"ଛାନ୍ଦ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେNo edit summary |
ଉଦାହରଣ, ଆଧାର ଯୋଡ଼ାହୋଇ ସାରଣୀ କରାଗଲା ଟ୍ୟାଗ: 2017 source edit |
||
୧ କ ଧାଡ଼ି:
{{ଆଧାର ନାହିଁ}}{{Odia_Sahitya1}}'''ଛାନ୍ଦ''' ଓଡ଼ିଆ ସାହିତ୍ୟ ଓ ଓଡ଼ିଶୀ ସଙ୍ଗୀତର ଏକ ପ୍ରକାରର ରଚନା ଯାହା ଛନ୍ଦରେ ଲିଖିତ । ପ୍ରତ୍ୟେକ ଛନ୍ଦର ନିର୍ଦ୍ଦିଷ୍ଟ ଆକ୍ଷରିକ ବା ମାତ୍ରା ଛନ୍ଦ, ଯତି, ସ୍ୱର ଓ ନାମ ରହିଅଛି । ଓଡ଼ିଆ ସାହିତ୍ୟରେ ଶତାଧିକ ଛନ୍ଦ ରହିଥିବା ଦେଖାଯାଏ । ପୁରାତନ ଓଡ଼ିଆ ସାହିତ୍ୟର ପ୍ରାୟତଃ ସମସ୍ତ ଲେଖା ଛାନ୍ଦସାହିତ୍ୟ ବା ଛାନ୍ଦକାବ୍ୟ ।
ଛାନ୍ଦ ଲେଖା ଓଡ଼ିଆ ସାହିତ୍ୟର ବିଶେଷତ୍ୱ । ପ୍ରତ୍ୟେକ ଛାନ୍ଦ ଭିନ୍ନ ରାଗରାଗିଣୀଯୁକ୍ତ ।
== ବୃତ୍ତ
ତଳେ ଓଡ଼ିଶାର ସାହିତ୍ୟରେ ବ୍ୟବହୃତ ବୃତ୍ତ ବା ଛନ୍ଦଗୁଡ଼ିକର ଉଦାହରଣ ଦିଆଯାଇଛି ।<ref>ପ୍ରାଚୀନ ଉତ୍କଳ (ପ୍ରଥମ ଭାଗ) - ଜଗବନ୍ଧୁ ସିଂହ । ପୃଷ୍ଠା ୧୩୮-୧୫୧ । ତୃତୀୟ ସଂସ୍କରଣ, ୧୯୮୨, ଓଡ଼ିଶା ସାହିତ୍ୟ ଏକାଡେମୀ, ଭୁବନେଶ୍ୱର-୧୪ । </ref> ସ୍ଥାନେ ସ୍ଥାନେ ଗୋଟିଏ ନାମରେ ଏକାଧିକ ପ୍ରକାର ଛନ୍ଦ ପରିଲକ୍ଷିତ ହୁଏ । ଏହା ଗୋଟିଏ ଛନ୍ଦର ଭିନ୍ନ ରୂପ । ଠିକ ସେହିପରି 'ଯେ' 'ସେ' ଇତ୍ୟାଦି ଶବ୍ଦକୁ ମିଶାଇ ସାମାନ୍ୟ ପରିବର୍ତ୍ତନ ଘଟିଲେ ମଧ୍ୟ ବୃତ୍ତ ବଦଳିଯାଏ ।
{| class="wikitable"
!କ୍ରମ
!ବୃତ୍ତ
!ଉଦାହରଣ<ref>ବୈଦେହୀଶ ବିଳାସ (କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଗ୍ରନ୍ଥାବଳୀ, ତୃତୀୟ ଖଣ୍ଡ) - [[ଉପେନ୍ଦ୍ର ଭଞ୍ଜ]] । ଧର୍ମଗ୍ରନ୍ଥ ଷ୍ଟୋର, ତୃତୀୟ ସଂସ୍କରଣ । </ref>
|-
|rowspan=2|୧
|rowspan=2|ମଙ୍ଗଳଗୁଜ୍ଜରୀ
|{{Quote|<center><poem>
ବିଦୁଷ ! ଦୂଷଣ ବିବର୍ଜ୍ଜିତ ଗୀତେ ରସ ।
ବିଷ୍ଣୁ ଚରିତ ତ୍ୱରିତ କରିବ ହରଷ ଯେ ।
</poem></center>|ଦ୍ୱିତୀୟ ଛାନ୍ଦ, [[ବୈଦେହୀଶ ବିଳାସ]]}}
|-
|{{Quote|<center><poem>
ବିଭାକରବଂଶୀ ଶୁଣି ପୁଲକ ବହି ।
ବିଭା କର ଲଗ୍ନ ବୁଝି ବଶିଷ୍ଠେ କହି ।
</poem></center>|ପଞ୍ଚମ ଛାନ୍ଦ, [[ବୈଦେହୀଶ ବିଳାସ]]}}
|-
|rowspan=2|୨
|rowspan=2|ବଙ୍ଗଳାଶ୍ରୀ
|{{Quote|<center><poem>
ବରଷାକାଳ ଅନ୍ତ କରେ ଶରଦ ବହି ଶିବ ଆଡ଼ମ୍ବର ।
ବରଧୂତ ଘନାଘନ ଖଣ୍ଡକୃତେ କେଶରୀ ସରି ଆବର ।
</poem></center>|ତ୍ରିଂଶ ଛାନ୍ଦ, [[ବୈଦେହୀଶ ବିଳାସ]]}}
|-
|{{Quote|<center><poem>
ବୋଇଲେ ସୀତା ଶୀତାଂଶୁ ମୁଖୀ ଏକଦିନେ ଅତି ଦୀନହୋଇ ।
ବିହି ବିହିଲା ବନବାସ ବାସରେ ନୃପତି ହେବାର ଯାଇ ।
ବିଳସାଇ ଯଥା ଅଳକା ତେଜାଇ ଈଶ୍ୱରଙ୍କୁ ଶମଶାନେ ।
ବିଷ୍ଣୁଙ୍କୁ ରତନପଲଙ୍କେ ଛଡ଼ାଇ ଜଡ଼ାଇ ସର୍ପ-ଶୟନେ ।
</poem></center>|ବିଂଶ ଛାନ୍ଦ, [[ବୈଦେହୀଶ ବିଳାସ]]}}
|-
|୩
|ପାହାଡ଼ିଆ କେଦାର
|{{Quote|<center>
<poem>ବନ୍ଦଇ ଦୀନବାନ୍ଧବ ହରି ଯେ ତମଚକ୍ର ଖଣ୍ଡନକାରୀ
ସଦା କମଳାନନ୍ଦ ବିସ୍ତାରି ସ୍ୱଭାବେ ଈନ ଯେ ।
ବିଭୁ ଅନନ୍ତ ଅଙ୍କବିହାରୀ କର ପ୍ରତାପ ଯାର ସଞ୍ଚରି
ନିଶାଚରଙ୍କ ଉଲ୍ଲାସ ହରି ପୂଜେ ସୁମନ ଯେ ।
ବଇନତେୟ ଯାହା ଅଗ୍ରତେ ସ୍ଥିତ ଯେ ।
ବଇକୁଣ୍ଠ ପକ୍ଷକ ଲୋକ ତୋଷିତ ଯେ ।
ବିକାଶ ଅଖଣ୍ଡିତ ମଣ୍ଡଳେ ସିଂହଭାବରେ କ୍ରୀଡ଼ିତ କାଳେ
ଭବେ ତରଣୀ ହୋଇ ମଞ୍ଜୁଳେ ଗିରି ଉଦିତ ଯେ ।
</poem></center>|[[ବୈଦେହୀଶ ବିଳାସ]]}}
|-
|୪
|ରାମକେରୀ
|{{Quote|<center><poem>
ବିଦୁଷ ହେ ଶୁଣ ରଞ୍ଜନରସ ମନକୁ ଦେଇ ।
ବିଦୁଷଣ ରାଜସମାନେ ଧର୍ମସ୍ୱରୂପୀ ସେହି ।
</poem></center>|ତୃତୀୟ ଛାନ୍ଦ, [[ବୈଦେହୀଶ ବିଳାସ]]}}
|-
|୫
|ମାଳବଗଉଡ଼ା
|{{Quote|<center><poem>
ବୁଦ୍ଧି ଉତ୍ତମ ଯାହାର କାବ୍ୟ ଅଭିଧାନେ ।
ବୃଜିନନାଶ ଚରିତ ଶୁଣ ସାବଧାନେ ହେ ।
</poem></center>|ଚତୁର୍ଥ ଛାନ୍ଦ, [[ବୈଦେହୀଶ ବିଳାସ]]}}
|-
|୬
|ମାଳବ ରୋଢ଼ାବାଣୀ
|{{Quote|<center><poem>
ବୁଧେ ସାବଧାନେ ଏହୁ ଗୀତର । ବାକଚାତୁରୀକି ବିଚାର କର ।
ବିଶୁଦ୍ଧ ସିଦ୍ଧବନେ ମୁନିଯାଗ । ବିସିଦ୍ଧ କରଣେ ରାକ୍ଷସବର୍ଗ ।
</poem></center>|ଷଷ୍ଠ ଛାନ୍ଦ, [[ବୈଦେହୀଶ ବିଳାସ]]}}
|-
|୭
|ପଟ୍ଟମହଞ୍ଜରୀ
|{{Quote|<center><poem>
ବିଡ଼ୋଜା ସୁଧାଂଶୁ ଗୁରୁ ସଙ୍ଗତି ସମାନ ।
ବେନିଭ୍ରାତା ମୁନି ସଙ୍ଗେ ଦେଖେ ସିଦ୍ଧବନ ।
</poem></center>|ସପ୍ତମ ଛାନ୍ଦ, [[ବୈଦେହୀଶ ବିଳାସ]]}}
|-
|୮
|କାଳୀ
|{{Quote|<center><poem>
ବିଜୟୀ-ବୀର ! ବିଜୟ କର ଯିବା ମିଥିଳାପୁର ।
ବାହାର ହୋଇ ବିହାର ତହିଁ କରନ୍ତି ମୁନିବର ।
ବଇଦେହୀ ଯେ ସୁନ୍ଦରୀବ୍ରଜେ ଅମୂଲ୍ୟ ଚୂଡ଼ାମଣି ।
ବର୍ତ୍ତମାନ ସେ ଭୂତ ଭବିଷ୍ୟେ ନାହିଁ ନୋହିବ ପୁଣି ।
</poem></center>|ଅଷ୍ଟମ ଛାନ୍ଦ, [[ବୈଦେହୀଶ ବିଳାସ]]}}
|-
|୯
|ଚୋଖି
|<center>{{Quote|<center><poem>
ବିତଳକୁ ଆଲିଙ୍ଗନ କରି ଜାହ୍ନବୀ ଶୋଭନ
ହରେ ସୁର-ବର ତାପ ଚାରୁଧାରା ସେ ।
ବହେ ମକର-କେତନ ଉଚ୍ଛନ୍ନ ରତି ସମାନ
ପୂରିତ ହୋଇଛି ତହିଁ ଅଶେଷ ରସେ ।
ବିଦ୍ୟ ହୈମବତୀ ପଦରେ ।
ବିଷକଣ୍ଠ ତୋଷଦାନୀ ବେନି ମତରେ ।
</poem></center>|ନବମ ଛାନ୍ଦ, [[ବୈଦେହୀଶ ବିଳାସ]]}}</center>
|-
|୧୦
|ରସକୁଲ୍ୟା
|{{Quote|<center><poem>
ବିଭୂଷଣ ପୁଷ୍ପେ ଯା କାନ୍ତି ଜାଣ ।
ବିଭୂଷଣ କରି କନ୍ୟାକୁ ଆଣ ।
ବାରଣଶିରେ ପଦ ଦେଇ ଆସୁ ।
ବରଣ କରି ରାମ ମନ ତୋଷୁ ସେ ।
ବୋଲି ଦେଲେ କଉଶିକ ଯେ ।
ବୋଳିଦେଲା ପ୍ରାୟେ ଗୋଳି ଚନ୍ଦନକୁ
ହୋଇଲେ ରଘୁବଂଶିକ ଯେ ।
</poem></center>|ଦଶମ ଛାନ୍ଦ, [[ବୈଦେହୀଶ ବିଳାସ]]}}
|-
|୧୧
|ବସନ୍ତବରାଡ଼ି
|{{Quote|<center><poem>
ବେଳ ଶୁଭଦରେ ପ୍ରବେଶ ଆବେଶ ବେଶ ସଖୀଏ ସାରିଥିଲେ ।
ବିଚାରେ ସୁମନା ଶ୍ର-କରେ ସୁମିନା-ସୁମନା-ମାଳା ନେଇ ଦେଲେ ।
ବୋଇଲେ, ବଶକ ଏ କଳାଭୃଙ୍ଗର ।
ବସି ଦଶରଥ-ସୁତ-ଜାନୁ-ରଥ ଯେ ମନୋରଥ ପୂର୍ଣ୍ଣ କର ।
</poem></center>|ଏକାଦଶ ଛାନ୍ଦ, [[ବୈଦେହୀଶ ବିଳାସ]]}}
|-
|୧୨
|ଆଷାଢ଼ଶୁକ୍ଳ
|{{Quote|<center><poem>
ବିଭା ବରି ସାରି ବିଳମ୍ବ ଶୁଣି ।
ବିଭାବରୀ ହେଉଁ ରମଣୀମଣି ।
ବିଭାବରୀଚରୀ ଘୋଟିଲା ଗ୍ରାସେ ।
ବିଭାବ ରୀତିରୁ ନିଦ୍ରା ନ ଆସେ ।
ବିରହେ ଭାଷେ ସେ ।
ବୀର ହେ ! ଭାଷେ ସେ ତାଡ଼କୀ ତ୍ରାସେ ।
</poem></center>|ଦ୍ୱାଦଶ ଛାନ୍ଦ, [[ବୈଦେହୀଶ ବିଳାସ]]}}
|-
|୧୩
|ଭୂପାଳ
|{{Quote|<center><poem>
ବସିଛନ୍ତି ଦଶରଥ ସଭା ମଧ୍ୟେ ।
ବେତ୍ର-ହସ୍ତ ଦ୍ୱାସ୍ଥ କହେ ଅତିଶ୍ରଦ୍ଧେ ।
</poem></center>|ତ୍ରୟୋଦଶ ଛାନ୍ଦ, [[ବୈଦେହୀଶ ବିଳାସ]]}}
|}
= ଆଧାର =
|