙ୍କଦ୍ୱାରା ଜାରି କରାଯାଇ ନାହିଁ । ଯେହେତୁ ଏହା କୌଣସି ଦେଶଦ୍ୱାରା ଜାରି କରାଯାଇ ନାହିଁ ତେଣୁ ଏହା ଉପରେ କୌଣସି ଟିକସ ବ୍ୟବସ୍ଥା ମଧ୍ୟ ନାହିଁ । ଏହାକୁ ଡଲାର କିମ୍ବା [[ୟୁରୋ]] ବିନିମୟରେ କିଣାଯାଇପାରିବ । ଆବଶ୍ୟକ ସମୟରେ ଏହାକୁ ସରକାରଙ୍କଠାରୁ ଲୁଚାଇ ରଖାଯାଇ ପାରିବ । ଯଦିଓ ବ୍ୟକ୍ତିଗତ ତଥ୍ୟ ହାସଲ କରାଯାଇପାରେନାହିଁ, ଏହି ବିଟକଏନ କେଉଁ ସ୍ଥାନରୁ କେଉଁ ସ୍ଥାନକୁ ଯାଉଛି ତାହା ଜାଣିହେବ । ପ୍ରାରମ୍ଭିକ ସମୟରେ କମ୍ପ୍ୟୁଟରରେ ଜଟିଳ କାର୍ଯ୍ୟ ପ୍ରତିବଦଳରେ ଏହି ବିଟ କଏନ ରୋଜଗାର କରାଯାଉଥିଲା । ଯେହେତୁ କଏନ କୋଡ଼ଦ୍ୱାରା ପ୍ରସ୍ତୁତ କରାଯାଇଥାଏ, ତେଣୁ ଏହାକୁ ନଷ୍ଟ କିମ୍ବା ଜବତ କରିବା ଅସମ୍ଭବ । ୨୦୧୭ ମସିହା ସୁଦ୍ଧା ଏକ ଅନୁମାନ ଅନୁଯାୟୀ ସମ୍ପ୍ରତ୍ତି ସମଗ୍ର ବିଶ୍ୱରେ ଦେଢ଼ କୋଟି ବିଟ କଏନର ପ୍ରଚଳନ ହେଉଛି । ବିଟ କଏନ କିଣିବାକୁ ହେଲେ ବ୍ୟକ୍ତିଙ୍କୁ ନିଜ ଠିକଣା ପଞ୍ଜିକୃତ କରିବାକୁ ପଡ଼େ । ଏହି ଠିକଣା ପରବର୍ତ୍ତୀ ସମୟରେ ୨୭ରୁ୩୪ଟି ଅକ୍ଷର ଓ ସଂଖ୍ୟା ବିଶିଷ୍ଟ କୋଡ଼ରେ ପରିଣତ ହୋଇଯାଇ ଏହି କୋଡ଼ କଏନ କିଣାବିକାର ଏକମାତ୍ର ମାଧ୍ୟମରେ ପରିଣତ ହୋଇଥାଏ । ଏଭଳି ଭାର୍ଚୁଆଲ ଠିକଣାର କୌଣସି ତଥ୍ୟକୁ ସଂରକ୍ଷଣ କରାଯାଉନଥିବାରୁ କଏନ ବ୍ୟବହାରକାରୀ ନିଜ ଠିକଣା ଗୁପ୍ତ ରଖିପାରେ । ଏହି ଗୁପ୍ତ ଠିକଣା ବିଟକଏନ ବ୍ୟାଗରେ ରହିବା ସହ ବିଟକଏନ ମଧ୍ୟ ସଂରକ୍ଷିତ ରଖାଯାଏ ।<ref>http://www.samajalive.in/post.php?ref%3D3045%26post%3D&grqid=8fyXHH9X&hl=en-IN</ref>
"https://or.wikipedia.org/wiki/ବିଟକଏନ"ରୁ ଅଣାଯାଇଅଛି