"ଆର୍କମିଡ଼ିସ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ Bot: Automated text replacement (- ରେ +ରେ ) |
ଟିକେ Bot: Automated text replacement (- ରୁ +ରୁ , - ଠାରେ +ଠାରେ ) |
||
୧୮ କ ଧାଡ଼ି:
== ଇତିହାସ ପୃଷ୍ଠାରେ ==
ଅନ୍ୟାନ୍ୟ ଉଦ୍ଭାବନ ଭଳି ତାଙ୍କର ଗାଣିତିକ ଲେଖାଗୁଡ଼ିକ ପ୍ରାଚୀନ କାଳରେ ସେଭଳି ପ୍ରସିଦ୍ଧି ଲାଭ କରି ନଥିଲା । ଆଲେକଜାଣ୍ଡ୍ରିଆର ଗଣିତଜ୍ଞମାନେ ତାକୁ ପଢ଼ିଥିଲେ ଏବଂ ଆର୍କ୍ମିଡ଼ିସ୍ଙ୍କ ଲେଖାକୁ ପ୍ରମାଣ ସ୍ଵରୂପ ଉଲ୍ଲେଖ କରିଥିଲେ; କିନ୍ତୁ ପ୍ରଥମ ବ୍ୟାପକ ସଙ୍କଳନ ୫୩୦ ଖ୍ରୀଷ୍ଟାବ୍ଦରେ ପ୍ରସ୍ତୁତ କରିଥିଲେ । ମିଲିଟସ ଇସିଡୋର ପ୍ରଥମଥର ପାଇଁ ଆର୍କ୍ମିଡ଼ିସ୍ଙ୍କ କାମର ବିଶେଷ ଆଲୋଚନା କଲେ ଇଉଟୋସିୟସ (Eutocius) ୬୦୦ ଖ୍ରୀଷ୍ଟାବ୍ଦରେ । ଏହାଦ୍ଵାରା ଆର୍କ୍ମିଡ଼ିସ୍ ବହୁଳ ଭାବରେ ପାଠକମାନଙ୍କ ପାଖରେ ପହଞ୍ଚି ପାରିଲେ । ତାଙ୍କର କେତେକ ଲେଖା ଯାହା ମଧ୍ୟଯୁଗରେ ତିଷ୍ଠି ରହି ପାରିଥିଲା ତାହା ରେନାସାଁର ବୈଜ୍ଞାନିକମାନଙ୍କ ପାଇଁ ଏକ ପ୍ରଭାବଶାଳୀ ଉତ୍ସ ହୋଇପାରିଥିଲା । ୧୯୦୬ ସାଲରେ ଆବିଷ୍କୃତ ତାଙ୍କ ଏକ ପାଣ୍ଡୁଲିପିରୁ ତାଙ୍କର ଗାଣିତିକ ଫଳ ନିର୍ଦ୍ଧାରଣ କରିବାର କୌଶଳ ଜଣା ପଡ଼ିଥିଲା । ତାଙ୍କର ଏକ ବ୍ରୋଞ୍ଜ ପ୍ରତିମୂର୍ତ୍ତି ବର୍ଲିନର ଆର୍ଚନହୋଲଡ ମାନମନ୍ଦିର (Archenhold Observatory)
ଯେତେବେଳେ ଦ୍ଵିତୀୟ ପୂନିକୀ ଯୁଦ୍ଧରେ ରୋମାନମାନେ ଜେନେରାଲ ମାରକସ କ୍ଲଡିଅସ ମାରସେଲସଙ୍କ ( Marcus Claudius Marcellus) ଅଧୀନରେ ସିରାକସ ସହରକୁ ଦୁଇ ବର୍ଷ ଅବରୋଧ କରିବା ପରେ ଅଧିକାର କଲେ ସେତେବେଳେ ଖ୍ରୀଷ୍ଟପୂର୍ବ ୨୧୨ରେ ଆର୍କ୍ମିଡ଼ିସ୍ଙ୍କ ମୃତ୍ୟୁ ହୋଇଥିଲା। ପ୍ଲୁଟାରଚ (Plutarch)ଙ୍କ ବିବରଣୀ ଅନୁସାରେ ଯେତେବେଳେ ଆର୍କ୍ମିଡ଼ିସ୍ ଏକ ଗାଣିତିକ ନକ୍ସାର ଚିନନ୍ତରେ ମଗ୍ନଥିଲେ ସେତେବେଳେ ସହରଟି ଦଖଲ ହୋଇଥିଲା । ଏକ ରୋମାନ ସୈନ୍ୟ ଆର୍କ୍ମିଡ଼ିସ୍ଙ୍କୁ ଜେନେରାଲ ମାରସିଲସଙ୍କୁ ଦେଖାକରିବା ପାଇଁ ନିର୍ଦେଶ ଦେଇଥିଲେ । କିନ୍ତୁ ସେ ଗାଣିତିକ ସମସ୍ୟାଟିର ସମାଧାନରେ ବ୍ୟସ୍ତ ଥିବାରୁ ଦେଖାକରି ପାରିବେ ନାହିଁ ବୋଲି ମନା କରି ଦେଇଥିଲେ । ସୈନ୍ୟ ଜଣକ ରାଗିଯାଇ ଥିଲେ ଏବଂ ତାଙ୍କୁ ଖଣ୍ଡାରେ ମାରି ଦେଇଥିଲେ । ତାଙ୍କର ଅନ୍ୟ ଏକ ବିବରଣୀ ଅନୁସାରେ ଆର୍କ୍ମିଡ଼ିସ୍ ଯେତେବେଳେ ଆତ୍ମସମର୍ପଣ କରିବାକୁ ବାହାରିଥିଲେ ସେତେ ବେଳେ ରୋମାନ ସୈନ୍ୟ ଜଣକ ତାଙ୍କୁ ମାରିଦେଇଥିଲେ । ଏହି ବିବରଣୀ ଅନୁସାରେ ସେ ସାଙ୍ଗରେ ନେଉଥିବା ଗାଣିତିକ ଯନ୍ତ୍ରପାତି ଗୁଡ଼ିକ ଖୁବ ଦାମିକା ଜିନିଷ ଭାବି ସୈନ୍ୟ ଜଣଙ୍କ ତାଙ୍କୁ ମାରି ଦେଇଥିଲେ । ଜେନେରାଲ ମାରସେଲସ ତାଙ୍କର କୌଣସି ପ୍ରକାରେ କ୍ଷତି ନ କରିବାକୁ ନିର୍ଦେଶ ଦେଇଥିଲେ, ତେଣୁ ତାଙ୍କର ହତ୍ୟା ଜେନେରାଲଙ୍କୁ କ୍ରୋଧାନ୍ଵିତ କରିଥିଲା । ତାଙ୍କ କବର ଉପରେ ଶୋଭା ପାଉଥିଲା ଏକ ଭାସ୍କର୍ଯ୍ୟ ଯାହା ତାଙ୍କର ଗାଣିତିକ ପ୍ରତିଭାର ସଙ୍କେତ ଥିଲା; ଏହାଥିଲା ଅନୁରୂପ ସମାନ ଉଚ୍ଚତା ଓ ସମାନ ବ୍ୟାସର ଏକ ଗୋଲକ ଏବଂ ସ୍ତମ୍ଭାକାର ବସ୍ତୁ । ଗୋଲକ ଏବଂ ସ୍ତମ୍ଭାକାର ବସ୍ତୁ ଉଭୟ ତାଙ୍କ ଇଚ୍ଛା ଅନୁସାରେ ତାଙ୍କର କବର ଉପରେ ରଖାଯାଇଥିଲା । ଗୋଲକର ୨/୩ ଆୟତନର ପୃଷ୍ଠର କ୍ଷେତ୍ରଫଳ ଏବଂ ସ୍ତମ୍ଭାକାର ବସ୍ତୁକୁ ଏକ ରେଖାଦ୍ଵାରା ଚତୁର୍ଦ୍ଦିଗ ସୀମାବଦ୍ଧ କରାଯାଇଛି । ଖ୍ରୀଷ୍ଟପୂର୍ବ ୭୫, ଅର୍ଥାତ୍ ତାଙ୍କ ମୃତ୍ୟୁର ୧୩୭ ବର୍ଷ ପରେ "ସିସେରୋ" ସିସିଲୀରେ ଚାକିରି କରିଥିଲେ । ଆର୍କମେଡିସ୍ଙ୍କ କବର ବିଷୟରେ ଶୁଣିଥିଲେ । କିନ୍ତୁ କେହି ସ୍ଥାନୀୟ ଲୋକ କହି ପାରିଲେ ନାହିଁ, ତାଙ୍କର କବର କେଉଁଠାରେ ଅଛି । ଘଟଣା କ୍ରମେ ସେ କବରର ସ୍ଥାନଟି ସାଇରକୁ୍ୟଜ ଆଗ୍ରିଜେନଟାଇନ (Agrigentine)
== ଆବିଷ୍କାର ଏବଂ ଉଦ୍ଭାବନ ==
୪୨ କ ଧାଡ଼ି:
ଖ୍ରୀଷ୍ଟପୂର୍ବ ୨୧୨ରେ ସିରାକସ ଦଖଲ ହେଲାପରେ ଜେନେରାଲ ମାର୍ସେଲସ ରୋମକୁ ଦୁଇଟି ଯନ୍ତ୍ରର ଗଠନ କୌଶଳ ଦେଇଯାଇଥିଲେ ଯାହା [[ସୂର୍ଯ୍ୟ]], [[ଚନ୍ଦ୍ର]] ଏବଂ ପାଞ୍ଚଟି [[ଗ୍ରହ]]ର ଗତିବିଧି ଅନୁଶୀଳନରେ ସାହାଯ୍ୟ କଲା । ସିସେରୋଙ୍କ ସୂଚନା ଅନୁସାରେ ମିଲେଟସର ଥେଲସ (Thales of Miletus) ଏବଂ ନିଡସର ଇଣ୍ଡୋସ୍କସ (Endoxus of Cnidus) ସେହିପରି ଯନ୍ତ୍ରପାତି ପ୍ରସ୍ତୁତ କରିଥିଲେ । ଜନଶ୍ରୁତି ଅନୁଯାୟୀ ମାର୍ସେଲସ ସିରାକସରୁ ଲୁଟି ଆଣିଥିବା ଦୁଇଟି ଯନ୍ତ୍ରଶୈଳୀ ମଧ୍ୟରୁ ନିଜପାଇଁ ଗୋଟିଏ ରଖି ଅନ୍ୟଟିକୁ ରୋମର ଏକ ଧର୍ମ ମନ୍ଦିରକୁ ଦାନ କରିଦେଲେ । ସିସେରୋଙ୍କ କହିବା ଅନୁସାରେ ଗାୟଙ୍କ ସଲପିସିଅସ ଗ୍ୟାଲୁସ ମାର୍ସେଲସଙ୍କ ଯନ୍ତ୍ରଶୈଳୀଟିକୁ ଲୁସିଅସ ଫିଉରିୟସ ଫିଲିସଙ୍କୁ ପ୍ରଦର୍ଶନ କରାଇଥିଲେ । ଏହା ଏକ ପ୍ଲାନେଟୋରିୟମର ବର୍ଣ୍ଣନା । 'ଆଲେକଜାଣ୍ଡ୍ରି ଆର ପାପସ' ସୂଚାଇଛନ୍ତି ଯେ ଆର୍କ୍ମିଡ଼ିସ୍ଙ୍କ ହାତଲେଖାରେ (ବର୍ତ୍ତମାନ ହଜି ଯାଇଛି) ଗୋଲକ ତିଆରି କରିବା ପ୍ରଣାଳୀ ସମ୍ବନ୍ଧରେ ଲେଖିଥିଲେ । ଏହି ଆଧୁନିକ ଗବେଷଣା ପ୍ରଣାଳୀ ଆଣ୍ଟିକାୟାଥେରା ଯନ୍ତ୍ରଶୈଳୀ (Antikythera mechanism) ଯାହା ସମ୍ଭବତଃ ଅନ୍ୟ ଏକ ପୁରାତନ ପ୍ରଣାଳୀ । ଏହିପରି ଯନ୍ତ୍ରପାତି ପ୍ରସ୍ତୁତ କରିବା ପାଇଁ ବ୍ୟାବହାରିକ ଜ୍ଞାନସମ୍ପନ୍ନ ବିଭେଦକ ଗିୟରର ଜ୍ଞାନ ଦରକାର ପଡେ଼ । ପୁରାତନ କାଳରେ ମିଳୁଥିବା ପ୍ରଯୁକ୍ତି ବିଦ୍ୟାରେ ଏହା କଳନା କରିବା ସମ୍ଭବ ନଥିଲା । କିନ୍ତୁ୧୯୦୨ ସାଲରେ ଆବିଷ୍କୃତ ଆଣ୍ଟିକାୟାଥେରା ଯନ୍ତ୍ରର ଗଠନରୁ ସ୍ପଷ୍ଟ ହୋଇଥିଲା ଯେ ସେପ୍ରକାରର ଯନ୍ତ୍ରଶୈଳୀ ପୁରୁଣା ଗ୍ରୀକମାନଙ୍କୁ ଜଣାଥିଲା ଆର୍କ୍ମିଡ଼ିସ୍ ବୋଧହୁଏ ପାରାବୋଲିକ ଦର୍ପଣ ବ୍ୟବହାର କରି ସିରାକସ ଆକ୍ରମଣ କରୁଥିବା ଜାହାଜ ସବୁକୁ ଜାଳିଦେଇ ନଷ୍ଟ କରି ଦେଉଥିଲେ । ଲୁସିୟାନ (Lucian) ଲେଖିଥିଲେ ସିରାକସ ଦଖଲ ବେଳେ (ଖ୍ରୀଷ୍ଟପୂର୍ବ ୨୧୪-୨୧୨ରେ), ଆର୍କ୍ମିଡ଼ିସ୍ ଏକ ଜଳନ୍ତା କାଚ ଦ୍ଵାରା ରୋମାନ ସୈନ୍ୟମାନଙ୍କର ଆକ୍ରମଣକୁ ପ୍ରତିହତ କରିଥିଲେ । ଏହି ଶୈଳୀ ଦ୍ଵାରା ବହୁତ ଗୁଡ଼ିଏ ମସୃଣ ବ୍ରୋଞ୍ଜ କିମ୍ବା ତମ୍ବା ଖଣ୍ଡ ଦର୍ପଣ ରୂପେ ବ୍ୟବହାର କରାଯାଇ ଜାହାଜ ଉପରେ ସୂର୍ଯ୍ୟରଶ୍ମିକୁ କେନ୍ଦ୍ରିତ କରି ପକାଯାଏ । ଫଳରେ ଜାହାଜରେ ନିଆଁ ଲାଗିଯାଏ । ଏହା ଏକ ପ୍ରକାର ପରବଳୟିକ/ପାରାବୋଲିୟ ( parabolic) ପ୍ରତିଫଳନ ପ୍ରକ୍ରିୟାଭିତ୍ତିକ ଚୁଲା । ସେ ବିଷୟରେ ବିଶେଷତର୍କ ଏବଂ ଆଲୋଚନା ରେନେସାଁ ସମୟରୁ ହୋଇ ଆସୁଅଛି । ରେନି ଦେର୍କାତ (Rene Descartes) ଏହାକୁ ଅସମ୍ଭବ କହି ପ୍ରତ୍ୟାଖ୍ୟାନ କରିଦେଲେ । କିନ୍ତୁ ଆଧୁନିକ ଯୁଗର ଗବେଷକମାନେ ଆର୍କ୍ମିଡ଼ିସ୍ଙ୍କ ସମୟର ତତ୍ତ୍ଵକୁ ବ୍ୟବହାର କରି ସେ ତତ୍ତ୍ଵର ପୁନରୁଦ୍ଧାରରେ ଲାଗିପଡ଼ିଲେ । ଏହି ଅନୁସାରେ ମସୃଣ ବ୍ରୋଞ୍ଜ କିମ୍ବା ତମ୍ବାର ଦର୍ପଣ ଦ୍ଵାରା ସୂର୍ଯ୍ୟକିରଣ ଏକ ଜାହାଜ ଉପରେ କେନ୍ଦ୍ରୀଭୂତ କରାଯାଏ । ଏହା ପାରାବୋଲିକ ଦର୍ପଣର ନିୟମ ପ୍ରୟୋଗ କରେ ଯାହାକି ସୂର୍ଯ୍ୟଚୁଲା ଭଳି ମଧ୍ୟ ପ୍ରତିଫଳନ କରିପାରିବ।
୧୯୭୩ ସାଲରେ ଗ୍ରୀକର ବୈଜ୍ଞାନିକ 'ଆଓନାଇଜ ସାକାସ' (Ioannis Sakkas) ସ୍କାରାମାଗସ (Skaramagas) ସାମୁଦ୍ରିକ ଅଞ୍ଚଳ ବାହାରେ [[ଏଥେନସ]] ନଗରୀରେ ଆର୍କ୍ମିଡ଼ିସ୍ଙ୍କ ତାପ ରଶ୍ମିର ପରୀକ୍ଷା କରିଥିଲେ । ସେହି ସମୁଦ୍ର ଉପରେ ୭୦ଟି ଦର୍ପଣ ବ୍ୟବହାର କରିଥିଲେ, ପ୍ରତ୍ୟେକ ଦର୍ପଣ ସହିତ ଗୋଟିଏ ଲେଖାଏ ତମ୍ବାର ଆବରଣ ଥିଲା । ପ୍ରତ୍ୟେକର ଆକାର ୩
:୨୦୦୫ ଅକ୍ଟୋବର ମାସରେ ମାସାଚୁ୍ୟସେଟ ଇନଷ୍ଟିଚୁ୍ୟଟ ଟେକ୍ନୋଲୋଜି(MIT)ର ଦଳେ ଛାତ୍ର ଗୋଟିଏ ପରୀକ୍ଷା କରିବା ପାଇଁ ୧୨୭ ଖଣ୍ଡ ୩୦ ସେ.ମି. ବର୍ଗର ଦର୍ପଣର ଟାଇଲକୁ ୩୦ ମିଟର ଦୂରତ୍ଵରେ ରଖି ଏକ କୃତ୍ରିମ ଜାହାଜ ଉପରେ କେନ୍ଦ୍ରୀଭୂତ କରାଇଲେ । ଜାହାଜର ଗୋଟିଏ ଅଂଶରେ ନିଆଁ ଜଳି ଉଠିଲା । ଏହିଭଳି ପରିସ୍ଥିତିରେ ହିଁ ଏହି ଶାସ୍ତ୍ରର କାର୍ଯ୍ୟକାରିତା ଉପଲବ୍ଧ ହେବ ବୋଲି ଉପସଂହାରରେ ଏମ.ଆଇ.ଟି. ଦଳ ପହଞ୍ଚିଥିଲା । ମିଥ ବଷ୍ଟରସ (Myth Busters) ଟେଲିଭିଜନ ପ୍ରଦର୍ଶନ ପାଇଁ ଏକ କାଠର ମାଛଧରା ବୋଟ ବ୍ୟବହାର କରି ସାନଫ୍ରାନସିସକୋ (San Francisco)କୁ ଲକ୍ଷ୍ୟକରି ସେହି ପରୀକ୍ଷାର ପୁନରାବୃତ୍ତି କଲେ । କିଛି ପରିମାଣର ଅଙ୍ଗାର ସହିତ ଅଗ୍ନିଶିଖା ଜାତହେଲା । ନିଆଁ ଲାଗିବା ପାଇଁ କାଠ ପ୍ରାୟ ୩୦୦ ଡିଗ୍ରୀ ସେଲସିୟସରେ ହିଁ ଆକସ୍ମିକ ଦାହ ମାତ୍ରାକୁ ପହଞ୍ଚି ପାରିଥାଏ । ଯେତେବେଳେ ମିଥ ବଷ୍ଟର ସାନଫ୍ରାନସିସକୋ ପରୀକ୍ଷାକୁ ଜାନୁୟାରୀ ୨୦୦୬ରେ ପ୍ରଚାର କରିଥିଲେ, ତାହା ଅକୃତକାର୍ଯ୍ୟ ପରୀକ୍ଷା ଭାବରେ ଶୁଣାଗଲା । କାରଣ ଜ୍ଵଳନ ପାଇଁ ସମୟର ଅବଧି ଏବଂ ଉପଯୁକ୍ତ ପାଣିପାଗ ନଥିଲା । ଏହା ମଧ୍ୟ ସୂଚାଇ ଦିଆଯାଇଥିଲା ଯେହେତୁ ସିରାକସ ପୂର୍ବ ଦିଗକୁ ସମୁଦ୍ର ଆଡ଼କୁ ମୁହଁ କରିଥିଲା, ରୋମାନ ଜାହାଜ ସବୁ ସକାଳୁ ଆକ୍ରମଣ କରିବା ପାଇଁ ଦର୍ପଣ ସାହାଯ୍ୟରେ ବେଶୀ ଆଲୋକ ପାଇବାକୁ ଅପେକ୍ଷା କରିଥିଲେ। ମିଥ ବଷ୍ଟର ଆହୁରି ମଧ୍ୟ ସୂଚାଇଥିଲେ ଯେ ଜଳନ୍ତା ତୀର କିମ୍ବା ବାଟୁଳିଖଡ଼ାରୁ ନିର୍ଗତ ଛୋଟ ଛୋଟ ଲୌହ ଗୋଟାଳି ଭଳି ପ୍ରଚଳିତ ଆୟୁଧ ବ୍ୟବହାର କରି ଅଳ୍ପ ଦୂରରେ ଥିବା ଜାହାଜମାନଙ୍କରେ ନିଆଁ ଲଗାଯାଇ ପାରିବ ।
୫୨ କ ଧାଡ଼ି:
== ଲେଖା ==
ଆର୍କମିଡ଼ିସଙ୍କ ରଚିତ ଲେଖାଗୁଡ଼ିକ [[ଇଉକ୍ଲିଡ]] (Euclid)ଙ୍କ ଲେଖାପରି ଅନେକ ସମୟ ଧରି ତିଷ୍ଠି ରହିପାରିଲା ନାହିଁ । ତାଙ୍କର ୭ଟି ଲେଖା କେବଳ ଅନ୍ୟ ଲେଖକଙ୍କ ଲେଖାରେ ଉଲ୍ଲିଖିତ ହୋଇ ରହିଅଛି । ଆଲେକଜାଣ୍ଡ୍ରିୟାର ପାପସ ଗୋଲକ ନିର୍ମାଣ ବିଷୟରେ ସୂଚାଇଛନ୍ତି ଏବଂ ପଲିହେଡ୍ରା (Polyhedra) ବିଷୟରେ ଲେଖିଛନ୍ତି । ଆଲେକଜାଣ୍ଡ୍ରି ଆରଥିଓରନ ନିର୍ଦ୍ଦିଷ୍ଟ ଲୁପ୍ତପ୍ରାୟ କାଟୋପ୍ରିକା (Catoprica)ରୁ ପରି ସରଣ ବିଷୟରେ ଲେଖିଥିଲେ । ନିଜ ଜୀବନକାଳ ମଧ୍ୟରେ ସେ ଆଲେକଜାଣ୍ଡ୍ରିଆରେ ରହୁଥିବା କିଛି ଗଣିତଜ୍ଞଙ୍କ ସହ ଭାବର ଆଦାନପ୍ରଦାନ କରି ଥିଲେ । ତାଙ୍କ ଲେଖାଗୁଡ଼ିକ ବାଇଜାଣ୍ଟାଇନ ସ୍ଥପତି ମିଲେଟସର ଇସିଡୋରଙ୍କ ଦ୍ଵାରା ୫୩୦ରେ ସଂଗୃହୀତ ହୋଇଥିଲା । ଆର୍କ୍ମିଡ଼ିସ୍ଙ୍କ ଏହି କାମ ଗୁଡ଼ିକ ଇଟୋସିୟସ (Eutocius) ଷଷ୍ଠ ଶତାବ୍ଦୀରେ ବହୁ ଲୋକଙ୍କୁ ଜଣାଇ ଦେଇଥିଲେ । ତାଙ୍କ କାମର ଅନୁବାଦ ଆରବି ଭାଷାକୁ କରିଥିଲେ ଥାବିଟ ଇବନ କୁ୍ୟରା (Thabit Ibn Qurra -
ଆର୍କ୍ମିଡ଼ିସ୍ ଭାରଦଣ୍ଡ ପ୍ରଣାଳୀ ଉପରେ ଦୁଇଟି ଅଧ୍ୟାୟ ଲେଖିଥିଲେ । ପ୍ରଥମଟିରେ ୧୫ଟି ଦୃଢ଼ ଘୋଷଣା ସହିତ ସାତଟି ସ୍ଵତଃସିଦ୍ଧ ପ୍ରମାଣ ଓ ଦ୍ଵିତୀୟ ପୁସ୍ତକରେ ଦଶଟି ଦୃଢ଼ ଘୋଷଣାନାମା ଅଛି । ଏହି କାର୍ଯ୍ୟରେ ସେ ଭାରଦଣ୍ଡର ନିୟମର ଅର୍ଥ ବୁଝାଇ ଦେଇଥିଲେ । ଆର୍କ୍ମିଡ଼ିସ୍ ଏସବୁ ନିୟମ ବ୍ୟବହାର କରି ବିଭିନ୍ନ ଜ୍ୟାମିତିକ କ୍ଷେତ୍ର ତ୍ରିଭୁଜ, ପାରାବୋଲା ଏବଂ ଅର୍ଦ୍ଧ ଗୋଲକର କ୍ଷେତ୍ରଫଳ ଓ ମାଧ୍ୟାକର୍ଷଣ କେନ୍ଦ୍ର ନିର୍ଦ୍ଧାରଣ କରିଥିଲେ।
|