"କଳାହାଣ୍ଡି ଜିଲ୍ଲା" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ Bot: Automated text replacement (- ରେ +ରେ ) |
ଟିକେ Bot: Automated text replacement (- ଠାରେ +ଠାରେ ) |
||
୫୯ କ ଧାଡ଼ି:
'''କଳାହାଣ୍ଡି''' (ଆଞ୍ଚଳିକ ଭାଷାରେ କଳାହାନି ମଧ୍ୟ କୁହାଯାଇଥାଏ) [[ଓଡ଼ିଶା]]ର ପଶ୍ଚିମାଞ୍ଚଳରେ ଅବସ୍ଥିତ ଏକ ଜିଲ୍ଲା । ଏହା ଏକ ପୁରାତନ ସଭ୍ୟତାର ମୂଳକେନ୍ଦ୍ର ଭାବରେ ବିବେଚିତ । ପ୍ରତ୍ନତତ୍ତ୍ଵ ପ୍ରମାଣ ଅନୁସାରେ ଏଠାରେ ପ୍ରସ୍ତର ଯୁଗ ଓ ଲୌହ ଯୁଗର ମାନବ ବସତିର ସୂଚନା ମିଳିଥାଏ ।<ref>B.Mishra, J. Bengal Art, Vol.9&10, 2004-2005, 383-410</ref>
ଆଗ କାଳରେ ଏହା '''ମହାକାନ୍ତର''' (ଅର୍ଥ ବିଶାଳ ଜଙ୍ଗଲ) ଓ ''କାରୁଣ୍ଡା ମଣ୍ଡଳ'' (କାରୁଣ୍ଡାର ଅର୍ଥ ମାଣିକ) ଭାବରେ ଜଣା ଥିଲା ଯାହା ଏଠାରେ ମାଣିକ<!--Manik-->, ଲାଲ ପଥର<!--Garnet (red stone)-->, ବେରୁଜ<!--Beruz-->, ନୀଲମ<!--Neelam (blue stone)-->, ଓ ଆଲେକଜାଣ୍ଡ୍ରା<!--Alexandra--> ଆଦି ମିଳୁଥିବାର ଜଣାଯାଏ । [[ମାଣିକେଶ୍ୱରୀ ମନ୍ଦିର|ମାଣିକେଶ୍ଵରୀ]] (ମାଣିକର ଠାକୁରାଣୀ) କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ଯାହାଙ୍କ ଉପସ୍ଥିତି ଏହି ଜିଲ୍ଲାର ଇତିହାସ ସହ ଯୋଡ଼ା । ଏହା ଫିରିଙ୍ଗି ଶାସନ କାଳରେ ଏକ ରାଜ ଶାସନାଧୀନ ରାଜ୍ୟ ଥିଲା ଓ କଳାହାଣ୍ଡି ଜିଲା "କଳାହାଣ୍ଡି" ଓ [[ନୂଆପଡ଼ା ଜିଲ୍ଲା|ନୂଆପଡ଼ା]]କୁ ନେଇ ତିଆରି ହୋଇଥିଲା । ୧୯୬୭ରେ, ଶାସନର ସୁବିଧା ନିମନ୍ତେ କଳାହାଣ୍ଡିର କାଶୀପୁର ବ୍ଲକ [[ରାୟଗଡ଼ା ଜିଲ୍ଲା]]କୁ ସ୍ଥାନାନ୍ତର କରାଗଲା । ୧୯୮୦ରେ, କଳାହାଣ୍ଡିର ନାମ ପଛୁଆ ଓ ଅନାହାର ମୃତ୍ୟୁ ସହ ଯୋଡ଼ାଗଲା ।<ref name="mindfully.org">http://www.mindfully.org/Food/Kalahandi-Syndrome-Sharma19apr02.htm</ref> ତେବେ ଏସବୁ ସତ୍ତ୍ୱେ ବି ଇତିହାସ, ଚାଷ ବାସ, ବନ ସମ୍ବଳ, ମୁଲ୍ୟବାନ ପଥର, ବକ୍ସାଇଟ, ଲୋକନାଟ, ହାତକାମ ଓ କଳାରେ ଏହା ଏକ ସମୃଦ୍ଧ ଜିଲ୍ଲା । ୧୯୯୩ରେ, ନୂଆପଡ଼ା ସଦର ମହକୁମା ଏକ ଅଲଗା ଜିଲ୍ଲା ଭାବରେ ଗଢ଼ାଗଲା, କିନ୍ତୁ [[କଳାହାଣ୍ଡି (ଲୋକ ସଭା ନିର୍ବାଚନ ମଣ୍ଡଳୀ)|କଳାହାଣ୍ଡି ଲୋକ ସଭା ନିର୍ବାଚନ ମଣ୍ଡଳୀ]]ରେ <!--[[Kalahandi (Lok Sabha constituency)]]--> ଏବେ ଯାଏଁ ବି '''କଳାହାଣ୍ଡି''' ଓ [[ନୂଆପଡ଼ା ଜିଲ୍ଲା]] ଅଛି।
|