"ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ Bot: Automated text replacement (- ର +ର ) |
ଟିକେ Bot: Automated text replacement (- ରୁ +ରୁ , - ଠାରେ +ଠାରେ , - କୁ +କୁ ) |
||
୩୪ କ ଧାଡ଼ି:
ରାଷ୍ଟୀୟ ସ୍ଵୟଂସେବକ ସଂଘ (ଆରଏସ୍ଏସ୍) [[ମହାତ୍ମା ଗାନ୍ଧୀ|ଗାନ୍ଧିଜୀ]]ଙ୍କ ସେହି ଦର୍ଶନରେ ସମ୍ପୂର୍ଣ୍ଣ ସହମତି ପ୍ରକାଶ କରେ ଯେଉଁଥିରେ କୁହାଯାଏ ଯେ, ହିନ୍ଦୁତ୍ଵରେ ମହମ୍ମଦ, ଜୋରଷ୍ଟର୍ ଓ ମୋଜେଜଙ୍କ ପାଇଁ ଯେତିକି ସ୍ଥାନ ରହିଛି ଯୀଶୁଙ୍କ ପାଇଁ ମଧ୍ୟ ଅନୁରୂପ ସ୍ଥାନ ରହିଛି। [[ଭାରତ]]ରେ ଥିବା ମୁସଲମାନ ଭାଇ ଭଉଣୀମାନେ ଯେ ପ୍ରକୃତରେ ବଳପ୍ରୟୋଗ ଓ ପରିସ୍ଥିତିର ଶିକାର ହୋଇ ହିନ୍ଦୁରୁ ମୁସଲମାନ ଧର୍ମକୁ ପରିବର୍ତ୍ତିତ ହୋଇଛନ୍ତି, ଏହା ମଧ୍ୟ ସ୍ଵୀକାରଯୋଗ୍ୟ । ଏବେ ମଧ୍ୟ ସେମାନେ ବିଭିନ୍ନ ଦୃଷ୍ଟିକୋଣରୁ ହିନ୍ଦୁ ଭାବେ ପରିଗଣିତ। ପ୍ରଗତି, ସମୃଦ୍ଧି ଓ ସ୍ଵାଧିନତା ପାଇ ସେମାନେ ଯେ ଦିନେ ପୁଣି ଥରେ ମନାତନ ବିଶ୍ଵାସ ଓ ଜୀବନ ଶୈଳୀକୁ ଆପଣାଇବେ ଏହି ବିଶ୍ଵାସ ରଖାଯିବା ଉଚିତ। ଇଂରେଜମାନଙ୍କ ଡିଭାଇଡ ଆଣ୍ଡ ରୁଲ ନୀତି ଯୋଗୁଁ ତତ୍କାଳୀନ ଭାରତୀୟ ରାଜନୀତିଜ୍ଞ ଓ ନେତାମାନେ ଅଖଣ୍ଡ ଭାରତର ସାର୍ବଭୌମତ୍ଵ ସହ ସାଲିସ କରିବାକୁ ବାଧ୍ୟ ହୋଇଥିଲେ । ଯେଉଁଥିପାଇଁ ଆମକୁ ଦେଶ ବିଭାଜନର ଶକ୍ତ ଧକ୍କା ସହ୍ୟ କରିବାକୁ ପଡ଼ିଲା । କିନ୍ତୁ ସଂଘ ପରିବାର ମୂଳ ଭାରତୀୟ ସଂସ୍କୃତି, ସଭ୍ୟତା ଓ ବିଭିନ୍ନ ସଂପ୍ରଦାୟ ମଧ୍ୟରେ ଐକ୍ୟ ଉପରେ ବିଶ୍ଵାସ ରଖେ । ଆରଏସ୍ ଏସ୍ ଗଠନ ହେବା ଦିନଠାରୁ ରାଷ୍ଟ୍ର ଗଠନ ପାଇଁ କାର୍ଯ୍ୟ କରି ଆସିଛି। ୧୯୩୦-୪୦ ଦଶକରେ ଭାରତ ଯେଉଁ ଘଡିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଥିଲା ସେହି ସମୟରେ ରାଷ୍ଟ୍ରର ଅଖଣ୍ଡତା ବଜାୟ ରଖିବା ସହ ଭାରତ ଗଠନରେ ଆରଏସ୍ ଏସ୍ର ଭୂମିକାକୁ ଯେ କେହି ମଧ୍ୟ ସ୍ଵୀକାର କରିବ । କିନ୍ତୁ ପରବର୍ତ୍ତୀ ସମୟରେ ଗାନ୍ଧିଜୀଙ୍କ ହତ୍ୟା ଓ ଶାସନରେ ରହୁଥିବା ରାଜନୈତିକ ଦଳଗୁଡିକର ଚକ୍ଷୁଶୀଳତା ଯୋଗୁଁ ଏହାର ଗାରିମାରେ ଆଞ୍ଚ ଆସିଥିଲା।
ଗାନ୍ଧିଜୀ ୧୯୩୪ ଡିସେମ୍ବରରେ ୱ୍ଆର୍ଦ୍ଧାସ୍ଥିତ ଆରଏସ୍ଏସ୍ ଶୀତକାଳୀନ ଶିବିରକୁ ପରିଦର୍ଶନରେ ଯାଇଥିଲେ ଓ ସେପ୍ଟେମ୍ବର ୧୯୪୭ରେ ଦିଲ୍ଲୀର ଭଙ୍ଗି
=== ପ୍ରଥମ ଦଶନ୍ଧି ===
ପ୍ରଥମ ୧୦ ବର୍ଷରେ ଭାରତୀୟ ଜନସଂଘ ସାଙ୍ଗଠନିକ ନୀତି ନିର୍ଦ୍ଧାରଣ, ଦଳୀୟ ଆଦର୍ଶ ବିସ୍ତାର ଓ ରାଜନୈତିକ ନୀତି ନିର୍ଦ୍ଧାରଣ, ଦଳୀୟ ଆଦର୍ଶ ବିସ୍ତାର ଓ ରାଜନୈତିକ ଅଭିବୃଦ୍ଧି ପାଇଁ ଗୁରୁତ୍ଵ ପ୍ରଦାନ କରିଥିଲା। ଏହି ଦଶନ୍ଧିରେ ଦଳ କାଶ୍ମୀର, କଚୁ ଓ ବେରୁବାରିର ପ୍ରାଦେଶିକ ଅଖଣ୍ଡତା ପ୍ରସଙ୍ଗକୁ ଦୃଢତାର ସହ ଉତଥାପଏ କରିଥିଲା। ଏଥିପାଇଁ ଦଲର ସଂଘର୍ଷ ମଧ୍ୟ ଉଲ୍ଲେଖଯୋଗ୍ୟ । ଏହି ସଂଘର୍ଷରେ ଦଲର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଡଃ ମୁଖାର୍ଜୀ କାଶ୍ମୀର ଜେଲରେ ଶହୀଦ ହୋଇଥିଲେ। ସମ୍ବିଧାନର ଧାରା ୪୮ ଅନ୍ତର୍ଗତ ଦଳ ଗୋମାତାର ସୁରକ୍ଷା ପାଇଁ ଦାବି କରିଥିଲା। ଗାନ୍ଧିଜୀଙ୍କ ଘୋଷଣା ମୁତାବକ ଗୋମାତାର ସୁରକ୍ଷା ସ୍ଵରାଜ ଠାରୁ ମଧ୍ୟ ଅଧିକ ଗୁରୁତ୍ଵପୂର୍ଣ୍ଣ । ଏହା ଉପଲବ୍ଧି କରି ଦଳ ଗୋମାତାର ସୁରକ୍ଷା ପାଇଁ ଅଣ୍ଟା ଭିଡିଥିଲା। ଜମିଦାରୀ ଓ ଜାଗିରିଦାରୀ ପ୍ରଥା ବିରୁଦ୍ଧରେ ଭାରତୀୟ ଜନସଂଘ ନିଜର ସ୍ଵର ଦୃଢ କରିବା ସହ ପରମିଟ୍ ଲାଇସେନ୍ସ - କୋଟା ରାଜକୁ ତୀବ୍ର ବିରୋଧ କରିଥିଲା। ରାଷ୍ଟ୍ରୀୟ ସୁରକ୍ଷାକୁ ଅଧିକ୍ ମଜବୁତ କରିବା ପାଇଁ ଭାରତୀୟ ଜନସଂଘ ହିଁ ଆଣବିକ ଶକ୍ତିକୁ ଏକ ବିକଳ୍ପ ଭାବେ ଗ୍ରହଣ କରିବା ପାଇଁ ପ୍ରସ୍ତାବ ଦେଇଥିଲା । ୧୯୬୨ରେ ଚୀନ ଓ ୧୯୬୫ରେ ପାକିସ୍ତାନ ସହ ଯୁଦ୍ଧ ସମୟରେ ସଂଘ ପରିବାର ଦେଶରେ ଏକ ମହତ୍ତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା। ଏପରିକି ୧୯୬୫ ଯୁଦ୍ଧ ସମୟରେ ଆରଏସ୍ଏସକୁ ପୁଲିସ କାର୍ଯ୍ୟରେ ନିୟୋଜିତ କରାଯାଇଥିଲା। ଏହି ସମୟରେ ଆରଏସଏସର୍ କାର୍ଯ୍ୟ କୁଶଳତା ଓ ନିଛକ ଦେଶପ୍ରେମ ଦେଶର୍ ସବୁ ସଂପ୍ରଦାୟ ବେଶ ଉପଲବ୍ଧି କରିପାରିଥିଲେ। ଯାହାଦ୍ଵାରା ହଜାର ହଜାର ସଂଖ୍ୟାରେ ମୁସଲମାନ ସଂପ୍ରଦାୟର ଲୋକମାନେ ଜନସଂଘରେ ଯୋଗଦେଇଥିଲେ। ସେଥିପାଇଁ ଶ୍ରୀ ଗୁରୁଜୀଙ୍କୁ ସ୍ବତନ୍ତ୍ର ଭାବେ ରାଷ୍ଟ୍ରୀୟ ଏକତା ପରିଷଦକୁ ନିମନ୍ତ୍ରିତ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଜେନେରାଲ୍ କୁଲବନ୍ତ ସିଂ କହିଥିଲେ ଯେ, ପଞ୍ଜାବ ହେଉଛି ଭାରତର ଖଡ୍ଗ ଓ ଆରଏସ୍ଏସ୍ ପଞ୍ଜାବର ଖଡ୍ଗ।
ପରାଧୀନ ଥିବାରୁ ସବୁ ଦେଶରେ ଯେଉଁ ଦଳ ରାଷ୍ଟ୍ରର ସ୍ବାଧୀନତା ସଂଗ୍ରାମରେ ନିୟୋଜିତ ହୋଇଥାଏ, ସେହିଦଳ ସ୍ବାଧୀନତା ପରେ ଅନେକ ସମୟ ଧରି କ୍ଷମତାରେ ରହିବା ସ୍ଵାଭାବିକ । ସେହିପରି କଂଗ୍ରେସ ମଧ୍ୟ ସ୍ଵାଧୀନୋତ୍ତର ଭାରତରେ ଦୀର୍ଘ ୨୦ ବର୍ଷ ପର୍ଯ୍ୟନ୍ତ ଶାସନରେ ରହିଥିଲା । କିନ୍ତୁ ୧୯୬୭ରେ କଂଗ୍ରେସର ଏଭଳି ଏକାଧିପତ୍ୟ ନଷ୍ଟ ହେଲା । ପଞ୍ଜାବରୁ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ସବୁଠାରେ ଅଣକଂଗ୍ରେସ ମେଣ୍ଟ କ୍ଷମତାକୁ ଆସିଲା । କୁହାଗଲା, ଅମୃତସରରୁ କୋଲକାତା ପର୍ଯ୍ୟନ୍ତ ଗଲେ ରାସ୍ତାରେ ଗୋଟିଏ ହେଲେ ମଧ୍ୟ କଂଗ୍ରେସଶାସିତ ରାଜ୍ୟ ପଡ଼ିବ ନାହିଁ । ପ୍ରାୟ ଅଧିକାଂଶ ରାଜ୍ୟରେ ଜନସଂଘ ଓ କମ୍ୟୁନିଷ୍ଟମାନେ ମିଳିତ ଭାବେ କାର୍ଯ୍ୟ କରୁଥିଲେ । ଉଭୟଙ୍କ ମଧ୍ୟରେ ଗୋଟିଏ ପ୍ରତିବଦ୍ଧତା ଥିଲା ଯେ, ସମସ୍ତେ ଭାରତମାତାର ସନ୍ତାନ ଓ ସମସ୍ତେ ବିଂଶ ଶତାବ୍ଦୀରେ ଜନ୍ମିତ । କିନ୍ତୁ ଏହା ଅର୍ଥ ଓ ବାହୁବଳରେ ବିଭିନ୍ନ ରାଜ୍ୟରେ କ୍ଷମତାସୀନ ଅଣକଂଗ୍ରେସ ସରକାରମାନଙ୍କୁ ଗାଦିଚ୍ୟୁତ କରିବା ପାଇଁ ଚେଷ୍ଟା କଲା । ଏହାଦ୍ଵାରା ଜନସଂଘ ବିଚଳିତ ହୋଇନଥିଲା। ହେଲେ ଦେଶରେ ଐତିହ୍ୟ ଓ ଅଖଣ୍ଡତା ପାଇଁ କାର୍ଯ୍ୟ କରୁଥିବା ସଂଘ ପରିବାରର ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନେତୃତ୍ଵରେ କାଲିକଟଠାରେ ଅନୁଷ୍ଠିତ ଏସ ମହାସଭାରେ କୁହାଗଲା ଯେ, ସବୁ ଭାରତୀୟ ଭାଷା ପାଇଁ ମିଳିବ ସହଯୋଗ । ଏହାଦ୍ଵାରା ଦେଶର ସବୁ ଭାଷାଭାଷୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଗଲା । ଏପରିକି ଦାକ୍ଷିଣାତ୍ୟରେ ମାଲାୟାଲାମ ଭାଷାରେ ପ୍ରକାଶିତ ମାତୃଭୂମି ଭାରତୀୟ ଜନସଂଘର ଏହି ଅଧିବେଶନକୁ ଏଥର ଗଙ୍ଗା ଦାକ୍ଷିଣାତ୍ୟକୁ ଆସୁଛି ବୋଲି ବର୍ଣ୍ଣନା କରିଥିଲା । କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ, ଦିନଦୟାଲଜୀଙ୍କ ଏହି ଐତିହାସିକ ଅଧିବେଶନର କିଛି ଦିନ ପରେ ତାଙ୍କୁ ମୋଗଲସରାଇ ରେଳ
ଦିନଦୟାଲଜୀଙ୍କ ହତ୍ୟା ଭାରତୀୟ ଜନସଂଘ ପାଇଁ ଏକ ଶକ୍ତ ଧକ୍କା ଥିଲା । କିନ୍ତୁ ଏହା ଦଳକୁ କର୍ତ୍ତବ୍ୟ ପଥରୁ ବିଚ୍ୟୁତ କରିପାରିନଥିଲା । ପୁଣି ଥରେ ଶ୍ରୀ [[ଅଟଳ ବିହାରୀ ବାଜପେୟୀ]]ଙ୍କ ନେତୃତ୍ଵରେ ଦଳ ନିଜକୁ [[ବାଂଲାଦେଶ]]ର ମୁକ୍ତି ଆନ୍ଦୋଳନରେ ସାମିଲ କଲା । ଦେଶରେ ବର୍ଦ୍ଧିତ ଖାଦ୍ୟ ପଦାର୍ଥ ମୂଲ୍ୟ ଓ ଖାଦ୍ୟାଭାବ ବିରୋଧରେ ବୃହତ ଆନ୍ଦୋଳନ କଲା । ୧୯୭୧ରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ଦଳ ନିଜର ନିର୍ବାଚନୀ ଇସ୍ତାହାରରେ ଦାରିଦ୍ର୍ୟ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିଥିଲା । ଚିରାଚରିତ ଭାବେ ପରଶ୍ରୀକାତର କଂଗ୍ରେସ ଏହି ସ୍ଲୋଗାନକୁ ଚୋରି କରି ନେଇ ହିନ୍ଦୀରେ ରୂପାନ୍ତରିତ କରି ଗରିବ ହଟାଓ ଆହ୍ଵାନ ଦେଲା। ଏହି ସ୍ଲୋଗାନ ବେଶ ଲୋକପ୍ରିୟ ହେଲା । ଫଳରେ ୧୯୭୧-୭୨ ନିର୍ବାଚନରେ କଂଗ୍ରେସକୁ ପ୍ରବଳ ଜନମତ ମିଳିଲା। ଏହାସତ୍ତ୍ଵେ ଜନସଂଘ ରାଜନୈତିକ ଉତଥାନ ଓ ପତନକୁ ସାହସ ଓ ଧୈର୍ଯ୍ୟର ସହ ସମ୍ମୁଖୀନ ହେଲା ।
== ଅଖଣ୍ଡ ମାନବବାଦ ==
ଦଳର ଦର୍ଶନ ଅଖଣ୍ଡ ମାନବବାଦ ଉପରେ ଆଧାରିତ ଯାହା ୧୯୬୫ ଏପ୍ରିଲ
ପଞ୍ଚଜୈନ୍ୟ (ସପ୍ତାହିକି) ଓ [[ଲକ୍ଷ୍ନୌ]]ରୁ ପ୍ରକାଶ ପାଉଥିବା ସ୍ଵଦେଶ (ଦୈନିକ)ର ସମ୍ପାଦନ ଦାୟିତ୍ଵରେ କାର୍ଯ୍ୟ କରିଥିବା ପଣ୍ଡିତ ଉପାଧ୍ୟାୟ ହିନ୍ଦୀରେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଉପନ୍ୟାସ ରଚନା କରିଥିଲେ। ଶଙ୍କରାଚାର୍ଯ୍ୟଙ୍କ ଆତ୍ମଜୀବନୀ ହିନ୍ଦୀରେ ରଚନା କରି ପଣ୍ଡିତ ଉପାଧ୍ୟାୟ ହିନ୍ଦୀ ଭାଷା ସାହିତ୍ୟରେ ଏକ ଅନନ୍ୟ ସ୍ଥାନ ସୃଷ୍ଟି କରିପାରିଥିଲେ । ଆରଏସ୍ଏସ୍ର ପ୍ରତିଷ୍ଠାତା ଡଃ ହେଗଡେୱ୍ଆରଙ୍କ ଆତ୍ମଜୀବନୀକୁ ମଧ୍ୟ ମରାଠୀରୁ ହିନ୍ଦୀକୁ ପଣ୍ଡିତ ଉପାଧ୍ୟାୟ ଅନୁବାଦ କରିଥିଲେ। ଏକ ଅଭାବନୀୟ ପରିସ୍ଥିତିରେ ୧୯୬୮ ଫେବୃଆରୀ ୧୧ରେ ପଣ୍ଡିତ ଉପାଧ୍ୟାୟଙ୍କ ଦେହାନ୍ତ ସମଗ୍ର ଦେଶ ପାଇଁ ଏକ ଅପୂରଣୀୟ କ୍ଷତି ସୃଷ୍ଟି କରିଥିଲା ।
|