"ଓଡ଼ିଆ ସାହିତ୍ୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ର +ର )
ଟିକେ Bot: Automated text replacement (- ରୁ +ରୁ )
୨୯ କ ଧାଡ଼ି:
[[ଓଡ଼ିଆ ଭାଷା|ଓଡ଼ିଆ]] ଭାରତର ଆଞ୍ଚଳିକ ଭାଷାମାନଙ୍କ ମଧ୍ୟରେ ଅନ୍ୟତମ । ଏହା ମୁଖ୍ୟତଃ ଓଡ଼ିଶାର ଅଧିବାସୀମାନଙ୍କ ଦ୍ଵାରା ବ୍ୟବହୃତ । ଓଡ଼ିଶା [[ଭାରତ|ଭାରତର]] ପୂର୍ବାଭାଗରେ ଅଛି । ହେଲେ ତା ବାଦେ ଓଡ଼ିଶାକୁ ବେଢ଼ିରହିଥିବା [[ଆନ୍ଧ୍ର ପ୍ରଦେଶ]], [[ଛତିସଗଡ଼|ଛତିଶଗଡ଼]], [[ଝାଡ଼ଖଣ୍ଡ]] ଆଉ [[ପଶ୍ଚିମବଙ୍ଗ]] ଏହି ଚାରୋଟି ସୀମାନ୍ତରାଜ୍ୟର ଭାଷାରେ ମଧ୍ୟ ଓଡ଼ିଆ ଭାଷାଭାସୀ ଲୋକେ [[ଓଡ଼ିଆ ଭାଷା|ଓଡ଼ିଆ]]ରେ କଥା କହନ୍ତି ଆଉ ଏସବୁ ଭାଷାରେ ଓଡ଼ିଆରେ ପ୍ରଭାବ ଦେଖିବାକୁ ମିଳେ । ଏହାକୁ ଛାଡ଼ି [[ଭାରତ|ଭାରତର]] ଅନ୍ୟାନ୍ୟ ରାଜ୍ୟମାନଙ୍କରେ, ଏବଂ ବିଦେଶରେ ମୁଖ୍ୟତଃ [[ଯୁକ୍ତରାଷ୍ଟ୍ର ଆମେରିକା]], [[କାନାଡ଼ା]], [[ଅଷ୍ଟ୍ରେଲିଆ]] ଏବଂ [[ଇଉରୋପ]] ପ୍ରଭୃତି ପାଶ୍ଚତ୍ୟ ଦେଶମାନଙ୍କରେ ମଧ୍ୟ ବେଶ କିଛି ଓଡ଼ିଆ ଅଧିବାସୀ ଓଡ଼ିଆକୁ ବିଦେଶରେ ବି ଖ୍ୟାତ କରାଇଛନ୍ତି ।
 
[[ଓଡ଼ିଆ ଭାଷା]] ଖ୍ରୀଷ୍ଟାବ୍ଦ ୧୨୦୦ ରୁ୧୨୦୦ରୁ ଏହାର ଆଧୁନିକ ରୂପ ଧାରଣ କରିଛି । ଏହି ସମୟରୁ ବିଭିନ୍ନ ପଦ୍ୟ ଯଥା କୋଇଲି, ଚଉତିଶା ଇତ୍ୟାଦିର ରଚନା ଆରମ୍ଭ ହୋଇଥିଲା । ଚତୁର୍ଦ୍ଦଶ ଶତାବ୍ଦୀରେ [[ସାରଳା ଦାସ]] [[ଓଡ଼ିଆ ଭାଷା|ଓଡ଼ିଆ]]ରେ [[ମହାଭାରତ]] ରଚନା କରିଥିଲେ । ଚତୁର୍ଦ୍ଦଶ ରୁଚତୁର୍ଦ୍ଦଶରୁ ଷୋଡଶ ଶତାବ୍ଦୀ ପର୍ଯ୍ୟନ୍ତ କବିମାନେ ସଂସ୍କୃତରୁ ବିଭିନ୍ନ ପୁରାଣର ଓଡ଼ିଆ ଅନୁବାଦ କରିଥିଲେ । ସପ୍ତଦଶ ଶତାବ୍ଦୀରୁ କାବ୍ୟ କବିତାର ଲୋକପ୍ରିୟତା ବୃଦ୍ଧି ପାଇଥିଲା । ସପ୍ତଦଶରୁ ଉନ୍ନବିଂଶ ଶତାବ୍ଦୀ ଯାଏଁ ଓଡ଼ିଶାର କବିବୃନ୍ଦ ବିଭିନ୍ନ ଛନ୍ଦ, ରାଗ ଓ ତାଳରେ ଭିନ୍ନ ଭିନ୍ନ କାବ୍ୟ, କବିତା, ଭଜନ, ଜଣାଣ, ଛାନ୍ଦ, ଚଉପଦୀ ଇତ୍ୟାଦି ରଚନା କରି [[ଓଡ଼ିଆ ଭାଷା]]କୁ ସମୃଦ୍ଧ କରିଥିଲେ । ଏହି ସମୟରେ [[ଓଡ଼ିଆ ଭାଷା]] ଉନ୍ନତିର ଚରମ ସୀମାରେ ପହଞ୍ଚିଥିଲା । ଉନ୍ନବିଂଶ ଶତାବ୍ଦୀ ପରଠାରୁ [[ଓଡ଼ିଆ ଭାଷା]]ର କ୍ରମନ୍ଵୟ ପ୍ରଗତି ଘଟିଥିଲେ ମଧ୍ୟ ଏହା ଭାରତର ଅନ୍ୟାନ୍ୟ ଆଞ୍ଚଳିକ ଭାଷାର ପ୍ରଗତି ତୁଳନାରେ ଗୌଣ ।
 
== ୮ମ-୯ମ ଶତାବ୍ଦୀ ==
୩୭ କ ଧାଡ଼ି:
 
<!--Eighth century to Twelfth century: The writers of the Charyapada, some of them were definitely from the tract of land comprising Orissa. Oriya Natha Literature: The Bratakathas -->
ଭାରତର ସବୁଠୁ ପୁରୁଣା ଭାଷା [[ପାଳି ଭାଷା|ପାଳି]]ରୁ [[ଓଡ଼ିଆ ଭାଷା|ଓଡ଼ିଆ]]ର ତିଆରି । ୨୦୦୦ ବର୍ଷରୁ ଅଧିକ ଆଗରୁ ଓଡ଼ିଶାରେ [[ବୁଦ୍ଧ]]ଙ୍କ ଜନ୍ମ, ଧର୍ମପ୍ରଚାର ଓ [[ବୌଦ୍ଧ ଧର୍ମ]]ର ବିକାଶ କାଳରେ [[ପାଳି ଭାଷା]] ହିଁ ଥିଲା [[ଓଡ଼ିଆ ଭାଷା]] ତିଆରିର ମୂଳଦୁଆ ଯାହାକି ଆଧୁନିକ [[ଓଡ଼ିଆ ଭାଷା]]ର ମୂଳଦୁଆ । <ref>[http://www.odia.org/articles/harvardLecture.pdf ହାରଭାଡ଼ ଭାଷଣ]</ref> ଓଡ଼ିଶା ଏବଂ ଏହାର ସୀମାନ୍ତ ରାଜ୍ୟମାନଙ୍କର ବିଭିନ୍ନ ଅଞ୍ଚଳରୁ ସଂଗୃହୀତ ତାମ୍ରଫଳକ ଏବଂ ପଥରରେ ଖୋଦିତ ଲେଖାମାନଙ୍କରୁ ଖ୍ରୀଷ୍ଟାବ୍ଦ ୭୦୦ ରୁ୭୦୦ରୁ ୧୦୦୦ ଶତାବ୍ଦୀ ମଧ୍ୟରେ ଉକ୍ତ ଭାଷାର ପ୍ରଚଳନ ଥିବାର ସ୍ଵଷ୍ଟ ପ୍ରମାଣ ମିଳିଛି । ଏହା ବ୍ୟତୀତ ନେପାଳରୁ ସଂଗ୍ରହ କରାଯାଇଥିବା ବୌଦ୍ଧଧର୍ମୀ ଚର୍ଯାପଦମାନଙ୍କ ପଦ୍ୟରଚନା ଗୁଡିକ ମଧ୍ୟରୁ ଏହି ସମୟରେ [[ଓଡ଼ିଆ ଭାଷା]]ର ଆଦ୍ୟାବସ୍ଥାର ପରିଚୟ ମିଳିଅଛି । ଆଦିଯୁଗରେ ଓଡ଼ିଆ ଭାଷା ଏବେକାର ଓଡ଼ିଆ ଭାଷା ପରି ନଥିଲା । ଅଷ୍ଟମ-ନବମ ଶତାବ୍ଦୀର ଓଡ଼ିଆ [[ପାଳି ଭାଷା]]ର ଅନୁରୂପ ଥିଲା । ସେତେବେଳେ ଆର୍ଯ୍ୟମାନଙ୍କ ଓଡ଼ିଶା ଆଗମନ ହେତୁ ଅନେକ ଓଡ଼ିଆ ଶବ୍ଦ ସଂସ୍କୃତ ଦେଇ ପ୍ରଭାବିତ ହେଲା ଓ ଶବ୍ଦ ଗଢଣରେ ବଦଳ ଆସିଲା । ଏହି ପରିବର୍ତ୍ତିତ ଶବ୍ଦ ସବୁ କ୍ରମେ ସଂସ୍କୃତ ଭାଷା ଭଣ୍ଡାରକୁ ଉନ୍ନତ କରିଛି । ସେତେବେଳର ଓଡ଼ିଶା ବ [[କଳିଙ୍ଗ]] ଭୂଖଣ୍ଡ ଭିତରେ ଆଜିର [[ଓଡ଼ିଶା]], [[ପଶ୍ଚିମବଙ୍ଗ|ବଙ୍ଗଳା]], [[ବିହାର]] ଓ [[ଆସାମ]] ଆଦି ଥିଲା, ତେଣୁ ଓଡ଼ିଆ ଭାଷା ଏ ସବୁ ଅଞ୍ଚଳର ଭାଷା ଓ ସାହିତ୍ୟକୁ ବହୁ ଭାବରେ ପ୍ରଭାବିତ କରିଥିଲା । ଏହି କାଳର ପାଳି ଭାଷାକୁ କେହି ସାନ୍ଧ୍ୟ ଭାଷା କହିଥାନ୍ତି । ଏଥିରେ ଲିଖିତ ଗୀତିକବିତା କେତେକ ମିଳିଅଛି ଯାହାକୁ [[ଚର୍ଯାଗୀତି]] ବା [[ଚର୍ଯାଗୀତିକା]] କୁହାଯାଏ । [[ବୌଦ୍ଧ ଧର୍ମ|ବୌଦ୍ଧ]] [[ସିଦ୍ଧ]] କବିମାନେ ଏସବୁର ରଚନା କରିଥିଲେ । ଏଗୁଡ଼ିକ ଆକାରରେ ଖୁବ ଛୋଟ । [[କାହ୍ନୁ ପା]], [[ଲୁଇ ପା]], [[ସବରି ପା]], [[ହାଡୁ ପା]], [[କୁକୁରି ପା]] ଏହି କାଳର କବି । ଧନସି, ରାମତରି, ମାଳସିରି, ବରାଡ଼ି ଆଦି ରାଗରେ ଏସବୁ ଲେଖା । ଏସବୁ ଭଲ ଭାବରେ ବୋଲାଯାଇପାରେ ଓ ନିତାନ୍ତ ସରଳ ଓ ମୌଳିକ ଭାଷାରେ ଲିଖିତ । ଏହି କବିତା ଗୁଡ଼ିକରେ ଶବର, ଶବରୁଣୀ, ଜହ୍ନାକ୍ଷେତ, କପାବୁଣିବା, ସୁନା, ବେଙ୍ଗ ଆଦିର ରୂପକ ବା ପ୍ରତୀକ ଛବି ରହିଅଛି ।
 
ଏହି [[ଚର୍ଯାଗୀତି]] ବା ଚରିଜାଗିତି ସବୁ [[ଓଡ଼ିଆ ଭାଷା|ଓଡ଼ିଆ]], ବଙ୍ଗଳା, ଅସିମିଆ ଓ ମୈଥିଳି ସାହିତ୍ୟର ଆଦିରୂପ ବୋଲି କୁହାଯାଏ । ଏହି ଯୁଗକୁ ସିଦ୍ଧସାହିତ୍ୟର ଯୁଗ ବା ଚରିଜାଗିତିର ଯୁଗ କୁହାଯାଏ ।
୪୬ କ ଧାଡ଼ି:
ପୁରାତନ [[ଓଡ଼ିଆ ଭାଷା]] ଓ ସାହିତ୍ୟରେ ଅନେକ ଚଉତିଶା ରଚିତ ହୋଇଥିଲା । ଏଯାବତ ଏହାର ସମ୍ଭାର କଳନା କରାଯାଇପାରିନାହିଁ । ଏଥିରୁ [[ଓଡ଼ିଆ ଗୀତିସାହିତ୍ୟ]] ଓ [[ଓଡ଼ିଆ ଗୀତିସାହିତ୍ୟ#ଛାନ୍ଦ ସାହିତ୍ୟ|ଛାନ୍ଦ ସାହିତ୍ୟ]]ର ଉଦ୍ଭବ ହୋଇଅଛି । ଚଉତିଶା ରଚନା ଏକ ଆଳଙ୍କରିକ ରଚନା । [[କ]] ଠାରୁ [[କ୍ଷ]] ପର୍ଯ୍ୟନ୍ତ ୩୪ଟି [[ବ୍ୟଞ୍ଜନ ବର୍ଣ୍ଣ]]ର ଆଦିକ୍ରମରେ ରଚିତ ହୋଇଥିବା କବିତା ଚଉତିଶା ନାମରେ ନାମିତ ।
 
କେହି କେହି ଓଡ଼ିଆ କବି ଓଲଟ ଚଉତିଶା ମଧ୍ୟ ରଚନା କରିଥିବାର ଦେଖିବାକୁ ମିଳିଥାଏ । ଏହା [[କ୍ଷ]]ରୁ ଆରମ୍ଭ ହୋଇ [[କ]]ରେ ଶେଷ ହୋଇଥାଏ । ଅନ୍ଧକବି [[ଭୀମ ଭୋଇ]] ଏହି ପରି କେତେକଚଉତିଶ ରଚନା କରିଥିଲେ । ପ୍ରାଚୀ ସମିତି ପ୍ରକାଶିତ [[ଚଉତିଶା ମଧୁଚକ୍ର]]ରେ ଏହି ପରି କେତେ ଗୋଟି ଚଉତିଶା ଦେଖିବାକୁ ମିଳିଥାଏ । <ref>ଚଉତିଶା ମଧୁଚକ୍ର. ୬ଷ୍ଠ ଖଣ୍ଡ. ପ୍ରାଚୀ ସମିତି</ref> ବହୁ ଚଉତିଶା ଏଯାବତ ପ୍ରକାଶ ଲାଭ କରିନଥିବାରୁ ଏସବୁ କାଳ ନିରୂପଣ କରାଯାଇପାରିନାହିଁ । ପୁରାତନ ଓଡ଼ିଆ ସାହିତ୍ୟରେ ଅନେକ ଚଉତିଶା ଲୋକପ୍ରିୟତା ହାସଲ କରିଥିଲା । ଏମାନଙ୍କ ମଧ୍ୟରେ [[କଳସା ଚଉତିଶା]], [[କୋଇଲି ଚଉତିଶା]] ଆଦି ପ୍ରଧାନ । ପ୍ରାଚୀ ଓଡ଼ିଆ କାବ୍ୟମାନଙ୍କରେ ବିଭିନ୍ନ କବିତାର ବାଣୀ ବା ବୃତ୍ତର ବର୍ଣ୍ଣନା ରହିଅଛି । ଯେପରି ଆଷାଢ଼ ଶୁକ୍ଳ, ମୁନିବାର ବାଣୀ ଆଦି, କିନ୍ତୁ ଏହି ସବୁ ରଚନା ଆଜି ଯାଏଁ ମିଳିନାହିଁ । ଏହି ଚଉତିଶାମାନଙ୍କର ସଂଖ୍ୟା ୧୦୦୦ ରୁ୧୦୦୦ରୁ ଅଧିକ ହେବ । ଓଡ଼ିଆ ଚଉତିଶା ଗୁଡ଼ିକ ନିମ୍ନୋକ୍ତ ଭାବରେ ବିଭକ୍ତ ।
=== ଶ୍ରେଣୀବିଭାଗ ===
==== ସନ୍ଦେଶମୂଳକ ଚଉତିଶା ====