"ବୃତ୍ତ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
Shisir 1945 (ଆଲୋଚନା | ଅବଦାନ) "କ୍ଔଣସି ନିର୍ଦ୍ଦିଷ୍ଟ ବିନ୍ଦୁରୁ ସମାନ ଦୂରତାରେ ଅବ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ |
(କିଛି ବଦଳିନାହିଁ)
|
୧୯:୪୮, ୨୯ ମାର୍ଚ୍ଚ ୨୦୧୬ ଅନୁସାରେ କରାଯାଇଥିବା ବଦଳ
କ୍ଔଣସି ନିର୍ଦ୍ଦିଷ୍ଟ ବିନ୍ଦୁରୁ ସମାନ ଦୂରତାରେ ଅବସ୍ଥିତ ବିନ୍ଦୁମାନଙ୍କର ସମାହାର ହେଉଛି ଏକ ବୃତ୍ତ। ଏହି ନିର୍ଦ୍ଦିଷ୍ଟ ବିନ୍ଦୁକୁ ବୃତ୍ତର କେନ୍ଦ୍ରବିନ୍ଦୁ କୁହାଯାଏ। ବୃତ୍ତ ଏକ ସମତଳରେ ଅବସ୍ଥାନ କରେ ବା ଏହା ଏକ ଦ୍ଵିବିମୀୟ ଜ୍ୟାମିତିକ ଆକୃତି ଅଟେ।
ଜାଣିବା କଥା
- ପରିଧି- ବୃତ୍ତର ପରିସୀମା ବା ଗୋଲ ଆକାରର ଦୈର୍ଘ୍ୟ।
- ଜ୍ୟା- ପରିଧିର କ୍ଔଣସି ଦୁଇଟି ବିନ୍ଦୁକୁ ଯୋଗ କରୁଥିବା ରେଖା।
- ବ୍ୟାସ- ଜ୍ୟା ଯଦି କେନ୍ଦ୍ରବିନ୍ଦୁ ମଧ୍ୟ ଦେଇ ଯାଇଥାଏ ତେବେ ତାହାକୁ ବ୍ୟାସ କୁହାଯାଏ ଓ 'd' ଦ୍ଵାରା ସୂଚିତ କରାଯାଏ।
- ବ୍ୟାସାର୍ଦ୍ଧ(r)- ବ୍ୟାସର ଅର୍ଦ୍ଧେକ ବା କେନ୍ଦ୍ରବିନ୍ଦୁରୁ ପରିଧିକୁ ସଂଯୋଗ କରୁଥିବା କ୍ଔଣସି ରେଖାକୁ ବ୍ୟାସାର୍ଦ୍ଧ କୁହାଯାଏ। ଯେହେତୁ ସମସ୍ତ ବୃତ୍ତ ସଦୃଶ ଅଟନ୍ତି, ବୃତ୍ତର ବ୍ୟାସାର୍ଦ୍ଧ ବା ବ୍ୟାସ ଏହାର ପରିଚୟ ରୂପେ କାମ କରନ୍ତି।
- ସ୍ପର୍ଷକ- ଯଦି ଏକ ବହିର୍ଦ୍ଦେଶୀୟ ସରଳରେଖା ବୃତ୍ତର ପରିଧିକୁ ମାତ୍ର ଗୋଟିଏ ବିନ୍ଦୁରେ ସ୍ପର୍ଷ କରିଥାଏ, ତାହାକୁ ବୃତ୍ତର ସ୍ପର୍ଷକ କୁହାଯାଏ। ସ୍ପର୍ଷକ ସେହି ବିନ୍ଦୁରେ ଗଠିତ ବ୍ୟାସ ବା ବ୍ୟାସାର୍ଦ୍ଧ ପ୍ରତି ଲମ୍ବ ହୁଏ।
- ପାଇ(π)- ବୃତ୍ତର ପରିଧି ଓ ବ୍ୟାସର ଅନୁପାତ। ଏହା ଏକ ଉଲ୍ଲେଖନୀୟ ଗାଣିତିକ ସଂଖ୍ୟା ଅଟେ ଓ ଗ୍ରୀକ୍ ଅକ୍ଷର π ଦ୍ଵାରା ସୂଚିତ ହୁଏ। ଏହାର ମୂଲ୍ୟ ସାଧାରଣତଃ ଭଗ୍ନାଂଶରେ ୨୨/୭ ଓ ଦଶମିକରେ ୩.୧୪ ଧରାଯାଏ। ବ୍ୟାସାର୍ଦ୍ଧର ବର୍ଗ ସହିତ ପାଇକୁ ଗୁଣିଲେ ବୃତ୍ତର କ୍ଷେତ୍ରଫଳ ମିଳେ।
ସାଧାରଣ ବ୍ୟବହାରରେ ବୃତ୍ତ
- ସୂର୍ଯ୍ୟ, ଜହ୍ନ (ପୂର୍ଣିମା), ଗ୍ରହ, ତାରା ଆଦି ମହାକାଶୀୟ ପିଣ୍ଡ ମାନଙ୍କର ଆକୃତି ଆମକୁ ବୃତ୍ତାକାର ଦେଖାଯାଏ।
- ମଣିଷର ଏକ ଉଲ୍ଲେଖନୀୟ ସୃଷ୍ଟି ଚକ ବୃତ୍ତାକାର ଅଟେ। (କୋଣାର୍କ ଚକ ଦେଖନ୍ତୁ)।
- ସମୟର ଗତିକୁ ବୃତ୍ତାକାର ଗତି ସହିତ ତୁଳନା କରାଯାଏ।
- ଅନେକ ଫୁଲମାନଙ୍କର ବାହ୍ୟ ଆକୃତି ବୃତ୍ତାକାର।