"ରଘୁନାଥ ପାଣିଗ୍ରାହୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୧୪ କ ଧାଡ଼ି:
}}
 
'''ରଘୁନାଥ ପାଣିଗ୍ରାହୀ''' (୧୯୩୪-୨୦୧୩) ଆଧୁନିକ ଯୁଗର ଜଣେ [[ଓଡ଼ିଶୀ ସଙ୍ଗୀତ|ଓଡ଼ିଶୀ]] କଣ୍ଠଶିଳ୍ପୀ । ସେ [[ରାୟଗଡ଼ା ଜିଲ୍ଲା]]ର [[ଗୁଣପୁର]] ସହରରେ ୧୯୩୪ ମସିହା ଅଗଷ୍ଟ ୧୦ ତାରିଖ ଦିନ ଜନ୍ମ ଗ୍ରହଣ କରିଥିଲେ । ସ୍ଵାଧୀନତା ସଂଗ୍ରାମୀ ପିତା ପଣ୍ଡିତ ନୀଳମଣୀ ପାଣିଗ୍ରାହୀଙ୍କ ଠାରୁ ସେ ୫ବର୍ଷ ବୟସରେ ସଂଗୀତ ଶିକ୍ଷା ଆରମ୍ଭ କରିଥିଲେ । ୧୯୪୧ ରୁ ୧୯୪୮ ମସିହା ପର୍ଯ୍ୟନ୍ତ ପଣ୍ଡିତ ବିଶ୍ଵନାଥ ଦାସ ଏବଂ ପଣ୍ଡିତ ନରସିଂହ ନନ୍ଦଙ୍କ ଠାରୁ ପାରମ୍ପରିକ ଓଡ଼ିଆଓଡ଼ିଶୀ ସଂଗୀତସଙ୍ଗୀତ ଶିକ୍ଷା କରିଥିଲେ । ପରେ ସଂଗୀତଜ୍ଞ ମଦୁ ପାପ୍ପା ରାଓଙ୍କ ଠାରୁ କର୍ଣ୍ଣାଟକୀ ସଂଗୀତ ଶିକ୍ଷା ଲାଭ କରିଥିଲେ । ଶେଷରେ ମାଡ୍ରାସରେ ପଣ୍ଡିତ ଡି. ଭି. ପାଲୁସକରଙ୍କ ଠାରୁ ହିନ୍ଦୁସ୍ତାନୀ କଣ୍ଠସଂଗୀତ ଶିକ୍ଷା କରି ଓଡ଼ିଶା ଫେରିଥିଲେ ।
 
==କଳାକାର ଜୀବନ==
୧୯୪୮ ମସିହାରେ ରଘୁନାଥ ପାଣିଗ୍ରାହୀ [[ଆକାଶବାଣୀ କଟକ]] କେନ୍ଦ୍ରରେ ଜଣେ ନିୟମିତ କଳାକାର ଭାବେ ଯୋଗ ଦେଇଥିଲେ । ଅନେକ କଥାଚିତ୍ରରେ, ଭଜନ, ଜଣାଣ ଏବଂ [[ଓଡ଼ିଶୀ ଛାନ୍ଦ]], [[ଚମ୍ପୁ]] ଓ ଗଜଲ ଗାନ କରିଛନ୍ତି । ଆଉମଧ୍ୟ ଦକ୍ଷିଣଭାରତୀୟ ଚଳଚ୍ଚିତ୍ରରେ କଣ୍ଠଦାନ ସହିତ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ । ବିଶେଷ କରି ଓଡ଼ିଶୀ ସଂଗୀତ ସହିତ ଜଗନ୍ନାଥ ସଂସ୍କୃତି ଓ [[ଜୟଦେବ]]ଙ୍କ [[ଗୀତଗୋବିନ୍ଦ]]ର ପ୍ରଚାର ଓ ପ୍ରସାର ପାଇଁ ତାଙ୍କର ଭୂମିକା ଅନନ୍ୟ । ଶାସ୍ତ୍ରୀୟ ଶୈଳୀରେ ଗୀତଗୋବିନ୍ଦ ସେ ତାଙ୍କ ପିତାଙ୍କ ଠାରୁ ଶିଖିଥିଲେ ଯାହାକୁ ଗାନ କରି ସେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରସିଦ୍ଧି ଅର୍ଜନ କରିଥିଲେ । ସେ ଏକାଧାରରେ [[ଓଡ଼ିଶୀ]], ହିନ୍ଦୁସ୍ଥାନୀ ଓ କର୍ଣ୍ଣାଟକୀ ପଦ୍ଧତିରେ ସଙ୍ଗୀତ ଗାନ କରି ସେ ଯଥେଷ୍ଟ ଖ୍ୟାତି ଅର୍ଜନ କରିଥିଲେ । ସେ ଥିଲେ ୧୨ଟି ଭାଷାରେ ପ୍ରବୀଣ ସଙ୍ଗୀତଜ୍ଞ । ଶାସ୍ତ୍ରୀୟ ସଙ୍ଗୀତ ଗାଇବାରେ ପ୍ରବୀଣ ରଘୁନାଥଙ୍କ ଖ୍ୟାତି ଓଡ଼ିଶା ବ୍ୟତୀତ [[ପଶ୍ଚିମବଙ୍ଗ]], [[ଆନ୍ଧ୍ର ପ୍ରଦେଶ]], [[ତାମିଲନାଡୁ]] ସମେତ ପ୍ରାୟ ଅନେକ ରାଜ୍ୟରେ ଲୋକପ୍ରିୟତା ହାସଲ କରିପାରିଥିଲା । ଏକଦା ପଶ୍ଚିମବଙ୍ଗର ରବୀନ୍ଦ୍ର ସଦନଠାରେ ସଂଯୁକ୍ତା ପାଣିଗ୍ରାହୀ ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ କରୁଥିବାବେଳେ ମଞ୍ଚ ଆଢୁଆଳରୁ ଭାସି ଆସୁଥିଲା ରଘୁନାଥଙ୍କ ଯାଦୁକାରୀ ସ୍ଵର । ଯାହା ଶୁଣିବା ପରେ ଉପସ୍ଥିତ ଶ୍ରୋତା ଓ ଦର୍ଶକମଣ୍ଡଳୀ ସମସ୍ତେ ଏକ ସ୍ଵରରେ କହିଥିଲେ ଯେ ପ୍ରଥମେ ଗାୟକଙ୍କୁ ମଞ୍ଚ ଉପରକୁ ଅଣାଯାଉ । ରଘୁନାଥ ଆସିବା ପରେ ଦର୍ଶକ ମଣ୍ଡଳୀ ନାଚ ଦେଖିବା ବନ୍ଦ କରି ଓଡ଼ିଶୀ ସଙ୍ଗୀତ ଶୁଣିବାକୁ ଜିଦ୍ ଧରି ବସିଥିଲେ ଓ ରଘୁନାଥ ଗୀତ ପରିବେଷଣ କରିଥିଲେ । ତାଙ୍କର ସୁମଧୁର ଗାୟନ ତାଙ୍କୁ ସୁରମଣି ବୋଲି ପରିଚିତ କରିଥିଲା ।<ref>{{cite web|url=http://www.thehindu.com/features/friday-review/music/pandit-raghunath-panigrahi-passes-away/article5058581.ece|title=Pandit Raghunath Panigrahi passes away|work=The Hindu|accessdate=31 July 2016}}</ref>
 
==କଥାଚିତ୍ର ==
୨୫ କ ଧାଡ଼ି:
 
୧୯୯୭ ମସିହାରେ ସଂଯୁକ୍ତାଙ୍କ ବିୟୋଗ ପରେ ଓଡ଼ିଶୀ ପ୍ରଚାର ଓ ପ୍ରସାର ନିମନ୍ତେ ରଘୁନାଥ ଏକ ଟ୍ରଷ୍ଟ ଗଢ଼ିଥିଲେ ଯାହାର ନାମ ଥିଲା 'ସଂଯୁକ୍ତା ପାଣିଗ୍ରାହୀ ମେମୋରିଆଲ ଟ୍ରଷ୍ଟ' । ୨୦୦୧ରୁ ଏହି ଟ୍ରଷ୍ଟ ଯୁବ ଓଡ଼ିଶୀ ନୃତ୍ୟ ଶିଳ୍ପୀଙ୍କୁ ପ୍ରୋତ୍ସାହନମୂଳକ ମେଧାବୃତ୍ତି ପ୍ରଦାନ କରିଆସୁଛି। ଏହା ବ୍ୟତୀତ ସେ ପ୍ରତିମା ଦେବୀଙ୍କ ନୃତ୍ୟ ଅନୁଷ୍ଠାନ 'ନୃତ୍ୟଗ୍ରାମ' ସହିତ ସଂଶ୍ଳିଷ୍ଟ ରହି ସେ ଓଡ଼ିଶୀ ନୃତ୍ୟର ପ୍ରସାର ପାଇଁ ସେ ଅନେକ କାର୍ଯ୍ୟ କରିଛନ୍ତି । ୨୦୧୩ ମସିହା ଅଗଷ୍ଟ ୨୫ ତାରିଖ ଦିନ ତାଙ୍କର ଦେହାନ୍ତ ହୋଇଥିଲା ।<ref>ଓଡ଼ିଶା ଏକ୍ସପ୍ରେସ, ସଂଚାର, ପ୍ରମେୟ, ୨୬.୮୨୦୧୩</ref> <ref>http://www.orissadiary.com/CurrentNews.asp?id=43489</ref> <ref>[[ଧରିତ୍ରୀ]] ଖବର କାଗଜ, ତା ୨୬-୦୮-୧୩, ପୃ. ୩</ref>
 
== ରେକର୍ଡ଼ିଂ ==
ତଳେ ରଘୁନାଥ ନିଜେ ଗାଇଥିବା ଗୀତଗୁଡ଼ିକର ସୂଚୀ ଦିଆଗଲା । ଏହା ଭିତରୁ ଅନେକ ଗୀତ ଇଣ୍ଟରନେଟରେ ଉପଲବ୍ଧ ।
 
=== ପାରମ୍ପାରିକ ଓଡ଼ିଶୀ ସଙ୍ଗୀତ ===
* ଗୀତଗୋବିନ୍ଦ (ଜୟଦେବ)
 
==== ଓଡ଼ିଶୀ (ଚଉପଦୀ) ====
* ମନସିଜ ମନ ମୋହନ (ଗୋପାଳକୃଷ୍ଣ ପଟ୍ଟନାୟକ)
* କେ ପଥ ବଣା କଲା ମା (ଗୋପାଳକୃଷ୍ଣ ପଟ୍ଟନାୟକ)
* ଦୂତ ହେ କହିବ କୃଷ୍ଣଙ୍କୁ (ସାଲବେଗ)
* କାଳିଆ କାହ୍ନୁ ମୋହନ ବେଣୁ କାହୁଁ ଖୋଜି ଖୋଜି ପାଇଲା (ସାଲବେଗ)
* ଆସିବେକି ଶ୍ରୀହରି (ଗୌରହରି ପରିଚ୍ଛା)
* କି ନାଦରେ ପ୍ରାଣସଙ୍ଗିନୀ (ଗୋପାଳକୃଷ୍ଣ ପଟ୍ଟନାୟକ)
 
==== ସଂକୀର୍ତ୍ତନ ====
* ଜୟ ଗୋକୁଳ ମଙ୍ଗଳ ମଧୁହାରି (ଗୌରହରି ପରିଚ୍ଛା)
 
==== ଜଣାଣ ====
* ମୋରେ ଏହି ଅନୁଗ୍ରହ କର ହେ ରାଧାବର (ଗୌରହରି ପରିଚ୍ଛା)
* ବଂଶୀ ତେଜି ହେଲ ଶଙ୍ଖଚକ୍ରହସ୍ତ
* ଚକାନୟନକୁ ପତିତ କେହି (ଯଦୁମଣି ମହାପାତ୍ର/ଚନ୍ଦନ ହଜୁରୀ‌)
* ରୂପ ରେଖ ନାହିଁ ହେ (ଭୀମ ଭୋଇ)
* ଆହେ ନୀଳାଚଳବାସୀ (ସାଲବେଗ)
* ଶ୍ରୀପୁରୁଷୋତ୍ତମ ଯିବା ମନ (ସାଲବେଗ)
* ଆହେ ନୀଳଶଇଳ (ସାଲବେଗ)
* ହରି ନାମେ କି ରସ ଅଛି (ବାହୁଡ଼ା ଦାସ)
 
==== ରାଧାନାଥ ଯୁଗ ====
* ଆକାଶ ଦିଶେ କି ସୁନ୍ଦର (ମଧୁସୂଦନ ରାଓ)
* ବିଶ୍ୱ ଦେଖ ମଧୁମୟରେ (ଗଙ୍ଗାଧର ମେହେର)
* ଗୁରୁ ବନ୍ଦନା (ବୀର ପାଲ‌)
* ଯାହା ମୁଁ କରଇ ଯାହା ମୁଁ କହଇ (ଗୋପବନ୍ଧୁ ଦାସ)
* ମା ନାମ ମଧୁର ଅତି (ମଧୁସୂଦନ ରାଓ)
* ମାତୃ ସ୍ନେହ ସମ (ନନ୍ଦକିଶୋର ବଳ)
* ନମୋ ନିରଞ୍ଜନ ନିଖିଳ ନିଦାନ (ଗୋପବନ୍ଧୁ ଦାସ)
* ତୁମରି ଇଚ୍ଛା କର ହେ ପୂର୍ଣ୍ଣ (ମଧୁସୂଦନ ରାଓ)
* ତୁମରି ଆଡ଼କୁ ସଦା ଥିବି ହେ ଅନାଇଁ
* ସବୁ ଥିରୁ ବଞ୍ଚିତ କରି (ଲକ୍ଷ୍ମୀକାନ୍ତ ମହାପାତ୍ର)
 
=== ଆଧୁନିକ ===
* ନ ଯା ରାଧିକା ଏକା ଏକା
* ଆଗୋ ଚନ୍ଦ୍ରିକା ଯା'ନା
* ନାଲି ନାଲି ଏଇ କୃଷ୍ଣଚୂଡ଼ା ସତେ
* ଦେଶବାସୀ ବନ୍ଧୁ
* ଝରିଯିବ ଯେବେ
* ଗୋଧୂଳି ଗଗନ ତଳେ
* ଏଇ ଫୁଲ ଲେଖନୀରେ
* କହ ଯମୁନା ନୀଳବସନା
* କାହିଁ ଅଛ ନାଥ
* କେତକୀ ଗୋ ଖୋଲ ଆଖି
* ଏ ଜୀବନେ ଯଦି ଆମେ
* କାଇଞ୍ଚ ପତର ସରୁ
* ଶାରଦେ ବରଦେ ଶୁଭଦେ
* ସରୁ ଗଛ ତଳେ ବେଙ୍ଗ ରାଜା ବସି
* ଯେତେ ଅବହେଳା ଯେତେ ସନ୍ଦେହ
* ଆଖି ନୁହେଁ ସେତ
* ନୂପୁର ବଜାଏ କିଏ ଆଜି ନାଚି ନାଚି
* ଦୂରେ ଯା ତୁମେ
* ଆଜି ରଜନୀର ବରଷା
* ନୀଳ ଆଖି
* ଆଉ ଦେଖିବିନି ସପନ
* ଆଜି ମୁଁ ଚାଲିଛି ଖାଲି
* ମାନିନୀ ଅଭାଗିନୀ
* ଏ ଆଖି ଆଇନେ କିଏ ତୁମେ
* ମାନ ତେଜି ଆଜି ସାଜେ ମାନିନୀ
* ରାମ ଜପ ରାମ ଜପ
* ନାଚ ନାଚ ସଜନୀ
* ସ୍ୱପ୍ନ ଭରା
* ଆଜି ପ୍ରୀତି
* ଚୋରା ଚୋରା ଏଇ ଚାହାଣୀରେ
* ଚତୁରୀ ରାଧିକା ଗୋରୀ
 
==ପୁରସ୍କାର ଓ ସମ୍ମାନ==