"ଅସ୍ଥି ଭଗ୍ନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
Jnanabot (ଆଲୋଚନା) ଙ୍କ ଦେଇ କରାଯାଇଥିବା 257694 ସଙ୍କଳନଟି ପଛକୁ ଫେରାଇନିଆଗଲା
ଟିକେ Regular Character Changes
୧୫ କ ଧାଡ଼ି:
}}
 
'''ଅସ୍ଥି ଭଗ୍ନ''' ଶବ୍ଦଟିକୁ କଥିତ ଓଡ଼ିଆରେ ହାଡ ଭଙ୍ଗା କୁହାଯାଏ । ଡାକ୍ତରୀ ଭାଷାରେ ଏହାକୁ ଫ୍ରାକ୍ଚର୍ କହନ୍ତି, ଓ ଡାକ୍ତରମାନେ ଏହାକୁ ସଂକ୍ଷେପାରେ FRX କିମ୍ବା FX କିମ୍ବା F<sub>X</sub> କିମ୍ବା # ଚିହ୍ନ ଦେଇ ଲେଖନ୍ତି । ସଂଜ୍ଞା: - ଅସ୍ଥିର ଅବିଚ୍ଛିନ୍ନତା ଭଗ୍ନ ହେଲେ ଅସ୍ଥି ଭଗ୍ନ କୁହାଯାଏ । ଅତ୍ୟଧିକ ବଳ ପ୍ରୟୋଗ, ପୁନଃ ପୌନିକ ସ୍ୱଳ୍ପ ବଳ ପ୍ରୟୋଗ (Stress) ବା ରୋଗଗ୍ରସ୍ତ ଦୁର୍ବଳ ହାଡ଼ ଉପରେ ସାମାନ୍ୟ ବଳ ପ୍ରୟୋଗଦ୍ୱାରା ଅସ୍ଥି ଭଗ୍ନ ହୁଏ । କେତେକ ରୋଗ ଯଥା ହାଡ଼ ପୋରିଆ([[:en:Osteoporosis|Osteoporosis]]), ସ୍ୱଳ୍ପ କେତେକ ପ୍ରକାରର ଅସ୍ଥି କର୍କଟ, ଓଷ୍ଟିଓଜେନେସିସ୍ ଇମ୍ପରଫେକ୍ଟା ([[:en:Osteogenesis Imperfecta|Osteogenesis Imperfecta]]) ଓ ଏହିଭଳି ଅନେକ ରୋଗରେ ଅସ୍ଥି ଦୁର୍ବଳ ହୋଇ ଅତି ସାମାନ୍ୟ ବଳ ପ୍ରୟୋଗ ଦ୍ୱାରାପ୍ରୟୋଗଦ୍ୱାରା ଭାଙ୍ଗିଯିବାରୁ ଏହାକୁ ନିଦାନ ଜନିତ ଅସ୍ଥି ଭଗ୍ନ (Pathological Fracture) ନାମ ଦିଆଯାଏ ।<ref>{{cite book |last1= S.T. Marshall|first1= |last2= B.D. Browner |first2= |editor-last= Courtney M. Townsend Jr. |editor-first= |title= Sabiston textbook of surgery: the biological basis of modern surgical practice |publisher= Elsevier |date=2012 |origyear=1st. Pub. 1956 |pages=480-520 |chapter=Chapter 20: Emergency care of musculoskeletal injuries |chapterurl= |isbn=978-1-4377-1560-6|lastauthoramp=}}</ref>
 
== ଲକ୍ଷଣ ଓ ସୂଚନା ==
୩୬ କ ଧାଡ଼ି:
 
* ସାଧାରଣ ବା ବନ୍ଦ (Simple Fracture) ଅସ୍ଥି ଭଗ୍ନ: ଏହି ଭଙ୍ଗାରେ ଚର୍ମ ନଷ୍ଟ ହୋଇ ନ ଥାଏ ।
* ଖୋଲା ବା କମ୍ପାଉଣ୍ଡ(Compound) ଅସ୍ଥି ଭଗ୍ନ: ଏହି ଭଙ୍ଗାରେ ଚର୍ମ ନଷ୍ଟ ହୋଇ ଗର୍ତ୍ତ ସୃଷ୍ଟି ହୋଇଥାଏ ଓ ହାଡ଼ ଭଙ୍ଗା ସ୍ଥାନରେ ଜମା ହୋଇଥିବା ରକ୍ତ ଜୀବାଣୁ ସଂସ୍ପର୍ଷରେ ଆସିବା ଦ୍ୱାରାଆସିବାଦ୍ୱାରା ଅସ୍ଥି ଅତ୍ୟଧିକ ସଂକ୍ରମିତ ([[:en:Infection|Infection]]) ହେବାର ସମ୍ଭାବନା ଥାଏ ।
 
ଅସ୍ଥି ଭଗ୍ନ ଚିକିତ୍ସା କଲାବେଳେ ଭଙ୍ଗା ସ୍ଥାନରେ ହାଡ଼ କେତେ ଦୂର ଘୁଞ୍ଚି ଯାଇଛି, କେତେ ଫାଙ୍କ ଅଛି, କେତେ କୋଣ ସୃଷ୍ଟି ହୋଇଛି ଏ ସବୁ ବିଚାରକୁ ନିଆଯାଏ । ଯଦି କୋଣ ବେଶୀ ଥାଏ, ଅଥବା ବିସ୍ଥାପନ ଅତ୍ୟଧିକ ଥାଏ ତେବେ ଏହାର ସଂଯୋଗ କରଣ(Reducton) ଆବଶ୍ୟକ ହୋଇଥାଏ ଓ ବୟସ୍କମାନଙ୍କ କ୍ଷେତ୍ରରେ ଅପରେଶନ୍ ଆବଶ୍ୟକ ହୁଏ । ଏହି ପ୍ରକାର ଭଙ୍ଗା ବିସ୍ଥାପିତ ହୋଇ ନ ଥିବା ଭଙ୍ଗା ଅପେକ୍ଷା ଶୀଘ୍ର ଯୋଡ଼ି ହୋଇଯାଏ ।
୧୩୭ କ ଧାଡ଼ି:
 
=== ଓଟିଏ(OTA)ବର୍ଗ କରଣ ===
ମୁଲର୍ ଓ ଏ.ଓ.(Muller and A.O.)ଫାଉଣ୍ଡେଶନ ଦ୍ଵାରାଫାଉଣ୍ଡେଶନଦ୍ଵାରା କରା ଯାଇଥିବା ଥିବା ବର୍ଗ କରଣକୁ ଗ୍ରହଣ ଓ ପରିବର୍ଦ୍ଧିତ କରି ଅର୍ଥୋପେଡିକ୍ ଟ୍ରମା ଆସୋସିଏସନ(Orthopaedic Trauma Association or OTA)ଗୋଟିଏ ନୂଆ ବର୍ଗ କରଣ ସୃଷ୍ଟି କଲେ । ଏହା ଦ୍ଵାରାଏହାଦ୍ଵାରା ପ୍ରତ୍ୟେକ ଅସ୍ଥି ଭଗ୍ନର ସଠିକ ନାମ କରଣ କରାଯାଏ ଓ ଚିକିତ୍ସାର ପଦ୍ଧତି ନିର୍ଣ୍ଣୟ କରାଯାଏ । <ref name="pmid8814583">{{cite journal |author= |title=Fracture and dislocation compendium. Orthopaedic Trauma Association Committee for Coding and Classification |journal=J Orthop Trauma |volume=10 Suppl 1 |issue= |pages=v–ix, 1–154 |year=1996 |pmid=8814583 |doi=| url = http://www.ota.org/compendium/intro.pdf | format = PDF | accessdate = 2007-11-28|archiveurl = http://web.archive.org/web/20070928083805/http://www.ota.org/compendium/intro.pdf <!-- Bot retrieved archive -->|archivedate = 2007-09-28}}</ref><ref>{{cite web | url = http://www.ota.org/compendium/compendium.html | title = Orthopaedic Trauma Association/ Committee for Coding and Classification: Fracture and Dislocation Compendium | accessdate = 2007-11-28 |publisher = Orthopaedic Trauma Association }}</ref>ଏଥି ନିମନ୍ତେ ୫ ଭାଗ ବିଶିଷ୍ଟ୍ କୋଡ୍ (Code) ବ୍ୟବହାର କରାଯାଏ ।<br />
* ଅସ୍ଥି କୋଡ୍: ବିଭିନ୍ନ ଅସ୍ଥି ନାମର କୋଡ:<br />
୧. ହ୍ୟୁମରସ୍ ଭଗ୍ନ, ୨. ରାଡିଅସ୍/ଅଲ୍‌ନା ଭଗ୍ନ, ୩. ଫିମର ଭଗ୍ନ, ୪. ଟିବିଆ/ଫିବୁଲା ଭଗ୍ନ, ୫. ମେରୁଅସ୍ଥି ଭଗ୍ନ, ୬. ପେଲ୍‌ଭିସ୍ ଭଗ୍ନ, ୨୪. କାର୍ପାଲ୍ ଭଗ୍ନ, ୨୫. ମେଟାକାର୍ପାଲ୍ ଭଗ୍ନ, ୨୬. ମେଟାକର୍ପାଲ୍ ଭଗ୍ନ, ୭୨.ଟାଲସ ଭଗ୍ନ, ୭୩. କାଲ୍ କାନିଅମ୍ ଭଗ୍ନ୍, ୭୪. ନାଭିକୁଲାର୍ ଭଗ୍ନ, ୭୫. କ୍ୟୁନିଫର୍ମ ଭଗ୍ନ୍, ୭୬. କ୍ୟୁବଏଅଡ୍ ଭଗ୍ନ, ୮୦. ଲିସ୍ ଫ୍ରାଙ୍କ ଭଗ୍ନ, ୮୧. ମେଟାଟାର୍ସାଲ୍ ଭଗ୍ନ୍, ୮୨. ପାଦ ଫାଲାଙ୍କ୍ସ ଭଗ୍ନ୍, ୪୫. ପାଟେଲା ଭଗ୍ନ୍, ୦୬. କ୍ଲାଭିକ୍ଲ ଭନ୍, ୦୯. ସ୍କାପୁଲାର୍ ଭଗ୍ନ୍<br />
୧୫୩ କ ଧାଡ଼ି:
== ଅଚଳନ(Immobilisation) ==
 
ଶରୀର ତାହାର ନିଜସ୍ୱ ପଦ୍ଧତିରେ ଭଙ୍ଗା ଅସ୍ଥି ଯୋଡ଼ିଦିଏ । କୌଣସି ଚିକିତ୍ସକ ଔଷଧ ବଳରେ ଏହା ଯୋଡ଼ି ଦିଏ ନାହିଁ । ଅସ୍ଥି ଭାଙ୍ଗିବା ପୂର୍ବରୁ ଯେପରି ଅବସ୍ଥାରେ ଥିଲା, ରକ୍ଷଣଶୀଳ ଚିକିତ୍ସା (ପ୍ଲାଷ୍ଟର/ ପଟି) ହେଉ ବା ଅପରେଶନ ଦ୍ଵାରାଅପରେଶନଦ୍ଵାରା ହେଉ, ଭଗ୍ନ ଅସ୍ଥିକୁ ତାର ପ୍ରାକୃତିକ ଅବସ୍ଥାରେ ପୁନଃ ସଂସ୍ଥାପନ କରିବା ଚିକିତ୍ସକର କର୍ତ୍ତବ୍ୟ । ଶରୀର ବାକି ବନ୍ଦବୋସ୍ତ ନିଜେ କରେ । ଚିକିତ୍ସା ଦ୍ଵାରାଚିକିତ୍ସାଦ୍ଵାରା ଯୋଡିବା ଶକ୍ତି କିଛି ପରିମାଣରେ ଅଧିକ କରା ଯାଇପାରେ । ଭଗ୍ନ ହାଡର ଦୁଇ ଖଣ୍ଡ ମଧ୍ୟରେ କୋଣ ରହିବ ନାହିଁ, ଚକ୍ରାକାର ଘୁର୍ଣ୍ଣନ(Rotation) ରହିବ ନାହିଁ, ବିସ୍ଥାପନ ରହିବ ନାହିଁ, ଏକ ସରଳ ରେଖାରେ ରହିବ ଓ ହାଡ ପରଷ୍ପର ସଂଲଗ୍ନ ରହିବ; ଏହି ଲକ୍ଷ୍ୟ ସାଧନ ନିମନ୍ତେ ଚିକିତ୍ସା କରାଯାଏ । ଏହି ପୁନଃ ସଂସ୍ଥାପନ କ୍ରିୟାକୁ ରିଡକ୍ସନ୍(Reduction) କହନ୍ତି । ଏହି କ୍ରିୟା ଅନ୍ତ୍ୟନ୍ତ ଯନ୍ତ୍ରଣା ଦାୟକ । ଚିକିତ୍ସାଳୟରେ ନିଶ୍ଚେତକ ପ୍ରୟୋଗ କରି ଏହି ରିଡକ୍ସନ କରିବା ବିଧେୟ । ରିଡକ୍ସନ ପରେ ଆଘାତ ପ୍ରାପ୍ତ ଭଙ୍ଗା ସ୍ଥାନର ଅଙ୍ଗ ତଥା ତାହାର ଉପର ଓ ତଳ ଗଣ୍ଠିକୁ ସ୍ଥିର ରଖିବା ବା ହଲଚଲ୍ ନ ହେବା ନିମନ୍ତେ ପ୍ଲାଷ୍ଟର ତଥା ଫାଇବର୍ ଗ୍ଲାସର ପଟି ଲଗାଯାଏ । ଆଘାତ ଜନିତ ଫୁଲା କମିଗଲା ପରେ ବ୍ରେସ୍ ବା ଅର୍ଥୋସିସ୍ ବ୍ୟବହାର କରାଯାଇପାରେ । ଅପରେଶନ ମଧ୍ୟ ଦୁଇ ପ୍ରକାର କରାଯାଏ, ଗୋଟିକରେ ଭଙ୍ଗା ସ୍ଥାନ ଖୋଲି ସ୍କୃ, ପ୍ଲେଟ ସହ ସ୍କୃ ବା ଲମ୍ଵା କଣ୍ଟାଦ୍ଵାରା ଭଙ୍ଗା ସ୍ଥାନକୁ ଚଳନହୀନ କରାଯାଏ । ଅନ୍ୟ ପଦ୍ଧତିରେ ଭଙ୍ଗା ସ୍ଥାନ ନ ଖୋଲି ସରୁ ସରୁ ପିନ୍ ଦୁଇ ପାର୍ଶ୍ବରେ ହାଡ଼ ଭିତରକୁ ପ୍ରବେଶ କରାଇଦିଆଯାଏ ଓ ସେ ପିନ୍ ସବୁକୁ ଅଙ୍ଗ ବହାରେ ରଡ଼ ଦ୍ୱାରାରଡ଼ଦ୍ୱାରା ବାନ୍ଧି ଦିଆଯାଏ । ଏହି ପଦ୍ଧତିକୁ External fixator କୁହାଯାଏ ଓ ଇଲିଜାରୋଭ (Ilizarov method) ପଦ୍ଧତି ଏହି ପ୍ରକାର ପଦ୍ଧତି ମଧ୍ୟରୁ ଗୋଟିଏ ଅତି ଉପାଦେୟ ପଦ୍ଧତି ।
 
ଛୋଟ ଛୋଟ ହାଡ଼ ଭଙ୍ଗାରେ ପ୍ଲଷ୍ଟର ନ କରି ପଟି ବାନ୍ଧିଲେ ମଧ୍ୟ ସ୍ଥଳ ବିଶେଷରେ ଯୋଡି ହୋଇଯାଏ ।
୧୬୫ କ ଧାଡ଼ି:
କେତେକ ଅସ୍ଥି ଭଗ୍ନରେ ଅସ୍ଥି ରୋପଣ(Bone Graft) ମଧ୍ୟ ଆବଶ୍ୟକ ହୋଇଥାଏ ।
 
ଅଧୁନା ଅନେକ କ୍ଷେତ୍ରରେ ଧାତୁ ନିର୍ମିତ ପଦାର୍ଥ ଯଥା ପ୍ଲେଟ୍,ସ୍କୃ,କଣ୍ଟା(Nail) ଇତ୍ୟାଦି ବ୍ୟବହାର କରାହେଉଛି । ଏହି ପଦର୍ଥ ଗୁଡିକର ଡିଜାଇନ ଓ ପ୍ରୟୋଗ ସଠିକ ଭାବେ କରିବା ଆବଶ୍ୟକ । ପ୍ଲେଟ୍ ଓ ସ୍କୃ ଲୋଡ୍ ନେବା ଦ୍ଵାରାନେବାଦ୍ଵାରା ଅସ୍ଥି ଭିତରେ ପରିବର୍ତ୍ତନ ହୋଇ ସଚ୍ଛିଦ୍ର ହୋଇ ଦୁର୍ବଳ ହୋଇଯାଏ । ଟାଇଟାନିଅମ୍ ଓ ଅନ୍ୟାନ୍ୟ ମିଶ୍ର ଧାତୁ ପ୍ରୟୋଗ ଦ୍ଵାରାପ୍ରୟୋଗଦ୍ଵାରା କିଛି ଲୋଡ୍ କମିଯାଏ, କିନ୍ତୁ ସମ୍ପୁର୍ଣ୍ଣ ବିଦାୟ ନିଏନାହିଁ । ଅପରେଶନ୍ ଜନିତ ଘର୍ଷଣ ଦ୍ଵାରାଘର୍ଷଣଦ୍ଵାରା ମଧ୍ୟ ଅଧିକ ଉତ୍ତାପ ଯୋଗୁ ଅସ୍ଥି କ୍ଷୟ ହୁଏ । ବ୍ୟବହୃତ ଧାତୁ ସମ୍ପୁର୍ଣ୍ଣ ନିଷ୍କ୍ରିୟ ନ ହେଲେ ଆୟନ ସୃଷ୍ଟି ହୋଇ ଅସ୍ଥି ନଷ୍ଟ ହୋଇଯାଏ ।
 
=== ଜଟିଳତା(Complications) ===
୨୧୫ କ ଧାଡ଼ି:
=== ଶିଶୁମାନଙ୍କ ଅସ୍ଥି ଭଗ୍ନ ===
 
ପିଲାମାନଙ୍କ ଅସ୍ଥି କୋମଳ ଓ ଅପରିପକ୍ଵ । ବଡ଼ ମଣିଷଙ୍କ ଭଳି ଅସ୍ଥି ଶକ୍ତ ହୋଇ ନ ଥାଏ । ସେମାନଙ୍କ ଲମ୍ଵ ଅସ୍ଥିର(Long bone) ଦୁଇ ମୁଣ୍ଡରେ ବର୍ଦ୍ଧନକାରୀ ପ୍ଲେଟ(Growth Plate) ଥାଏ, ଯାହା ଦ୍ଵାରାଯାହାଦ୍ଵାରା ଉଭୟ ଦିଗରେ ହାଡ ବଢେ । ଏହି କାରଣମାନଙ୍କ ଯୋଗୁ ପିଲାମାନଙ୍କର ଗ୍ରୀନ୍ ସ୍ଟିକ୍ ଭଗ୍ନ ଓ ଗ୍ରୋଥ୍ ପ୍ଲେଟ ଭଗ୍ନ ହୁଏ ।
* ଶିଶୁମାନଙ୍କର ହାଡ଼ ଆଘାତପ୍ରାପ୍ତ ହେଲେ ବଙ୍କା ହୋଇଯାଏ । ସମ୍ପୁର୍ଣ୍ଣ ନ ଭାଙ୍ଗି ଗୋଟିଏ ପାଖରେ(One cortex) ଭାଙ୍ଗେ । ଏହାକୁ ଗ୍ରୀନ୍ ସ୍ଟିକ ଭଗ୍ନ(Greenstick) କହନ୍ତି । ବିନା ଅପରେଶନରେ ଏହାର୍ ଚିକିତ୍ସା କରିହେବ ।
* ଗ୍ରୋଥ ପ୍ଲେଟ ଭାଙ୍ଗିଗଲେ ହାଡ଼ ବଢିବାରେ ଅସୁବିଧା ହୁଏ । ମୁଣ୍ଡ ପଟରେ କିଛି ଅଂଶ ବଢେ ଓ କିଛି ଅଂଶ ବଢି ପାରେ ନାହିଁ । ଏଣୁ ହାଡ଼ ବଙ୍କା ହୋଇଯାଏ । ଏହାକୁ ସଲ୍ଟର୍ ହାରିସ୍ ଭଗ୍ନ କହନ୍ତି ।