"ସାରଙ୍ଗଧର ଦାସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ର +ର )
ଟିକେ Bot: Automated text replacement (- ରେ +ରେ )
୩୫ କ ଧାଡ଼ି:
ସାରଙ୍ଗଧର [[ଢେଙ୍କାନାଳ]] ସହର ନିକଟବର୍ତ୍ତୀ ହରେକୃଷ୍ଣପୁର ଗ୍ରାମରେ ୧୮୮୭ ମସିହା ଅକ୍ଟୋବର ମାସ ୧୭ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ପିତାଙ୍କର ନାମ ଥିଲା ହରେକୃଷ୍ଣ ଦାସ ତଥା ମାତାଙ୍କ ନାମ ଥିଲା ମାଣିକ ଦେବୀ । ପିତା ମାତାଙ୍କର ସେ ଥିଲେ ପଞ୍ଚମ ତଥା କନିଷ୍ଠ ସନ୍ତାନ । ଏଗାର ବର୍ଷ ବୟସରେ ସେ ପିତାଙ୍କୁ ହରାଇ ଥିଲେ । କେହି ମୁରବୀ ଦେଖାଶୁଣା କରିବାକୁ ନଥିବାରୁ ସେ କୁସଙ୍ଗରେ ପଡିଥିଲେ ମାତ୍ର ପରେ ଅନୁତାପ କରି ମାଆଙ୍କ ଉପଦେଶ ଅନୁସାରେ ଚଳିଲେ ଓ ୧୯୦୫ ମସିହାରେ [[କଲିକତା ବିଶ୍ୱବିଦ୍ୟାଳୟ]]ରୁ ଦ୍ୱିତୀୟ ଶ୍ରେଣୀରେ ଏଣ୍ଟ୍ରାଂସ୍‍ (ମାଟ୍ରିକୁଲେସନ୍) ପାସ କଲେ । ତାପରେ ସେ ରେଭେନ୍ସା କଲେଜରେ ନାମ ଲେଖାଇଲେ ଏବଂ ସେଠାରେ ତାଙ୍କ ସହ ରହୁଥିଲେ ନୀଳକଣ୍ଠ ଦାସ (ପରେ ପଣ୍ଡିତ ନୀଳକଣ୍ଠ ଦାସ) । ତାଙ୍କରି ଜରିଆରେ ସାରଙ୍ଗଧର ପଣ୍ଡିତ [[ଗୋପବନ୍ଧୁ ଦାସ]], [[ଆଚାର୍ଯ୍ୟ ହରିହର]] ପ୍ରଭୃତିଙ୍କ ସହ ଘନିଷ୍ଠ ହୋଇଥିଲେ ଓ ସ୍ୱଦେଶ ଆନ୍ଦୋଳନ ପ୍ରତି ଆକର୍ଷିତ ହୋଇଥିଲେ ।<ref name="biplabi"/>
 
[[ରେଭେନ୍ସା ମହାବିଦ୍ୟାଳୟ|ରେଭେନ୍ସା କଲେଜରେ]] ପାଠ ପଢୁଥିବା ସମୟରେ ତାଙ୍କର ଭେଟ ହୋଇଥିଲା 'ଭାରତ ସେବକ ସମାଜ ସଂଘ'ର ସଭ୍ୟ ସି.ଭି ବୈଦ୍ୟଙ୍କ ସହିତ । ଏ ସମ୍ପର୍କରେ ସେ ନିଜ ଡାଏରୀ ରେଡାଏରୀରେ ଲେଖିଛନ୍ତି ,"ଏହି ବୈଦ୍ୟ ମହାଶୟଙ୍କ ସଙ୍ଗେ ବ୍ୟକ୍ତିଗତ ଭାବେ ଦେଖା ଏବଂ କଥାବାର୍ତ୍ତା ସେଦିନ ମୋ ଜୀବନଧାରାରେ ଗୋଟିଏ ପରିବର୍ତ୍ତନ ଆଣିଲା । ଢେଙ୍କାନାଳ ପଢୁଥିବାବେଳେ ସରକାରୀ ଚାକିରୀକୁ ଲକ୍ଷ୍ୟ ରଖି ମୁଁ ପାଠ ପଢୁଥିଲି । ତାହା ସେହିଦିନ ଲୋପ ପାଇଗଲା । ମୁଁ ଅନ୍ଧାଣିଆ ଭାବରେ ଭାବିଲି ଯେ ,ଉଚ୍ଚଶିକ୍ଷାପ୍ରାପ୍ତ ଯୁବକ ସକାଶେ ସରକାରୀ ଚାକିରି ବାହାରେ ମଧ୍ୟ ଅନେକ କାମ ରହିଛି । ତାହା ହୁଏତ ଚାକିରି ଅପେକ୍ଷା ଅଧିକ ମହତ୍ତ୍ବପୂର୍ଣ୍ଣ । ମନୁଷ୍ୟ ଜୀବନରେ ଏହିପରି ଗୋଟିଏ ଗୋଟିଏ ଘାଟି ସମୟ ଆସିଥାଏ । ପରବର୍ତ୍ତୀ ସମୟରେ ଜୀବନ ଧାରାରେ ଯେଉଁ ପରିବର୍ତ୍ତନ ଘଟେ , ତାହା ଉଚ୍ଚରୁ ଉଚ୍ଚତର କରେ ।"<ref name="biplabi"/>
 
==ବିଦେଶ ଯାତ୍ରା ଓ ବିଦେଶରେ ଶିକ୍ଷା==