"ହାର୍ନିଆ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ରୁ +ରୁ )
ଟିକେ Regular Character Changes
୪୫ କ ଧାଡ଼ି:
'''ହାର୍ନିଆ''' – ଯେତେବେଳେ ଶରୀରର କୌଣସି ଅଙ୍ଗ ତାହାର ନିକଟବର୍ତ୍ତୀ ଦୂର୍ବଳ ଆବରଣ ଭେଦ କରି ଅନ୍ୟ ଅସ୍ଵାଭାବିକ ସ୍ଥାନରେ ପ୍ରବେଶ କରେ ତାହାକୁ ହାର୍ନିଆ କହନ୍ତି <ref>[http://www.collinsdictionary.com/dictionary/english/hernia hernia]. CollinsDictionary.com. Collins English Dictionary - Complete & Unabridged 11th Edition. Retrieved December 01, 2012.</ref> । ଦେହର ଅନେକ ସ୍ଥାନରେ ହାର୍ନିଆ ଦେଖାଯାଏ ଓ ସେଥି ମଧ୍ୟରୁ ଅଧିକାଂଶ ପେଟରେ ଦେଖାଯାଏ । [[ଇଙ୍ଗୁଇନାଲ ହାର୍ନିଆ]] [[Inguinal hernia]] ବା [[କୋଳସନ୍ଧି ହାର୍ନିଆ]] ସବୁଠାରୁ ଅଧିକ ଦେଖାଯାଏ । ଏହା ବ୍ୟତୀତ [[ଫିମୋରାଲ ହାର୍ନିଆ]], ନାଭି ବା [[ଅମ୍ବିଲିକାଲ ହାର୍ନିଆ]] ([[Umbilical hernia]]), [[ଇନସିସନାଲ ହାର୍ନିଆ]] (Incisional hernia) ଓ [[ଡାୟାଫ୍ରାମାଟିକ ହାର୍ନିଆ]] ଆଦି ଦେଖା ଯାଆନ୍ତି । ପ୍ରତ୍ୟେକ ହାର୍ନିଆର ନିଜସ୍ଵ ଲକ୍ଷଣ ଓ ଚିକିତ୍ସା ଅଛି ।}}
== କାରଣ ==
ଅଧିକ ଚାପଗ୍ରସ୍ତ ହେଲେ ଗୋଟିଏ ଅଙ୍ଗ ସ୍ଥାନଚ୍ୟୁତ ହୁଏ । ଅତ୍ୟଧିକ କାଶ, ଜୋର କୁନ୍ଥାଣ, ପେଟକୁ ଅତି ଜୋରରେ ଆଘାତ, ଅସ୍ଵାଭାବିକ ଅଙ୍ଗଭଙ୍ଗିମା, ଅତ୍ୟଧିକ ଓଜନ ଉଠେଇବା ଯୋଗୁ ହାର୍ନିଆ ହୁଏ । ପରିସ୍ରା ଓ ଝାଡ଼ା ହେବାରେ କାଠିନ୍ୟ ହେଲେ ଲୋକ କୁନ୍ଥେଇବାକୁ ବାଧ୍ୟ ହୁଏ । ଏହା ଦ୍ଵାରାଏହାଦ୍ଵାରା ପେଟ ଭିତରେ ଅଧିକ ଚାପ ପଡ଼େ । ପ୍ରୋଷ୍ଟେଟ ଗ୍ରନ୍ଥି ବଡ଼ ହେଲେ ସହଜରେ ପରିସ୍ରା କରି ହୁଏ ନାହିଁ ଓ ଚାପ ପ୍ରୟୋଗ କରିବାକୁ ହୁଏ । ସେହିଭଳି କଠିନ ମଳ ହେଲେ ଚାପ ଆବଶ୍ୟକ ହୁଏ । ସ୍ଥୌଲ୍ୟତା, ଫୁସଫୁସ ରୋଗ ଯଥା ଆଜମା ଓ ପେଟରେ ଆସାଇଟିସ (ପାଣି ଜମିବା) ହେଲେ ଚାପ ବଢେ <ref>{{cite web|url=http://www.emedicinehealth.com/hernia/page2_em.htm| title=Hernia Causes|accessdate=2010-05-24}}</ref> ।
ଅତ୍ୟଧିକ ପରିଶ୍ରମ, ଦୂର୍ବଳ ସ୍ୱାସ୍ଥ୍ୟ ଓ ଧୂମ୍ରପାନ କଲେ ମଧ୍ୟ ହାର୍ନିଆ ଦେଖାଯାଏ ।
ଶରୀରତତ୍ଵବିତ ମତ ଅନୁସାରେ ଟ୍ରାନ୍ସଭର୍ସସ ଆବଡୋମିନିସର ଆପୋନିଉରୋସିସରେ କିଛି ଗଠନ ମୂଳକ ତ୍ରୁଟି ଥିବା ଯୋଗୁ ହାର୍ନିଆ ହୁଏ <ref>{{cite journal |author=Desarda MP |title=Surgical physiology of inguinal hernia repair—a study of 200 cases |journal=BMC Surg |volume=3 |issue= |pages=2 |year=2003 |pmid=12697071 |pmc=155644 |url=http://www.biomedcentral.com/1471-2482/3/2 |doi=10.1186/1471-2482-3-2}}</ref>।
"https://or.wikipedia.org/wiki/ହାର୍ନିଆ"ରୁ ଅଣାଯାଇଅଛି