"ସଂଯୁକ୍ତା ପାଣିଗ୍ରାହୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ପ୍ରାରମ୍ଭିକ ଜୀବନ, ପ୍ରଶିକ୍ଷଣ, ବୃତ୍ତି ଜୀବନୀ, ବ୍ୟକ୍ତିଗତ ଜୀବନୀ, ସଂୟୁକ୍ତା ପାଣିଗ୍ରାହୀ ସମ୍ମାନ
No edit summary
୨୬ କ ଧାଡ଼ି:
 
== ପ୍ରଶିକ୍ଷଣ ==
ମା'ଙ୍କ ପ୍ରେରଣା ବଳରେ ସଂଯୁକ୍ତା ୪ ବର୍ଷ ବୟସରେ ଗୁରୁ କେଳୁଚରଣ ମହାପାତ୍ରଙ୍କଠାରୁ ନୃତ୍ୟ ଶିକ୍ଷା ଆରମ୍ଭ କରିଥିଲେ | ୧୯୫୦-୧୯୫୩ ମସିହା ମଧ୍ୟରେ ତାଙ୍କୁ ତିନି ତିନି ଥର ସର୍ବଶ୍ରେଷ୍ଠ ଶିଶୁ କଳାକାର ଭାବେ ଅଭିହୀତ କରାଯାଇଥିଲା | ୬ ବର୍ଷ ବୟସରେ ସେ ଏକ ନୃତ୍ୟ କାର୍ଯ୍ୟକ୍ରମରେ ଭାଗ ନେଇ ସେଠାରେ ନୃତ୍ୟ ପ୍ରଦର୍ଶନ କରି ଅନେକ ପ୍ରଶଂସା ପାଇଥିଲେ | ୯ ବର୍ଷରେ ସେ କଲିକତାଠାରେ ଏକ ଲିଟିଲ୍ ଥିଏଟରରେ ନୃତ୍ୟ ପରିବେଷଣ କରିଥିଲେ | ୧୯୫୨ ମସିହାରେ ସେ ଅନ୍ତରାଷ୍ଟ୍ରୀୟ ଶିଶୁ ଚଳଚ୍ଚିତ୍ର ସମାରୋହରେ ପ୍ରଥମ ପୁରସ୍କାର ଜିତିଥିଲେ | <ref>https://en.wikipedia.org/wiki/Sanjukta_Panigrahi</ref> <ref>http://www.narthaki.com/info/profiles/profil48.html</ref>ନୃତ୍ୟରେ ଭଲ ପ୍ରଶିଁକ୍ଷଣ ପାଇଁ ତାଙ୍କ ପିତା-ମାତା ତାଙ୍କୁ ଚେନ୍ନାଇରେ କଳାକ୍ଷତ୍ରକୁ ପଠାଇଥିଲେ | ସେଠାରେ ରୁକ୍ମଣୀ ଦେବୀ ଅରୁଂଡେଲଙ୍କ ଅଧିନରେ ସେ ୬ ବର୍ଷ ପର୍ଯ୍ୟନ୍ତ ଭାରତ ନାଟ୍ୟମ୍ ଓ କଥକରେ ଶିକ୍ଷା ଲାଭ କରିଥିଲେ | ଏହାପରେ ନୃତ୍ୟ ପ୍ରବିଣ ଡିପ୍ଲୋମା ସହ ସେ ଉର୍ତ୍ତୀଣ୍ଣ ହୋଇ ସେଠାରେ କଳାକ୍ଷେତ୍ର ବ୍ୟାଲେଟ୍ ଟ୍ରୁପ୍ ର ସଦସ୍ୟ ଭାବେ ଭାରତ ସମେତ ବିଦେଶର ବିଭିନ୍ନ ସ୍ଥାନରେ ଓଡିଶୀ ନୃତ୍ୟକୁ ଆଦୃତ କରିଥିଲେ | ୧୪ ବର୍ଷ ବୟସରେ ସେ ଓଡିଶା ଫେରିଆସି ଓଡିଶୀ ନୃତ୍ୟର ବିକାଶ ଦିଗରେ ଧ୍ୟାନ ଦେଇଥିଲେ | <ref>https://en.wikipedia.org/wiki/Sanjukta_Panigrahi</ref>
 
== ବୃତ୍ତି ଜୀବନୀ ==
ସଂଯୁକ୍ତା ଓ ତାଙ୍କ ସ୍ବାମୀ ରଘୁନାଥ ପାଣିଗ୍ରାହୀ ଏକାଠି ଓଡିଶୀ ନୃତ୍ୟର ଉନ୍ନତି ଦିଗରେ କାର୍ଯ କରିଥିଲେ | କ୍ୟାରିଅର୍ ର ପ୍ରାରମ୍ଭିକ ସମୟରେ ସେ ଦୁହିଁଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା | ୧୯୬୬ ମସିହାରେ ଗୁରୁ କେଳୁଚରଣ ମହାପାତ୍ରଙ୍କୁ ସଂଗୀତ ଏକାଡେମୀ ପୁରସ୍କାର ମିଳିବା ପରେ ସେମାନଙ୍କ ସ୍ଥିତିରେ ସ୍ବାଭାବିକ ହେବାରେ ଲାଗିଥିଲା | ସେ ସମୟରେ ସେ ଦିଲ୍ଲୀରେ ଓଡିଶୀ ନୃତ୍ୟ ପରିବେଷଣ କରି ଦର୍ଶକଙ୍କ ମଧ୍ୟରେ ପ୍ରଂଶସିତ ହୋଇଥିଲେ | <ref>https://en.wikipedia.org/wiki/Sanjukta_Panigrahi</ref>ଏହି ସମୟ ମଧ୍ୟରେ ତାଙ୍କ ସ୍ବାମୀ ରଘୁନାଥ ଜଣେ ଶାସ୍ତ୍ରୀୟ ଗାୟକ ଭାବେ ପ୍ରସିଦ୍ଧି ଲାଭ କରିଥିଲେ | ସଂଯୁକ୍ତାଙ୍କ ନୃତ୍ୟ ପରିବେଷଣ ପାଇଁ ମଧ୍ୟ ରଘୁନାଥ ସଙ୍ଗୀତ ପ୍ରସ୍ତୁତ କରୁଥିଲେ | ପରେ ସଂଯୁକ୍ତା ଓ ରଘୁନାଥଙ୍କ ଯୋଡି ପ୍ରସିଦ୍ଧ ହେବାରେ ଲାଗିଲା | ଶାସ୍ତ୍ରୀୟ ନୃତ୍ୟ ପ୍ରତି ସଂଯୁକ୍ତାଙ୍କ ଅବଦାନ ସ୍ବରୂପ ୧୯୭୫ ମସିହାରେ ତାଙ୍କୁ ସର୍ବଶ୍ରେଷ୍ଠ ନାଗରିକ ପୁରସ୍କାର, ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଗଲା | ଏହାପରେ ୧୯୭୬ ମସିହାରେ ତାଙ୍କୁ ଓ ରଘୁନାଥଙ୍କୁ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ଦିଆଯାଇଥିଲା | <ref>https://en.wikipedia.org/wiki/Sanjukta_Panigrahi</ref>
 
== ବ୍ୟକ୍ତିଗତ ଜୀବନୀ ==
୩୫ କ ଧାଡ଼ି:
 
== ପରବର୍ତ୍ତୀ ଜୀବନ ==
ପରବର୍ତ୍ତୀ ସମୟରେ ସେ ଓଡିଶୀ ନୃତ୍ୟ ଜାରି ରଖିବା ସହ ଏହାକୁ ଦେଶ ବିଦେଶରେ ପ୍ରସିଦ୍ଧ କରାଥିଲେ | ନିଜର ଶେଷ ସମୟ ପର୍ଯ୍ୟନ୍ତ ଏହି ନୃତ୍ୟଧାରାକୁ ଜାରି ରଖିବା ପାଇଁ ସେ ପ୍ରତିଶୃତି ନେଇଥିଲେ | ନିଜର ଚେଷ୍ଟା ବଳରେ ସେ ଓଡିଶୀ ନୃତ୍ୟକୁ ବିଶ୍ବସ୍ତରରେ ଶାସ୍ତ୍ରୀୟ ନୃତ୍ୟର ମାନ୍ୟତା ଦେବାରେ ସଫଳ ହୋଇଥିଲେ | ୧୯୯୭ ମସିହା ଜୁନ୍ ୨୪ ତାରିଖରେ ୫୨ ବର୍ଷ ବୟସରେ କର୍କଟ ରୋଗରେ ତାଙ୍କର ମୃତ୍ୟୁ ହୋଇଥିଲା |<ref>http://www.narthaki.com/info/profiles/profil48.html</ref><ref>https://en.wikipedia.org/wiki/Sanjukta_Panigrahi</ref>
 
== ସଂଯୁକ୍ତା ପାଣିଗ୍ରାହୀ ସମ୍ମାନ ==
ତାଙ୍କର ମୃତ୍ୟୁ ପରେ ତାଙ୍କ ସ୍ବାମୀ ରଘୁନାଥ ପାଣିଗ୍ରାହୀ ୧୯୯୯ ମସିହାରେ ତାଙ୍କ ନାଁରେ ଏକ ଟ୍ରଷ୍ଟ୍ ପ୍ରତିଷ୍ଠା କରିଥିଲେ | ଯାହାର ନାଁ ଥିଲା 'ସଂଯୁକ୍ତା ପାଣିଗ୍ରାହୀ ମେମୋରିଆଲ୍ ଟ୍ରଷ୍ଟ୍' | ୨୦୦୧ ଠାରୁ ଏହିି ସଂସ୍ଥା ପ୍ରତିବର୍ଷ ଓଡିଶୀ ନୃତ୍ୟ କ୍ଷେତ୍ରରେ ମେଧା ନୃତ୍ୟାଙ୍ଗନାମାନଙ୍କୁ ବୃତ୍ତି ଦେବା ସହ ସଫଳ ନୃତ୍ୟାଙ୍ଗନା ମାନଙ୍କୁ ସମ୍ମାନିତ ମଧ୍ୟ କରିଆସୁଛି |<ref>https://en.wikipedia.org/wiki/Sanjukta_Panigrahi</ref>
 
== ସଂଯୁକ୍ତା ପାଣିଗ୍ରାହୀଙ୍କ ଉପରେ ସିନେମା ==