"ସାରଙ୍ଗଧର ଦାସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ରେ +ରେ )
ଟିକେ Regular Character Changes
୫୨ କ ଧାଡ଼ି:
 
==ସମାଜ ସେବା==
୧୯୫୬ ମସିହା ଐତିହାସିକ ସୀମା ଆନ୍ଦୋଳନ ବେଳେ ଓଡ଼ିଶା ସହିତ [[ଷଢ଼େଇଖଳା-ଖରସୁଆଁ ଜିଲ୍ଲା|ଷଢ଼େଇଖଳା-ଖରସୁଆଁ]] ବିରୁଦ୍ଧରେ କେନ୍ଦ୍ର ସରକାରଙ୍କ ଦ୍ଵାରାସରକାରଙ୍କଦ୍ଵାରା ନିଯୁକ୍ତ ସୀମା ନିର୍ଦ୍ଧାରଣ କମିଶନ୍ ସୁପାରିସ୍ ପ୍ରକାଶିତ ହେଲା ପରେ ସମଗ୍ର ଓଡ଼ିଶାରେ ପ୍ରତିବାଦର ସ୍ଵର ଝଙ୍କୃତ ହୋଇଥିଲା । ସାରଙ୍ଗଧର ଦାସ ଲୋକ ସଭାରେ ଓଡ଼ିଶା ସହିତ ଷଢ଼େଇଖଳା-ଖରସୁଆଁ ମିଶ୍ରଣ ସପକ୍ଷରେ ଏକ ତଥ୍ୟ ସମ୍ବଳିତ ଆବେଗମୟ ଭାଷଣ ଦେଇ କେନ୍ଦ୍ର ସରକାର ଏ ଦିଗରେ ଦୃଢ଼ ପଦକ୍ଷେପ ନେବା ପାଇଁ ଦାବି କରିଥିଲେ । କିନ୍ତୁ ସରକାର ଓଡ଼ିଶାର ନ୍ୟାଯ୍ୟ ଦାବି ଗ୍ରହଣ ନକରିବାରୁ ତା'ର ପ୍ରତିବାଦରେ ସେ ପ୍ରଥମ ସତ୍ୟାଗ୍ରହୀ ଭାବରେ ସୀମା ଆନ୍ଦୋଳନର ନେତୃତ୍ଵ ନେଇ କାରାବରଣ କରିଥିଲେ ।<ref name="biplabi"/>
 
୧୯୫୭ ମସିହା ଲୋକ ସଭା ନିର୍ବାଚନରେ ସାରଙ୍ଗଧର ଦାସ କଟକ ନିର୍ବାଚନ ମଣ୍ଡଳୀରୁ ପ୍ରଜା-ସୋସାଲିଷ୍ଟ ପାର୍ଟିର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢୁଥିଲେ । <ref name=ucb-echoes>{{cite web|title=Echoes of Freedom: South Asian Pioneers in California, 1899-1965|url=http://www.lib.berkeley.edu/SSEAL/echoes/chapter6/chapter6.html|publisher=The Library, University of California, Berkeley|accessdate=28 January 2015}}</ref> ନିର୍ବାଚନ ପ୍ରଚାର ବେଳେ ସେ ଯେଉଁ ଭାଷଣ ଦେଉଥିଲେ ସେଥିରେ ସାମାଜିକ ଓ ଅର୍ଥନୈତିକ ବୈଷମ୍ୟ ବିରୁଦ୍ଧରେ ତାଙ୍କର ପ୍ରଚଣ୍ଡ କ୍ରୋଧର ବିସ୍ଫୋରଣ ଘଟୁଥିଲା । ସେ ସାଧାରଣ ଲୋକଙ୍କୁ ସରଳ ଭାଷାରେ ସମାଜବାଦର ତତ୍ତ୍ଵ ବୁଝାଉଥିଲେ । ତାଙ୍କ ଭାଷଣରେ ସ୍ଥାନୀୟ ସମସ୍ୟାର ସମାଧାନର ମିଥ୍ୟା ଆଶ୍ଵାସନା ନ ଥିଲା, ଏପରିକି ପ୍ରତିଦ୍ଵନ୍ଦୀଙ୍କ ବିରୁଦ୍ଧରେ କୌଣସି ଆକ୍ଷେପ ମଧ୍ୟ ନଥିଲା । ନିର୍ବାଚନ ପ୍ରଚାର ଥିଲା ତାଙ୍କ ପାଇଁ ଲୋକଙ୍କୁ ରାଜନୈତିକ ଶିକ୍ଷା ଦେବାର ସୁଯୋଗ । ସମାଜ ନବଦଳିଲେ ଦେଶର ଭାଗ୍ୟ ବଦଳିବ ନାହିଁ, ସାମାଜିକ ସମ୍ପଦର ସମବଣ୍ଟନ ନହେଲେ ଦେଶରୁ ଦାରିଦ୍ର୍ୟ ଘୁଞ୍ଚିବ ନାହିଁ :-ଏହା ଥିଲା ତାଙ୍କ ଭାଷଣର ମୂଳ କଥା ।<ref name="biplabi"/>
୬୦ କ ଧାଡ଼ି:
୧୯୪୬ ମସିହା ଓଡ଼ିଶା ବିଧାନ ସଭାକୁ ଯିବା ପାଇଁ ତାଙ୍କୁ ତିର୍ତ୍ତୋଲ -ଏରସମା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ଭାବେ ପ୍ରତିଦ୍ଵନ୍ଦିତା କରିବାକୁ ହୋଇଥିଲା । ସେଠାରେ ସେ ବିଧାନ ସଭାକୁ ନିର୍ବାଚିତ ହୋଇ ବିଧାୟକ ଭାବରେ ଶପଥ ଗ୍ରହଣ କରିଥିଲେ । ସେତେବେଳେ ବିଧାନ ସଭାରେ ଓଡ଼ିଆ ଭାଷାରେ ଭାଷଣ ଦେବାର ବିଧି ନ ଥିଲା । କାରଣ ସେତେବେଳେ ଇଂରେଜୀ ଶାସନର ଅବସାନ ଘଟି ନ ଥିଲା କିମ୍ବା ମହାରାଣୀଙ୍କ ଇଂରାଜୀ ଭାଷାର ପ୍ରଭୁତ୍ଵ ହ୍ରାସ ପାଇନଥିଲା । ସାରଙ୍ଗଧର କିନ୍ତୁ ବାଚସ୍ପତିଙ୍କ ବାରଣ ସତ୍ତ୍ଵେ ଓଡ଼ିଶା ବିଧାନ ସଭାରେ ନିଜ ମାତୃଭାଷା ଓଡ଼ିଆରେ ଭାଷଣ ଦେବା ଆରମ୍ଭ କରିଦେଲେ । ତାଙ୍କର ଯୁକ୍ତି ଥିଲା, ଓଡ଼ିଶା ବିଧାନ ସଭାରେ ଓଡ଼ିଆରେ ଭାଷଣ ଦେବିନାହିଁ ତ ଆଉ କେଉଁଠି ନିଜର ବକ୍ତବ୍ୟ ରଖିବି ? ଇଂଲଣ୍ଡର ହାଉସ୍ ଅଫ୍ କମନସ୍‌ରେ ସାଂସଦମାନେ ନିଜ ମାତୃଭାଷାରେ ଭାଷଣ ଦେଉଥିଲା ବେଳେ ଆମେ ନିଜ ମାତୃଭାଷାରେ ଭାଷଣ ଦେବୁନାହିଁ କାହିଁକି ?<ref name="biplabi"/>
 
୧୯୪୬ ମସିହା ସେପଟେମ୍ବର୍ ପାଂଚ ତାରିଖ ଦିନ ଗୃହରେ ହୀରାକୁଦ ବନ୍ଧ ନିର୍ମାଣ ସମ୍ପର୍କରେ ଗରମ ଗରମ ଆଲୋଚନା ଚାଲିଥିଲା । ହୀରାକୁଦ ବନ୍ଧ ବିରୁଦ୍ଧରେ ସେତେବେଳେ ପାଟନା ରାଜାଂକ ନେତୃତ୍ଵରେ ଗଡଜାତର ରାଜାମାନେ ବନ୍ଧ ବିରୋଧୀ ଆନ୍ଦୋଳନ ଚଳାଇଥିଲେ । ହିରାକୁଦ ବନ୍ଧ ହୋଇଗଲେ ବହୁ ଆଦିବାସୀ ଘରଦ୍ଵାର ଜଳମଗ୍ନ ହୋଇଯିବ । ସେମାନେ ଅନାଥ ହୋଇଯିବେ ବୋଲି ବଲାଙ୍ଗୀରରୁ ଲୋକ ନେଇ ସମ୍ବଲପୁରରେ ରାଜାଙ୍କ କୁମ୍ଭୀର କାନ୍ଦଣା ଆରମ୍ଭ କରିଥିଲେ । ସାରଙ୍ଗଧର ଓଡ଼ିଶା ବିଧାନ ସଭାରେ ତଥ୍ୟପୂର୍ଣ୍ଣ ଯୁକ୍ତି ଉପସ୍ଥାପିତ କରି ଗଡଜାତମାନଂକ ଅସଲ ଗୁମର ପଦାରେ ପକାଇ ଦେଇଥିଲେ । ଗଡଜାତ ରାଜାମାନଙ୍କ ଦ୍ଵାରାରାଜାମାନଙ୍କଦ୍ଵାରା ଆଦିବାସୀମାନେ ସର୍ବାଧିକ ଅତ୍ୟାଚାରିତ ହୋଇଛନ୍ତି । ଜଙ୍ଗଲଜାତ ପଦାର୍ଥ ଉପରେ ନିଜର ଅଧିକାର ହରାଇଛନ୍ତି । ହୀରାକୁଦ ବନ୍ଧ ବାହାନାରେ ପଶ୍ଚିମ ଓଡ଼ିଶା ରାଜନ୍ୟମଣ୍ଡଳୀ ଆଦିବାସୀ ଓ ଅଣଆଦିବାସୀ ଲୋକଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରିବାକୁ ଚାହୁଁଛନ୍ତି । ସେମାନଙ୍କ ଅସଲ ଲକ୍ଷ୍ୟ ହେଉଛି, ଆଦିବାସୀମାନଙ୍କ ସମର୍ଥନରେ ସ୍ଵତନ୍ତ୍ର କୋଶଳ ରାଜ୍ୟ ଗଠନ କରିବା । ହୀରାକୁଦ ବନ୍ଧ ନିର୍ମିତ ହେଲେ ତାହାର ସୁଫଳ କେବଳ ଏଇ ପିଢିର ଲୋକେ ନୁହନ୍ତି, ଉତ୍ତରପୁରୁଷ ମଧ୍ୟ ଭୋଗ କରିବେ । ସମ୍ବଲପୁର୍ ଜିଲ୍ଲାର ବହୁ ଅଞ୍ଚଳରେ ଜଳସେଚନ ହେବା ସହିତ କୃଷି ଉତ୍ପାଦନ ବୃଦ୍ଧି ପାଇବ । ଯେଉଁ ଜଳବିଦ୍ୟୁତ୍ ଉତ୍ପାଦିତ ହେବ ସେଠରେ କେବଳ ଅନ୍ଧାର ଘର ଆଲୋକିତ ହେବ ନାହିଁ,ପଶ୍ଚିମ ଓଡ଼ିଶାରେ ଶିଳ୍ପର ପ୍ରସାର ଘଟିବ । ତେଣୁ ଆଦିବାସୀ -ଅଣଆଦିବାସୀ ଉଭୟ ସମ୍ପ୍ରଦାୟର ଉନ୍ନତି ପାଇଁ ହୀରାକୁଦ ବନ୍ଧ ଏକାନ୍ତ ଜରୁରୀ ।<ref name="biplabi"/>
 
ବିଧାନ ସଭାରେ ସାରଙ୍ଗଧର ମଧ୍ୟ ଥିଲେ ଗରିବ କୃଷକ, ଶ୍ରମିକମାନଙ୍କ ସ୍ଵାର୍ଥର ଜାଗ୍ରତ ପ୍ରହରୀ । ଆଦିବାସୀମାନଙ୍କ ପାଇଁ ତାଙ୍କ ହୃଦୟ ମଧ୍ୟରେ ଥିଲା ଅନ୍ତହୀନ ସମବେଦନା । ସେ ବେସରକାରୀ ସ୍ତରରେ ଗଡଜାତ ଅଞ୍ଚଳର ଦୁଃସ୍ଥ ରାଜନୈତିକ କର୍ମୀଙ୍କ ପିଲାମାନଙ୍କ ଶିକ୍ଷାପାଇଁ ମାଳତୀ ଚୌଧୁରୀଙ୍କ ସହ ୧୯୪୬ ମସିହାରେ ଅନୁଗୁଳଠାରେ ସ୍ଥାପନ କରିଥିଲେ 'ବାଜିରାଉତ ଛାତ୍ରାବାସ' । ଏଠାରେ ଆଦିବାସୀ ଓ ହରିଜନ ପିଲାମାନଙ୍କୁ ରଖି ଶିକ୍ଷାଦାନ ବ୍ୟବସ୍ଥା କରାଯାଇଥିଲା । ସେହିପରି ୧୯୪୮ମସିହାରେଆଦିବାସୀମାନଂକ ମଧ୍ୟରେ ନୂତନ ଚେତନା ଜାଗ୍ରତ କରି ସେମାନଂକ ଉପରେ ହେଉଥିବା ଜୁଲୁମର ପ୍ରତିକାର ଲାଗି ଗୋପବନ୍ଧୁ ଚୌଧୁରୀ, ରମାଦେବୀ, ଆଚାର୍ଯ୍ୟ ହରିହରଂକ ସହିତ ମିଶି ସେ ଉତ୍କଳ ନବଜୀବନ ମଣ୍ଡଳ ପ୍ରତିଷ୍ଠା କରିଥିଲେ ।<ref name="biplabi"/>