"ବାହାଈ ଧର୍ମ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ added Category:ଧର୍ମ using HotCat
ଟିକେ Bot: Automated text replacement (- ରୁ +ରୁ )
୧ କ ଧାଡ଼ି:
{{ଛୋଟ|Bahá'í Faith}}
[[File:New delhi temple.jpg|thumb|alt=ପଦ୍ମ ମନ୍ଦିର, (ବାହାଈ ଉପାସନା ଗୃହ) |upright=1.25|ପଦ୍ମ ମନ୍ଦିର (ବାହାଈ ଉପାସନା ଗୃହ), ନୂଆଦିଲ୍ଲୀ]]
[[ଇରାନ]] (ପର୍ସିଆ)ରେ ମୁଖ୍ୟତଃ ସିଆ [[ମୁସଲମାନ]]ମାନେ ବାସ କରନ୍ତି । ସେଠାରେ ୧୮୫୨ ମସିହାରେ ମିର୍ଜା ହୁସୈନ ଆହି ନାମକ ଜଣେ ୩୫ ବର୍ଷ ବୟସର ଯୁବକ ଜେଲରୁ ଘୋଷଣା କଲେ ଯେ ସେ ହିଁ ହେଉଛନ୍ତି ଈଶ୍ୱରଙ୍କର ଏକ ନୂତନ ଅବତାର । ତା’ପରେ ସେ ନିଜକୁ ବାହାଉଲ୍ଲା ଅର୍ଥାତ୍ ଈଶ୍ୱରଙ୍କ ଯଶସ୍ୱୀ ଅବତାର ବୋଲି ଘୋଷଣା କରିବାରୁ ତାଙ୍କୁ ଇରାନ୍ ରୁଇରାନ୍ରୁ ବିତାଡ଼ିତ କରିଦିଆଗଲା । ନିର୍ବାସନ ଓ ବିତାଡ଼ିତ ଜୀବନରେ ମଧ୍ୟ ତାଙ୍କର ଜୀବଦ ଓ ଦର୍ଶନ ପ୍ରତି ଆକୃଷ୍ଟ ହୋଇ ଅନେକ ମୁସଲମାନ, [[ଖ୍ରୀଷ୍ଟିଆନ]] ଏବଂ [[ଇହୁଦି]] ଲୋକମାନେ ତାଙ୍କର ଆଦର୍ଶକୁ ଅନୁସରଣ କରିବାକୁ ଲାଗିଲେ । ଏହି ପ୍ରକାର ପରିସ୍ଥିତିରୁ ଉନବିଂଶ ଶତାବ୍ଦୀରେ [[ପୃଥିବୀ]]ର କନିଷ୍ଟତମ ଧର୍ମ ବାହାଈ ପନ୍ଥା ବା ଧର୍ମ ସୃଷ୍ଟି ହୋଇ କ୍ରମେ କ୍ରମେ ବିଭିନ୍ନ ଦେଶରେ ପରିବ୍ୟାପ୍ତ ହେବାକୁ ଲାଗିଲା । ତାଙ୍କ ଧର୍ମରେ ଦୁଇଟି ପ୍ରଧାନ ପୁସ୍ତକ ଅଛି । (୧) ସାତୋଟି ଉପତ୍ୟକା (୨) କିତାବ-ଇ-ଅଖତାବ । ବାହାଈମାନେ ସାଧାରଣତଃ ବଡ଼ ଉଦାରଧର୍ମୀ ଏବଂ ମାନବିକତା, ଆଦର୍ଶ ପ୍ରଚାର କରନ୍ତି । ତାଙ୍କର ତତ୍ତ୍ୱ ଏବଂ ଦର୍ଶନ ସଂକ୍ଷେପରେ ଦିଆଯାଇଛି-
# ଆମେମାନେ ସମସ୍ତେ ଯେଝା ମାର୍ଗରେ ସତ୍ୟର ଅନୁସନ୍ଧାନ କରିବା ଆବଶ୍ୟକ
# କୌଣସି ପ୍ରକାର ଅନ୍ଧବିଶ୍ୱାସ ଦ୍ୱାରା ଆମେ ପ୍ରଭାବିତ ନହେଲେ ଭଲ
୯ କ ଧାଡ଼ି:
# ଆଧୁନିକ ବିଜ୍ଞାନ ଓ ଧର୍ମ ଭାବନା ମଧ୍ୟରେ ସହଯୋଗ ତଥା ସଂହତି ରହିବା ଅତ୍ୟନ୍ତ ଆବଶ୍ୟକ ଏବଂ
# ନାରୀ ଓ ପୁରୁଷଙ୍କ ମଧ୍ୟରେ କୌଣସି ପ୍ରକାର ଭେଦଭାବ ରହିବା ଅନୁଚିତ୍ ।
ଏହିଭଳି ଉଦାର, ମାନବିକତା ଧର୍ମର ମନୋଭାବ ଯୋଗୁଁ ବାହାଈପନ୍ଥୀମାନେ କଠୋରପନ୍ଥୀମାନଙ୍କ ଦ୍ୱାରା ନିର୍ଯାତିତ ଓ ନିହତ ହେଉଥିବାରୁ ହଜାର ହଜାର ସଂଖ୍ୟାରେ ଇରାନ୍ ରୁଇରାନ୍ରୁ ପଳାଇଯାଇ ଅନ୍ୟ ଦେଶରେ ବସବାସ କରୁଛନ୍ତି ।<ref>ଡା. କବିପ୍ରସାଦ ମିଶ୍ର, ରବିବାର ସମାଜ, ପୃଷ୍ଠା-୭, ମେ୨୦-୨୬, ୨୦୧୨ </ref>
 
[[ଦିଲ୍ଲୀ]]ରେ ଥିବା ‘ପଦ୍ମ ମନ୍ଦିର’ ଟି ବାହାଈ ଧର୍ମର ଉପାସନା ଗୃହ ଅଟେ । ଫୁଟିଥିବା ପଦ୍ମ ଆକାରର ଏହି ସଂପୂର୍ଣ୍ଣ ଶଙ୍ଖ ମଲମଲ ପଥରରେ ନିର୍ମିତ ଉପାସନା ଗୃହ ପୃଥିବୀର ଏକ ବିସ୍ମୟ ସୃଷ୍ଟି । ଏହି ମନ୍ଦିରରେ ବ୍ୟବହୃତ ହୋଇଥିବା ପ୍ରତ୍ୟେକ ଖଣ୍ଡ ଶଙ୍ଖ ମଲମଲ ପଥର କମ୍ପ୍ୟୁଟର ଦ୍ୱାରା ମାପଚୁପ ହୋଇ ନିର୍ମିତ ହୋଇଛି । କୋଟି କୋଟି ଟଙ୍କାରେ ନିର୍ମିତ ଏହି ବିରାଟ ମନ୍ଦିର ପ୍ରକଳ୍ପ ଏବଂ ଏହାର ଅତି ସୁନ୍ଦର ପରିବେଶ ଆଧୁନିକ ଯୁଗରେ ନିର୍ମାଣ ଦୃଷ୍ଟିରୁ ଏବଂ ସୌନ୍ଦର୍ଯ୍ୟ ଦୃଷ୍ଟିରୁ ଏକ ବିରାଟ ଓ ମହାନ ସୃଷ୍ଟି ।