"ଭାରତର ରାଷ୍ଟ୍ରପତି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
୨୭ କ ଧାଡ଼ି:
 
== ରାଷ୍ଟ୍ରପତି ନିର୍ବାଚନ ==
ଭାରତର ରାଷ୍ଟ୍ରପତି ଲୋକମାନଙ୍କ ଦ୍ଵାରା ପରୋକ୍ଷ ଭାବରେ ନିର୍ବାଚିତ ହୁଅନ୍ତି । [[ସଂସଦ]] ଓ ରାଜ୍ୟ [[ବିଧାନସଭାବିଧାନ ସଭା]]ର ସମସ୍ତ ନିର୍ବାଚିତ ସଦସ୍ୟଙ୍କୁ ନେଇ '''ନିର୍ବାଚକ ମଣ୍ଡଳୀ''' ଦ୍ଵାରା '''ଆନୁପାତିକ ପ୍ରତିନିଧିତ୍ଵ ଓ ଏକକ ହସ୍ତାନ୍ତରୀୟ ଗୋପନୀୟ ଭୋଟ ଦାନ''' ପ୍ରଣାଳୀରେ ରାଷ୍ଟ୍ରପତି ନିର୍ବାଚିତ ହୁଅନ୍ତି । ରାଷ୍ଟ୍ରପତି ନିର୍ବାଚନରେ ଜୟଲାଭ କରିବା ପାଇଁ ପ୍ରାର୍ଥୀ ନିର୍ଦ୍ଦିଷ୍ଟ ସଂଖ୍ୟକ ଭୋଟ୍ (କୋଟା) ବା ମିଳିଥିବା ସମସ୍ତ ସଠିକ ଭୋଟ୍‌ର ୫୦ ପ୍ରତିଶତରୁ ଏକ ଅଧିକ (୫୦% + ୧) ସମର୍ଥନ ପାଇବା ବାଞ୍ଛନୀୟ ।
 
===ନିର୍ବାଚକ ମଣ୍ଡଳୀ===
ସମସ୍ତ ନିର୍ବାଚିତ [[ସାଂସଦ]] ([[ସାଂସଦ|M.P.]]) ଏବଂ [[ଦିଲ୍ଲୀ]] ଓ [[ପଣ୍ଡିଚେରୀ]] ସମେତ ସମସ୍ତ [[ରାଜ୍ୟ]] [[ବିଧାନସଭାବିଧାନ ସଭା]]ର ନିର୍ବାଚିତ [[ବିଧାୟକ]]ମାନେ ([[ବିଧାୟକ|M.L.A.]]) ରାଷ୍ଟ୍ରପତି ନିର୍ବାଚନ ପ୍ରକ୍ରିୟାରେ ଭାଗ ନିଅନ୍ତି । ରାଜ୍ୟ [[ବିଧାନସଭାବିଧାନ ସଭା]]ର ନିର୍ବାଚିତ [[ବିଧାୟକ]]ମାନ‌ଙ୍କ ମଧ୍ୟରେ ''ସମାନତା'' (''Uniformity'') ଏବଂ ନିର୍ବାଚିତ [[ସାଂସଦ]] ତ‌ଥା [[ବିଧାୟକ]]ମାନ‌ଙ୍କ ମଧ୍ୟରେ ''ସମତା'' (''Parity'') ରକ୍ଷା କରିବା ଉଦ୍ଦେଶ୍ୟରେ ଦୁଇଟି ଗାଣିତିକ ସୂତ୍ର ବା ଫର୍ମୁଲା [[ସମ୍ବିଧାନ]]ର ୫୫ ଧାରାରେ ସ୍ଥାନ ପାଇଛି । ଏହି ସୂତ୍ର ପ୍ରୟୋଗ କରାଯାଇ ପ୍ରତି ନିର୍ବାଚିତ [[ସାଂସଦ]] ଓ ନିର୍ବାଚିତ [[ବିଧାୟକ]]ଙ୍କ ପ୍ରତିଟି ''ଭୋଟ୍''ର ଗାଣିତିକ ମୂଲ୍ୟ ନିର୍ଦ୍ଧାରଣ କରାଯାଏ ।
 
ପ୍ରଥମ ସୂତ୍ରଟି ହେଲା :- ([[ରାଜ୍ୟ]]ର [[ଜନସଂଖ୍ୟା]] ÷ ରାଜ୍ୟର ନିର୍ବାଚିତ [[ବିଧାୟକ]]ଙ୍କ ସଂଖ୍ୟା) ÷ ୧୦୦୦
୪୦ କ ଧାଡ଼ି:
ଅର୍ଥାତ୍ ପ୍ରଥମ ସୂତ୍ରକୁ ଆଧାର କରି ମିଳିଥିବା ସମସ୍ତ ନିର୍ବାଚିତ [[ବିଧାୟକ]]ଙ୍କର ଭୋଟ୍‌ର ଗାଣିତିକ ମୂଲ୍ୟର ସମଷ୍ଟିକୁ ସମସ୍ତ ନିର୍ବାଚିତ [[ସାଂସଦ]]ଙ୍କ ସଂଖ୍ୟାରେ ଭାଗ କଲେ ଭାଗଫଳ ଯାହା ହେବ, ତାହା ହେବ ଜଣେ ନିର୍ବାଚିତ [[ସାଂସଦ]]ଙ୍କର ଗୋଟିଏ ଭୋଟ୍‌ର ଗାଣିତିକ ମୂଲ୍ୟ ।
 
ସୂଚନା ଯୋଗ୍ୟ ଯେ, ଦ୍ୱାଦଶ ରାଷ୍ଟ୍ରପତି ନିର୍ବାଚନ ପାଇଁ ଗଠିତ ନିର୍ବାଚକ ମଣ୍ଡଳୀର ସର୍ବମୋଟ ସଭ୍ୟ ସଂଖ୍ୟା ୪୮୪୮ ମଧ୍ୟରୁ ନିର୍ବାଚିତ [[ସାଂସଦ]] ଥିଲେ [[ଲୋକସଭାଲୋକ ସଭା]]ର ୫୪୩ ଜଣ ଓ [[ରାଜ୍ୟସଭା]]ର ୨୩୩ ଜଣ । ନିର୍ବାଚିତ [[ବିଧାୟକ]]ମାନେ ଥିଲେ ୪୦୭୨ ଜଣ । ପ୍ରତି [[ସାଂସଦ]]ଙ୍କର ଭୋଟ୍‌ର ମୂଲ୍ୟ ଥିଲା ୭୦୮ । ସେହିପରି ସମସ୍ତ [[ରାଜ୍ୟ]]ର ନିର୍ବାଚିତ [[ବିଧାୟକ]]ଙ୍କର ସର୍ବମୋଟ ଭୋଟ୍‌ର ଗାଣିତିକ ମୂଲ୍ୟ ଥିଲା ୫ ଲକ୍ଷ ୪୯ ହଜାର ୫୧୧ । [[ଉତ୍ତର ପ୍ରଦେଶ]]ର ପ୍ରତି [[ବିଧାୟକ]]ଙ୍କର ଭୋଟ୍‌ର ଗାଣିତିକ ମୂଲ୍ୟ ସର୍ବାଧିକ ୨୦୮ ଥିବାବେଳେ [[ସିକିମ୍]]ର ଥିଲା ସର୍ବନିମ୍ନ ମାତ୍ର ୦୭ ।
 
==ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ==