"ହ୍ୱାଟ୍ସଆପ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ର +ର )
୮୭ କ ଧାଡ଼ି:
'''ହ୍ଵାଟ୍ସଆପ''' କୁଶଳୀ ଦୂରଭାଷ ଯନ୍ତ୍ରରେ ଚାଲୁଥିବା ଏକ ପ୍ରସିଦ୍ଧ ତତ୍-କ୍ଷଣିକ ବାର୍ତ୍ତା ପ୍ରେରଣକାରୀ ସେବା । ଏହା ସାହାଯ୍ୟରେ ଇଣ୍ଟରନେଟ୍ ମାଧ୍ୟମରେ ଗୋଟିଏ ହ୍ଵାଟ୍ସଆପ ବ୍ୟବହାରକାରୀ ଅନ୍ୟ ଏକ ବ୍ୟବହାରକାରୀଙ୍କ କୁଶଳୀ ଦୂରଭାଷ ଯନ୍ତ୍ରକୁ ଲେଖାଯାଇଥିବା ବାର୍ତ୍ତା ପଠାଇପାରନ୍ତି । ଏହା ସହିତ ଅଭିଲିଖିତ ବାର୍ତ୍ତା, ଛବି, ଭିଡିଓ ତଥା ନିଜର ଅବସ୍ଥିତି ମଧ୍ୟ ପଠାଇହୁଏ ।
 
ସେପ୍ଟେମ୍ବର ୨୦୧୫ ର୨୦୧୫ର ସ୍ଥିତି ଅନୁସାରେ ହ୍ଵାଟ୍ସଆପ ୯୦ କୋଟିରୁ ଅଧିକ ବ୍ୟବହାରକାରୀଙ୍କ ସହିତ ଏହା ବିଶ୍ୱର ଦ୍ଵିତୀୟ ଲୋକପ୍ରିୟ ତତ୍‌କ୍ଷଣାତ୍ ବାର୍ତ୍ତା ପ୍ରେରଣକାରୀ ସେବା ଭାବରେ ପରିଚିତ ହେଲା ।
 
ଫେସବୁକ ଇନ୍ସ ୧୯ ଫେବୃଆରୀ ୨୦୧୪ ରେ, ହ୍ଵାଟ୍ସଆପ ଇନ୍ସକୁ ୧୯ ଆରବ୍ ଡଲାର୍ ରେ କିଣିଥିଲା ।
୯୫ କ ଧାଡ଼ି:
==ଇତିହାସ==
 
ବ୍ରାଏନ୍ ଅକ୍ଟନ ଏବଂ ଜାନ୍ କୋଉମ ୨୦୦୯ ମସିହାରେ ହ୍ଵାଟ୍ସଆପ ଇନ୍ସକୁ ପ୍ରତିଷ୍ଠା କରିଥିଲେ । ସେତେବେଳେ ବ୍ରାଏନ୍ ଅକ୍ଟନ ଏବଂ ଜାନ୍ କୋଉମ, ୟାହୁ! ର କର୍ମଚାରୀ ଥିଲେ । ସେପ୍ଟେମ୍ବର ୨୦୦୭ ମସିହାରେ ସେ ଦୁହେଁ ନିଜର କର୍ମରୁ ବିରତି ନେଇ ଦକ୍ଷିଣ ଆମେରିକା ଗସ୍ତରେ ଯାଇଥିଲେ । ସେହି ସମୟରେ ସେମାନେ [[ଫେସବୁକ]]ରେ ନିଯୁକ୍ତି ପାଇବା ପାଇଁ ମଧ୍ୟ ଚେଷ୍ଟା କରିଥିଲେ କିନ୍ତୁ ବର୍ଜିତ ହୋଇଥିଲେ ।ଜାନୁଆରୀ ୨୦୦୯ ମସିହାରେ ସେ ଏକ ଆଇ ଫୋନ୍ କିଣିଥିଲେ ଏବଂ ତାର ବୃଦ୍ଧି ହେଉଥିବା ଆପ୍‌ର ବ୍ୟବସାୟ ଦେଖି ସେ ଚକିତ ହୋଇଯାଇଥିଲେ । ସେମାନେ ଆଲେକ୍ସ ଫିସ୍‌ମ୍ୟାନ୍‌ଙ୍କ ସହିତ, ଆଇ ଫୋନ‌ର ଜଣେ ଉନ୍ନତିକାରକ ଆଇଗୋର୍ ସୋଲେମୋନିକୋଭ୍‌ଙ୍କ ମିଳିତ ଚେଷ୍ଟା ଫଳରେ ହ୍ଵାଟ୍ସଆପର ପ୍ରତିଷ୍ଠା କରିଥିଲେ ।ଜାନ୍ କୋଉମ‌ଙ୍କ ଜନ୍ମଦିନ, ଫେବୃଆରୀ ୨୪, ୨୦୦୯ ରେ ହ୍ଵାଟ୍ସଆପ ଇନ୍ସକୁ କାର୍ଲିଫର୍ଣ୍ଣିଆ ଠାରେ ଉତ୍ପାଦାନ ଭାବେ ଅନ୍ତର୍ଭୁକ୍ତ କରିଥିଲେ । କିନ୍ତୁ ପ୍ରାରମ୍ଭରେ ହ୍ଵାଟ୍ସଆପ ଠିକ୍ ଭାବରେ ପରିଚାଳିତ ହୋଇନଥିଲା ।
 
ଜୁନ୍ ୨୦୦୯ ରେ ଆପଲ୍‌ର ପୁଶ୍ ନୋଟିଫିକେସନ୍‌ସର ଉଦ୍ଭାବନ ହେବା ପରେ ହ୍ଵାଟ୍ସଆପର ନୂତନ ରୂପ ହ୍ଵାଟ୍ସଆପ ୨.୦ ଭାବରେ ଦେଖିବାକୁ ମିଳିଥିଲା ଏବଂ ଏହା ସହିତ ହ୍ଵାଟ୍ସଆପର ବ୍ୟବହାରକାରୀଙ୍କ ସଂଖ୍ୟା ୨୫୦,୦୦୦କୁ ବୃଦ୍ଧି ପାଇଥିଲା ।କୋଉମ ହ୍ଵାଟ୍ସଆପର ସଫଳତାକୁ ଦେଖି, ଅକ୍ଟନ ଏବଂ ୟାହୁ!ର କେତେକ ଅବସର ପ୍ରାପ୍ତ କର୍ମଚାରୀଙ୍କ ମିଳିତ ସହଯୋଗରେ ନଭେମ୍ବର ୨୦୦୯ ରେ ହ୍ଵାଟ୍ସଆପକୁ ଆଇ ଫୋନ୍ ଷ୍ଟୋର୍‌ରେ ଔପଚାରିକ ଭାବରେ ଆରମ୍ଭ କରିଥିଲେ । କୋଉମ ତାଙ୍କର ଏକ ବନ୍ଧୁ କ୍ରିସ୍ ଫିସ୍‌ମ୍ୟାନ୍‌ଙ୍କୁ କହି ବ୍ଲାକବେରୀ ପାଇଁ ଦୁଇ ମାସ ମଧ୍ୟରେ ହ୍ଵାଟ୍ସଆପକୁ ନିର୍ମିତ କରାଇଲେ ।
୧୦୧ କ ଧାଡ଼ି:
ଡିସେମ୍ବର ୨୦୦୯ରେ ଆଇ ଫୋନ୍ ମାନଙ୍କରେ ପ୍ରଚଳିତ ହେଉଥିବା ହ୍ଵାଟ୍ସଆପ, ଛବିକୁ ବାର୍ତ୍ତା ପ୍ରେରଣ ମାଧ୍ୟମରେ ପଠାଇବାର ସକ୍ଷମ ହେଲା । ଏବଂ ୨୦୧୧ ମସିହାର ଆରମ୍ଭରୁ, ହ୍ଵାଟ୍ସଆପକୁ ଆଇ ଫୋନ୍‌ର ଷ୍ଟୋରରେ ପ୍ରଥମ ୨୦ ମଧ୍ୟରେ ଦେଖିବାକୁ ମିଳିଥିଲା ।
 
ଫେବୃଆରୀ ୨୦୧୩ ମଧ୍ୟରେ ହ୍ଵାଟ୍ସଆପରେ ୨୦୦୦ ଲକ୍ଷ କ୍ରିୟାଶୀଳ ବ୍ୟବହାରକାରୀ ଏବଂ ୫୦ରୁ ଉର୍ଦ୍ଧ କର୍ମଚାରୀ ଯୋଡ଼ିହୋଇଥିଲେ । ଡିସେମ୍ବର ୨୦୧୩ ବ୍ଲଗ ପୋଷ୍ଟରେ ହ୍ଵାଟ୍ସଆପ ଦାବି କରିଥିଲା ଯେ, ପ୍ରତି ମାସ ୪୦୦୦ ଲକ୍ଷ ବ୍ୟବହାରକାରୀ ଏହି ସୁବିଧା ଉପଲବ୍ଧ କରୁଅଛନ୍ତି । ଏପ୍ରିଲ ୨୦୧୪ ର୨୦୧୪ର କଳନା ହିସାବରେ ହ୍ଵାଟ୍ସଆପରେ ମାସିକ ୫୦୦୦ଲକ୍ଷ ବ୍ୟବହାରକାରୀ ଥିଲେ । ଏହା ସହିତ ପ୍ରତିଦିନ ହିସାବରେ ୭୦୦୦ ଲକ୍ଷ ଛବି, ୧୦୦୦ ଲକ୍ଷ ଭିଡିଓ ଏବଂ ୧୦ ଆରବ ବାର୍ତ୍ତା ହ୍ଵାଟ୍ସଆପର ବାର୍ତ୍ତା ପ୍ରେରଣକାରୀ ପ୍ରଣାଳୀ ପରିଚାଳିତ କରୁଥିଲା । ପ୍ରତିଦିନ ୨୫୦ ଲକ୍ଷ ବ୍ୟବହରକାରୀ ଏହି ସେବାରେ ଯୋଡ଼ିହେଉଛନ୍ତି ।ଭାରତବର୍ଷରୁ ୬୫୦ ଲକ୍ଷ ଲୋକ ହ୍ଵାଟ୍ସଆପରେ ଏହି ତତ୍-କ୍ଷଣ ବାର୍ତ୍ତା ପ୍ରେରଣ ସେବା ଉପଭୋଗ କରୁଅଛନ୍ତି ଏବଂ ଏମାନେ ବିଶ୍ୱର ଦଶ ପ୍ରତିଶତ ବ୍ୟବହରକାରୀଙ୍କ ମଧ୍ୟରେ ସାମିଲ ଅଛନ୍ତି । ଜାନୁଆରୀ ୨୦୧୫ ରେ ହ୍ଵାଟ୍ସଆପ ବିଶ୍ୱର ଅଧିକାଂଶ ବ୍ୟବହୃତ ତତ୍‌କ୍ଷଣ ବାର୍ତ୍ତା ପ୍ରେରଣକାରୀ ଆପ୍ ଭାବେ ପ୍ରସିଦ୍ଧ ହେଲା ।
 
ଫେବୃଆରୀ ୧୯, ୨୦୧୪ରେ ହ୍ଵାଟ୍ସଆପ ୧.୫ ଆରବ ଡଲାରର ଦୁଃସାହସିକ ଅର୍ଥଯୋଗାଣ କରିବାରେ ସଫଳ ହୋଇଥିଲା । ଏହି ତାରିଖରେ ଫେସବୁକ ଘୋଷଣା କରିଥିଲା ଯେ, ସେ ୧୯ ମିଲିୟନ ଆରବ ଡ଼ଲାରରେ ହ୍ଵାଟ୍ସଆପକୁ କିଣିବାକୁ ଯାଉଛି ଏବଂ ଏହା ଫେସବୁକର ବଡ ସଫଳତା ଥିଲା । ସେହି ସମୟରେ ଫେସବୁକର ହ୍ଵାଟ୍ସଆପ କୁ ୧୯ ମିଲିୟନ ଆରବ ଡ଼ଲାରରେ କିଣିବା ସବୁଠାରୁ ବଡ କ୍ରୟ ଥିଲା ।
୧୧୪ କ ଧାଡ଼ି:
==ହ୍ଵାଟ୍ସଆପ ୱେବ୍==
 
ହ୍ଵାଟ୍ସଆପ ଔପଚାରିକ ଭାବରେ କମ୍ପ୍ୟୁଟରରେ ଏକ ୱେବ୍ କ୍ଲାଏଣ୍ଟ ଦ୍ଵାରା ହ୍ଵାଟ୍ସଆପ ୱେବ୍ ନାମରେ ପରିଚାଳିତ ହେଉଛି । ଜାନୁଆରୀ ୨୦୧୫ର ଶେଷ ଆଡକୁ କୋଉମ ତାଙ୍କ ଫେସବୁକ ପୃଷ୍ଠାରେ ଏହା କହିଥିଲେ : "ଆମର ଓ୍ଵେବ୍ କ୍ଲାଏଣ୍ଟ, ଆପଣଙ୍କ ଦୂରଭାଷ ଯନ୍ତ୍ରର ଏକ ସାଧାରଣ ବର୍ଦ୍ଧିତ ରୂପ : ଓ୍ଵେବ୍ ବ୍ରାଉଜର ଆପଣଙ୍କ ଦୂରଭାଷ ଯନ୍ତ୍ରର କଥୋପକଥନ ଓ ବାର୍ତ୍ତାକୁ ପ୍ରତିଫଳିତ କରେ - ଅର୍ଥାତ ଆପଣଙ୍କ ସମସ୍ତ ବାର୍ତ୍ତା ଏବେ ମଧ୍ୟ ଆପଣଙ୍କ ଦୂରଭାଷ ଯନ୍ତ୍ରରେ ଅଛି ।" ହ୍ଵାଟ୍ସଆପ ୱେବ୍ ମାଧ୍ୟମରେ ଆମେ ନିଜର ଦୂରଭାଷ ଯନ୍ତ୍ରରେ ପୂର୍ବରୁ ନିର୍ମିତ ହ୍ଵାଟ୍ସଆପ ଖାତାକୁ ନିଜର କମ୍ପ୍ୟୁଟରର ୱେବ ବ୍ରାଉଜରରେ ଦେଖିପାରିବା । ଏହା ଦ୍ଵାରା ଆମେ ନିଜର ହ୍ଵାଟ୍ସଆପ ଖାତାକୁ କମ୍ପ୍ୟୁଟରରେ ଚଳାଇପାରିବା ଏବଂ ତାର ଲାଭ ନେଇପାରିବା । ହ୍ଵାଟ୍ସଆପ ୱେବ୍ କମ୍ପ୍ୟୁଟରରେ ଅନେକ ୱେବ୍ ବ୍ରାଉଜର୍‌ରେ ପରିଚାଳିତ ହୋଇପାରୁଛି କିନ୍ତୁ ଏହି ସୁବିଧା ମାଇକ୍ରୋସଫ୍ଟ୍ ଇଣ୍ଟରନେଟ ଏକ୍ସପ୍ଲୋରର୍ ନାମକ ଏକ ୱେବ୍ ବ୍ରାଉଜରରେ ପରିଚାଳିତ ହେଉନାହିଁ । ଜାନୁଆରୀ ୨୧, ୨୦୧୫ ସୁଦ୍ଧା ହ୍ଵାଟ୍ସଆପ ୱେବ୍ ସେବା ଆଣ୍ଡ୍ରଏଡ୍, ଓ୍ଵିଣ୍ଡୋଜ୍, ଏବଂ ବ୍ଲାକବେରୀ ବ୍ୟବହାରକାରୀକାର ମଧ୍ୟରେ ସୀମିତ ଥିଲା । କିନ୍ତୁ ପରବର୍ତ୍ତୀ କାଳରେ ଏହା ଆଇ.ଓ.ଏସ୍, ନୋକିଆ ଏସ୍୪୦, ଏବଂ ନୋକିଆ ଏସ୍୬୦ ରଏସ୍୬୦ର ବ୍ୟବହାରକାରୀଙ୍କ ପାଖରେ ମଧ୍ୟ ଉପଲବ୍ଧ ହୋଇପାରିଛି ।
 
ଏହାର ଏକ ନୂତନ ରୂପ ହ୍ଵାଟ୍ସଆପ ଟାଇମ୍ ବେସରକାରୀ ଭାବରେ ନିର୍ମିତ ହୋଇଛି । ଏହା ଏକ ସାଧାରଣ "ଓ୍ଵିନ୍ ୩୨ ଆପ୍‌ଲିକେସନ୍" ଯାହା କମ୍ପ୍ୟୁଟରରେ ପରିଚାଳିତ ହେବ । ଏହା ବ୍ୟତିତ, ଏହାର ଅଫିସିଆଲ ଉଇଣ୍ଡୋଜ ଆପ୍ଲିକସନ ମଧ୍ୟ ଉପଲବଦ୍ଧ ହୋଇଗଲାଣି ।
୧୩୧ କ ଧାଡ଼ି:
ଜାନୁଆରୀ ୨୦୧୫ ମସିହାରେ ହ୍ଵାଟ୍ସଆପ ତାର ଏକ ନୂତନ ରୂପକୁ ଦେଖିବାକୁ ମିଳିଥିଲା । ଏହା ଥିଲା ତାର କଥା କହିବା ସୁବିଧା ଦେବାର ରୂପ ଏବଂ ଏହା ବହୁତ ପ୍ରସିଦ୍ଧି ମଧ୍ୟ ଲାଭ କଲା ।
 
ମଲ୍ଟିମିଡ଼ିଆ ବାର୍ତ୍ତା ପଠାଇଲେ ସେ ଛବି ବା ଭିଡିଓଟି ପ୍ରଥମେ ଏକ ଏଚ ଟି ଟି ପି ପହଞ୍ଚିଥାଏ ଏବଂ ତାପରେ ସେହି ଛବି ବା ବାର୍ତ୍ତାର ରବାର୍ତ୍ତାରର ଏକ ଲିଙ୍କ ଏବଂ ଥମ୍ବନେଲଟି ଅନ୍ୟ ଦୂରଭାଷ ଯନ୍ତ୍ରକୁ ପହଞ୍ଚିଥାଏ । ତାହା ସେହି ଆକାରରେ ରହିପାରିବ ବା ଯଦି ଆମେ ଚାହିଁବା ତେବେ ତାକୁ ଡାଉନଲୋଡ କରି ମଧ୍ୟ ଦେଖି ପାରିବା ।
 
ଦୁଇ ଜଣ ବା ତା ଠାରୁ ଅଧିକ ବ୍ୟବହାରକାରୀଙ୍କ ପାଖକୁ ଏକାସହିତ ବାର୍ତ୍ତା ପଠେଇବାପାଇଁ ହ୍ଵାଟ୍ସଆପ "ସାଇତିବା ଓ ପ୍ରେରଣ କରିବା କୌଶଳ"ର ସାହାଯ୍ୟ ନେଇଥାଏ । ଏହି ବାର୍ତ୍ତା ପ୍ରଥମେ ହ୍ଵାଟ୍ସଆପର ସର୍ଭରକୁ ଯାଏ ଓ ତା ପରେ ଅନ୍ୟ ଦୂରଭାଷ ଯନ୍ତ୍ରକୁ ପହଞ୍ଚିଥାଏ ।