"ଲକ୍ଷ୍ମଣ ନାୟକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
→‎ଶେଷଜୀବନ: ସଜାଣି
+ ଆଧାର
୧ କ ଧାଡ଼ି:
{{ତିଆରି ଚାଲିଛି}}
{{ଛୋଟ|Laxman Nayak}}
{{Infobox person
| name = | image =
| caption = ଲକ୍ଷ୍ମଣ ନାୟକ
| order = ସ୍ୱାଧୀନତା ସଂଗ୍ରାମୀ
| image =
| imagesizestate = 200pxଓଡ଼ିଶା
| captionBorn = =
| birthdatebirth_date = {{birth date|df=y |1899|11|22|df=y}}
| birthplacebirth_place = ତେନ୍ତୁଳିଗୁମ୍ମା, [[ମାଲକାନଗିରିକୋରାପୁଟ ଜିଲ୍ଲା]], [[ଓଡ଼ିଶା]]
| death_date = {{Deathdeath date and age|df=y|1943|03|29|1899|11|22|df=yes}}
| death_place = ବ୍ରହ୍ମପୁର
| nationality = [[ଭାରତ|ଭାରତୀୟ]]
| religionparty =
| occupationchildren =
| period residence =
| profession = [[ସ୍ୱାଧୀନତା ସଂଗ୍ରାମୀ]]
| notableworks =
| religion = [[ହିନ୍ଦୁ]]
| website =
| nationalityNationality = [[ଭାରତ|ଭାରତୀୟ]]
| imagesignature = =
| signature_alt =
| signature_size =
}}
 
'''ଲକ୍ଷ୍ମଣ ନାୟକ''' ( ୨୨ ନଭେମ୍ବର ୧୮୯୯ - ୨୯ ମାର୍ଚ୍ଚ ୧୯୪୩ ) ଓଡ଼ିଶାର ଜଣେ ଅଗ୍ରଣି ସ୍ଵାଧୀନତା ସଂଗ୍ରାମୀ । ଆଦିବାସୀ ପାଇଁ ସେ '''ମାଲକାନାଗିରିର ଗାନ୍ଧି''' ଭାବେ ପ୍ରସିଦ୍ଧ ଥିଲେ । <ref name="Laxman Naik" /> ଲକ୍ଷ୍ମଣ ନାୟକ ୧୮୯୯ ମସିହା [[ନଭେମ୍ବର]] ୨୨ ତାରିଖରେ [[କୋରାପୁଟ ଜିଲ୍ଲା]]ର ତେନ୍ତୁଲିଗୁମ୍ମା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । <ref>{{cite web|title=Birth Anniversary of Sahhed Laxman Nayak|url=http://www.odisha.gov.in/portal/LIWPL/event_archive/Events_Archives/120Saheed_Laxman_Nayak.pdf|accessdate=12 April 2016}}</ref> ଲକ୍ଷ୍ମଣ ଥିଲେ ଦ୍ୱିତୀୟ ସନ୍ତାନ, ବଡଭାଇ ସନିଆ ଓ ସାନଭାଇ ଧନ ଭୁମିୟା । ତାଙ୍କ ପିତା ପଦଲମ ନାୟକ ଜାତିରେ ବୀର ଭୁମିୟା ଓ ଚାଷ ଥିଲା ଜୀବିକା । ଗ୍ରାମବାସୀଙ୍କ ମନୋନୟନ ଅନୁଯାୟୀ ତାଙ୍କୁ [[ଜୟପୁର, କୋରାପୁଟ|କୋରାପୁଟ]] ରାଜା ତୃତୀୟ ବିକ୍ରମଦେବ (ରାଜଗାଦୀ ୧୮୮୯ ରୁ ୧୯୨୦ ) ମୁସ୍ତାଦାର ବା ନାୟକ ପଦର ନିୟୁକ୍ତ କରିଥିଲେ । ଦାୟିତ୍ବ ଥିଲା ତେନ୍ତୁଲିଗୁମା,ବେଜୁଣୀଗୁଡା,ଲେକିଗୁଡା, ଅଅଁଳାଗୁଡାର ଖଜଣା ଆଦାୟ ।
 
==ସଂକ୍ଷିପ୍ତ ବ୍ୟକ୍ତିଗତ ଜୀବନ ==
Line ୨୭ ⟶ ୩୩:
୧୯୩୬ ମସିହା [[ଅପ୍ରେଲ]] ୧ ତାରିଖରେ ଓଡ଼ିଶା ଏକ ସ୍ବତନ୍ତ୍ର ପ୍ରଦେଶ ରୂପରେ ଆତ୍ମପ୍ରକାଶ କରିଥିଲା । [[ସାର ଜନ ଅଷ୍ଟିନ ହବାକ]] ହେଲେ ଓଡ଼ିଶାର ପ୍ରଥମ ଗଭର୍ଣ୍ଣର। ଏକଦା ତାଙ୍କ କୋରାପୁଟ ଗସ୍ତ ସମୟରେ ତାଙ୍କ ପ୍ରତିନିଧି ଭାବରେ ତତ୍କାଳିନ ଜୟପୁର ରାଜା ସମସ୍ତ ସୁଖସୁବିଧାର ଆୟୋଜନ କରିଥିଲେ । ମାତ୍ର ଏଥି ନିମନ୍ତେ ଆଦିବାସୀଙ୍କୁ ବହୁମୂଲ୍ୟ ଦେବାକୁ ପଡ଼ିଥିଲା । ସମସ୍ତ ପ୍ରକାରର ଉପଲବ୍ଧ ଉତ୍ତମ ଖାଦ୍ୟଦ୍ରବ୍ୟ ବିନାମୂଲ୍ୟରେ ସରକାରଙ୍କୁ ଦେବାସହ ସାହେବଙ୍କ ସେବାନିମନ୍ତେ ବେଠି ଖଟିବାକୁ ପଡ଼ିଥିଲା । ପ୍ରତିବାଦର ପରିଣାମ ଥିଲା ରାଜଦଣ୍ଡ । ସାହେବ ଓ ତାଙ୍କ ଅମଲାମାନଙ୍କର ଏ ଅତ୍ୟାଚରରେ ବିଚଳିତ ଲକ୍ଷ୍ମଣ ନାୟକ ନିଜ ଲୋକଙ୍କ ଦୂରବସ୍ଥା ବିଷୟରେ ତତ୍କାଲିନ ଘୁମର ଗ୍ରାମ ପଞ୍ଚାୟତର କଂଗ୍ରେସ ସଭାପତି ନିଳକଣ୍ଠ ପାତ୍ରଙ୍କୁ ଜଣାଇଥିଲେ । ନିଳକଣ୍ଠ ପାତ୍ର ଆଦିବାସୀମାନେ ହରାଇଥିବା ସମସ୍ତ ସମ୍ପତିର ତାଲିକା ପ୍ରସ୍ତୁତ କରି ଜୟପୁରର ରାଧାକୃଷ୍ଣ ବିଶ୍ବାସରାୟଙ୍କ ନିକଟକୁ ଯାଇଥିଲେ ଓ ସେ ଏ ସମ୍ବାଦକୁ ଖବର କାଗଜରେ ପ୍ରକାଶ କରିବା ପରେ ତୀବ୍ର ପ୍ରତିକିୟା ପ୍ରକାଶ ପାଇଥିଲା । ପରିଣାମ ସ୍ବରୂପ ଇଂରେଜ ସରକାର ଲୋକମାନଙ୍କ ଠାରୁ ନିଆଯାଇଥିବା ଜିନିଷର ମୂଲ୍ୟ ଫେରାଇଥିଲେ । ଏହି ଘଟଣା ଫଳରେ ଲକ୍ଷ୍ମଣ ନାୟକଙ୍କ ମନରେ ଅହିଂସା ଓ ତତ୍କାଲିନ କଂଗ୍ରେସ ଉପରେ ବିଶ୍ବାସ ଜନ୍ମିଥିଲା । ୧୯୩୭-୩୮ ରେ ରାଧାକୃଷ୍ଣ ବିଶ୍ବାସରାୟ ଜୟପୁର ନିକଟସ୍ଥ ନୂଆପୁଟରେ ଖୋଲିଥିବା ତାଲିମ ଶିବିରରେ ଯୋଗଦାନ କରି ମହାତ୍ମାଗାନ୍ଧିଙ୍କ ଦର୍ଶିତ ଆଦର୍ଶ ନୀତି ଓ ଶୃଙ୍ଖଳିତ ଜୀବନଯାପନ ବିଷୟରେ ଶିକ୍ଷା ଲାଭ କରିଥିଲେ ।
==ସଂଗ୍ରାମୀ ଜୀବନ==
ତାଲିମ ଶିବିରରୁ ଫେରି ଲକ୍ଷ୍ମଣ କୋରାପୁଟରେ ଖଦୀ ଓ ଅହିଂସାର ପ୍ରଚାର ଓ ପ୍ରସାରରେ ଯୋଗ ଦେଇଥିଲେ । ପଶୁବଳିକୁ ବିରୋଧ କରିବା ସହ ନିଜର ତିଶାରି ବୃତ୍ତିରେ ଆଉ ପଶୁବଳି ଦେଇନଥିଲେ । ଲକ୍ଷ୍ମଣ ଗାଁ କୁ ଗାଁ ବୁଲି ଲୋକଙ୍କୁ ନିର୍ଭିକ ହେବା ସହ ସରକାରଙ୍କୁ ଟିକସ ନ ଦେବା ଅହିଂସା ମାର୍ଗରେ ପରିଚାଳିତ ହେବା ମଦ୍ୟ ତ୍ୟାଗ କରିବା ସହ ଏକ ଶୃଙ୍ଖଳିତ ଜୀବନ ଧାରଣ ନିମନ୍ତେ ବାର୍ତ୍ତା ପ୍ରଚାର କରୁଥିଲେ । <ref name="Saheed Laxman">{{cite web|title=Saheed Laxman Nayak|url=http://creativeodisha.com/AboutOdisha/View-Eminent-Personalities/Laxman-Nayak|work=creativeodisha.com|accessdate=12 April 2016}}</ref> ତାଙ୍କର ପ୍ରଧାନ ସହାୟକ ମଧ୍ୟରେ ବଲରାମ ସିଂ ପୁଜାରୀ,ମୋତିରାମ ସିଂ ପୁଜାରୀ ,ବନସିଂ ପୁଜାରୀ,କୃଷ୍ଣଚନ୍ଦ୍ର ବିଶୋଇ ପ୍ରମୁଖ ଥିଲେ । କୃଷ୍ଣଚନ୍ଦ୍ର ସାକ୍ଷରତା ଅଭିଯାନରେ ସାହାଯ୍ୟ କରି କୋରାପୁଟର ଉଦୟଗିରି ଠାରେ ଏକ ସ୍କୁଲ ଖୋଲିଥିଲେ । ଏକ ମୁସ୍ତାଦା ହୋଇ ମଧ୍ୟ ଲୋକଙ୍କୁ କର ନ ଦେବା ପାଇ କହିବାର ପରିଣାମ ସ୍ବରୂପ ଲକ୍ଷ୍ମଣଙ୍କୁ ରାଜଦ୍ରୋହୀ ବା ଫିତୁରିଦାର୍ (ଅର୍ଥାତ ରାଜାଙ୍କୁ ବିରୁଦ୍ଧ କରୁଥିବା ମେଳିର ସର୍ଦ୍ଦାର ) ଘୋଷଣା କରି ତାଙ୍କ ଠାରୁ ସରକାରଙ୍କ ତରଫରୁ ଦିଆଯାଇଥିବା ପଦବୀ ଓ ଚାଷ ଜମି ଛଡାଇ ନିଆଯାଇଥିଲା ।
 
[[ଦ୍ଵିତୀୟ ବିଶ୍ଵଯୁଦ୍ଧ]] ସମୟରେ ମହାତ୍ମାଗାନ୍ଧିଙ୍କ ଆହ୍ବାନରେ ବ୍ୟକ୍ତିଗତ ସତ୍ୟାଗ୍ରହରେ ଅଂଶଗ୍ରହଣ କରି ଜେଲଦଣ୍ଡ ପାଇଥିଲେ । ୧୯୪୨ ମସିହା ଅଗଷ୍ଟ ୯ ବମ୍ବେ ଅଧିବେଶନରେ କଂଗ୍ରେସ ବ୍ରିଟିଶ ସରକାର ଭାରତ ଛାଡ ପ୍ରସ୍ତାବ ପାଶ କରିଥିଲା । ଏହା ପରେ ବ୍ରିଟିଶ ସରକାର କଂଗ୍ରେସକୁ ବେଆଇନ ଘୋଷଣା କରିଥିଲା । ଗୁପ୍ତରେ ଏହି ସମ୍ବାଦ ପାଇବା ପରେ ଲକ୍ଷ୍ମଣ ନାୟକ ବଲରାମ ପୁଜାରୀଙ୍କ ଦ୍ବାରା ଜୟପୁରରୁ ଆସିଥିବା ନିର୍ଦ୍ଦେଶଗୁଡିକୁ ଆଦିବାସୀ ଭାଷାରେ ଅନୁବାଦ କରାଇ ( “କର ବା ମର” କୁ “ତୋର୍ ବୁତା ତୁଇ କର୍ , ନ ପାରିଲେ ମର୍”) ଗାଁ ଗାଁ ବୁଲି ଲୋକମାନଙ୍କୁ ସତ୍ୟାଗ୍ରହ ଓ ସ୍ବାଧିନତା ନିମନ୍ତେ ଅହିଂସା ଲଢେଇର ବାର୍ତ୍ତା ପ୍ରଚାର କରିଥିଲେ ।
 
==ମାତିଲି ଥାନା ଗୁଳିକାଣ୍ଡ==
୧୯୪୨ ମସିହା [[ଅଗଷ୍ଟ]] ୨୧ ତାରିଖ ଶୁକ୍ରବାର ଦିନ ଲକ୍ଷ୍ମଣ ନାୟକଙ୍କ ନେତୃତ୍ୱରେ ସଂଗ୍ରାମୀମାନେ ମାତିଲି ଥାନା ଘେରାଉ କରିଥିଲେ । ଲକ୍ଷ୍ୟ ଅହିଂସାପୂର୍ଣ୍ଣ ଭାବରେଥାନା ଉପରେ [[ତ୍ରିରଙ୍ଗା ପତାକା]] ଉଡାଇବା । ଏହି ଆନ୍ଦୋଳନର ଦମନ ନିମନ୍ତେ ପୁଲିସ କର୍ମୀମାନଙ୍କ ଉପରେ ଲାଠିମାଡ ସହ ଲକ୍ଷ୍ମଣ ନାୟକଙ୍କୁ ଅଲଗା ସମସ୍ତଙ୍କର ଦେଖିଲା ପରି ସ୍ଥାନକୁ ନେଇ ନିସ୍ତୁକ ମାଡ ମାରିବା ସହ ତାଙ୍କର ବୀରକେଶ(ନିଶ)କୁ ଓପାଡି ସେଥିରେ ନିଆଁ ଲଗାଇ ଦେଇଥିଲେ । ବନ୍ଧୁକର ବୟୋନେଟ ମାଡରେ ବେହୋସ ହୋଇପଡ଼ିଥିଲେ ଲକ୍ଷ୍ମଣ ନାୟକ । ଲକ୍ଷ୍ମଣଙ୍କ ଉପରେ ଏତାଦୃଶ୍ୟ ଅତ୍ୟାଚାର ପରେ ମଧ୍ୟ କର୍ମୀ ମାନେ ଆଗକୁ ବଢିଚାଲିବାରୁ ସେମାନଙ୍କ ଉପରେ ପୁଲିସ ଗୁଳିଚାଳନା ଆରମ୍ଭ କରିଦେଇଥିଲା । ମୃତାହତମାନଙ୍କ ମଧ୍ୟରେ ଥିଲେ ଥାନା ଉପରେ ପତାକା ଧରି ଉଡେଇବାକୁ ଚଢ଼ିଥିବା ଟିମସଗୁଡାର ଲିଂଗ ଭୁମିଆ ଓ ସରଗିଗୁଡାର ନକୁଳ ମାଡକାମୀ । ଏ ଗୁଳିକାଣ୍ଡରେ ମାତାଲ ଅବସ୍ଥାରେ ଥିବା ଫରେଷ୍ଟଗାର୍ଡ ଜି.ରାମୟାର ମୃତ୍ୟୁ ହେଇଥିଲା । ଆନ୍ଦୋଳନକୁ ଦମନ କରିବା ପରେ ପୁଲିସ ଲକ୍ଷ୍ମଣ ନାୟକଙ୍କ ଅଚେତ ଶରୀରକୁ ମୃତ ମନେକରି ନିକଟସ୍ଥ ନାଳରେ ଫୋପାଡି ଦେଇଥିଲା । ଚେତା ଫେରିପାଇବା ପରେ ଲକ୍ଷ୍ମଣ ପରିସ୍ଥିତି ବୁଝିପରିଥିଲେ ଓ ଦୁର୍ଗମ ବଣରାସ୍ତା ମଧ୍ୟଦେଇ ଜୟପୁରରେ ପରବର୍ତ୍ତୀ ନିର୍ଦ୍ଦେଶ ପାଇଁ ପହଞ୍ଚିଥିଲେ । ତତପରଦିନ ଲକ୍ଷ୍ମଣ ନାୟକଙ୍କ ଶବ ଦେଖିବାକୁ ନପାଇ ପୁଲିସ ତାଙ୍କୁ ଫେରାର ଘୋଷିତ କରି ଫରେଷ୍ଟଗାର୍ଡ ଜି.ରମାୟାର ହତ୍ୟା ଅଭିଯୋଗରେ ବନ୍ଦୀ କରିବାକୁ ନିର୍ଦ୍ଦେଶନାମା ଜାରି କରିଥିଲା ।<ref name="Saheed Laxman Nayak">{{cite web|title=Saheed Laxman Nayak|url=http://www.nuaodisha.com/eminet_personalities/Laxman-Nayak.aspx|work=www.nuaodisha.com|accessdate=12 April 2016}}</ref> ପୁଲିସର ଗିରଫ ପରୱାନ ପରେ ଲକ୍ଷ୍ମଣ ଆତ୍ମଗୋପନ କରିଥିଲେ ମଧ୍ୟ ଲୋକଙ୍କ ଉପରେ ଅତ୍ୟାଚାରର କାହାଣୀ ଶୁଣି ପୁଣି ନିଜ ଗ୍ରାମ ତେନ୍ତୁଲିଗୁମାକୁ ଫେରି ଆସିଥିଲେ ।
 
==ଗିରଫ ଓ ବିଚାର==
Line ୩୮ ⟶ ୪୪:
 
==ଶେଷଜୀବନ==
ବିଚାର ପରେ ତାଙ୍କୁ କୋରାପୁଟ ଜେଲରୁ [[ବ୍ରହ୍ମପୁର]] ଜେଲକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଥିବା ଅନ୍ୟ ପ୍ରମୁଖ ସ୍ବାଧିନତା ସଂଗ୍ରାମୀଙ୍କ ପ୍ରଚେଷ୍ଟାରେ [[ପାଟନା]] ହାଇକୋର୍ଟରେ ଅପିଲ କରାଯାଇଥିଲେ ମଧ୍ୟ ତାହା ଖାରଜ ହେଇଯାଇଥିଲା । ୧୯୪୩ ମସିହା ମାର୍ଚ୍ଚ ୨୯ ତାରିଖରେ ତାଙ୍କୁ ଫାଶୀ ଦିଆଯାଇଥିଲା ।<ref name="Laxman Naik">{{cite web|title=Life History of Orissa Tribal Hero Laxman Naik|url=http://www.orissaspider.com/resources/3418-Martyr-Laxman-Naik-The-true-Tribal-Hero.aspx|work=www.orissaspider.com|accessdate=12 April 2016}}</ref>
 
==ଆଧାର==