"କେନ୍ଦରା ଗୀତ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ର +ର )
ଟିକେ Regular Character Changes
୧ କ ଧାଡ଼ି:
[[File:OdiaKendaraBala.jpg|thumb|ଗାଆଁ ଗାଆଁରେ କେନ୍ଦରା ବଜାଇ ବୁଲି ମାଗଣ କରୁଥିବା ଜଣେ କେନ୍ଦରାବାଲା]]
କେନ୍ଦରା ହେଉଛି ଏକ ପ୍ରକାର ଛୋଟିଆ ବାଦ୍ୟଯନ୍ତ୍ର, ଯାହାକୁ ଧରି ଲୋକଟିଏ ଗାଆଁ ଗାଆଁ ବୁଲି କେନ୍ଦରା ଗୀତ ଗାଇ ମାଗଣ କରିଥାଆନ୍ତି । କେନ୍ଦରା ଶୁଖିଲା ନଡ଼ିଆ ଷଢ଼େଇ, ଗୋଧି ଚମଡ଼ା, ବାଉଁଶ ତ‌ଥା ଘୋଡ଼ାକେଶ ଦ୍ୱାରାଘୋଡ଼ାକେଶଦ୍ୱାରା ତିଆରି କରାଯାଇଥାଏ ।
 
==କେନ୍ଦରା ତିଆରି ପ୍ରଣାଳୀ==
ମୁଖ୍ୟତଃ କେନ୍ଦରା ତିଆରି କରିବା ପାଇଁ ଗୋଟିଏ ଶୁଖିଲା ନଡ଼ିଆ ଷଢ଼େଇର ଆବଶ୍ୟକ ହୋଇଥାଏ ଯାହାର ଖୋଲା ଅଂଶକୁ ଗୋଧି ଚମଡ଼ା ଦ୍ୱାରାଚମଡ଼ାଦ୍ୱାରା ଘେରାଯାଇ ବନ୍ଦ କରାଯାଏ । ଏହି ଷଢ଼େଇରେ ଗୋଟିଏ କ୍ଷୁଦ୍ର କଣାଟିଏ କରି ବାଉଁଶଟିଏ ଯୋଡ଼ାଯାଏ ଏବଂ ଘୋଡ଼ାକେଶକୁ ସୂତା ଭାବରେ ବ୍ୟବ‌ହାର କାରଯାଇଥାଏ । ଅନ୍ୟ ଏକ ଘୋଢ଼କେଶକୁ ଶକ୍ତ କରି ବାଉଁଶକାଠି କିମ୍ୱା ଅନ୍ୟ କୌଣସି ବସ୍ତୁରେ ଧନୁ ଆକରରେ ବନ୍ଧାଯାଏ ଏବଂ ସେହି ଧନୁ ଆକରରେ ବନ୍ଧାଯାଇଥିବା ଘୋଡ଼ାକେଶକୁ କେନ୍ଦରରେ ଲାଗିଥିବା ଘୋଡ଼ାକେଶ ଉପରେ ଘସିଲେ ସେଥିରୁ ଏକ କରୁଣ ସ୍ୱର ବାହାରିଥାଏ ।<ref>{{cite news|title=ସ୍ୱର ଆଉ ଶୁଭୁନାହିଁ|url=http://epaper.prameyanews.com/59991-5049498-1-article.html|accessdate=18 July 2016|newspaper=[[ପ୍ରମେୟ]]|archiveurl=http://epaper.prameyanews.com/archives.aspx?editioncode=9|archivedate=22 May 2016|location=[[ଭୁବନେଶ୍ୱର]]|page=୪|pages=୩|language=[[ଓଡ଼ିଆ]]}}</ref>
 
==ବ୍ୟବ‌ହାର==
୨୧ କ ଧାଡ଼ି:
 
==ଓଡ଼ିଶାରେ କେନ୍ଦରାର ବ୍ୟବ‌ହାର==
[[File:ଯୋଗୀ କେନ୍ଦରା ବାଦକ.webm|thumb|କେନ୍ଦରା ବାଦକ ଯୋଗୀଙ୍କ ଦ୍ୱାରାଯୋଗୀଙ୍କଦ୍ୱାରା କେନ୍ଦରା ଗୀତ ପରିବେଶଣ ।]]
[[ଓଡ଼ିଶା]]ରେ ଏହି ଭାବନାର ପ୍ରଚାର ପ୍ରସାର କରୁଥିଲେ ନାଥ ସଂପ୍ରଦାୟର ଯୋଗୀମାନେ । ଗୀତ ଗାଇ ଗାଇ ଲୋକଙ୍କୁ ଚେତାଇ ଦେଉଥିଲେ ଶେଷ ସମୟ ଆସିବା ପୂର୍ବରୁ କିଛି ଧର୍ମ କାମ କର । ଭଗବାନଙ୍କର ନାମ ସଂକୀର୍ତ୍ତନ କର । ନ ହେଲେ ଅବେଳରେ ବାନ୍ଧିନେବ କାଳଯମ । ସେମାନେ ଗାଁର ପାଦ ଦେଶରେ ପାଦ ଦେଉ ଦେଉ କେନ୍ଦରାର ସ୍ୱର ତ‌ଥା ସେମାଙ୍କର ମୁଖରୁ ନିସୃତ ବାଣୀ ଶୁଣି ଗାଆଁ ଲୋକମାନେ ସେମାନଙ୍କର ଆଗମନ ବିଷୟରେ ଜାଣିପାରୁଥିଲେ । ସେହି ଯୋଗୀମାନେ ପ୍ରାୟତଃ ଏକୁଟିଆ ଆସନ୍ତି କିମ୍ବା ସଂଘବଦ୍ଧ ହୋଇ ଗୀତ ଗାଇ ଗାଇ ଆସୁଥିଲେ । ଛୋଟ ଛୋଟ ଗାଆଁରେ ମଣ୍ଡପ ଉପରେ ବସୁଥିବା ବେଳେ ବଡ଼ ବଡ଼ ଗାଆଁମାନଙ୍କରେ ଘରକୁ ଘର ବୁଲି ଭିକ୍ଷାବୃତ୍ତି କରୁଥିଲେ । ସେମାନଙ୍କୁ ଯିଏ ଯାହା ଦେଲେ ସେମାନେ ତାକୁ ଖୁସିରେ ଗ୍ରହଣ କରନ୍ତି ଏବଂ ଅଧିକ କିଛି ଦାବି କରନ୍ତି ନାହିଁ । ସାଧରଣତଃ ଉପକୂଳ ଓଡ଼ିଶାରେ ଏମାନେ ଦେଖାଯାଉଥିଲେ ।