"ଲକ୍ଷ୍ମୀ ସହଗଲ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ରେ +ରେ )
ଟିକେ Bot: Automated text replacement (- ରୁ +ରୁ , - ଠାରେ +ଠାରେ )
୧୭ କ ଧାଡ଼ି:
 
==ସ୍ଵାଧୀନତା ସଂଗ୍ରାମରେ ଭୂମିକା==
୧୯୪୨ରେ ବ୍ରିଟିଶ ସେନା ସିଙ୍ଗାପୁରକୁ [[ଜାପାନ]] ନିକଟରେ ଆତ୍ମସମର୍ପଣ କରାଇବା ପରେ ଯୁଦ୍ଧରେ ଆହତ ବହୁ ସୈନ୍ୟଙ୍କର ସେ ଚିକିତ୍ସା କରିଥିଲେ । <ref name="thehindu">{{cite news|last=Menon|first=Parvathi|title=Captain Lakshmi Sahgal (1914 - 2012) - A life of struggle|url=http://www.thehindu.com/news/national/article3672666.ece?homepage=true|accessdate=23 July 2012|newspaper=The Hindu|date=23 July 2012|location=Chennai, India}}</ref>୧୯୪୩ ଜୁଲାଇ ୨ ତାରିଖରେ ନେତାଜୀ [[ସୁଭାଷ ଚନ୍ଦ୍ର ବୋଷ]] ସିଙ୍ଗାପୁରରେ ପହଞ୍ଚିଥିଲେ । ସେଠାରେ ସେ ଭାରତୀୟ ସ୍ୱାଧୀନତା ସଂଗ୍ରାମ ପାଇଁ ଏକ ମହଳିା ରେଜିମେଣ୍ଟ ଗଠନ କରଥିଲେ । ଲକ୍ଷ୍ମୀ ସହଗଲ ଉକ୍ତ ରେଜିମେଣ୍ଟରେ ଯୋଗ ଦେଇଥିଲେ । ଏହି ମହିଳା ରେଜିମେଣ୍ଟର ନାମ ରହିଥିଲା ଝାନ୍ସୀ ରାଣୀ ରେଜିମେଣ୍ଟ । [[ଏସିଆ]] ମହାଦେଶରେ ଥିଲା ଏହା ପ୍ରଥମ ମହିଳା ରେହିମେଣ୍ଟ । ବ୍ରିଟିଶ ସେନା ବିରୋଧରେ ଏହି ବାହିନୀ ସଂଗ୍ରାମ କରିଥିଲା । ନେତାଜୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଲକ୍ଷ୍ମୀ ସେହଗଲ ଏହିରେଜିମେଣ୍ଟରେ ରହି କାମ କରୁଥିଲେ ।<ref name="thehindu" /> ତାଙ୍କୁ କର୍ଣ୍ଣେଲ ଉପାଧୀ ମିଳିଥିଲା ଏବଂ ସେ ରେଜିମେଣ୍ଟର ଦାୟିତ୍ଵ ନେଇଥିଲେ । ନେତାଜୀ ସୁଭାଷ ବୋଷ ତାଙ୍କ ଧୀଶକ୍ତି, ସାହସିକ ନେତୃତ୍ୱ ଓ କର୍ତ୍ତବ୍ୟନିଷ୍ଠା ଗୁଣକୁ ଦେଖି ତାଙ୍କୁ ଅଗ୍ନିକନ୍ୟା ଭାବରେ ଅଭିହିତ କରିଥିଲେ । ମାତ୍ର ୨୬ ବର୍ଷ ବୟସରେ ସିଙ୍ଗାପୁର ଯାତ୍ରା କଲାପରେ ୧୯୪୪ ମସିହା ଡିସେମ୍ବର ମାସରେ [[ବର୍ମା]]କୁ ଯାତ୍ରା କରିଥିଲେ ଓ ୧୯୪୫ ରୁ୧୯୪୫ରୁ ୧୯୪୬ ପର୍ଯ୍ୟନ୍ତ ବ୍ରିଟିଶ ସେନା ବର୍ମାର ଅନ୍ଧକାରପୂର୍ଣ୍ଣ ଜଙ୍ଗଲରେ ଗୃହବନ୍ଦୀ କରି ରଖିଥିଲେ। ୧୯୪୬ରେ ବର୍ମା ବ୍ରିଟିଶ ସେନା ହାତରେ ସେ ଧରାପଡ଼ିଥିଲେ । ବ୍ରିଟିଶ ଫୌଜତାଙ୍କୁ ଗିରଫ କରି ନେଇଥିଲେ ଏବଂ ତାଙ୍କ ସଂଘର୍ଷ ସେହିଠାରେ ବନ୍ଦ ହୋଇଯାଇଥିଲା । ପରେ ତାଙ୍କୁ ଭାରତ ଅଣାଯାଇଥିଲା ।
 
ଭାରତ ସ୍ୱାଧୀନତା ପାଇବା ବର୍ଷ ୧୯୪୭ ମାର୍ଚ୍ଚ ମାସରେ ନେତାଜୀଙ୍କର ଅନ୍ୟତମ ବିଶିଷ୍ଟ ସହଯୋଗୀ ଯୋଦ୍ଧା କର୍ଣ୍ଣେଲ ପ୍ରେମକୁମାରଙ୍କ ସହିତ ପାଣି ଗ୍ରହଣ କରିଥିଲେ । ବିବାହ ପରେ ପତି-ପତ୍ନୀ [[କାନପୁର]]ରେ ରହିଥିଲେ । ତାଙ୍କର ଦୁଇ କନ୍ୟା ମଧ୍ୟରୁ ପ୍ରଥମ ସଭାଶିନୀ ଆଲି ଓ ଅନିଶାପୁରୀ । ତା' ପରେ ଦେଶ ସ୍ୱାଧୀନ ହେଲା କିନ୍ତୁ ସେତିକରେ ସେ ସନ୍ତୁଷ୍ଟ ହୋଇ ରହିଯାଇ ନଥିଲେ । ସେ ସାମାଜକି ପରିବର୍ତ୍ତନ ଚାହୁ ଥିଲେ । କାନପରୁ ଠାରେକାନପରୁଠାରେ ରହି ଡାକ୍ତରୀ ଚିକିତ୍ସା କଲାବେଳେ ଦରିଦ୍ର, ଅସହାୟ ଲୋକଙ୍କ ଚିକିତ୍ସାରେ ସେ ମଗ୍ନ ଥିଲେ । ଦେଶ ବିଭାଜନ ପରେ [[ପାକିସ୍ତାନ]]ରୁ ଆସୁଥିବା ଶରଣାର୍ଥୀଙ୍କ ମଧ୍ୟରୁ ବେଶ କିଛି ଲୋକ କାନପୁରକୁ ମଧ୍ୟ ଆସିଥିଲେ । ସେ ସେମାନଙ୍କ ଦାୟିତ୍ୱ ବୁଝିବାସହିତ ସ୍ଥାନୀୟ [[ହିନ୍ଦୁ]] ଓ [[ମୁସଲମାନ]]ଙ୍କ ମଧ୍ୟରେ ସଦ୍ଭାବ ରକ୍ଷା କରିବା ପାଇଁ ପ୍ରଯତ୍ନ କରିଥିଲେ । ତାଙ୍କ ଜୀବନରେ ମାର୍କିନ ଲେଖକ ଏଡ଼ଗାର ସ୍ନୋଙ୍କ ଲିଖିତ ପୁସ୍ତକ '''ରେଡ଼ଷ୍ଟାର ଓଭର ଚାଇନା''' ତାଙ୍କୁ କମ୍ୟୁନିଷ୍ଟ ଆଦର୍ଶ ଆଡ଼କୁ ଆକୃଷ୍ଟ କରିଥିଲା ।୧୯୭୧ରେ ସେ ସିପିଆଇ (ଏମ୍)ରେ ଯୋଗ ଦେଇ ରାଜ୍ୟସଭାକୁ ମନୋନୀତ ହୋଇଥିଲେ । [[ବାଂଲାଦେଶ]] ଯଦ୍ଧୁ ବେଳେ ସେ [[କଲିକତା]]ଠାରେ ଏକ ରିଲିଫ ଓ ମେଡ଼ିକାଲ କ୍ୟାମ୍ପ ପ୍ରତିଷ୍ଠା କରିଥିଲେ । ବାଂଲାଦେଶ ଯୁଦ୍ଧ ଭୟରେ ଭାରତକୁ ପଳାଇ ଆସୁଥିବା ବ୍ୟକ୍ତିଙ୍କ ସହାୟତା ଦିଗରେ ଏହି ଶିବିର କାମ କରୁଥିଲା । ଏହା ପରେ ସେ ସିପିଏମରେ ସଦସ୍ୟ ହୋଇ ରାଜନୈତିକ କାର୍ଯ୍ୟକ୍ରମରେ ସଂପୃକ୍ତ ହୋଇଥିଲେ । ମହିଳାମାନଙ୍କ ଅଧୀକାର ପାଇଁ ସେ ଅଖିଳ ଭାରତୀୟ ଗଣତାନ୍ତ୍ରିକ ମହିଳା ସଂଗଠନ ସ୍ଥାପନରେ ବିଶେଷ ଭୂମିକା ଗ୍ରହଣକରିଥିଲେ । ସାଂପ୍ରଦାୟିକ ସଦ୍ଭାବ ନଷ୍ଟ କରିବା ପାଇଁ ଉଦ୍ୟମ ତାଙ୍କୁ ବହୁତ ବିଚଳିତ କରିଥିଲା । [[ଇନ୍ଦିରା ଗାନ୍ଧୀ]]ଙ୍କ ହତ୍ୟା ପରେ ଦେଶରେ ଶିଖ ବିରୋଧୀ ଦଙ୍ଗା ବ୍ୟାପିଥିବା ବେଳେ ତାଙ୍କର ସାହସିକ ପଦକ୍ଷେପ ଯୋଗୁଁ କାନପୁରରେ ଜଣେ ମଧ୍ୟ ଶିଖମାନଙ୍କ ଉପରେ ଆକ୍ରମଣ ହୋଇନଥିଲା । ଭୋପାଳ ଗ୍ୟାସ ଦୁର୍ଘଟଣାରେ କ୍ଷତିଗ୍ରସ୍ତ ଲୋକଙ୍କୁ ସହାୟତା ପ୍ରଦାନ କାର୍ଯ୍ୟରେ ସେ ସାମିଲ ହୋଇଥିଲେ ।
==ଶେଷ ଜୀବନ==
ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ବାଲ୍ୟ ବିବାହ ଉଚ୍ଛେଦ, ଯୌତୁକ ବ୍ୟାଧି ବିପକ୍ଷ ଓ ଦଳିତଙ୍କୁ ମନ୍ଦିର ପ୍ରବେଶ ପାଇଁ ସେ ନିଜ ସଂଗ୍ରାମ ଜାରି ରଖିଥିଲେ । ଦେଶର ସକରାତ୍ମକ ପରିବର୍ତ୍ତନ ପାଇଁ ସେ ମହିଳା, ଶ୍ରମିକ, ଖଟିଖିଆ ଦିନ ମଜୁରିଆ ତଥା ଗରିବ ଚାଷୀଙ୍କ ପାଇଁ ସବୁବେଳେ ସ୍ୱର ଉତ୍ତୋଳନକରିଥିଲେ । ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତିର ସେ ପ୍ରତିଷ୍ଠାତା ସଦସ୍ୟା ଥିଲେ । ୨୦୦୨ ମସିହାରେ ସେ ବାମଦଳ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିଲେ । ମାତ୍ର ନିର୍ବାଚନରେ ଏ ପି ଜେ ଅବଦୁଲ କାଲାମଙ୍କଠାରୁ ପରାଜିତ ହେଲେ।<ref>{{cite news|title=Freedom fighter Captain Lakshmi Sehgal dead|url=http://www.deccanchronicle.com/node/142996|accessdate=23 July 2012|newspaper=Deccan Chronicle|date=23 July 2012}}</ref> ଲକ୍ଷ୍ମୀ ସେହଗଲଙ୍କ ପେଶା ଡ଼ାକ୍ତରୀବିଦ୍ୟା ଥିଲେ ମଧ୍ୟ ପିଲାଦିନୁ ଦେଶ ପାଇଁ କାର୍ଯ୍ୟ କରିବା ତାଙ୍କ ମନରେ ଜାଗ୍ରତ ହୋଇଥିଲା । ଆଜାଦ ହିନ୍ଦ ଫୌଜର ଝାନସୀ ରାଣୀ ରେଜିମେଣ୍ଟର ନେତୃତ୍ୱ ନେଇଥିବା କାରଣରୁ ତାଙ୍କୁ ବିପ୍ଳବନି ବହ୍ନୀକନ୍ୟା ଭାବେ ଏ ଦେଶରେ ସେ ପରିଚିତ । ଲକ୍ଷ୍ମୀ ସେହଗଲଙ୍କ ୨୩ ଜୁଲାଇ ୨୦୧୨ ତାରିଖ ସୋମବାର ଦିନ ପୂର୍ବାହ୍ନ ୧୧ ଟା ୨୦ ମିନିଟ ସମୟରେ ହୃଦଘାତରେ ୯୭ ବର୍ଷ ବୟସରେ ପରଲୋକ ଗମନ ହୋଇଥିଲା ।<ref>{{cite news| url= http://www.bengalnewz.com/india/uttar_pradesh/072324086.html| title= End of an era: Captain Lakshmi Sehgal passes away}}</ref><ref>{{cite news| url= http://timesofindia.indiatimes.com/india/Captain-Lakshmi-Sahgal-passes-away/articleshow/15103237.cms | title=Captain Lakshmi Sahgal passes away| date= 23 July 2012 | work=The Times Of India}}</ref>