"ପୃଥିବୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ରେ +ରେ )
ଟିକେ Bot: Automated text replacement (- ରୁ +ରୁ , - କୁ +କୁ )
୫୮ କ ଧାଡ଼ି:
 
=== ରାସାୟନିକ ସଂଗଠନ ===
ପୃଥିବୀ ମୁଖ୍ୟତଃ ଲୌହ (୩୨.୧%), ଅମ୍ଳଜାନ (୩୦.୧%), ସିଲିକନ୍‌ (୧୫.୧%), ମାଗ୍ନେସିୟମ୍‌ (୧୩.୯%), ସଲ୍‌ଫର୍‌ (୨.୯%), ନିକେଲ୍‌ (୧.୮%), କ୍ୟାଲ୍‌ସିୟମ୍‌ (୧.୫%), ଆଲୁମିନିୟମ୍‌ (୧.୪%) ଓ ଅନ୍ୟାନ୍ୟ ମୌଳିକ (୧.୨%) କୁ ନେଇ ଗଠିତ । କେନ୍ଦ୍ରାଞ୍ଚଳ ମୁଖ୍ୟତଃ ଲୌହ (୮୮.୮%), ନିକେଲ୍‌ (୫.୮%), ସଲ୍‌ଫର୍‌ (୪.୫%) ଓ ୧% ଅନ୍ୟ ମୋଳିକକୁ ନେଇ ଗଠିତ ।
 
ଭୂତ୍ୱକ୍‌ର ୪୭% ରୁ ଅଧିକ ଅମ୍ଳଜାନରେ ତିଆରି । ଭୂତ୍ୱକ୍‌ର ପ୍ରାୟ ଅଂଶ ଅମ୍ଳଜାନର ଯୌଗିକ ଅଟନ୍ତି । ମୁଖ୍ୟ ଅମ୍ଳଜାନ ଯୌଗିକମାନେ ହେଲେ ସିଲିକା, ଆଲୁମିନା, ଲୌହ ଅକ୍ସାଇଡ୍‌, ଚୂନ, ମାଗ୍ନେସିଆ, ପଟାସ୍‌ ଓ ସୋଡ଼ା । ଶିଳା ପରୀକ୍ଷଣରୁ ଜଣାପଡ଼େ ଯେ ୯୯.୨୨% ମାତ୍ର ୧୧ଟି ଅମ୍ଳଜାନ ଯୌଗିକରୁ ତିଆରି ।
 
=== ଆକୃତି ===
୮୧ କ ଧାଡ଼ି:
 
=== ପୃଷ୍ଠତଳ ===
ପୃଥିବୀର ପୃଷ୍ଠତଳରେ ସ୍ଥଳବିଶେଷରେ ଅନେକ ପରିବର୍ତ୍ତନ ଲକ୍ଷ୍ୟ କରାଯାଏ । ପୃଥିବୀର ୭୦% ରୁ ଅଧିକ ଜଳରେ ଆଚ୍ଛାଦିତ । ସମୁଦ୍ରତଳ ଅନେକାଂଶରେ ସ୍ଥଳଭାଗ ସହିତ ସମାନ । ୩୦% ସ୍ଥଳଭାଗ ଜଙ୍ଗଲ, ମରୁଭୂମି, ସମତଳ, ପର୍ବତ ଓ ମାଳଭୂମିକୁ ନେଇ ଗଠିତ । ମାନବ ସଭ୍ୟତା ସହରୀକରଣର ମାୟାରେ ମୋହିତ ।
 
ଭୂପୃଷ୍ଠକୁ ପରିବର୍ତ୍ତନ କରିବା ପାଇଁ ଅନେକ କାରକ ଅଛି । ମୁଖ୍ୟ କାରକ ହେଉଛି ଭୂଚଳନ, ଅନ୍ୟ କାରକମାନେ ହେଲେ ପବନ, ଜଳ, ସାଗର ଦ୍ୱାରା ମୃତ୍ତିକା କ୍ଷୟ, ଗ୍ରହାଣୁ ସଂଘାତ ଇତ୍ୟାଦି । ପୃଥିବୀପୃଷ୍ଠ ସାଧାରଣତଃ ୩ ପ୍ରକାରର ଶିଳାକୁ ନେଇ ଗଠିତ ।
"https://or.wikipedia.org/wiki/ପୃଥିବୀ"ରୁ ଅଣାଯାଇଅଛି