"କୋଣାର୍କ ସୂର୍ଯ୍ୟ ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- କୁ +କୁ )
ଟିକେ Bot: Automated text replacement (- ଟି +ଟି )
୨୩ କ ଧାଡ଼ି:
== ମନ୍ଦିରର ଆକୃତି ଓ ଗଠନ ଶୈଳୀ ==
[[ଫାଇଲ:A Notice in Konark Sun the world heritage monument.jpg|thumb|ବିଶ୍ୱ ଐତିହ୍ୟ ପୀଠ ଭାବେ ପରିଚିତ କୋଣାର୍କ ମନ୍ଦିର]]
କୋଣାର୍କ ମନ୍ଦିର [[କଳିଙ୍ଗ ସ୍ଥାପତ୍ୟ କଳା]] ଶୈଳୀରେ ତୋଳାଯାଇଥିଲା । ଗର୍ଭଗୃହଯୁକ୍ତ ମୁଖ୍ୟ ମନ୍ଦିର ଟିମନ୍ଦିରଟି ୨୨୯ ଫୁଟ ଉଚ୍ଚ ଓ ମୁଖଶାଳା ୧୨୮ ଫୁଟ ଉଚ୍ଚ। ୧୩ ଫୁଟ ଉଚ୍ଚ ପଥର ଚଟାଣ ଉପରେ ବିମାନ ଓ ଜଗମୋହନ ରଥ ରୂପରେ ଗଢ଼ା ଯାଇଥିଲା । ସେ ଚଟାଣ ଚାରିପଟେ ୯ଫୁଟ ୯ ଇଞ୍ଚ ଉଚ୍ଚର ୨୪ଟି ଚକ ଓ ସମ୍ମୁଖରେ ସାତଟି ଘୋଡା ଖଞ୍ଜା ଯାଇଥିଲା । ଜଗମୋହନର ଉଚ୍ଚତା ଥିଲା ୧୨୩ ଫୁଟ ଓ ବିମାନର ଉଚ୍ଚତା ଥିଲା ୨୨୫ ଫୁଟ । ଏବେ ବିମାନଟି ପ୍ରାୟ ଧ୍ୱଂସ ହୋଇଯାଇଛି । ବର୍ତ୍ତମାନ ଅଛି ଗର୍ଭଗୃହ ଓ ଦେବସିଂହାସନ। ମୁଖଶାଳାଟି ସମ୍ପୂର୍ଣ୍ଣ ସୁରକ୍ଷିତ ଥିଲେ ବି କାଳର କରାଳ ଗତିରେ ନାଟ ମନ୍ଦିରର ଓ ଭୋଗ ମଣ୍ଡପର କିଛି ଅଂଶ ମାତ୍ର ସୁରକ୍ଷିତ ରହି ପାରିଛି । ମନ୍ଦିର ବେଢାର ଦୈର୍ଘ୍ୟ ଓ ପ୍ରସ୍ଥ ଯଥାକ୍ରମେ ୮୫୭ ଓ ୫୪୦ଫୁଟ । ମନ୍ଦିରଟି ପ୍ରାକୃତିକ ପରିବେଶ ଭିତରେ ରହଛି ଓ ଏହାର ଚାରି ପାଖରେ କାଜୁ, ଶିଶୁ ଆଦି ବାଲିଆ ମାଟିରେ ବଢୁଥିବା ଗଛ ରହିଛି ।
ଆଜି ଯେତିକି ଅଂଶ ବଞ୍ଚି ରହିଛି ସେତିକି ବି ଅତି ବିଶାଳ । ଏହା ହେଉଛି ପ୍ରକୃତରେ ମୁଖ୍ୟ ମନ୍ଦିରରର ମଣ୍ଡପ । ସାମନାରୁ ଠିଆ ହୋଇ ଦେଖିଲେ ମୁଖ୍ୟମନ୍ଦିରର ଭଗ୍ନାବଶେଷ ହିଁ ଦୃଷ୍ଟିଗୋଚର ହୋଇଥାଏ । ମୁଖ୍ୟ ଦେଉଳଟି ପାଖାପାଖି ୨୦୦ ଫୁଟ (୬୦ ମିଟର ) ଉଚ୍ଚ, ଯାହା ଭାରତର ଉଚ୍ଚତମ ମନ୍ଦିର ଥିଲା ବୋଲି ଅନୁମାନ କରାଯାଏ ।<ref>http://www.flonnet.com/stories/20080620251206600.htm Benoy K. Behl, "Tallest of them all", ''Frontline,'' Jun. 07-20, 2008</ref>