"ଗଙ୍ଗେଶ୍ୱରୀ ଦେଉଳ, ବୟାଳିଶବାଟି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"'''ଗଙ୍ଗେଶ୍ୱରୀ ଦେଉଳ''' ପୁରୀ ଜିଲ୍ଲାର ବୟାଳିଶବାଟିରେ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
 
No edit summary
ଟ୍ୟାଗ: 2017 source edit
୧ କ ଧାଡ଼ି:
{{Infobox Mandir|name=ଗଙ୍ଗେଶ୍ୱରୀ ଦେଉଳ|image=|caption=|pushpin_map=Orissa|latd=|latm=|lats=|latNS=|longd=|longm=|longs=|longEW=|coordinates_region=|coordinates_display=|coordinates_footnotes=|map_caption=|map_size=250|other_names=|script_name=Oriya<!--Enter the template name in the local script used -->|country={{flag|India}}|state/province=[[ଓଡ଼ିଶା]]|district=[[ବୟାଳିଶବାଟି]], [[ପୁରୀ ଜିଲ୍ଲା|ପୁରୀ ]]|locale=[[ପୁରୀ]]|elevation_m=|elevation_footnotes=|primary_deity=ଗଙ୍ଗେଶ୍ୱରୀ|important_festivals=ଷୋଳପୂଜା, ଦଶହରା|number_of_temples=|number_of_monuments=|inscriptions=|date_built=୧୩ଶ ଶତାବ୍ଦୀ|creator=|temple_board=|website=}}'''ଗଙ୍ଗେଶ୍ୱରୀ ଦେଉଳ''' ପୁରୀ ଜିଲ୍ଲାର ବୟାଳିଶବାଟିରେ ଥିବା ୧୩ଶ ଶତାବ୍ଦୀର ଏକ ପ୍ରାଚୀନ ଦେଉଳ । ଗଙ୍ଗବଂଶର ଅଧିଷ୍ଠାତ୍ରୀ ଦେବୀଙ୍କ ଉଦ୍ଦେଶ୍ୟରେ ଏହି ମନ୍ଦିରଟି ତୋଳାଯାଇଥିଲା ।<ref name=":0">[http://ignca.nic.in/asi_reports/orpuri022.pdf Gangesvari Temple, Bayalishbati, Indira Gandhi National Centre for Arts.]</ref>
 
== ଇତିହାସ ==
ଗଙ୍ଗବଂଶର ରାଜତ୍ୱ କାଳରେ ଗଙ୍ଗେଶ୍ୱରୀ ଦେଉଳ ତୋଳାଯାଇଥିଲା । ମନ୍ଦିରର ସ୍ଥାପତ୍ୟ ଓ କଳାକୃତି ଅନୁସାରେ ଏହାକୁ ଖ୍ରୀଷ୍ଟୀୟ ୧୩ଶ ଶତାବ୍ଦୀର ମନ୍ଦିର ଭାବେ ଚିହ୍ନଟ କରାଯାଇଛି ।<ref name=":0" />
 
ଲୋକମାନଙ୍କ ମଧ୍ୟରେ ଗଙ୍ଗେଶ୍ୱରୀ ଦେଉଳ ତୋଳାଯିବାର ବେଶୀ କିଛି କିମ୍ବଦନ୍ତୀ ମିଳେ ନାହିଁ ।<ref name=":1">[https://books.google.co.in/books?id=OXbYAAAAMAAJ Buddhism And Other Religious Cults Of South - East India], Shyam Sunder Tripathy. Sundeep Prakashan, 01-Jan-1988, 446 pages.</ref> ଜନସ୍ମୃତିରେ କେବଳ ଏହି କଥା ଜୀବିତ ରହିଛି ଯେ ଏହି ମନ୍ଦିରଟି କୋଣାର୍କର ସୂର୍ଯ୍ୟ ମନ୍ଦିର ଗଢ଼ାଯିବା ପୂର୍ବରୁ ତାହାର ଏକ କ୍ଷୁଦ୍ର ନକଲ ଭାବେ କରାଯାଇଥିଲା ।
 
ବର୍ତ୍ତମାନ ଦେଉଳର ମୁଖ୍ୟ ପୂଜାରୀ ଭଗବାନ ପଣ୍ଡା ପ୍ରତ୍ୟହ ପୂଜାର୍ଚ୍ଚନା କରୁଛନ୍ତି ।<ref name=":0" />
== ଶିଳ୍ପକଳା ==
 
== ଶିଳ୍ପକଳା ==
ଗଙ୍ଗେଶ୍ୱରୀ ଦେଉଳଟି [[କଳିଙ୍ଗ ସ୍ଥାପତ୍ୟ କଳା]] ଅନୁସାରେ ନିର୍ମିତ । ଏଥିରେ ବିମାନ ଓ ଜଗମୋହନ ଏହି ଦୁଇଗୋଟି ଅଂଶ ରହିଛି । ବିମାନଟି ଖାକରା ଶୈଳୀରେ ନିର୍ମିତ ଓ ଜଗମୋହନଟି ରେଖ ଶୈଳୀରେ ନିର୍ମିତ । ଗଙ୍ଗେଶ୍ୱରୀ ଦେଉଳ ଖାକରା ଶୈଳୀର ଏକ ଉତ୍କୃଷ୍ଟ ଉଦାହରଣ । ଦେଉଳଟି ନୈଋତ (ଦକ୍ଷିଣ-ପଶ୍ଚିମ) ଦିଗମୁହାଁ ।<ref name=":0" />
 
=== ସ୍ଥାପତ୍ୟ ===
ବିମାନଟି ତିନି ଭାଗରେ ବିଭକ୍ତ ଖାକରା । ଏହା ସପ୍ତରଥ ନକ୍ସାରେ ଗଢ଼ାହୋଇଛି । ଜଗମୋହନଟି ପଞ୍ଚରଥ ନକ୍ସା ଆଧାରିତ ।<ref name=":1" /> ଏହାର ଉଚ୍ଚତା ଅତି କମ ହୋଇଥିବାରୁ ଖାକରା ବିମାନର ବୈଶିଷ୍ଟ୍ୟ ଏଥିରେ ସହଜରେ ଜାଣିହୁଏ ନାହିଁ ।<ref>[https://books.google.co.in/books?id=w80dAAAAMAAJ Cultural Development in Orissa - Issue 21 of Orissa studies project, Volume 21 of Orissan Studies Project], H. C. Das. Punthi Pustak, 1985.</ref>
 
=== କଳାକୃତି ===
ଦେଉଳର ଗାତ୍ରରେ ଅନେକ ସୂକ୍ଷ୍ମ କଳାକୃତି ରହିଅଛି କିନ୍ତୁ ଏହି ମଧ୍ୟରୁ ଅଧିକାଂଶ ସମୟକ୍ରମେ ଭାଙ୍ଗିଯାଇଛି କିମ୍ବା ଘଷିହୋଇ ଯାଇଛି । ଗାତ୍ରରେ ଅଷ୍ଟଦିଗପାଳ ଖୋଦିତ ହୋଇଛନ୍ତି । ଏହା ଛଡ଼ା ଚାମୁଣ୍ଡା ଓ ଭୈରବ ମଧ୍ୟ ରହିଛନ୍ତି । ପାର୍ଶ୍ୱଦେବତାଙ୍କ ପାଇଁ ଉଦ୍ଦିଷ୍ଟ ନିଶା ଯାଗାଗୁଡ଼ିକ ମଧ୍ୟରୁ ଦୁଇଟିରେ ଅଧୁନା ବରାହୀ ଓ ଗଣେଶଙ୍କ ଅତି ସୁନ୍ଦର ମୂର୍ତ୍ତି ରହିଛି । ତୃତୀୟଟିରେ ଏକ ଭଗ୍ନ ଅଂଶଟି ରହି ପୂଜା ପାଉଛି । ଏହା ଅପେକ୍ଷାକୃତ କ୍ଷୁଦ୍ର ଓ ମୂଳ ପାର୍ଶ୍ୱଦେବତା ହେଲା ପରି ମନେ ହେଉନାହିଁ ।
 
Line ୧୯ ⟶ ୨୧:
ଜଗମୋହନ ଓ ବିମାନର ଆଭ୍ୟନ୍ତରୀଣ କାନ୍ଥରେ କୌଣସି କଳାକୃତି ପରିଲକ୍ଷିତ ହୁଏ ନାହିଁ ।<ref name=":0" />
 
=== ମୁଖ୍ୟ ବିଗ୍ରହ ===
ଗଙ୍ଗେଶ୍ୱରୀଙ୍କ ମୁଖ୍ୟ ବିଗ୍ରହ ଦୁର୍ଗାଙ୍କର ଏକ ପ୍ରତିମା । ବିଗ୍ରହଟି କଳାମୁଗୁନି ପଥରରେ ନିର୍ମିତ । ଦେବୀ ଚତୁର୍ଭୁଜା । ସେ ତଳ ଦୁଇ ହସ୍ତରେ ପଦ୍ମ ଓ ଶର କିମ୍ବା ଶୂଳ ଧରିଥିବା ପରି ପ୍ରତୀତ ହୁଏ । ଦେବୀଙ୍କ ପାଦ ତଳେ ଅସୁରଟିଏ ପଡ଼ିଅଛି । ଅସୁରଟି ମହିଷାସୁର ନା ନୁହେଁ ଏହା ନିଶ୍ଚିତ ଭାବରେ କହିହେବ ନାହିଁ । ଦେବୀଙ୍କ ବାହନ ସିଂହ ଅସୁର ଉପରେ ମାଡ଼ି ବସିଥିବା ଭଙ୍ଗୀରେ ଚିତ୍ରିତ । ଉଭୟ ପଟେ କ୍ଷୁଦ୍ର ଆକାରର ଦୁଇଜଣ ଦ୍ୱିଭୁଜା ଦେବୀ ମଧ୍ୟ ଅଛନ୍ତି । ଏହି ବିଗ୍ରହ ଅଧିକାଂଶ ସମୟ ବସ୍ତ୍ରାବୃତ ଓ ଫୁଲ ଅଳଙ୍କାରରେ ବିଭୂଷିତ ହୋଇ ପୂଜା ପାଆନ୍ତି । ସିଂହାସନଟି କୁଞ୍ଜ ଆକାରରେ ନିର୍ମିତ ଓ ଏହାର ଉଭୟ ପଟେ ଦୁଇଗୋଟି କ୍ଷୁଦ୍ର ସିଂହ ରହିଛନ୍ତି ।
 
ସିଂହାସନ ଉପରେ ମୁଖ୍ୟ ପ୍ରତିମାଙ୍କ ଛଡ଼ା ଚଳନ୍ତି ପ୍ରତିମା ପୂଜିତ । ଏହା ଛଡ଼ା ସିଂହାସନ ତଳେ ଆଉ ଏକ କଳାମୁଗୁନି ପଥର ପ୍ରତିମା ରହିଛନ୍ତି ।
 
== ପର୍ବପର୍ବାଣି ==
ଏଠାରେ ଦଶହରା, ଚୈତ୍ର ଗୁରୁବାର, ଷୋଳପୂଜା ଇତ୍ୟାଦି ପାଳନ କରାଯାଏ । ଲୋକମାନେ ବ୍ରତୋପନୟନ ଓ ବିବାହ ଆଦି ଶୁଭକର୍ମ ପାଇଁ ମଧ୍ୟ ଏଠାରେ ପୂଜା ଅନୁଷ୍ଠିତ କରିଥାନ୍ତି ।<ref name=":0" />
 
== ସଂରକ୍ଷଣ ==
ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଗଙ୍ଗେଶ୍ୱରୀ ଦେଉଳ ସୁରକ୍ଷିତ ଐତିହ୍ୟସ୍ଥଳୀ ଭାବେ ଘୋଷିତ ହୋଇଅଛି ।<ref name=":0" /> ଏହା ସତ୍ତ୍ୱେ ମନ୍ଦିରର ସଂରକ୍ଷଣ ପ୍ରତି ଯଥୋଚିତ ପଦକ୍ଷେପ ନ ନିଆଯାଇଥିବାରୁ ଜଗମୋହନ ଉପରେ ଲତା ମାଡ଼ିଯାଇଛି ଓ ଅନ୍ୟାନ୍ୟ ସୂକ୍ଷ୍ମ କଳାକୃତିଗୁଡ଼ିକ ଅନେକାଂଶରେ ଭାଙ୍ଗିଯାଇଛି । ବର୍ଷା ସମୟରେ ପାଣି ଗଳୁଛି ।
 
== ଆଧାର ==