"ମୁମ୍ବାଇ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
Removing "Gateway_of_India.jpg", it has been deleted from Commons by INeverCry because: per c:Commons:Deletion requests/File:Gateway of India.jpg.
ଟିକେ Bot: Automated text replacement (- ର +ର )
୯୯ କ ଧାଡ଼ି:
|date=୨୦୦୮-୦୮-୦୭}}</ref>]]
 
ଉତ୍ତର ମୁମ୍ବାଇର କାନ୍ଦିବଲିରୁ ମିଳିଥିବା କିଛି ଧ୍ଵଂସାବଶେଷରୁ ଜଣାପଡେକି ଏହି ଦ୍ଵୀପପୁଞ୍ଜ ସବୁ ପ୍ରାଚୀନ ପ୍ରସ୍ତର ଯୁଗରୁ ବସତି ସ୍ଥାପନ ହେଇଛି। ଜନବସତିର ଲିଖିତ ପ୍ରମାଣ ଖ୍ରୀ.ପୂ. ୨୫୦ ମିଳୁଛ, ଯେତେବେଳେ ଏହାକୁ ହେପ୍ଟାନୋସିଆ କୁହାଯାଉଥିଲା। ଖ୍ରୀ.ପୂ. ତୃତୀୟ ଶତାବ୍ଦୀରେ ଏହା ମୌର୍ଯ୍ୟ ସାମ୍ରାଜ୍ୟର ଅଂଶ ଥିଲା ଯେତେବେଳେ ଏହାର ଶାସକ [[ସମ୍ରାଟ ଅଶୋକ]] ଥିଲେ। ଖ୍ରୀଷ୍ଟାବ୍ଦ ପ୍ରାରମ୍ଭର ପ୍ରାଥମିକ ଶତାବ୍ଦୀ ରେ ଏହା ସାତବାହାନ ସାମ୍ରାଜ୍ୟ ଓ ଇଣ୍ଡୋ-ସାଇଥିୟ ପାଶ୍ଚାତ୍ୟ ସେଟ୍ରେପ ମଝିରେ ବିବାଦିତ ଥିଲା। ପରେ ହିନ୍ଦୁ ସିଲହରା ବଂଶର ରାଜାମାନେ ଏହାକୁ ୧୩୪୩ ପର୍ଯ୍ୟନ୍ତ ରାଜୁତି କରିଥିଲେ ଯେପର୍ଯ୍ୟନ୍ତ ଗୁଜରାଟ ରଗୁଜରାଟର ରାଜାମାନେ ଏହାକୁ ଅଧିକାର ନକରିଥିଲେ। କିଛି ପୁରାତନ କାରୂକାର୍ଯ୍ୟ ଯେପରିକି ଏଲିଫାଣ୍ଟା ଗୁମ୍ଫା ଓ ବାଳକେଶର ମନ୍ଦିର ଏହି କାଳଖଣ୍ଡର ଅଟେ।
 
୧୫୩୪ ଖ୍ରୀଷ୍ଟାବ୍ଦରେ ପର୍ତ୍ତୁଗୀଜମାନେ ଗୁଜରାଟର ଶାସକମାନଙ୍କଠୁ ଏହି ଦ୍ବୀପପୁଞ୍ଜ ଛଡେଇନେଇଥିଲେ। ଯାହାକି ପରେ ଇଂଲଣ୍ଡ ରଇଂଲଣ୍ଡର ସମ୍ରାଟ ଦ୍ଵିତୀୟ ଚାର୍ଲ୍ସଙ୍କୁ ଯୌତୁକ ରୂପେ ଦିଆଯାଇଥିଲା।<ref>{{cite web |url=http://www.fco.gov.uk/servlet/Front?pagename=OpenMarket/Xcelerate/ShowPage&c=Page&cid=1007029394365&a=KCountryProfile&aid=1019061813652 |title=UK Government Foreign and Commonwealth Office |accessdate=2008-01-06 |date=2007-06-28|archiveurl=http://web.archive.org/web/20030731063951/http://www.fco.gov.uk/servlet/Front?pagename=OpenMarket/Xcelerate/ShowPage&c=Page&cid=1007029394365&a=KCountryProfile&aid=1019061813652|archivedate=2003-07-31}}</ref> ଚାର୍ଲ୍ସଙ୍କର ବାହାଘର କ୍ୟାଥରିନ ଡେ ଭର୍ଗିଞ୍ଜାଙ୍କ ସହ ହେଇଥିଲା। ଏହି ଦ୍ବୀପପୁଞ୍ଜ ରଦ୍ବୀପପୁଞ୍ଜର ଜମିର ପଟ୍ଟା ୧୬୬୮ରେ ଇଂରେଜ ଇଷ୍ଟ ଇଣ୍ଡିଆ କମ୍ପାନୀ କୁ ପ୍ରତିବର୍ଷ ୧୦ ପାଉଣ୍ଡ ହିସାବରେ ଦିଆଯାଇଥିଲା। କମ୍ପାନୀ କୁ ଦ୍ବୀପପୁଞ୍ଜର ପୂର୍ବପଟେ ଗଭୀର ପୋତାଶ୍ରୟ ମିଳିଲା ଯାହାକି ଉପମହାଦ୍ଵୀପରେ ପ୍ରଥମ ବନ୍ଦର ସ୍ଥାପନ ପାଇଁ ସର୍ବୋତ୍ତମ ଥିଲା। ୧୬୬୧ରେ ଏହାର ଜନସଂଖ୍ୟା ମାତ୍ର ୧୦୦୦୦ ଥିଲା, ଯାହାକି ୧୬୭୫ରେ ୬୦୦୦୦ ହେଇଗଲା। ୧୬୮୭ରେ ଇଷ୍ଟ ଇଣ୍ଡିଆ କମ୍ପାନୀ ନିଜ ମୁଖ୍ୟାଳୟ [[ସୁରାଟ]] ରୁ ମୁମ୍ବାଇ ସ୍ଥାନାନ୍ତରିତ କରିଲାପରେ ନଗର ବମ୍ବେ ପ୍ରେସିଡେନ୍ସି ରପ୍ରେସିଡେନ୍ସିର ମୁଖ୍ୟାଳୟ ହେଇଗଲା।
 
୧୮୧୭ ପରେ ନଗରକୁ ବହୁତ ସିଭିଲ କାର୍ଯ୍ୟଦ୍ଵାରା ପୁନରୁଦ୍ଧାର କରଯାଇଥିଲା। ଏଥିରେ ସବୁ ଦ୍ଵୀପପୁଞ୍ଜକୁ ପରସ୍ପରସହ ଯୋଡିବା ମୁଖ୍ୟ ଲକ୍ଷ୍ୟ ଥିଲା। ଏହି ପରିଯୋଜନାକୁ ହର୍ନବୟ ବେଲାର୍ଡ ପରିଯୋଜନା କୁହାଯାଏ ଓ ଏହା ୧୮୪୫ ରେ ସପୂର୍ଣ୍ଣ ହେଇଥିଲା ଓ ମୁମ୍ବାଇ ରମୁମ୍ବାଇର କ୍ଷେତ୍ରଫଳ ୪୩୮ ବର୍ଗକି.ମି. ହେଇଥିଲା। ୧୮୫୩ ମସିହାରେ ଭାରତରେ ପ୍ରଥମ ରେଳ ଲାଇନ ଏଠାରେ ସ୍ଥାପିତ ହେଇଥିଲା ଯାହାକି ମୁମ୍ବାଇକୁ ଠାଣେ ସହ ଯୋଡିଥିଲା। ଆମେରିକୀୟ ନଗର ଯୁଦ୍ଧ କାଳରେ ଏହା ବିଶ୍ଵର ସବୁଠୁ ବଡ ସୂତା ବ୍ୟବସାୟର ବଜାର ହେଲା ଯାହାଫଳରେ ଏହାର ଅର୍ଥବ୍ୟବସ୍ଥା ଆହୁରି ସୁଦୃଢ ହେଲା ଓ ସହରର ସ୍ତର ବହୁଗୁଣ ବଢିଗଲା।
 
୧୯୫୫ ପରେ ବମ୍ବେ ରାଜ୍ୟକୁ ପୁନଃବ୍ୟବସ୍ଥିତ କରାଗଲା ଓ ଭାଷା ଆଧାରରେ ରାଜ୍ୟକୁ ଗୁଜରାଟ ଓ ମହାରାଷ୍ଟ୍ର ଭାବରେ ଦୁଇଭାଗ କରାଗଲା। ଏକ ଦାବି ଅନୁସାରେ ନଗରକୁ ସ୍ଵୟଂଶାସିତ ନଗରର ମର୍ଯ୍ୟାଦା ଦବାକୁ କୁହାଗଲା। କିନ୍ତୁ ସଂଯୁକ୍ତ ମହାରାଷ୍ଟ୍ର ସମିତିର ଆନ୍ଦୋଳନଦ୍ଵାରା ଏହାର ବିରୋଧ କରାଗଲା ଓ ମୁମ୍ବାଇକୁ ମହାରାଷ୍ଟ୍ରର ରାଜଧାନୀ କରିବାକୁ ଦାବି କରାଗଲା। ଏହି ବିରୋଧ ଫଳରେ ୧୦୫ ଲୋକ ପୋଲିସ ଗୁଳିରେ ନିହତ ହେଇଥିଲେ ଓ ଶେଷରେ ୧ ମେ ୧୯୬୦ ରେ ମହାରାଷ୍ଟ୍ର ରାଜ୍ୟ ସ୍ଥାପନ ହେଲା ଓ ମୁମ୍ବାଇ ଏହାର ରାଜଧାନୀ ହେଲା।
 
[[Image:Image-Mumbai fountain.jpg|thumb|[[ଫ୍ଲୋରା ଫାଉଣ୍ଟେନ]] ର ପୁନର୍ନାମକରଣ [[ହୁତାତ୍ମା ଛକ]] କରାଗଲା, ଯାହାକି ସଂଯୁକ୍ତ ମହାରାଷ୍ଟ୍ର ଆନ୍ଦୋଳନ ରେ ହେଇଥିବା ସହିଦଙ୍କ ସ୍ମାରକ ହେଲା।]]
 
୧୯୭୦ ଦଶକ ଅନ୍ତେ ଏଠାରେ ନିର୍ମାଣ କାର୍ଯ୍ୟରେ ବହୁତ ବୃଦ୍ଧି ହେଇଥିଲା। ଯାହାଫଳରେ କି ଏଠାରେ ପ୍ରବାସୀମାନଙ୍କ ଆଗମନରେ ବହୁତ ବୃଦ୍ଧି ହେଲା। ସମୟ ଆସିଲା ଏହା ଜନସଂଖ୍ୟାରେ ଭାରତରେ ସବୁଠୁ ବଡ ଜନବହୁଳ ସହର [[କଲିକତା]]କୁ ପଛରେ ପକେଇଦେଲା ଓ ପ୍ରଥମ ସ୍ଥାନ ନେଲା। ଏହି ପ୍ରବାସୀଙ୍କ ଆଗମନ ସ୍ଥାନୀୟ ମରାଠୀମାନଙ୍କ ମନକୁ ଆଶଙ୍କିତ କରିଲା, ଯେଉଁମାନେ ନିଜର ଭାଷା, ସଂସ୍କୃତି ଓ ବ୍ୟବସାୟକୁ ରକ୍ଷା କରିବାପାଇଁ ଚିନ୍ତିତ ଥିଲେ।<ref>{{cite web |url=http://in.rediff.com/election/2004/apr/23espec3.htm |title=Know your party |accessdate=2007-12-05 |author=Ashraf, Syed Firdaus |date=2004-04-23 |work=Elections 2004 Rediff Special |publisher=Rediff News}}</ref> [[ବାଲା ସାହେବ ଠାକରେ]]ଙ୍କ ଦ୍ଵାରା [[ଶିବସେନା]] ରାଜନୈତିକ ଦଳ ଗଠନ କରାଗଲା ଯାହାକି ସ୍ଥାନୀୟ ମରାଠୀମାନଙ୍କ ସ୍ଵାର୍ଥ ରକ୍ଷା ପାଇଁ ଥିଲା। <ref>[http://www.merinews.com/catFull.jsp?articleID=129954 Raj Thackeray has a point]</ref> ସହରର ଧର୍ମ ନିରପେକ୍ଷତା ୧୯୯୨-୯୩ ର୯୩ର ଦଙ୍ଗା କାରଣରୁ ଛିନ୍ନଭିନ୍ନ ହେଇଥିଲା ଯେଉଁଥିରେ ବଡ ପରିମାଣର ଜୀବନ ଓ ସମ୍ପତ୍ତି ହାନି ହେଇଥିଲା। ଏହାର କିଛିମାସ ମରେ ୧୨ ମାର୍ଚ୍ଚ ୧୯୯୩ ରେ ପୂର୍ବ ନିଯୋଜିତ ବମ ବିସ୍ଫୋଟ ସହରକୁ ଦୋହଲେଇଦେଇଥିଲା। ଯେଉଁଥିରେ ଶତାଧିକ ଲୋକ ମୃତ୍ୟୁବରଣ କରିଥିଲେ। ୧୯୯୫ରେ ବମ୍ବେ ନାମକୁ ପରିବର୍ତ୍ତନ କରାଯାଇ ମୁମ୍ବାଇ କରଯାଇଥିଲା। ଏହା ଶିବସେନା ସରକାରରେ ଇଂରେଜମାନଙ୍କ ଦ୍ଵାରା ଦିଆଯାଇଥିବା ନାମଗୁଡିକୁ ଐତିହାସିକ ଓ ସ୍ଥାନୀୟ ଆଧାରରେ ପୁନଃ-ନାମକରଣ ହେଇଥିଲା। ଏଠାରେ ଏବେ ମଧ୍ୟ ଆତଙ୍କବଦୀମାନଙ୍କ ଦ୍ଵାରା ଆକ୍ରମଣ ସମୟ ସମୟରେ କରାଯାଉଛି। ୨୦୦୬ରେ ଠାରେ ସ୍ଥାନୀୟ ରେଳରେ ବିସ୍ଫୋଟ କରଯାଇଥିଲା ଯେଉଁଥିରେ ୨୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। <ref>{{cite news |url=http://news.bbc.co.uk/2/hi/in_depth/south_asia/2006/mumbai_train_attacks/default.stm |title=Special Report: Mumbai Train Attacks |date=2006-09-30 |publisher=BBC |accessdate=2008-08-13}}</ref> ନଭେମ୍ବର ୨୬ ୨୦୦୮ ରେ ଜଳପଥରୁ ଆସିଥିବା ପାକିସ୍ତାନୀ ଆତଙ୍କବଦୀ ମାନେ ମୁମ୍ବାଇରେ ଛତ୍ରପତି ଶିବାଜି ଟର୍ମିନାଲ, କାମା ଚିକିତ୍ସାଳୟ, ତାଜ ହୋଟେଲ, ନାରିମାନ ପଏଣ୍ଟ ଠାରେ ଆକ୍ରମଣ କରି ୩୦୦ରୁ ଅଧିକ ନିରୀହ ଲୋକଙ୍କ ପ୍ରାଣ ନେଇଥିଲେ ଯେଉଁଥିରେ ୧୦ଜଣରୁ ୯ ଜଣ ଆତଙ୍କବାଦୀ ସେନାର ଗୁଳିରେ ପ୍ରାଣ ହରାଇଥିଲେ ଓ ବଞ୍ଚିଯାଇଥିବା ଆତଙ୍କବଦୀ ଆଜମଲ ଅମିର କସବ କୁ ସୁପ୍ରିମକୋର୍ଟ ଫାଶୀଦଣ୍ଡ ଦେଇଥିଲା। ଏହି ଆକ୍ରମଣରେ ସେନାର ମେଜର ସନ୍ଦିପ ଉନ୍ନିକୃଷ୍ଣନ, ଏଟିଏସ ରଏଟିଏସର ମୁଖ୍ୟ ହେମନ୍ତ କରକରେ, ହାବିଲଦାର ତୁକାରମ ଓମ୍ବଲେ ଇତ୍ୟାଦି ସହିଦ ହେଇଥିଲେ। ଏହି ଆକ୍ରମଣ ପରେ ଭାରତ ତାର ଜଳପଥ ରଜଳପଥର ସୁରକ୍ଷା ବ୍ୟବସ୍ଥା କଡାକଡି କରିଥିଲା।
 
== ଜଳବାୟୁ ==
[[Image:India mumbai temperature precipitation averages chart.svg|thumb|ମୁମ୍ବାଇର ହାରାହାରି ତାପମାତ୍ରା ଓ ବର୍ଷା (ବୃଷ୍ଟିପାତ) ର ସାରଣୀ]]
 
ଗ୍ରୀଷ୍ମମଣ୍ଡଳୀୟ ଅଞ୍ଚଳରେ ଆରବ ସାଗର ନିକଟରେ ଥିବାରୁ ମୁମ୍ବାଇର ଜଳବାୟୁରେ ମୁଖ୍ୟତଃ ଦୁଇ ପ୍ରକାର ଋତୁ ଦେଖାଯାଏ : ଶୁଷ୍କ ଋତୁ ଓ ଆର୍ଦ୍ର ଋତୁ। ଆର୍ଦ୍ର ଋତୁ ମାର୍ଚ ରୁ ଅକ୍ଟୋବର ମଧ୍ୟରେ ଆସେ। ଏହାର ମୁଖ୍ୟ କାରଣ ଅଧିକ ଆର୍ଦ୍ରତା ସହ ତାପମାତ୍ରା ୩୦<sup>୦</sup>ସେ. (୮୬<sup>୦</sup>ଫା.)ରୁ ମଧ୍ୟ ଅଧିକ। ଜୁନରୁ ସେପ୍ଟେମ୍ବର ଯାଏଁ ମୌସୁମୀ ଜନିତ ବର୍ଷା ସହରକୁ ଭିଜାଏ, ଯାହା ଫଳରେ କି ମୁମ୍ବାଇର ବାର୍ଷିକ ବର୍ଷା ସ୍ତର ୨,୨୦୦ ମିଲିମିଟର (୮୬.୬ ଇଞ୍ଚ) ହେଇଥାଏ। ଏଯାଏଁ ସବୁଠାରୁ ଅଧିକ ବର୍ଷା ୧୯୯୫ରେ ହେଇଥିଲା ଯାହାର ବର୍ଷା ସ୍ତର ୩,୪୫୨ ମିଲିମିଟର (୧୩୫.୯ ଇଞ୍ଚ) ଥିଲା।<ref>{{cite web |url=http://mdmu.maharashtra.gov.in/pages/Mumbai/mumbaiplanShow.php |title=Mumbai Plan |publisher=Department of Relief and Rehabilitation (Government of Maharashtra)}}</ref> ଦିନର ସବୁଠୁ ଅଧିକ ବର୍ଷା ୨୬ ଜୁଲାଇ ୨୦୦୫ ରେ ୯୪୪ ମିଲିମିଟର (୩୭.୧୭ ଇଞ୍ଚ)ର ହେଇଥିଲା।<ref>{{cite news |url=http://www.dnaindia.com/report.asp?NewsID=1039257 |title=Three drown as heavy rain lashes Mumbai for the 3rd day |publisher=Daily News and Analysis |location=Mumbai |date=2006-07-03}}</ref> ନଭେମ୍ବରରୁ ଫେବୃଆରୀଯାଏଁ ଶୁଖିଲା ଜଳବାୟୁ ରହିଥାଏ ଯେଉଁ ସମୟରେ କି ମଧ୍ୟମ ଧରଣର ଆର୍ଦ୍ରତା ଦେଖାଯାଏ ଓ କିଛି ଗରମ ଓ କିଛି ଶୀତ ଅନୁଭୂତ ହେଇଥାଏ। ଜାନୁଆରୀ ଓ ଫେବୃଆରୀରେ ଅଳ୍ପ ଥଣ୍ଡା ପଡିଥାଏ, ଏଠାରେ ହଉଥିବା ଶୀତ ଉତ୍ତରରୁ ଆସୁଥିବା ଥଣ୍ଡା ପବନ ଯୋଗୁଁ ହେଇଥାଏ।
୧୩୧ କ ଧାଡ଼ି:
Image:Highcourt.jpg|[[ମୁମ୍ବାଇ ଉଚ୍ଚ ନ୍ୟାୟଳୟ]]
| ସମ୍ରାଟ ପଞ୍ଚମ ଜର୍ଜ ଓ ରାଣୀ ମେରିଙ୍କ ସ୍ମୃତି ରେ ନିର୍ମିତ [[ଗେଟଵେ ଅଫ ଇଣ୍ଡିଆ]] ସ୍ଥାପନା - [[ଡିସେମ୍ବର]] [[୧୯୧୧]]
Image:Image-Mumbai fountain.jpg|[[ଫ୍ଲୋରା ଫାଉଣ୍ଟେନ]] ଯାହାକୁ [[ହୁତାତ୍ମା ଛକ]] ର ନାମ ଦିଆଯାଇଛି|
Image:Bombay-Stock-Exchange-2.jpg| [[ମୁମ୍ବାଇ ଷ୍ଟକ ଏକ୍ସଚେଞ୍ଜ]] ଏସିଆର ସବୁଠୁ ପୁରୁଣା ଷ୍ଟକ ଏକ୍ସଚେଞ୍ଜ
Image:India Mumbai Bridge.jpg|[[ବାନ୍ଦ୍ରା-ବର୍ଲି ସମୁଦ୍ର-ପୋଲ]]
"https://or.wikipedia.org/wiki/ମୁମ୍ବାଇ"ରୁ ଅଣାଯାଇଅଛି