"ମାନ୍ନା ଦେ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ରେ +ରେ )
ଟିକେ Bot: Automated text replacement (- ରୁ +ରୁ , - ଠାରେ +ଠାରେ , - କୁ +କୁ )
୨୧ କ ଧାଡ଼ି:
}}
 
'''ପ୍ରବୋଧ ଚନ୍ଦ୍ର ଦେ''' (୧ ମେ ୧୯୧୯-୨୪ ଅକ୍ଟୋବର ୨୦୧୩), ରଙ୍ଗମଞ୍ଚ ଦୁନିଆଁରେ ମାନ୍ନା ଦେ ନାମରେ ପରିଚିତ, ଜଣେ [[ଭାରତ|ଭାରତୀୟ]] ପାର୍ଶ୍ଵ ଗାୟକ । ସେ ୧୯୪୨ ମସିହାରେ ହିନ୍ଦୀ ଚଳଚ୍ଚିତ୍ର [[ତମନ୍ନା (ଚଳଚ୍ଚିତ୍ର)|ତମନ୍ନା]]ରୁ ନିଜର ଚଳଚ୍ଚିତ୍ର ଜୀବନ ଆରମ୍ଭ କରି ୨୦୧୩ ମସିହା ମଧ୍ୟରେ ୪୦୦୦ରୁ ଅଧିକ ଗୀତରେ କଣ୍ଠଦାନ କରିଛନ୍ତି । ସେ ୧୯୭୧ ମସିହାରେ [[ଭାରତ]] ସରକାରଙ୍କ ଦ୍ୱାରା [[ପଦ୍ମଶ୍ରୀ]] ପୁରସ୍କାର , ୨୦୦୫ ମସିହାରେ ପଦ୍ମଭୂଷଣ ପୁରସ୍କାର ଏବଂ ୨୦୦୭ ମସିହାରେ ଦାଦା ସାହେବ ଫାଲକେ ପୁରସ୍କାରରେ ସମ୍ମାନିତ ହୋଇଥିଲେ । ମାନ୍ନା ଦେ ମୂଖ୍ୟତଃ [[ହିନ୍ଦୀ ଭାଷା|ହିନ୍ଦୀ]] ଓ [[ବଙ୍ଗଳା ଭାଷା|ବଙ୍ଗଳା]] ସଂଗୀତରେ କଣ୍ଠଦାନ କରିଛନ୍ତି । ତାହା ବ୍ୟତୀତ ଅନ୍ୟ କେତେକ ଭାରତୀୟ ଭାଷାରେ ମଧ୍ୟ କଣ୍ଠଦାନ କରିଛନ୍ତି । ୨୦୧୩ ମସିହା ଅକ୍ଟୋବର ୨୪ ତାରିଖରେ ବାଙ୍ଗାଲୋର ଠାରେବାଙ୍ଗାଲୋରଠାରେ ୯୪ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଥିଲା ।
 
==ହିନ୍ଦୀ ଚଳଚ୍ଚିତ୍ରରେ ପ୍ରବେଶ==
୧୯୪୨ରେ ଦେ କ୍ରିଷ୍ଣ ଚନ୍ଦ୍ର ଦେଙ୍କ ସହିତ [[ବମ୍ବେ]] କୁ ଯାଇଥିଲେ । ସେଠାରେ ସେ ପ୍ରଥମେ କ୍ରିଷ୍ଣ ଚନ୍ଦ୍ର ଦେଙ୍କ ଅଧୀନରେ ଓ ପରେ [[ସଚିନ ଦେବ ବର୍ମନ]] ଅଧୀନରେ ସହ ସଂଗୀତ ନିର୍ଦ୍ଦେଶକ ଭାବେ କାମ କରିଥିଲେ । ମାନ୍ନା ଦେ ଯେତେବେଳେ ହିନ୍ଦୀ ଚଳଚ୍ଚିତ୍ରରେ ସଂଗୀତ ନିର୍ଦ୍ଦେଶକ ଭାବେ କାମ କରୁଥିଲେ , ସେତେବେଳେ ସେ [[ଉସ୍ତାଦ ଅମନ ଅଲ୍ଲୀ ଖାନ]] ଓ ଉସ୍ତାଦ ଅବଦୁଲ ରେହମାନ ଖାନଙ୍କଠାରୁ ହିନ୍ଦୀ ଶାସ୍ତ୍ରୀୟ ସଙ୍ଗୀତ ଶିଖୁଥିଲେ ।
 
==ହିନ୍ଦୀ ଚଳଚ୍ଚିତ୍ରରେ ଜୀବନ==
ଦେ ପ୍ରଥମେ ୧୯୪୨ରେ ହିନ୍ଦୀ ଚଳଚ୍ଚିତ୍ର ''ତମନ୍ନା'' ରୁ ପ୍ରଚ୍ଛଦପଟ୍ଟ ଗାୟକ ଭାବେ ନିଜର ସଙ୍ଗୀତ ଜୀବନ ଆରମ୍ଭ କରିଥିଲେ ।
ସୁରୟାଙ୍କ ସହିତ କ୍ରିଷ୍ଣ ଚନ୍ଦ୍ର ଦେ ଓ ମନ୍ନା ଏକାଠି ମିଶି ଗାଇଥିବା "ଜାଗୋ ଆୟି ଉଷା ପନ୍ଛି ବୋଲେ ଜାଗୋ" ତାଙ୍କ ଜୀବନର ପ୍ରଥମ ସଫଳ ସଂଗୀତ ଥିଲା । ୧୯୫୨ରେ ବଙ୍ଗଳା ଓ ମରାଠୀ ଭାଷାରେ ନିର୍ମିତ "'''ଅମର ଭୁପାଲି''''''' ଫିଲ୍ମରେ କଣ୍ଠଦାନ କରି ବଙ୍ଗାଳୀ ଓ ମରାଠୀ ସିନେ ଜଗତରେ ଦେ ନିଜକୁ ଏକ ମୁଖ୍ୟ ପ୍ରଚ୍ଛଦପଟ୍ଟ ଗାୟକଭାବେ ପ୍ରତିଷ୍ଠିତ କରିଥିଲେ । ୧୯୪୮-୧୯୫୪ ଅନେକ ଭାରତୀୟ ଶାସ୍ତ୍ରୀୟ ସଂଗୀତ ଓ ପପ୍ ସଂଗୀତର ମିଶ୍ରଣ ଥିବା ଗୀତଗୁଡିକୁ ଗାଇ ସେ ନିଜର ଏକ ସ୍ବତନ୍ତ୍ର ପ୍ରତିଭା ପ୍ରଦର୍ଶନ କରିଥିଲେ । ୧୯୫୩ ମସିହାରେ ସେ ପ୍ରଥମେ ହିନ୍ଦୀ ଗଜଲ୍ ଗାଇବା ଆରମ୍ଭ କରିଥିଲେ । ୧୯୫୩ରେ ନିର୍ମିତ '''"ଦୋ ବିଘା ଜମିନ୍"'''''''ରେ ସଲିଲ୍ ୈଚୋଧରୀ ଦ୍ବାରା ରଟିତ ୨ଟି ହିଟ୍ ସଂଗୀତରେ କଣ୍ଠଦାନ କରି ସେ ସାରା ଦେଶରେ ପ୍ରସିଦ୍ଧି ଅର୍ଜନ କରିଥିଲେ । ୧୯୫୭ରେ ୯୫ ଓ ୧୯୫୮ରେ ୬୪ଟି ହିନ୍ଦୀ ଗୀତ ଗାଇ ସେ ସଫଳତାର ଶିଖର ଛୁଇଁଥିଲେ । ୧୯୫୩-୧୯୬୯ ମସିହା ଥିଲା ହିନ୍ଦୀ ସିନେ ଜଗତରେ ଦେ'ଙ୍କ ପାଇଁ ସଫଳତା ତୋଳି ଧରିବାର ସମୟ । ଏହି ସମୟ ମଧ୍ୟରେ ସେ ୭୫୮ଟି ହିନ୍ଦୀ ସଂଗୀତ ରେକର୍ଡ କରିଥିଲେ । ୧୯୯୨ ମସିହାରୁ ସେ ହିନ୍ଦୀ ସଂଗୀତ ଦୁନିଆରୁ ଦୁରେଇ ଗଲେ । ସେ ଶେଷଥର ପାଇଁ ୨୦୦୬ରେ ମୁକ୍ତିଲାଭ କରିଥିବା ହିନ୍ଦୀ ଚଳଚ୍ଚିତ୍ର '''ଉମାର'''ରେ ସୋନୁ ନିଗମ ଓ କବିତା କ୍ରିଷ୍ଣମୂର୍ତ୍ତୀଙ୍କ ସହିତ ଗାଇଥିଲେ । ମାନ୍ନା ଦେ ୧୦୨ରୁ ଅଧିକ ସଂଗୀତ ନିର୍ଦ୍ଦେଶକଙ୍କ ସହ କାମ କରିଥିଲେ ।