"ଭଦ୍ରକ ଜିଲ୍ଲା" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ Bot: Automated text replacement (-ଲୋକସଭା +ଲୋକ ସଭା) |
ଟିକେ →ଐତିହ୍ୟ: ମା କୁଣ୍ଡିକାଳୀ ପୀଠ ବହୁ ପ୍ରାଚୀନ। |
||
୧୦୫ କ ଧାଡ଼ି:
* ଭଦ୍ରକର [[ଭଦ୍ରକାଳୀ ମନ୍ଦିର]], ଭଦ୍ରକର ମୁଖ୍ୟ ଶକ୍ତିପୀଠ।
* [[ଆରଡ଼ି]]ସ୍ଥିତ [[ଆଖଣ୍ଡଳମଣୀ ମନ୍ଦିର]], ଭଦ୍ରକର ମୁଖ୍ୟ ଶୈବପୀଠ।
* ମାଳିଅରୁଆ ଗାଁ, ବ୍ରହ୍ମପୁର ଗ୍ରାମ ପଞ୍ଚାୟତ, ପ୍ରଶିଦ୍ଧ ମା କୁଣ୍ଡିକାଳୀ ପୀଠ ।
* [[ପାଳିଆ]] ବିନ୍ଧାସ୍ଥିତ [[ବିରଞ୍ଚି ନାରାୟଣ]] ସୂର୍ଯ୍ୟ ମନ୍ଦିର ଭଦ୍ରକର ସୂର୍ଯ୍ୟୋପାସନାର ଏକ ପ୍ରସିଦ୍ଧ କ୍ଷେତ୍ର। କୁହାଯାଏ ଭଗବାନ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ କୁଷ୍ଠ ରୋଗରୁ ମୁକ୍ତି ପାଇବାପାଇଁ ଏଠାରେ ସୂର୍ଯ୍ୟଙ୍କୁ ଉପାସନା କରିଥିଲେ। ସେଇ ବିଶ୍ୱାସର ନିଦର୍ଶନ ସ୍ୱରୂପ ଅଗିରା ପୁନେଇଁ ପରଦିନ ଏଠାରେ ଗୁଣ୍ଡୁଣିଯାତ୍ରା ଅନୁଷ୍ଠିତ ହୁଏ। ଚର୍ମରୋଗରୁ ରକ୍ଷାକରିବାକୁ ଲୋକେ ଠାକୁରଙ୍କୁ ଫୁଲଛତା ଓ ଫୁଲବିଞ୍ଚଣା ଦେଇ ପ୍ରାର୍ଥନା କରିଥାନ୍ତି। ଏଠି ସୂର୍ଯ୍ୟନାରାୟଣଙ୍କ ବିଗ୍ରହ ଚତୁର୍ମୂଖ ହୋଇଥିବାରୁ କେହି କେହି ଏହାଙ୍କୁ [[ବ୍ରହ୍ମା]] ବୋଲି କହିଥାନ୍ତି। ସମଗ୍ର ଭାରତରେ ଏମିତି ମନ୍ଦିର ବିରଳ।
* [[ଧାମରା]]ର [[ଧାମରେଈ ମନ୍ଦିର]] ବ୍ରାହ୍ମଣ, ବୌଦ୍ଧ ଓ ଶାବରୀ ସଂସ୍କୃତିର ସ୍ମୃତି ବହନ କରେ।
* ଏହାଛଡ଼ା ଦପାନାହାକାଣି ମନ୍ଦିର, କାଉପୁରର ସୀତାକୁଣ୍ଡ, ମଠସାହିର ଦକ୍ଷିଣେଶ୍ୱର ମନ୍ଦିର, [[ବାସୁଦେବପୁର]] ଥାନା ଅନ୍ତର୍ଗତ ପଢ଼ୁଆଁ ଗ୍ରାମରେ ଅଷ୍ଟଭୂଜା ଦୁର୍ଗାମଣ୍ଡପ, ବାସୁଦେବପୁରର ପ୍ରସନ୍ନଦେବ ଜୀଉ ମନ୍ଦିର, ରାଧାକୃଷ୍ଣ ମନ୍ଦିର [[ଚରମ୍ପା]]ର ହନୁମାନ ସାହି, ଏରେଇଁ ଓ ସାହାପୁରସ୍ଥିତ ହନୁମାନ ମନ୍ଦିର, ଆଦି ଭଦ୍ରକ ଅଞ୍ଚଳର ଧର୍ମ ଭାବନାର ବାର୍ତ୍ତା ବାହକ।
* ଭଦ୍ରକର [[କୁଆଁସ]]ଗ୍ରାମସ୍ଥ ଜଗନ୍ନାଥ ମନ୍ଦିରର ସ୍ୱତନ୍ତ୍ରତା ହେଉଛି ଯେ ଏହାକୁ [[ଲସ୍ ଏଞ୍ଜେଲସ୍]]ର ଜୁଲିଆନ ପାର୍କର ନାମକ ଜଣେ ଅଣହିନ୍ଦୁ ବିଦେଶୀ ଏହାକୁ ସ୍ଥାପନ କରିଛନ୍ତି। ଜୁଲିଆନ ଆତ୍ମତତ୍ତ୍ୱ ଦାସ ଓ ମାଳିନୀ ଦାସଙ୍କର ପାଳିତ ପୁତ୍ର ହୋଇଥିଲେ। ଭାରତକୁ ଆସିବା ପରେ ସେ ଜାହ୍ନବୀ ନିତାଇ ଦାସ ନାମରେ ପରିଚିତ
* ଓଡ଼ିଶାର [[ଭାଗବତ ଟୁଙ୍ଗୀ]] ପରମ୍ପରା ଅବଲୁପ୍ତ ହେଇଆସୁଥିଲା ବେଳେ ଏଠାକାର [[କିସ୍ମତ କୃଷ୍ଣପୁର]] ଗ୍ରାମରେ ଏ ପରମ୍ପରା ଏବେବି ଜୀବିତ ଅଛି।
*ଏଠାରେ କେଉଁ କାଳରୁ ଭାଇଚାରା ସଂପକ ରହିଆସିଛି
|